ଚିଠିପତ୍ର

ଓଡିଶା ଡଟକମ 2004 ରେ ଆତ୍ମା ପ୍ରକାଶ କଲାପରେ ଆମେ ଶହ ଶହ ଚିଠିପତ୍ର ପାଇଥିଲୁ । ସେମଧ୍ୟରୁ କିଛି ଏଠାରେ ଉପସ୍ଥାପନ କରାଯାଉଛି ।

ଓଡିଆ ଭାଷାରେ ଚୀନର ସରକାରୀ ନାମ ଅଛି କି?

ମହାଶୟ ,

ମୁଁ ଚୀନର ଜଣେ ପିଲା । ମୁଁ ଭାରତକୁ ଭହୁତ ଭଲପାଏ । ଭାରତ ଚୀନର ଏକ ଚମତ୍କାର ରଙ୍ଗୀନ ପଡୋଶୀ ରାଷ୍ଟ୍ର । ନିକଟରେ ଚୀନ୍ର ନାମ(ରିପବ୍ଲିକ ଅଫ ଚୀନ୍) ଭାରତୀୟ ଭାଷା ତଥା ଓଡ଼ିଆରେ ଯେଉଁଭଳି ଲେଖାଯାଉଛି ତାହା ମୋତେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ପକାଉଛି ।

ତେଣୁ ମୁଁ ଜାଣିବାକୁ ଚାହୁଁଛି ଓଡ଼ିଶାରେ ସରକାରୀ ଭାବେ ଚୀନ୍ ଏବଂ ପିପୁଲ୍ସ ରିପବ୍ଲିକ୍ ଅଫ ଚାଇନାର ନାମ କିଛି ଅଛି କି?

ଏହାସହ ବିଭିନ୍ନ ଦେଶରେ ଆମ ଦେଶର ନାମ କେମିତି ଲେଖାଯାଉଛି ସେ ସଂପର୍କରେ ଏକ ନମୂନା ଫାଇଲ ପଠାଉଛି । ଏଭିତରେ ଓଡ଼ିଶାରେ ଲେଖାଯାଇଥିବା ନାମ ଅଛି କି?

ଆଶା କରେ ଆପଣ ଏହାର ଉତ୍ତର ଦେବେ ।

ଧନ୍ୟବାଦ ସହ
ଆପେଙ୍ଗୁ
ଚୀନର ଜଣେ ପିଲା
——————————————————–
ଆଇଆଇଟି ପାଇଁ ଦସ୍ତଖତ ପିଟିସନ ସକାଶେ ଧନ୍ୟବାଦ

ସମ୍ପାଦକ ମହାଶୟ,

ଆଇଆଇଟି ପାଇଁ ପିଟିସନରେ ଦସ୍ତଖତ ଅଭିଯାନକୁ ଦେଖିଲି । ଏଥିପାଇଁ ମୁଁ ଆପଣଙ୍କୁ ସହୃଦୟତାର ସହ ଧନ୍ୟବାଦ ଜଣାଉଛି ।ମୁଁ ମଧ୍ୟ ଓଡ଼ିଶା ପାଇଁ ଏହି ପିଟିସନରେ ଦସ୍ତଖତ କରିବାକୁ ଇଛା କରୁଛି ।

କିନ୍ତୁ ମୁଁ ଦେଖୁଛି ଏହି ପିଟିସନ ମହାମାନ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ୟୁପିଏ ଚେୟାରମ୍ୟାନଙ୍କ ପାଇଁ ମଧ୍ୟ ଅଛି ।

ସେହି ପଦବୀ (ୟୁପିଏ ଅଧ୍ୟକ୍ଷା) କ’ଣ ଆମ ଦେଶରେ ନିଷ୍ପତ୍ତି ଗ୍ରହଣକାରୀ ପଦବୀ? ସେ କ’ଣ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଭଳି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି?

ଯଦି ଏହାର ଉତ୍ତର ହଁ ହୁଏ, ତେବେ ମୁଁ ତାଙ୍କ ନିକଟରେ ଭିକ୍ଷା ମାଗିବାକୁ ଚାହୁଁନାହିଁ । ମୋ ଦେଶାତ୍ମବୋଧ ଭାବନା ତାହା କରିବାକୁ ମୋତେ ବାଧା ଦେଉଛି ।

ମୁଁ ଏହାକୁ ସମର୍ଥନ କରି ପାରୁନଥିବାରୁ ଦୁଃଖିତ । କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବା କଥା ଉଠୁଛି ମୋ ସମର୍ଥନ ସର୍ବଦା ଆପଣଙ୍କ ସାଥିରେ ଅଛି ।

ଧନ୍ୟବାଦର ସହ
ସଞ୍ଜିତା
ଆରିଜୋନା ଷ୍ଟେଟ ୟୁନିଭରସିଟି
——————————————————-
ଆଇଆଇଟି ଉପରେ ଚର୍ଚ୍ଚା ପାଇଁ ଓଡ଼ିଶା ଡ଼ଟ୍ କମକୁ ଧନ୍ୟବାଦ

ମହାଶୟ,

ଇଣ୍ଟରନେଟରେ ଆଇଆଇଟି ପ୍ରସଙ୍ଗକୁ “ଓଡ଼ିଶା ଡ଼ଟ୍ କମ୍’ ଯେପରି ଉପସ୍ଥାପନ କରିଛି ତାହା ପ୍ରଶଂସନୀୟ । ସେଥିପାଇଁ ଓଡ଼ିଶା ଡ଼ଟ୍ କମ କୁ ଅଶେଷ ଧନ୍ୟବାଦ ।

ଏହା ପ୍ରଫେସର ଚିତ୍ତ ବରାଳଙ୍କ ଚିଠି ହେଉ ଅଥବା ଦିଗମ୍ବର ପାତ୍ରଙ୍କ ଅନଲାଇନ୍ ପିଟିସନ୍ ହେଉ ଅଥବା ଛାତ୍ରସମୂହଙ୍କ ପ୍ରତିକ୍ରିୟା ହେଉ “ଓଡ଼ିଶା ଡ଼ଟ୍ କମ୍’ ଏହାକୁ ତୁରନ୍ତ ପ୍ରକାଶ କରି ଉଦାହରଣ ସୃଷ୍ଟି କରିବା ସହ ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ଉଜ୍ଜୀବିତ କରି ରଖିଛି ।

ତେବେ ମୁଁ ଯାହା ଅନୁଭବ କରୁଛି ଆମ ରାଜ୍ୟ(ଓଡ଼ିଶା)ରେ ଅଦ୍ୟାବଧି ଲୋକମାନେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇନାହାନ୍ତି । ଆପଣ ଯଦି କୌଣସି ସମ୍ବାଦପତ୍ର ସହ ଜଡ଼ିତ ଥାଆନ୍ତି ତେବେ ଏହି ପ୍ରସଙ୍ଗକୁ ସେଠାରେ ସ୍ଥାନ ଦେବାକୁ ଅନୁରୋଧ କରୁଛି ।

ଏ ଦିଗରେ ଧରିତ୍ରୀ, ସମ୍ବାଦ, ସମାଜ ଏବଂ ଅନ୍ୟ ଗଣମାଧ୍ୟମର ଭୂମିକାକୁ ମଧ୍ୟ ପ୍ରଶଂସା କରୁଛି । କିନ୍ତୁ ଏହାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ।

“କିଟ୍’ର ଛାତ୍ର ଦେବୀପ୍ରସାଦଙ୍କ ମତ ଅନୁସାରେ ରାଜ୍ୟର ଇଞ୍ଜିନିୟରିଂ, ବିଶ୍ୱବିଦ୍ୟାଳୟ ଆଦି ସଂସ୍ଥାନର ଛାତ୍ରଛାତ୍ରୀ ପ୍ରଥମେ ଏହି ପ୍ରସଙ୍ଗରେ ଆଗକୁ ଆସିବା ଉଚିତ୍ ।

ମୁଁ ଯାହା ଦେଖିଛି ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଛାତ୍ରମାନେ ଏହିଭଳି ପ୍ରସଙ୍ଗକୁ ବେଶ୍ ଗୁରୁତ୍ୱ ଦେଇଥାନ୍ତି । ସେସବୁ ରାଜ୍ୟରେ ପ୍ରତିବାଦର ସ୍ୱର ଯେତେ ତୀବ୍ର ଆମ ରାଜ୍ୟରେ ତାହା ନାହିଁ । ମୁଁ ଆଶା କରୁଛି ଏ ଦିଗରେ ଏବେ ସମସ୍ତେ ଆଗକୁ ଆସିବେ ।

ସୌମ୍ୟରଞ୍ଜନ ମହାପାତ୍ର
ରିସର୍ଚ୍ଚ ସ୍କଲାର, ଡ଼ିପାର୍ଟମେଣ୍ଟ ଅଫ ଫିଜିକ୍ସ
ଆଇଆଇଟି ଖଡ଼ଗପୁର
——————————————————-
ନିର୍ବାଚନ ପ୍ରଚାରରେ ସ୍କୁଲ ପିଲାଙ୍କ ବ୍ୟବହାର ଦୁର୍ଭାଗ୍ୟଜନକ

ପ୍ରିୟ ସମ୍ପାଦକ,

ନିର୍ବାଚନ ପ୍ରଚାରରେ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ନିୟୋଜିତ କରାଯାଉଥିବା ଖବର ପ୍ରକାଶ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ପ୍ରକୃତରେ ଏହା ଏକ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣା ।

ଏଭଳି ଏକ ପ୍ରସଙ୍ଗକୁ ଶିଶୁ ତଥା ମାନବ ସମାଜର ଉନ୍ନତି ପାଇଁ ଲୋକ ଲୋଚନକୁ ଆଣିଥିବାରୁ “ଓଡ଼ିଶା ଡ଼ଟ୍ କମ୍’କୁ ଧନ୍ୟବାଦ ।

କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମାନଙ୍କ ଦ୍ୱାରା ଛୋଟ ଛୋଟ ପିଲା ମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯିବାକୁ ଆମେ ତୀବ୍ର ସମାଲୋଚନା କରୁଛୁ ।

କୌଣସି ପରିସ୍ଥିତିରେ ଛୋଟ ଛୋଟ ପିଲାଙ୍କୁ ଏଭଳି କାର୍ଯ୍ୟରେ ଜଡ଼ିତ ନ କରିବାକୁ ଆମେ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ମାନଙ୍କୁ ନିବେଦନ କରୁଛୁ ।

ରଞ୍ଜନ ମହାନ୍ତି,
ଜାତୀୟ ଆବାହକ, କ୍ୟାମ୍ପେନ୍ ଏଗନେଷ୍ଟ ଚାଇଲ୍ଡ ଲେବର ।
——————————————————-
କେବିକେରେ ରେଳ କୋଚ୍ କାରଖାନା ପ୍ରତିଷ୍ଠା ଦାବି ହେଉ
(ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ଚିଠି)

ସାର୍,

ରେଳବାଇ ମନ୍ତ୍ରାଳୟରୁ ଓଡ଼ିଶା ସରକାର ବିଭିନ୍ନ ସମୟରେ ଅନେକ ଦାବି କରୁଥିବା ଗଣମାଧ୍ୟମରେ ଦୃଷ୍ଟିଗୋଚର ହେଉଛି । ଯଦି ଦାବି ଗୁଡ଼ିକୁ ସମୀକ୍ଷା କରାଯାଏ ତେବେ ଆମେ ଜାଣିବା ଆମର ଦାବି ସ୍ୱଳ୍ପ ।

ଓଡ଼ିଶାର ଅନୁନ୍ନତ କେବିକେ ଜିଲ୍ଲାରେ ଆଦିବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆମେ ଏକ ରେଳବାଇ କୋଚ୍ କାରଖାନା ପ୍ରତିଷ୍ଠା ଦାବି କରିବା ଆବଶ୍ୟକ ବୋଲି ମୁଁ ଭାବୁଛି ।

ଏବେ ରେଳବାଇର କୋଚ୍ ନିର୍ମାଣ କାରଖାନା ମଧ୍ୟରେ କପୁରତାଲାର ଇଣ୍ଡିଆନ ରେଲୱେ କୋଚ୍ ଫ୍ୟାକ୍ଟ୍ରି (ପଞ୍ଜାବ), ଚେନ୍ନାଇ ନିକଟସ୍ଥ ପେରାମ୍ବୁରରେ ଇଣ୍ଟିଗ୍ରାଲ କୋଚ୍ ଫାକ୍ଟ୍ରି, ବାରାଣସୀର ଡ଼ିଜେଲ ଲୋକୋ ୱାର୍କ୍ସ (ଉତ୍ତର ପ୍ରଦେଶ), ଚିତ୍ତରଞ୍ଜନ ଲୋକୋ ୱାର୍କ୍ସ (ପଶ୍ଚିମବଙ୍ଗ), ପାତିଆଲାର ଡ଼ିଜେଲ-ଲୋକୋ ମଡ଼ର୍ଣ୍ଣାଇଜେସନ ୱାର୍କ୍ସ ଏବଂ ବାଙ୍ଗାଲୋରର ହୁଇଲ ଆଣ୍ଡ ଆକ୍ସଲ ପ୍ଲାଣ୍ଟ (କର୍ଣ୍ଣାଟକ) ଅନ୍ତର୍ଭୁକ୍ତ ।

ଗତବର୍ଷ ରେଳବାଇ ମନ୍ତ୍ରୀ ଏହି ଭଳି ଦୁଇଟି କାରଖାନା ବିହାର ଏବଂ ଉତ୍ତର ପ୍ରଦେଶ ପାଇଁ ଘୋଷଣା କରିଥିଲେ । ପ୍ରତିଟି କାରଖାନା ୧୦୦୦ କୋଟି ଟଙ୍କା ଖର୍ଚ୍ଚରେ ହେବ ଏବଂ ୫୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ୧୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

ଆମେ ଓଡ଼ିଶା ପାଇଁ ଏଭଳି ଏକ କାରଖାନାର ଦାବିଦାରୀ ଉଠାଇଲେ କ୍ଷତି କ’ଣ?

ଏହି ଦାବି ଉଠାଇବା ଦାୟିତ୍ୱ ସାଂସଦଙ୍କ ଉପରେ କେବଳ ଛାଡ଼ି ଦେଲ ହେବନାହିଁ । ସେମାନେ ସେମାନଙ୍କ ନିର୍ବାଚନମଣ୍ଡଳୀ କଥା ଉଠାଇବା ବେଳେ ତାହାକୁ ଅନେକ ସମୟରେ ଆଡ଼େଇ ଦିଆଯାଉଛି ।

ଏ ଦିଗରେ ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ପଦକ୍ଷେପ ନେଲେ ତାହାର ସ୍ୱତନ୍ତ୍ର ପ୍ରଭାବ ରହିବ । ଆପଣ ବ୍ୟକ୍ତିଗତ ଭାବେ ରେଳ ବୋର୍ଡ଼ ଏବଂ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବା ଆବଶ୍ୟକ ।

କେରଳ ସରକାର ତାହା ହିଁ କରିଛନ୍ତି ଏବଂ ରେଳମନ୍ତ୍ରୀ ଯାଦବଙ୍କଠାରୁ ଏକ କୋଚ୍ ଓ ଯନ୍ତ୍ରାଂଶ କାରଖାନାର ପ୍ରତିଶ୍ରୁତି ପାଇ ପାରିଛନ୍ତି ।

ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ କେବିକେ (ରାୟଗଡ଼ା କିମ୍ବା କୋରାପୁଟ) ଉପଯୁକ୍ତ ସ୍ଥାନ ବୋଲି ମୁଁ ଭାବୁଛି । ଦିଲ୍ଲୀର ୟୁପିଏ ସରକାର ଆଦିବାସୀ କଲ୍ୟାଣ ଏବଂ ସମାନତା ବିଷୟରେ ସବୁବେଳେ କହୁଛନ୍ତି । ତେଣୁ କେବିକେରେ ଏପରି ଏକ କାରଖାନା ପ୍ରତିଷ୍ଠା ପାଇଁ ଦାବି ଜଣାଇ କେନ୍ଦ୍ରର ମନୋଭାବ ଜାଣିବା ଦରକାର ।

ଓଡ଼ିଶାର ଆଦିବାସୀ ମାନେ କ’ଣ କେବଳ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ଏନଆରଇଜି) ପାଇଁ ଉପଯୁକ୍ତ । ସେମାନେ କ’ଣ ଏକ ରେଳବାଇ କୋଚ୍ କାରଖାନାରେ କାମ କରିବାକୁ ଅନୁପଯୁକ୍ତ?

ନା ୟୁପିଏ ସରକାର ଭାବୁଛନ୍ତି ବିହାର ଏବଂ ଉତ୍ତରପ୍ରଦେଶରେ କାରଖାନା ହେଲେ କେବିକେର ଆଦିବାସୀ ମାନେ ସେଠାରେ ନିଯୁକ୍ତି ସୁଯୋଗ ପାଇପାରିବେ?

ତେଣୁ ବିଶ୍ୱର ସର୍ବାଧିକ ନିଯୁକ୍ତି ଦେଉଥିବା ଭାରତୀୟ ରେଳବାଇକୁ କେବିକେରେ ପାଦ ଥାପି ଆଦିବାସୀଙ୍କୁ ନିଯୁକ୍ତି ଦେବାକୁ କାହିଁକି କୁହାନଯିବ?

ସେହିଭଳି ଆପଣଙ୍କ ସରକାର (ଓଡ଼ିଶା ସରକାର) କ’ଣ ପାଇଁ ଅସମ୍ପୂର୍ଣ୍ଣ ତାଳଚେର-ବିମଳାଗଡ଼ ରେଳ ଲାଇନ ସମ୍ପୂର୍ଣ କରିବାକୁ ଦାବି ଉଠାଉ ନାହିଁ ।

ଆପଣ (ନବୀନ) ଚିନ୍ତା କରିବା ଉଚିତ୍ ଏହି ରେଳ ଲାଇନଟି ଶେଷ ହୋଇଗଲେ ଭୁବନେଶ୍ୱର-ରାଉରକେଲାର ଦୂରତ୍ୱ ୩୦୮ କିଲୋମିଟର (ବର୍ତ୍ତମାନ ୪୪୦ କିଲୋମିଟର)କୁ ହ୍ରାସ ପାଇବ ।

ଏହା ଫଳରେ ରାଜ୍ୟର ଦୁଇଟି ବଡ଼ ମେଟ୍ରୋପଲିଟାନ ସହର ମଧ୍ୟରେ ଜଣେ ୪/୫ ଘଣ୍ଟାରେ ଯାତାୟାତ କରିପାରିବ । ଜଣେ ସକାଳ ୬ଟାରେ ଭୁବନେଶ୍ୱରରୁ ବାହାରିଲେ ବି ପୂର୍ବାହ୍ନ ୧୧ଟା ସୁଦ୍ଧା ରାଉରକେଲାରେ ପହଞ୍ଚି ପାରିବ ଏବଂ ଅପରପାଶ୍ୱର୍ରୁ ମଧ୍ୟରୁ ସମାନ ସୁବିଧା ଉପଲବ୍ଧ ହେବ ।

ଅନ୍ୟାନ୍ୟ ରାଜ୍ୟରେ ଏଭଳି ସୁବିଧା ପାଇ ସହର ଗୁଡ଼ିକ କେନ୍ଦ୍ରବିନ୍ଦୁରେ ରହୁଥିବା ବେଳେ ରାଉରକେଲା ଧୀରେ ଧୀରେ ଜନମାନସରୁ ହଜିଯିବାକୁ ବସିଲାଣି ।

(ଉଦାହରଣ ସ୍ୱରୂପ, ଝାଡ଼ଖଣ୍ଡରେ ରାଞ୍ଚି ଏବଂ ଜାମସେଦପୁର, ଛତିଶଗଡ଼ରେ ବିଳାସପୁର ଏବଂ ରାୟପୁର)

ତେଣୁ ଆପଣ (ନବୀନ) ବିମଳାଗଡ଼-ତାଳଚେର ରେଳ ଲାଇନ ମାଧ୍ୟମରେ ଭୁବନେଶ୍ୱର-ରାଉରକେଲା ଯୋଗାଯୋଗ ପାଇଁ ଆସନ୍ତା ୩/୪ ବର୍ଷ (ଶୀଘ୍ର ହୋଇନପାରିଲେ) ମଧ୍ୟରେ ଉଦ୍ୟମ କରିବା ଆବଶ୍ୟକ ।

ଚିତ୍ତ୍ ବରାଳ, ପ୍ରଫେସର, ଡ଼ିପାର୍ଟମେଣ୍ଟ ଅଫ କମ୍ପୁ୍ୟଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଫଲଟନ୍ ସ୍କୁଲ ଅଫ ଇଞ୍ଜିନିୟରିଂ, ଆରିଜୋନା ଷ୍ଟେଟ ୟୁନଭରସିଟି,
——————————————————-

ସମସ୍ତେ ବ୍ୟକ୍ତିଗତ ଆଇଆଇଟି ଚାହୁଁଛନ୍ତି

ସମ୍ପାଦକ ମହାଶୟ,

ଯାହା ଜଣାପଡ଼ୁଛି ପ୍ରତ୍ୟେକ ନିଜ ପାଇଁ ଗୋଟିଏ ଗୋଟିଏ ଆଇଆଇଟି ଚାହୁଁଛନ୍ତି । ପୂର୍ବରୁ ମୁଁ ଏଭଳି କେତେକ ଇ-ମେଲ ଦେଖିଛି ଯେଉଁଥିରେ କି ଭୁବନେଶ୍ୱର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଆଇଆଇଟି ଦାବି କରାଯାଇଛି ।

ଆଇଆଇଟି ଓଡ଼ିଶାର ଯେଉଁଠାରେ ପ୍ରତିଷ୍ଠିତ ହେଉ ନା କାହିିଁିକି ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ ପଢ଼ିବାର ସୁବିଧା ପାଇବେ । ଆଇଆଇଟି ଏକ ଇସ୍ପାତ କାରଖାନା ନୁହେଁ ଯାହାକି କଞ୍ଚାମାଲ ଉପରେ ନିର୍ଭରଶୀଳ ।

ଏହା ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ପ୍ରଦାନ କରିବ ଏବଂ ସମସ୍ତଙ୍କୁ ସମାନୁପାତିକ ଭାବେ ନିଯୁକ୍ତି ସୁବିଧା ପ୍ରଦାନ କରିବ ।

ତେଣୁ ଏ ବାବଦରେ ଦାବି ଉତ୍ଥାପନ କରିବା ବେଳେ ଆଶାବାଦୀ ଏବଂ ନ୍ୟାୟସଙ୍ଗତ ହେବା ଉଚିତ୍ ।

ଧନ୍ୟବାଦର ସହ
ସଞ୍ଜିତା
ଛାତ୍ରୀ
ଆରିଜୋନା ଷ୍ଟେଟ ୟୁନଭରସିଟି, ଯୁକ୍ତରାଷ୍ଟ୍ର ଆମେରିକା
——————————————————–
ବ୍ରହ୍ମପୁର-ରାଉରକେଲା ଟ୍ରେନ ଚାଲୁ

ମହାଶୟ,

ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥାର ଯୁଗରେ ଓଡ଼ିଶାର ଦୁଇଟି ବୃହତ୍ ସହର ମଧ୍ୟରେ ନିୟମିତ ଟ୍ରେନ ଚଳାଚଳ ବ୍ୟବସ୍ଥା ନାହିଁ ।

ଆଶା କରେ ଦୁଇଟି ଅଞ୍ଚଳର ଲୋକଙ୍କ ଭାବାବେଗକୁ ଅନୁଭବ କରି ରେଳବାଇ ବଜେଟ ପୂର୍ବରୁ ଏହାକୁ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିବା ସହ ଏହି ଦାବିରେ ଜନମତ ସୃଷ୍ଟି କରିପାରିବେ ।

ବ୍ରହ୍ମପୁରରୁ ରାଉରକେଲାକୁ ଏକ ନୂତନ ଏକ୍ସପ୍ରେସ ନଚେତ ବିଶାଖାପଟ୍ଟନମରୁ ରାଞ୍ଚି, ଭାୟା ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଏବଂ ହାତିଆ ଟ୍ରେନ ଚଳାଚଳ କଲେ ଦୁଇ ସହରର ଜନସାଧାରଣଙ୍କ ଉଦେ୍ଧଶ୍ୟ ସାଧିତ ହୋଇପାରନ୍ତା ।

ଧନ୍ୟବାଦ ସହ
ଆର୍.ପି.ତ୍ରିପାଠୀ, ବ୍ରହ୍ମପୁର, ଓଡ଼ିଶା
——————————————————–
ସମସ୍ତେ ବ୍ୟକ୍ତିଗତ ଆଇଆଇଟି ଚାହୁଁଛନ୍ତି

ସମ୍ପାଦକ ମହାଶୟ,

ଯାହା ଜଣାପଡ଼ୁଛି ପ୍ରତ୍ୟେକ ନିଜ ପାଇଁ ଗୋଟିଏ ଗୋଟିଏ ଆଇଆଇଟି ଚାହୁଁଛନ୍ତି । ପୂର୍ବରୁ ମୁଁ ଏଭଳି କେତେକ ଇ-ମେଲ ଦେଖିଛି ଯେଉଁଥିରେ କି ଭୁବନେଶ୍ୱର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଆଇଆଇଟି ଦାବି କରାଯାଇଛି ।

ଆଇଆଇଟି ଓଡ଼ିଶାର ଯେଉଁଠାରେ ପ୍ରତିଷ୍ଠିତ ହେଉ ନା କାହିିଁିକି ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ ପଢ଼ିବାର ସୁବିଧା ପାଇବେ । ଆଇଆଇଟି ଏକ ଇସ୍ପାତ କାରଖାନା ନୁହେଁ ଯାହାକି କଞ୍ଚାମାଲ ଉପରେ ନିର୍ଭରଶୀଳ ।

ଏହା ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ପ୍ରଦାନ କରିବ ଏବଂ ସମସ୍ତଙ୍କୁ ସମାନୁପାତିକ ଭାବେ ନିଯୁକ୍ତି ସୁବିଧା ପ୍ରଦାନ କରିବ ।

ତେଣୁ ଏ ବାବଦରେ ଦାବି ଉତ୍ଥାପନ କରିବା ବେଳେ ଆଶାବାଦୀ ଏବଂ ନ୍ୟାୟସଙ୍ଗତ ହେବା ଉଚିତ୍ ।

ଧନ୍ୟବାଦର ସହ
ସଞ୍ଜିତା
ଛାତ୍ରୀ
ଆରିଜୋନା ଷ୍ଟେଟ ୟୁନଭରସିଟି, ଯୁକ୍ତରାଷ୍ଟ୍ର ଆମେରିକା
——————————————————
ବ୍ରହ୍ମପୁରରେ ଆଇଆଇଟି ପ୍ରତିଷ୍ଠା ହେଉ

ମହାଶୟ,

ବ୍ରହ୍ମପୁରରେ ଏକ ଆଇଆଇଟି ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ଫଳବତୀ ହୋଇନାହିଁ ।

ଦକ୍ଷିଣ ଓଡ଼ିଶାର ଏହି ଅନୁନ୍ନତ ଅଞ୍ଚଳର ଦେଶର ଅନ୍ୟାନ୍ୟ ଅଂଶ ସହ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଏଠାରେ ଆଇଆଇଟି ସ୍ଥାପନ ଉଚିତ୍ ।

ଆଇଆଇଟି ଭଳି ଏକ ଶିକ୍ଷାନୁଷ୍ଠାନ କେବଳ ସମଗ୍ର ଓଡ଼ିଶା ସର୍ବୋପରି ଅନୁନ୍ନତ ଦକ୍ଷିଣ ଓଡ଼ିଶାର ଉନ୍ନତିରେ ସହାୟକ ହୋଇପାରିବ ।

ଦକ୍ଷିଣ ଓଡ଼ିଶରେ ପ୍ରାୟ ୭୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ନିମ୍ନରେ ଥିବା ବେଳେ ୬୫ ପ୍ରତିଶତ ଅଶିକ୍ଷିତ ।

ଅଞ୍ଚଳରେ କୌଣସି ଆନୁସଙ୍ଗିକ ସୁବ୍ୟବସ୍ଥା ନଥିବା ବେଳେ ବ୍ରହ୍ମପୁର ଏକମାତ୍ର ବ୍ୟାବସାୟିକ ପେଣ୍ଠସ୍ଥଳୀ । ଅଞ୍ଚଳରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଏକମାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିସ୍ଥିତି ମଧ୍ୟ ଭଲ ନାହିଁ ।

ରାଜ୍ୟର ୧୦ଟି ଦକ୍ଷିଣାଞ୍ଚଳ ଜିଲ୍ଲାରେ ଗୋଟିଏ ହେଲେ ସରକାରୀ ଇଞ୍ଜନିୟରିଂ କଲେଜ ନାହିଁ ।

ଆଶା କରାଯାଉଛି କେନ୍ଦ୍ର ସରକାର ଏ ଦିଗରେ ଚିନ୍ତା କରି ଅଞ୍ଚଳର ଉନ୍ନତି ନିମନ୍ତେ ଏକ ଆଇଆଇଟି ପ୍ରତିଷ୍ଠା କରିବେ, ଯେପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଅନୁନ୍ନତ ଆଦିବାସୀ ଅଞ୍ଚଳ ରାଉରକେଲା, ଭିଲାଇ ଏବଂ ଦୁର୍ଗାପୁରର ଉନ୍ନତି ନିମନ୍ତେ ଲୌହ ଏବଂ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିଥିଲେ ।

ଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଯେତେବେଳେ ଦେଶକୁ ଉନ୍ନତିର ସୋପାନରେ ନେଉଛି ସେତେବେଳେ ଜାତି ଏକ ଅନୁନ୍ନତ ଅଞ୍ଚଳକୁ ପ୍ରସ୍ତର ଯୁଗରେ ରହିବାକୁ ଦେବା ଅନୁଚିତ୍ ଏବଂ ଏଥିପାଇଁ ଆଇଆଇଟିର ପ୍ରତିଷ୍ଠା ଅପରିହାର୍ଯ୍ୟ ।

ଏଠାରେ ଏକ ଆଇଆଇଟି ପ୍ରତିଷ୍ଠା ହୋଇ ପାରିଲେ କେନ୍ଦ୍ର ସରକାର ଯେ ଏହି ଅଞ୍ଚଳର ଉନ୍ନତି ଦିଗରେ ଚେଷ୍ଟିତ ତାହା ସାଧାରଣରେ ବିଶ୍ୱାସ ଅନୁଭୂତ ହୋଇପାରିବ ।

ଆର.ପି.ତ୍ରିପାଠୀ
ବ୍ରହ୍ମପୁର
————————————————————–
ଅଭିଯୋଗ ଅପେକ୍ଷା ଅନୁରୋଧର ପ୍ରଭାବ ବହୁତ ଅଧିକ

ମହାଶୟ,

ଗାନ୍ଧୀ ଥିଲେ ଏକାଧାରରେ ଜଣେ ସନ୍ଥ, ରାଜନୈତିକ ଏବଂ ସାମାଜିକ ନେତା । ମୋଟ ଉପରେ ସେ ଥିଲେ ଶତାବ୍ଦୀର ବ୍ୟକ୍ତିତ୍ୱ ଏବଂ ଏକ ବିଶାଳ ଜାତିର ପିତା ।

ନିଶ୍ଚିତ ଭାବେ ଜୀବନ କାଳରେ ସେ କୋଟି କୋଟି ଲୋକଙ୍କୁ ସାକ୍ଷାତ କରିଥିବେ ଯେଉଁମାନେ କି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲେ । ନିଜ ଆତ୍ମଜୀବନୀରେ ସେ ଏଭଳି ଅନେକ ନାମ ଉଲ୍ଳେଖ ମଧ୍ୟ କରିଛନ୍ତି ।

ତେବେ ତାଙ୍କ ଅଣନାତି ଯେ ସମସ୍ତ ନାମ ମନେ ରଖି ଥିବେ ଏହା ଭାବିବା ଦୁର୍ଭାଗ୍ୟ । ଏହା କୌଣସି ବ୍ୟକ୍ତିର କ୍ଷମତା ବାହାରେ । ଏହି ପ୍ରସଙ୍ଗ ଉତ୍ଥାପନ କରିବା ସ୍ୱାଗତଯୋଗ୍ୟ, କିନ୍ତୁ ଅଭିଯୋଗ ଅପେକ୍ଷା ଅନୁରୋଧର ପ୍ରଭାବ ଅଧିକ ।

ରଘୁଙ୍କ ପତ୍ନୀଙ୍କ ପରିସ୍ଥିତି ସମ୍ପର୍କରେ ଯେଉଁ ଭଳି ବର୍ଣ୍ଣନା କରାଯାଇଛି ତାହା ଦୁଃଖଦାୟକ । ଗାନ୍ଧୀ କେବେହେଲେ ଭିକ୍ଷାବୃତ୍ତି ଏବଂ ଦୟାର ଜୀବନକୁ ପସନ୍ଦ କରୁନଥିଲେ ।

ସେ ନିଜେ ବହୁ ପରିଶ୍ରମୀ ଥିଲେ ଏବଂ ତାଙ୍କ ଅନୁଗତ ମାନେ କାହାରି ଦୟାରେ ବଞ୍ଚନ୍ତୁ ଏହା ଚାହୁଁ ନଥିଲେ ।

ଧନ୍ୟବାଦର ସହ

ସଞ୍ଜିତା
ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟି
ଯୁକ୍ତରାଷ୍ଟ୍ର ଆମେରିକା
—————————————————————————
ବିଶ୍ୱବାସୀଙ୍କୁ ଖବର ପହଞ୍ଚାଉଥିବାରୁ ମୁଁ ଗର୍ବିତ

ସଂପାଦକ ମହାଶୟ,

ମୋର ଜଣେ ବନ୍ଧୁଙ୍କ ଠାରୁ ଓଡ଼ିଶା ଡ଼ଟ୍ କମ୍ ବିଷୟରେ ଜାଣିଲି । ସଂପୂର୍ଣ୍ଣ ଓଡ଼ିଆରେ ହୋଇଥିବା ଏହି ସାଇଟ ସମଗ୍ର ବିଶ୍ୱବାସୀଙ୍କୁ ଖବର ପହଞ୍ଚାଉଥିବାରୁ ମୁଁ ଗର୍ବିତ । ମୁଁ ଆପଣଙ୍କ ସାଇଟରେ ନିଜକୁ ପଞ୍ଜୀକୃତ କରିବାକୁ ଚାହେଁ ।

ବି.ମୂରଲି ମୋହନ
ଭୂଷଣ ଷ୍ଟିଲ ଆଣ୍ଡ ଷ୍ଟ୍ରିପସ୍ ଲିମିଟେଡ଼
ଜୟଦେବବିହାର, ଭୁବନେଶ୍ୱର
——————————————————-
ଯୋଗ ସମ୍ବନ୍ଧୀୟ ଖବର ପଠାଇବା ପାଇଁ ଆଗ୍ରହୀ

ସଂପାଦକ ମହାଶୟ,

ଓଡ଼ିଶାର ଖବର ପାଇଁ ଓଡ଼ିଶା ଡ଼ଟ୍ କମ୍ ଆକର୍ଷଣୀୟ । ସାଇଟରେ ପ୍ରକାଶିତ କରିବା ପାଇଁ ମୁ ଆପଣଙ୍କ ପାଖକୁ ଯୋଗ ସମ୍ବନ୍ଧୀୟ ଖବରପଠାଇବା ପାଇଁ ଆଗ୍ରହୀ । ଆପଣଙ୍କ ସହଯୋଗ ମିଳିଲେ ମୁ କୃତଜ୍ଞ ହେବି

ସମ୍ମାନର ସହ
ସଂଜୟ କୁମାର ପଣ୍ଡା(ଠିକଣା ଦେଇନାହାନ୍ତି)

——————————————————-
ଓଡ଼ିଶାର ବନ୍ଧୁରେ ୟୁକେ ପାଇଁ ସ୍ୱତନ୍ତ୍ର ପୃଷ୍ଠା କରନ୍ତୁ

ମହାଶୟ,

ମୁଁ ଓଡ଼ିଶାର ବନ୍ଧୁ ବିଭାଗରେ ନାମ ପଞ୍ଜିକୃତ କରିବାକୁ ଚାହୁଁଛି । ୟୁକେ ପାଇଁ ଓଡ଼ିଶା ଡ଼ଟ୍ କମ୍ରେ କୌଣସି ପୃଷ୍ଠା ପାଇଲି ନାହିଁ । ଦୟାକରି ସ୍ୱତନ୍ତ୍ର ପୃଷ୍ଠା କରି ମୋ ନାମ ପଞ୍ଜିକୃତ କରନ୍ତୁ ।

ବିରଞ୍ଚô ନାରାୟଣ ବେହେରା
ମ୍ୟାନେଜର ସୂଚନା ପ୍ରଯୁକ୍ତି
୫୫ ବ୍ରଡ଼ୱେ
ଲଣ୍ଡନ
——————————————————
ସାଇଟରେ ଡ଼ିକ୍ସିନାରୀ ସୁବିଧା ଲପଲବ୍ଧ କଲେ ବଢିଆ ହୁଅନ୍ତା

ନମସ୍କାର

ଗତକାଲି ଓଡ଼ିଶା ଡ଼ଟ୍ କମ୍ ବିଷୟରେ ମୁଁ ଜାଣିବାକୁ ପାଇଲି । ଏହା ଏକ ଭଲ ଓଡ଼ିଆ ସାଇଟ ।

ଆପଣ ଯଦି ସାଇଟରେ ଡ଼ିକ୍ସିନାରୀ(ଇଂରାଜୀ-ଓଡ଼ିଆ ଓ ଓଡ଼ିଆ-ଇଂରାଜୀ) ସୁବିଧା ଲପଲବ୍ଧ କରିବେ ତେବେ ଏହା ଆହୁରି ବଢିଆ ହେବ ।

ସମ୍ମାନର ସହ
ସନ୍ତୋଷ
————————————————————
ମନ୍ତ୍ରୀମାନେ ଆଇଟି କ୍ଷେତ୍ର ପ୍ରତି ଧ୍ୟାନ ଦିଅନ୍ତୁ

ମହାଶୟ,

ମୁଁ ଓଡିଶା ଡଟ୍ କମର ନିୟମିତ ପାଠକ । ଖୁବ ସୁନ୍ଦର ଡିଜାଇନ ସହିତ ସବୁ ପ୍ରମୁଖ ଘଟଣା ବିଷୟରେ ଆମକୁ ଅବଗତ କରାଉଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

ମୁଁ ଗୋଟିଏ ପ୍ରସ୍ତାବ ଦେବାକୁ ଚାହୁଁଛି । ଓଡିଶା ଡଟ୍ କମ୍ରେ ଆଇଟି ବିଭାଗ ଖୋଲି ଏହି କ୍ଷେତ୍ରରେ ଅନ୍ୟ ଅଞ୍ଚଳ ସହ ଭୁବନେଶ୍ୱରର ଏକ ତୁଳନାତ୍ମକଚିତ୍ର ପ୍ରଦାନ କଲେ ଖୁବ ଭଲ ହୁଅନ୍ତା ।

ଆଇଟି କ୍ଷେତ୍ରରେ ଓଡିଶା ବହୁତ ପଛରେ ପଡିଛି । ଆମ ମନ୍ତ୍ରୀମାନେ ଯଦି ଏ କ୍ଷେତ୍ରରେ କିଛି ପଦକ୍ଷେପ ନିଅନ୍ତେ ତାହେଲେ ଆମଭଳି ପିଲାମାନଙ୍କୁ ଚାକିରୀ ଉଦେ୍ଧଶ୍ୟରେ ବାହାରକୁ ଆସିବାକୁ ପଡନ୍ତା ନାହିଁ । ଆଇଟି ଗୋଟିଏ ଏମିତି କ୍ଷେତ୍ର ଯେଉଁଥିରେ ଅଳ୍ପ ପୁଞ୍ଜିରେ ଅଧିକ ଲାଭ ମିଳିଥାଏ । ତେଣୁ ଏହାଦ୍ୱାରା ଓଡିଶାର ରାଜସ୍ୱ ମଧ୍ୟ ବୃଦ୍ଧି ପାଇପାରନ୍ତା ।

ତେବେ ଏହି ସାଧାରଣ କଥା ଆମ ମନ୍ତ୍ରୀମାନେ କାହଁକି ବୁଝି ପାରୁନାହଁନ୍ତି । ଆପଣ ଏ ଦିଗରେ କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା ।

ସଂଜୀତ ରାଉତ, ସଫ୍ଟୱେଆର ଇଂଜିନିୟର
ଆଦିତ୍ୟ କମ୍ପପ୍ଳେକ୍ସ, ହସୁର ରୋଡ
କୋରମଙ୍ଗଳ,ବାଙ୍ଗାଲୋର
—————————————————————
ଅନ୍ ଲାଇନ ଓଡ଼ିଆ ଅନୁବାଦ ସଫ୍ଟୱାୟାର ସୃଷ୍ଟିକାରୀଙ୍କୁ ଅଭିନନ୍ଦନ

ପ୍ରିୟ ସଂପାଦକ ମହାଶୟ,

ମୁଁ ଅନ୍ ଲାଇନ ଓଡ଼ିଆ ଟାଇପିଙ୍ଗ ସଂକ୍ରାନ୍ତିୟ ଖବର ଓଡ଼ିଶା ଡ଼ଟ୍ କମ୍ରେ ପଢିଲି । ଏହା ଏକ ଚମକôାର । ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ଆପଣଙ୍କ ଜରିଆରେ ମୋର ଅଭିନନ୍ଦନ ।

ପ୍ରବାସୀ ଓଡ଼ିଆ ଓଡ଼ିଶା ସରକାରଙ୍କୁ ଦୁର୍ନୀତି ନିବାରଣ ପାଇଁ ଦେଇଥିବା ପ୍ରସ୍ତାବ ଖବର ପାଇଁ ଆପଣଙ୍କୁ ଧନ୍ୟବାଦ ।

ହିରଣ୍ମୟ ଦାଶ
ସିଙ୍ଗାପୁର
—————————————————————
ଅଧିକ ତାଜା ଖବର ଦିଅନ୍ତୁ

ସଂପାଦକ ମହାଶୟ

ମୁ ଓଡ଼ିଶା ଡ଼ଟ୍ କମର ଜଣେ ନିୟମିତ ପାଠକ । ଏହି ସାଇଟକୁ ମୁଁ ବହୁତ ଭଲପାଏ । ନିଜ କାର୍ଯ୍ୟରୁ ଫୁରୁସତ ମିଳିଳେ ଆପଣଙ୍କ ସାଇଟ ଦେଖିଥାଏଁ ।

ଓଡ଼ିଶାର ତାଜା ଖବର ଗୁଡ଼ିକ ସାଇଟରେ ଦେଲେ ଆମେ ଶୀଘ୍ର ପାଇପାରିବୁ ।

ଧନ୍ୟବାଦ ସହ
ପ୍ରଶାନ୍ତ ପାତ୍ର
ତେସିଙ୍ଗା,ମଞ୍ଜୁରୀ ରୋଡ଼
ଭଦ୍ରକ-୭୫୬୧୨୧
——————————————————
ନାଗାର୍ଜ୍ଜୁନ ବେଶ ସମୟରେ ଦଳାଚକଟା ଅନ୍ତରାଳେ

ସଂପାଦକ ମହୋଦୟ,

ନାଗାର୍ଜ୍ଜୁନ ବେଶ ତଦନ୍ତ ସଂପର୍କରେ ପ୍ରକାଶିତ ରିପୋର୍ଟ ଓଡ଼ିଶା ଡ଼ଟ୍ କମ୍ରେ ମୁଁ ପଢିଲି । ହଠାତ୍ ଲେଖିବାକୁ ଇଚ୍ଛା ହେଲା ।

ଖଜୁରି ଗଛର କି ଗୁଣ ଗାଇବା————
ପୁଣିଥରେ କୁଅ ହଜିଗଲା
ଚାଲନ୍ତୁ ପୁଣି ସେଇ ବେସୁରାରେ ଗାଇବା
“ସା ରେ ଗା ମା ପା ଧା ନି ସା’
କଣ ଆଉ କରିବା ସବୁତ ତାଙ୍କରି ଇଚ୍ଛା
ହଁ, ଆପଣ ମାନେ ବୁଝିପାରୁଥିବେ ତାଙ୍କେ କିଏ ।

ବାସୁଦେବ ସ୍ୱାଇଁ
ରିସର୍ଚ୍ଚ ଫେଲୋ(ପିଏଚ୍ଡ଼ି ଛାତ୍ର)
ମିନେରାଲ୍ସ ୟୁଟିଲାଇଜେସନ ଆଣ୍ଡ ମେଟେରିଆଲଲ୍ସ ପ୍ରୋସେସିଂ ଡ଼ିଭିଜନ(ଏମ୍ଏମ୍ପିଡ଼ି)
କୋରିଆ ଇନ୍ଷ୍ଟିଚୁ୍ୟଟ ଅଫ୍ ଜିଓସାଇନ୍ସ ଆଣ୍ଡ ମିନେରାଲ ରିର୍ସୋସେସ୍(କେଆଇଜିଏଏମ୍)
୩୦,କଜୁଙ୍ଗ-ଡ଼ଙ୍ଗ, ୟୁସୁଙ୍ଗ-କୁ
ଟେଇଜୋନ, କୋରିଆ, ୩୦୫-୩୫୦
ଫୋନ-୮୨-୪୨-୮୬୮-୩୭୦୫,୩୬୧୫ (ଅଫିସ)
୮୨-୪୨-୮୬୮-୩୪୭୦(ଘର)
——————————————————–
ମୋର ଠିକଣା ପରିବର୍ତ୍ତନ କରିବାକୁ ଅନୁରୋଧ

ମୁଁ ମୋର କର୍ମକ୍ଷେତ୍ର ଦକ୍ଷିଣ କୋରିଆରୁ ଜର୍ମାନୀକୁ ବଦଳାଇ ଦେଇଛି । ତେଣୁ ଦୟାକରି “ଓଡ଼ିଶାର ବନ୍ଧୁ’ ସ୍ତମ୍ଭରେ ମୋର ଠିକଣା ପରିବର୍ତ୍ତନ କରିଦେବେ ।

ମୋର ନୂତନ ଠିକଣା:
ରମେଶ ଚନ୍ଦ୍ର ମଲ୍ଲିକ
ଇନଷ୍ଟିଚୁ୍ୟଟ ଅଫ ମ୍ୟାଟେରିଆଲ ରିସର୍ଚ୍ଚ
ଡ଼ି-୫୧୧୪୭ କୋଏଲେନ,ଜର୍ମାନୀ
——————————————————–
ଓଡ଼ିଶା ଡ଼ଟ୍ କମ୍’ର ସମ୍ବାଦ ନିଆରା

ମହାଶୟ,

ଓଡ଼ିଶାର ସମସ୍ତ ୱେବ୍ସାଇଟ୍ ମଧ୍ୟରେ “ଓଡ଼ିଶା ଡ଼ଟ୍ କମ୍’ ତାର ସମ୍ବାଦ ପରିବେଷଣ ଶୈଳୀ ପାଇଁ ନିଆରା । ଏହା ରାଜ୍ୟର ଖବର ତୁରନ୍ତ ପରିବେଷଣ କରିବାରେ ସଫଳତା ପାଇଛି ।

ଅନ୍ୟାନ୍ୟ ୱେବ୍ରେ ଚିରାଚରିତ ଢ଼ାଞ୍ଚାରେ ସମ୍ବାଦ ସ୍ଥାନ ପାଉଥିବା ବେଳେ “ଓଡ଼ିଶା ଡ଼ଟ୍ କମ୍’ ରାଜ୍ୟର ଉନ୍ନୟନ ତଥା ସ୍ୱତନ୍ତ୍ର ସମ୍ବାଦକୁ ସ୍ଥାନ ଦେଉଥିବାରୁ ଏହା ମୋର ପସନ୍ଦ ।

ଆପଣଙ୍କ ସଫଳତା ପାଇଁ ମୋର କାମନା ।

“ଓଡ଼ିଶା ଡ଼ଟ୍ କମ୍’ ପାଇଁ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସଦିଛା ଓ ଶୁଭ କାମନା ।

ଏନ.ଆର.ବି. ପଟ୍ଟନାୟକ
ବାଙ୍ଗାଲୋର
——————————————————–
ଜାଭା ସ୍କ୍ରିପ୍ଟର ବ୍ୟବହାର ଠିକ୍ ହେଉନାହିଁ

ମୁଁ ଦୈନିକ “ଓଡ଼ିଶା ଡ଼ଟ୍ କମ୍’ ଦେଖୁଛି । ଇତି ମଧ୍ୟରେ ଏଥିରେ ହୋଇଥିବା ପରିବର୍ତ୍ତନକୁ ମୁଁ ପସନ୍ଦ କରୁଛି ।

ଆପଣ ପେଜ୍ରେ ଜାଭାସ୍କ୍ରିପ୍ଟ ବ୍ୟବହାର କରିଛନ୍ତି । କିନ୍ତୁ ଏହାର ବ୍ୟବହାର ଠିକ୍ ହୋଇନଥିବାରୁ ବ୍ରଡ଼ବ୍ୟାଣ୍ଡ କନେକ୍ସନ୍ରେ ମଧ୍ୟ ପେଜ୍ ଲୋଡ଼୍ ହେବାକୁ ଏକ ମିନିଟ୍ରୁ ଅଧିକ ସମୟ ଲାଗୁଛି । ଫଣ୍ଟ ସମସ୍ୟା ମଧ୍ୟ ସମ୍ପୂର୍ଣର୍ ସମାଧାନ ହୋଇନାହିଁ ।

ମୁଁ ଆଶାକରେ ମୋର ପତ୍ରଟିକୁ ଆପଣ ସକାରାତ୍ମକ ଭାବେ ନେବେ । କାରଣ “ଓଡ଼ିଶା ଡ଼ଟ୍ କମ୍’ ବିଶ୍ୱର ସର୍ବଶ୍ରେଷ୍ଠ ଭାଷା ଭିତ୍ତିକ ୱେବ୍ ସାଇଟ୍ ହେଉ ବୋଲି ମୁଁ ଚାହେଁ ।

ଦୀପକ ଧାମୁରିଆ
ଟିସିଏସ, ଚେନ୍ନାଇ
——————————————————-
ପୁରୀ ସମ୍ବାଦ ପରିବେଷଣ ନିମ୍ନମାନର

ସାର୍,

ଯୁକ୍ତରାଷ୍ଟ୍ର ଆମେରିକାର ଇରଭିନ୍ରେ ଥିବା ଆମେ କିଛି ଓଡ଼ିଆ ଆପଣଙ୍କ “ଓଡ଼ିଶା ଡ଼ଟ୍ କମ୍’ର ନିୟମିତ ପାଠକ ।

କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଦଳାଚକଟା ଘଟଣା ସମ୍ପର୍କରେ ଆପଣଙ୍କ ୱେବ୍ସାଇଟ୍ରେ ଠିକ୍ ଭବେ ସମ୍ବାଦ ପରିବେଷିତ ହୋଇନଥିବାରୁ ଆମେ ନିରାଶ ହୋଇଛୁ ।

ପୁରୀ ଘଟଣାବଳୀ ସମ୍ପର୍କରେ ଆପଣଙ୍କ ସମ୍ବାଦ ଥିଲା ନିମ୍ନମାନର । ଦୟାକରି ଆପଣଙ୍କ ୱେବସାଇଟ୍ର ପୁରୀ ସାମ୍ବାଦିକଙ୍କୁ ତୁରନ୍ତ ବଦଳାନ୍ତୁ । ପ୍ରତି ସମ୍ବାଦରେ କିଛି ଫଟୋଗ୍ରାଫ ଦେବାକୁ ଚେଷ୍ଟା କରନ୍ତୁ ।

ଖୁବ୍ ଶୀଘ୍ର ଆମେ ଏଠାରେ ଏକ ଓଡ଼ିଆ ସଭାର ଆୟୋଜନ କରୁଛୁ । ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଇଛା କରୁଛୁ ।

ଆପଣଙ୍କର
ରୋଜେମାରି ମହାନ୍ତି
ଓଏଲଏ,ୟୁଏସଏ, ମେମ୍ବର
——————————————————-
ଓଡ଼ିଶା ଷଡ଼ଯନ୍ତ୍ରର ଶିକାର

ପ୍ରିୟ ମହାଶୟ,

ଓଡ଼ିଶା ବିରୋଧରେ ଏବେ ଏକ ବିରାଟ ଷଡ଼ଯନ୍ତ୍ର ହେଉଛି । ପଶ୍ଚିମ ବଙ୍ଗର ହଳଦିଆ ଠାରେ ଇଣ୍ଡିଆନ ଅଏଲ୍ ୧୫ ଏମଏମଟିର ଏକ ତୈଳ ବିଶୋଧନାଗାର ପ୍ରତିଷ୍ଠା ସକାଶେ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

ଇତି ମଧ୍ୟରେ ପୂର୍ବରୁ ହଳଦିଆଠାରେ ଇଣ୍ଡିଆନ ଅଏଲର ଥିବା ତୈଳ ବିଶୋଧନାଗାରର କ୍ଷମତା ବୃଦ୍ଧି ପାଇଁ କମ୍ପାନୀ ଅଧିକ ନିବେଶ ଆରମ୍ଭ କରିଛି । ଯଦି ସେଠାରେ କମ୍ପାନୀ ନୂତନ ଅଏଲ ରିଫାଇନାରୀ ପ୍ରତିଷ୍ଠା କରେ ତେବେ ଓଡ଼ିଶାର ପାରାଦୀପଠାରେ ପ୍ରସ୍ତାବିତ ତୈଳ
ବିଶୋଧନାଗାରର ସମ୍ଭାବନା ସବୁଦିନ ପାଇଁ ବନ୍ଦ ହୋଇଯିବା ନିଶ୍ଚିତ ।

ବିନା କାରଣରେ ପାରାଦୀପ ତୈଳ ବିଶୋଧନାଗାର ନିର୍ମାଣରେ ବିଳମ୍ବ କରାଯାଉଛି । ଖୁବ୍ ଶୀଘ୍ର ଇଣ୍ଡିଆନ ଅଏଲ ପାରାଦୀପ-ହଳଦିଆ ପାଇପ ଲାଇନ ପ୍ରତିଷ୍ଠା କରିବ । ଥରେ ଏହା କାର୍ଯ୍ୟକ୍ଷମ ହୋଇଗଲେ ହଳଦିଆ ରିଫାଇନାରୀ ପାଇଁ ଅଶୋଧିତ ତୈଳର ଅଭାବ ରହିବ ନାହିଁ ।

ହଳଦିଆରେ ନଦୀ ଭିତ୍ତିକ ବନ୍ଦର ହୋଇଥିବାରୁ ଏହା ଅଶୋଧିତ ତୈଳ ଗଛିତ ରଖିବା ସମ୍ଭବ ନୁହେଁ । ତେଣୁ ପ୍ରସ୍ତାବିତ ପାଇପ ଲାଇନ୍ ଉପରେ ସେଠାରେ ରିଫାଇନାରୀ ନିର୍ଭରଶୀଳ । ତେଣୁ ପାରାଦୀପରେ ରିଫାଇନାରୀ ପ୍ରତିଷ୍ଠା ଶେଷ ହେବା ପର୍ଯ୍ୟନ୍ତ ପ୍ରସ୍ତାବିତ ପାଇପ ଲାଇନ୍ କାର୍ଯ୍ୟ ବନ୍ଦ କରାଯିବାର ଆବଶ୍ୟକତା ଅଛି ।

ନଚେତ ଭୁବନେଶ୍ୱରରୁ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ କୋଲକାତାକୁ ଉଠିଯିବା ଭଳି ପରିସ୍ଥିତି ସୃଷ୍ଟି ହେବ । ଓଡ଼ିଶା ସରକାର ଏବେ କେବଳ ଏମଓୟୁ (ବୁଝାମଣା ପତ୍ର) ସ୍ୱାକ୍ଷର କରି ଚାଲିଛନ୍ତି । କିନ୍ତୁ କୌଣସିଟିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇନାହିଁ ।

ଏବେ ଏମଓୟୁ ଦସ୍ତଖତ ବନ୍ଦ କରି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓଡ଼ିଶା ଗସ୍ତ ବେଳେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାଞ୍ଚଳ ଗସ୍ତ କରିପାରିନଥିଲେ । ଯଦି ଶ୍ରୀ ସିଂହ ସେ ଅଞ୍ଚଳକୁ ଯାଇ ନପାରିଲେ ତେବେ ପରିସ୍ଥିତି ସେଠାରେ କ’ଣ ହୋଇଥିବା ତାହା ଅନୁମେୟ ।

ପ୍ରଧାନମନ୍ତ୍ରୀ ୨୦୦ କୋଟି ଟଙ୍କାର ବନ୍ୟା ସାହାଯ୍ୟ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଓଡ଼ିଶାକୁ ମିଳିଲା ମାତ୍ର ୨୫ କୋଟି । ସେ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ ସାଇନ୍ସ ଭୁବନେଶ୍ୱର ଇନଷ୍ଟିଚୁ୍ୟଟ ଅଫ ଫିଜିକ୍ସରେ ଆରମ୍ଭ ହେବ କହିଥିଲେ ମଧ୍ୟ ଏହା କେବେ ଓ କିପରି ହେବ?

କେନ୍ଦ୍ର ସରକାର ଆମ ରାଜ୍ୟର କେବିକେ ଯୋଜନାକୁ ବନ୍ଦ କରି ଦେଇଥିଲେ ମଧ୍ୟ ଆମେ ସୋନିଆ ଓ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଜଣାଉଛୁ ।

ଆମେ ସର୍ବଦା ଷଡ଼ଯନ୍ତ୍ରର ଶିକାର ହେଉଛୁ । ଆମ ରାଜ୍ୟରେ କଣ ବୁଦ୍ଧିଜୀବୀ ନାହାନ୍ତି? ପଶ୍ଚିମ ବଙ୍ଗରେକମୁ୍ୟନିଷ୍ଟ ମାନେ ଉଦ୍ୟୋଗୀକରଣକୁ ସମର୍ଥନ ଜଣାଉଥିବା ବେଳେ ଓଡ଼ିଶାରେ ତାହାକୁ ବିରୋଧ କରିବା ଏକ ଷଡ଼ଯନ୍ତ୍ର ନୁହେଁତ ଆଉ କ’ଣ?

ଆମ ରାଜନେତାମାନେ ବିଧାନସଭାରେ ପରସ୍ପର ଲଢ଼େଇ କରୁଛନ୍ତି କିନ୍ତ ଲୋକସଭାରେ ମୁହଁ ଖୋଲି ପାରୁନାହାନ୍ତି । ରେଳମନ୍ତ୍ରୀ ଲାଲୁ ଯାଦବ ଅନେକ ରାଜ୍ୟକୁ ଗରିବ ରଥ ଉପହାର ଦେଇଥିବା ବେଳେ ଓଡ଼ିଶାକୁ ଭୁଲି ଯିବା ଆଶ୍ଟର୍ଯ୍ୟର କଥା ।

ଏବେ କେନ୍ଦ୍ର ସରକାର ରେଳପଥ ଓ ବନ୍ଦର ଉନ୍ନତି ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । କିନ୍ତୁ ଓଡ଼ିଶାରେ ଅନ୍ୟାନ୍ୟ ରାଜ୍ୟ ସହ ତୁଳନାତ୍ମକ ଭାବେ ରେଳପଥ ନାହିଁ । ବିହାର ଓ ପଶ୍ଚିମ ବଙ୍ଗରେ ପ୍ରତ୍ୟେକ ଜିଲ୍ଲାରେ ରେଳପଥ ଥିବା ବେଳେ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଳପଥ ଯାଇନାହିଁ । ଯେପରିକି ଏହା ଆଫ୍ରିକା ।

ଓଡ଼ÿିଆ ସଂସ୍କୃତି ଅପେକ୍ଷା ଅନ୍ୟ କୌଣସି ସଂସ୍କୃତି ବଡ଼ ନଥିଲେ ମଧ୍ୟ ଆମେ ଆଜି କଳାହାଣ୍ଡିର ଗରିବିକୁ ନେଇ ବିଶ୍ୱସ୍ତରରେ ପରିଚିତ । ଆମର ଖଣିଜ ସମ୍ପଦ ଥାଇ ମଧ୍ୟ ରାଉରକେଲାରେ ଗୋଟିଏ ଛୋଟ ଇସ୍ପାତ କାରଖାନା ଅଛି ।

ମାତ୍ର ପଶ୍ଚିମ ବଙ୍ଗରେ ଖଣି ନଥାଇ ମଧ୍ୟ ଦୁଇଟି ଇସ୍ପାତ କାରଖାନା । ସେହିଭଳି ଓଡ଼ିଆ ଭାଷାକୁ ରାଜ୍ୟରେ ସ୍ନାତକ ପର୍ଯ୍ୟନ୍ତ ବାଧ୍ୟତାମୂଳକ କରାଯିବା ଉଚିତ ।

ମଧୁବାବୁ, ବିଜୁ ବାବୁ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ସୁବାଷ ବୋଷ, ଜୟଦେବ ଏବଂ ରାଧାନାଥ ରାୟଙ୍କୁ ପୂଜା କରିବାର ସମୟ ଆସିଛି । ସେମାନେ ଯଦି ପଶ୍ଚିମବଙ୍ଗରେ ଜନ୍ମ ହୋଇ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିଥାନ୍ତେ ଆଜି ବି ଦରବାରରେ ପ୍ରସିଦ୍ଧି ପାଇଥାନ୍ତେ ।

ନିଜକୁ ଓଡ଼ିଆ ଭାବି ଗର୍ବିତ ହେବା ସହ ଭାଇଭଉଣୀଙ୍କ ସହ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତୁ ।

ଜୟ ଜଗନ୍ନାଥ ସ୍ୱାମୀ

ବି.କେ. ବେହେରା
ଇଣ୍ଡିଆନ ଅଏଲ କର୍ପୋରେସନ
ବାଲେଶ୍ୱର , ଓଡ଼ିଶା
——————————————————–
ସହଯୋଗର ହାତ ବଢ଼ାଇଥିବାରୁ ଧନ୍ୟବାଦ

ପ୍ରିୟ ବନ୍ଧୁ,

ଶୁଭେଛା ନେବେ

“ମିଶନ ଆଶ୍ରା’ର ମିଶନ ସମ୍ପର୍କରେ ଆପଣଙ୍କ ଖବରରେ ଆମେ ଉତ୍ସାହିତ । ଅନ୍ୟ ମଣିଷଙ୍କ ପାଇଁ ଚିନ୍ତା କରୁଥିବା ମଣିଷ ଜାତି ପାଇଁ ଏହି ମିଶନ୍ ଉଦ୍ଧିଷ୍ଟ । ଏହା ନିଃସନେ୍ଦହ ଯେ, ଆଜିକାର ଲୋକ କେବଳ ନିଜ ସ୍ୱାର୍ଥ ପାଇଁ ଦୌଡ଼ୁଛନ୍ତି ।

ଆପଣଙ୍କ ଭଳି ଖୁବ୍ କମ୍ ଲୋକ ଆମ ସହ ହାତ ମିଳାଇବାକୁ ଆଗେଇ ଆସିଛନ୍ତି । ଆମ ସମାଜର ଯେଉଁ ମା’ ଓ ଭଉଣୀଙ୍କ କଥା କେହି ଶୁଣୁ ନାହାନ୍ତି ଆମେ ସେମାନଙ୍କ କଥା ସାଙ୍ଗ ହୋଇ ଚିନ୍ତା କରିପାରିବା । ସହଯୋଗର ହାତ ବଢ଼ାଇଥିବାରୁ ଆପଣଙ୍କୁ ଧନ୍ୟବାଦ ।

“ମିଶନ୍ ଆଶ୍ରା’ ଟିମ୍ର ସମସ୍ତ ସଦସ୍ୟଙ୍କ ପକ୍ଷରୁ ମୁଁ ଆପଣଙ୍କ ମଙ୍ଗଳ ନିମନ୍ତେ ମା’ ଦୂର୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଧନ୍ୟବାଦର ସହ
ଗୋବିନ୍ଦ
——————————————————-
ଓଡ଼ିଆ ଭାଷା ସମ୍ପର୍କିତ ସମ୍ବାଦ ଦିଅନ୍ତୁ

ପ୍ରିୟ ମହାଶୟ,

ବାସ୍ତବିକ୍ “ଓଡ଼ିଶା ଡ଼ଟ୍ କମ୍’ ବହୁତ ଭଲ ୱେବ୍ ସାଇଟ୍ । ଦୟାକରି ଓଡ଼ିଆ ଭାଷା ସମ୍ପର୍କିତ ସମସ୍ତ ସମ୍ବାଦ ଆପଣଙ୍କ ୱେବ ସାଇଟ୍ରେ ସ୍ଥାନ ଦିଅନ୍ତୁ । ଓଡ଼ିଆ ଭାଷାର ଲୋକାଲାଇଜେସନ୍ ସମ୍ପର୍କରେ ଏକ ବିଭାଗ ଆପଣଙ୍କ ୱେବ ସାଇଟ୍ରେ ରହିଲେ ସାଧାରଣ ଲୋକେ ଏ ସମ୍ପର୍କରେ ଜାଗ୍ରତ ହୋଇ ପାରନ୍ତେ ।

ଓଡ଼ିଆ ଭାଷାର ଇତିହାସ ବେଶ୍ ଉନ୍ନତ । ଲୋକମାନେ ଏ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ଅଛି । ଦେଶରେ ଥିବା ୧୮/୨୦ଟି ସରକାରୀ ଭାଷା ମଧ୍ୟରେ ଓଡ଼ିଆ ଅନ୍ୟତମ ।

ଦେଶରେ କେବଳ ୫% ଲୋକ ଇଂରାଜୀ କହୁଥିବା ବେଳେ ୩୦ରୁ ୪୦% ଭାରତୀୟ ହିନ୍ଦୀ ଜାଣନ୍ତି । କିନ୍ତୁ ୮୫ରୁ ୯୦% ଲୋକ ପ୍ରାନ୍ତୀୟ ଭାଷାରେ କଥା କୁହନ୍ତି ।

ଓଡ଼ିଆ ଭାଷା ପାଇଁ ଲଢ଼େଇ କରିବାର ଆବଶ୍ୟକତା ଅଛି । ଓଡ଼ିଶାରେ ଏହା ସରକାରୀ ଭାଷା ଘୋଷିତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ହୋଇନଥିବାରୁ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।

ଧନ୍ୟବାଦର ସହ

ଭି.ଏମ.କୁମାରସ୍ୱାମୀ, ଏମବିଏ
ଫାଉଣ୍ଡର ଆଣ୍ଡ ମଡ଼ରେଟର
ଇଣ୍ଡିଆ ଆରଟିଆଇ ଆଣ୍ଡ ଇ-ଗଭର୍ଣ୍ଣ ଇଣ୍ଡିଆ
——————————————————-
ସୁଜି କାକରା ଓ ମାଲପୁଆର ସ୍ୱାଦ ଚମକ୍ରାର

ପ୍ରିୟ ବର୍ଣ୍ଣିକା ମାଡ଼ାମ,

ଆପଣ କେମିତି ଅଛନ୍ତି? ଆଶା କରେ ମା’ ଦୂର୍ଗାଙ୍କ କୃପାରୁ ଭଲରେ ଥିବେ ଏବଂ ଦୂର୍ଗୋତ୍ସବକୁ ଉପଭୋଗ କରୁଥିବେ ।

ଆପଣଙ୍କ ଦ୍ୱାରା ଲିଖିତ ପଦ୍ଧତି ଅନୁଯାୟୀ ମୁଁ ନିକଟରେ ସୁଜି କାକରା ଏବଂ ମାଲପୁଆ ପ୍ରସ୍ତୁତ କରିଥିଲି । ଆପଣ ଭାବି ପାରିବେନି ତାହା କେତେ ସୁସ୍ୱାଦୁ ହୋଇଥିଲା ।

କେବଳ ଆପଣ ଏହି ଆଇଟମ୍ ପ୍ରସ୍ତୁତ କରିବାର ପ୍ରଣାଳୀକୁ ପର୍ଯ୍ୟାୟ କ୍ରମେ ବୁଝାଇ ପାରିଥିବାରୁ ମୁଁ ତାହା ତିଆରି କରିବା ସହଜ ଅନୁଭବ କଲି ।

ଏପରିକି ମୁଁ ଅଦା ହିଙ୍ଗୁ ଖେଚିଡ଼ି ଏବଂ ଦହି ଭାତ ତିଆରି କଲି, ଯାହାକି ବହୁତ ସୁସ୍ୱାଦୁ ହୋଇଥିଲା । ମୋର କେତେକ ଆମେରିକୀୟ ବନ୍ଧୁ ଏହାର ସ୍ୱାଦକୁ ଖୁବ୍ ପସନ୍ଦ କରିଥିବାରୁ ମୁଁ ଆପଣଙ୍କୁ ମେଲ୍ ନଦେଇ ରହି ପାରିଲି ନାହିଁ ।

ଆପଣ ଯଦି କିଛି ଭାବିବେନି, ତେବେ ମୁଁ ଆଉ କିଛି ଚିକେନ୍ ଡ଼ିସ୍ ବାବଦରେ ଲେଖିବାକୁ ଅନୁରୋଧ କରିବ ।

ଧନ୍ୟବାର ସହ
ତପସ୍ୱିନୀ ନନ୍ଦ
ଯୁକ୍ତରାଷ୍ଟ୍ର ଆମେରିକା
——————————————————
ପଶୁବଳି ବନ୍ଦ ହେଉ

ନମସ୍କାର,

ମୁଁ ଏହି ଲେଖା ଓଡ଼ିଶା ଡ଼ଟ୍ କମ୍ର ସେପ୍ଟେମ୍ବର୨୯,୨୦୦୬ ର ସମ୍ବାଦ “ସପ୍ତମୀରେ ଦୁଇଟି ମନ୍ଦିରରେ ଶତାଧିକ ପଶୁବଳି’ ପଢିବା ପରେ ପୃଥିବୀର ସମସ୍ତ ଲୋକଙ୍କୁ ଆହ୍ୱାନ କରି ଲେଖୁଅଛି ।

ଆଜିର ଏହି ଯୁଗରେ ବି ପଶୁବଳି ଦେବା କଥା କିଛି ଅଲଗା ଲାଗୁଛି । ପଢି ଅତ୍ୟନ୍ତ ଦୁଃଖ ଲାଗିଲା ଯେ, ସାତଭାୟା ଓ ରାଜନଗର ଗ୍ରାମରେ ପବିତ୍ର ସପ୍ତମୀ ଦିନ ପ୍ରାୟ ୨୫୦ପଶୁଙ୍କୁ ବଳି ଦିଆଯାଇଥିଲା । ଏହିପରି କିଛି ଦିନ ପୂର୍ବେ ଧାମନଗରରେ ମଧ୍ୟ ପଶୁବଳି ଦିଆଯାଇଥିବା କଥା ସାମନାକୁ ଆସିଥିଲା । ଏବେ ଯୁଗ ବଦଳି ଗଲାଣି ।

ପଶୁବଳି ଦେଉଥିବା ଲୋକଙ୍କୁ କହିବାକୁ ଚାହେଁ ଯେ, ଯାହା ପଶୁପ୍ରେମୀ ଓ ସମାଜସେବୀ ବିରୋଧ କରୁଛନ୍ତି ତାହା ଠିକ୍ । ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ, ଆସନ୍ତୁ ଆଜିର ଏହି ଯୁଗରେ ପଶୁବଳିର ପ୍ରଥାକୁ ଲୋପ କରିବା ।

ଆସନ୍ତୁ ଆଜି ଶପଥ ନେବା ଯେ, ଯେକୌଣସି ପଶୁ ହେଉନା କାହିଁକି ଆମେ ତାର ବ‚ôବାର ଅଧିକାରକୁ ଛଡ଼େଇ ନେବାନାହିଁ ।

ଧନ୍ୟବାଦ
ୟୋଗେଶ ଭାୟାଣୀ
ଦୁବାଇ
——————————————————-
ସାଇଟରେ ଭଜନ ଓ ଗୀତ ଦିଅନ୍ତୁ

ନମସ୍କାର,

ଯଦି ଓଡ଼ିଶା ଡ଼ଟ୍ କମ୍ରେ କିଛି ଓଡ଼ିଆ ଗୀତ(ଭଜନ, ଆଧୂନିକ) ଦିଆଯାଆନ୍ତା ଭଲ ହୁଅନ୍ତା ।

ଧନ୍ୟବାଦ
କମଳ ଲୋଚନ ନାୟକ
ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଲୀ-୧୧୦୦୦୧
——————————————————–
ପୂଜା ଫଟୋ ଓ ରିପୋର୍ଟ ପାଇଁ ଧନ୍ୟବାଦ

ସଂପାଦକ ମହୋଦୟ,

ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହୋଇଥିବା ପୂଜାର ଫଟୋ ଓ ରିପୋର୍ଟ ପ୍ରକାଶିତ କରିଥିବାରୁ ଧନ୍ୟବାଦ । ଘରଠାରୁ ବହୁ ଦୂରରେ ଥାଇ ମଧ୍ୟ ଏସବୁ ଦେଖି ପାରିଥିବାରୁ ବହୁତ ଖୁସି ।

ଆପଣ ପ୍ରକାଶିତ କରିଥିବା ରିପୋର୍ଟ ମଧ୍ୟରୁ ପଶ୍ଚିମଓଡ଼ିଶାରେ ଭାଇମାନଙ୍କ ପାଇଁ ଭଉଣୀମାନଙ୍କ ଉପବାସ, ଦୁର୍ଗାଙ୍କ ଚିତ୍ରକଳାର ଫଟୋ, ମତେ ଭଲ ଲାଗିଲା ।

ଭଉଣୀମାନେ କରୁଥିବା ଉପବାସ ଓ ତାହା କିପରି ପ୍ରକୃତି ସହ ଜଡ଼ିତ ଏହି ବିଷୟ ପଢି ଖୁସି ଲାଗିଲା ।

ଏଭଳି ସୁନ୍ଦର ରିପୋର୍ଟ ପ୍ରକାଶିତ କରିଥିବାରୁ ଧନ୍ୟବାଦ ।

ସଂଜିତା
ପିଏଚ୍ଡ଼ି, କେମେଷ୍ଟ୍ରି
ଆରିଜୋନା ଷ୍ଟେଟ ୟୁନିଭରସିଟି
——————————————————-
ଓଡ଼ିଶା ଡ଼ଟ୍ କମ୍ ଏକ ଭଲ ସାଇଟ

ମୁ ଓଡ଼ିଶା ଡ଼ଟ୍ କମ୍ ନିୟମିତ ଦେଖେଁ । ଏହା ଏକ ଭଲ ସାଇଟ ।

ନାଥୁରାମକୁ ଧରିଥିବା ବ୍ୟକ୍ତିଙ୍କ ବିଧବା ପନôୀଙ୍କ ଅସୁବିଧାକୁ ନେଇ ପ୍ରକାଶିତ ଖବର ଏକ ସର୍ବୋତ୍ତମ ଖବର ।

ସୌଭାଗ୍ୟ କର
ପିଆଇବି, ନୂଆଦିଲ୍ଲୀ
——————————————————–
ଇମେଲ/ଫରୱାଡ଼ିଂ ସୁବିଧା କରନ୍ତୁ

ମହାଶୟ,

ଆପଣମାନଙ୍କୁ ନବରାତ୍ରୀ ଓ ଦଶହରା ଅଭିନନ୍ଦନ । ମୁଁ ବର୍ତ୍ତମାନ ନିୟମିତ ଓଡ଼ିଶା ଡ଼ଟ୍ କମ୍ ଦେଖୁଛି । ବିଶ୍ୱରେ ରହୁଥିବା ଓଡ଼ିଆ ମାନଙ୍କୁ ଏହି ସାଇଟ ବହୁତ ସାହାଯ୍ୟ କରୁଛି ।

ଆପଣଙ୍କ ସାଇଟର କୌଣସି ଲେଖା ନିଜର ବନ୍ଧୁ ପାଖକୁ ପଠାଇବା ପାଇଁ ଇମେଲ/ଫରୱାଡ଼ିଂ ସୁବିଧା କରିବା ପାଇଁ ପ୍ରସ୍ତାବ ଦେଉଛି ।

ଏହାଦ୍ୱାରା ବହୁତ ଲୋକ ସାଇଟ ବିଷୟରେ ଜାଣିପାରିବେ ।

ଧନ୍ୟବାଦ
ଅଲକେଶ ଭାୟାଣୀ
ଚାନ୍ଦବାଲି, ଭଦ୍ରକ, ଓଡ଼ିଶା
——————————————————-
କ୍ୟାଲେଣ୍ଡର ପୃଷ୍ଠାର ନବୀକରଣ କରନ୍ତୁ

ମହାଶୟ,

ମୁଁ ଓଡ଼ିଶା ଡ଼ଟ୍ କମ୍ର ଜଣେ ନିୟମିତ ପାଠକ । ଗତ କିଛି ମାସ ହେଲା ଏକ ବିଚିତ୍ର ବିଷୟ ମୋ ନଜରକୁ ଆସିଛି । ଏହି ସାଇଟର କର୍ତ୍ତୃପକ୍ଷ କ୍ୟାଲେଣ୍ଡର ସ୍ତମ୍ଭ ପ୍ରତି ଧ୍ୟାନ ଦେଉନାହାନ୍ତି ।

ଉକ୍ତ ସ୍ତମ୍ଭରେ ୨୦୦୫ର କ୍ୟାଲେଣ୍ଡର ଦେଖାଯାଉଛି । ଚଳିତ ବର୍ଷର କ୍ୟାଲେଣ୍ଡର ଦିଅନ୍ତୁ ଯାହା ଓଡ଼ିଆ ଲୋକମାନଙ୍କୁ ସାହାଯ୍ୟ କରିବ ।

ଆଶା କରୁଛି ଏହି ସ୍ତମ୍ଭରେ ଯଥାଶୀଘ୍ର ସଂଶୋଧନ ହେବ

ଧନ୍ୟବାଦ ଓ ସମ୍ମାନର ସହ

ରଶ୍ମିତ କୁମାର ପରିଡ଼ା
ଏସୋସିଏଟସ୍ ପ୍ରୋଜେକ୍ଟ
——————————————————-
ବିଶ୍ୱବ୍ୟାପୀ ଓଡ଼ିଆଙ୍କୁ ଖବର ଦେଉଥିବାରୁ ଆପଣଙ୍କୁ ଅଭିନନ୍ଦନ

ସଂପାଦକ ମହୋଦୟ
ଓଡ଼ିଶା ଡ଼ଟ୍ କମ୍

ମହାଶୟ,

ମୁଁ ପ୍ରତିଦିନ ଓଡ଼ିଶା ଡ଼ଟ୍ କମ୍ ଦେଖେ । ଏହା ଏକ ଭଲ ସାଇଟ । ଦୁବାଇର ମୋର ଜଣେ ବନ୍ଧୁଙ୍କଠାରୁ ସାଇଟ ବିଷୟରେ ଜାଣିଥିଲି ।

ଆପଣ କରିଥିବା ସାଇଟ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ପାଇଁ ପଠନପଯୋଗୀ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ।

ପ୍ରବୋଧ ନାୟକ
ଆକାଉଣ୍ଟେଣ୍ଟ
ଦୁବାଇ
——————————————————
ପ୍ରଶଂସନୀୟ ଉଦ୍ୟମ

ପ୍ରିୟ ବନ୍ଧୁ

ମୁଁ ନୂଆଦିଲ୍ଲୀରେ ରସାୟନ ବିଜ୍ଞାନରେ ଗବେଷକ ଭାବେ କାର୍ଯ୍ୟରତ । ମୁଁ ଓଡ଼ିଶା ପରିବାରର ସଦସ୍ୟ ହୋଇପାରିଲେ ଗର୍ବିତ ଅନୁଭବ କରିବି ।

ମୁଁ ସାମାନ୍ୟ ଫୁରସତ୍ ପାଇଲେ “ଓଡ଼ିଶା ଡ଼ଟ୍ କମ୍’ ୱେବସାଇଟ୍ ଦେଖିଥାଏ । ପ୍ରକୃତରେ ଅପଣଙ୍କ ଉଦ୍ୟମ ପ୍ରଶଂସନୀୟ । ଓଡ଼ିଶା ଏବଂ ଓଡ଼ିଆ ଭାଷାର ଉନ୍ନତି ଦିଗରେ ଆପଣଙ୍କ ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରୁଛି ।

ଧନ୍ୟବାଦର ସହ
ରାଜେଶ ଦାସ
ଇଷ୍ଟ ଅଫ କୈଳାସ, ନୂଆଦିଲ୍ଲୀ
—————————————————————————
ଓଡ଼ିଆ ସଂସ୍କୃତି ପ୍ରତି ଏକ ବଡ଼ ଅବଦାନ

ପ୍ରିୟ ବନ୍ଧୁ

ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ ଓଡ଼ିଶା ଡ଼ଟ୍ କମ୍ ଏକତ୍ରିତ କରୁଥିବା ମାଧ୍ୟମ ହୋଇଥିବା ଦେଖି ଖୁସି ହେଲି । ଏହା ଓଡ଼ିଆ ସଂସ୍କୃତି ପ୍ରତି ଏକ ବଡ଼ ଅବଦାନ ।

ନିତ୍ୟାନନ୍ଦ ଉପାଧ୍ୟାୟ
ଜନ୍ମ:ହାଟବଦଡ଼ା, ମୟୁରଭଞ୍ଜ, ଓଡ଼ିଶା
ବର୍ତ୍ତମାନର ଠିକଣା: ୩୫୧, ଡ଼ଃ ଲକ୍ଷ୍ମଣ ସ୍ୱାମୀ ସଲାଇ
କେ.କେ.ନଗର, ଚେନ୍ନାଇ-୭୮
ତାମିଲନାଡ଼ୁ
——————
ବୈଦ୍ୟନାଥ ସିଂଙ୍କୁ ଅଭିନନ୍ଦନ

ଶ୍ରୀଯୁକ୍ତ ସିଂ,

ଆଜି ମୁଁ ଓଡିଶା ଡଟ୍ କମ୍ରେ ଆପଣ ଦେଇଥିବା ସାକ୍ଷାତକାର ବିଷୟରେ ପଢିଲି । ଆଦିବାସୀ ଓ ପଛୁଆ ଗ୍ରାମବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶର ସୁରକ୍ଷା ନିମନ୍ତେ ଆପଣ କରିଥିବା ତ୍ୟାଗ, ଉଦ୍ୟମ ଓ ସାହସିକ ପଦକ୍ଷେପ ବିଷୟରେ ଜାଣି ମୁଁ ବହୁତ ଖୁସି ହେଲି । ମୋର ଆପଣଙ୍କ ସମାଜ କଲ୍ୟାଣ ଉପରେ ଅଳ୍ପ ଧାରଣା ଥିଲା ।

ମାତ୍ର ଓଡିଶା ଡଟ୍ କମ୍ରେ ଆପଣଙ୍କ ସମ୍ପୁର୍ଣ୍ଣ ସାକ୍ଷାତକାର ପଢିଲା ପରେ ଆଜିବି ଏହି ଦୁନିଆରେ ଆପଣଙ୍କ ଭଳି ଲୋକ ଥିବାର ମୁଁ ଜାଣିପାରୁଛି । ମୋ ମତରେ,ଏହି ସାକ୍ଷାତକାର କେତେକ ଆଞ୍ଚଳିକ ଓ ଜାତୀୟ ଖବରକାଗଜରେ ପ୍ରକାଶିତ ହେବା ଉଚିତ୍୍ ।

ଏହିଭଳି ସାକ୍ଷାତକାର ପ୍ରକାଶ କରିଥିବାରୁ ମୁଁ ଓଡିଶା ଡଟ୍ କମ୍କୁ ଧନ୍ୟବାଦ ଜଣାଉଅଛି ଓ ଏହାର ଚେଷ୍ଟାକୁ ପ୍ରଶଂସା କରୁଛି । ମୁଁ ଯତିଶ ଚନ୍ଦ୍ର ମହାନ୍ତିଙ୍କ ସାକ୍ଷାତକାର ମଧ୍ୟ ଓଡିଶା ଡଟ୍ କମରେ ପଢିଥିଲି ।

ସେ ହାଇଦ୍ରାବାଦଠାରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଚାକିରି ଛାଡି ବର୍ତ୍ତମାନ ଓଡିଶାରେ ସାମାଜିକ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ଶ୍ରୀ ମହାନ୍ତି ଓ ଆପଣଙ୍କ ଭଳି ଓଡିଆ ଯୁବକ ବାସ୍ତବରେ ଓଡିଶାବାସୀଙ୍କ ପାଇଁ ଗୋ÷ରବ ଆଣୁଛନ୍ତି । ମୁଁ ଭଗବାନଙ୍କ ନିକଟରେ ଆପଣଙ୍କ ସଫଳତା ପାଇଁ ପ୍ରାର୍ଥନା କରୁଛି ।

ଆପଣଙ୍କ ଶୁଭେଛୁ
ଏଲ.ଏନ ମିଶ୍ର
ବିକାଶ ଏଜୁକେଶନାଲ ଟ୍ରଷ୍ଟ
ହାଇଦ୍ରାବାଦ
—————
ଓଡ଼ିଶା ଡ଼ଟ୍ କମ୍ ନିଜର ଲକ୍ଷ୍ୟ ହାସଲ କରୁ

ପ୍ରିୟ ବନ୍ଧୁ,

ଆମେ କାନାଡ଼ାର ମିସିସୁଆଗାରେ ରହୁଛୁ ଏବଂ ଓଡ଼ିଆ ଭାବେ ଆପଣଙ୍କ ୱେବ ସାଇଟ୍ ପ୍ରତ୍ୟହ ପଢ଼ୁଛୁ । ଓଡ଼ିଆ ଜାତିର ସଂସ୍କୃତି ଏବଂ ପରମ୍ପରାର ସମୃଦ୍ଧି ପାଇଁ ଆପଣଙ୍କ ୱେବ ସାଇଟ୍ ତାର ଲକ୍ଷ୍ୟରେ ଉପନୀତ ହେଉ, ଏହାହିଁ ଆମର କାମନା ।

ରାଜେଶ ନାୟକ,
୩୧୫୨ ହାଇସ୍ପି୍ରଙ୍ଗ କ୍ରେସ ମିସିସାଉଗା ଅଣ୍ଟାରିଓ, କାନାଡ଼ା
ଜନ୍ମସ୍ଥାନ: ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା
——————————————————
ଓଡ଼ିଶା ଡ଼ଟ୍ କମ୍ ପଢ଼ିବାକୁ ପସନ୍ଦ କରେ
ସମ୍ପାଦକ ମହାଶୟ,

ହିନ୍ଦୁ ମନ୍ଦିରରେ ବିଦେଶୀ ଭକ୍ତଙ୍କ ପ୍ରବେଶ କଟକଣା ସମ୍ପର୍କିତ ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ ମୋ ଚିଠି ପଢ଼ି ଖୁସି ଲାଗିଲା । ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନାସ୍ଥିତ ଆରିଜୋନା ଷ୍ଟେଟ୍ ୟୁନଭରସିଟିରେ ରସାୟନ ବିଜ୍ଞାନରେ ପିଏଚଡ଼ି କରୁଛି ।

ମୁଁ ଓଡ଼ିଶାର ଭୁବନେଶ୍ୱର ଉକ୍ରଳ ବିଶ୍ୱବିଦ୍ୟାଳୟରେ ମାଷ୍ଟର୍ସ ଡ଼ିଗ୍ରୀ କରିବା ସହ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସରେ ମେଟାଲର୍ଜିରେ ମାଷ୍ଟର୍ସ ଡ଼ିଗ୍ରୀ କରିଛି ।

ମୁଁ ଭୁବନେଶ୍ୱରର ମୂଳ ବାସିନ୍ଦା ଏବଂ ପ୍ରତ୍ୟହ ଓଡ଼ିଶା ଓ ଭାରତର ଖବର ପଢ଼େ । ମୁଁ ଓଡ଼ିଶା ଡ଼ଟ୍ କମର ଖବର ପଢ଼ିବାକୁ ପସନ୍ଦ କରେ ।

ଧନ୍ୟବାଦର ସହ

ସଞ୍ଜିତା
——————————————————
ଆଇଆଇଟି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

ପ୍ରିୟ ମୁଖ୍ୟମନ୍ତ୍ରୀ

ନିକଟରେ ଅନେକ ଆଇଆଇଟି ଦେଶର କେତେକ ସହରରେ ସେମାନଙ୍କ ଶାଖା ଖୋଲିବାକୁ ଘୋଷଣା କରିଛନ୍ତି । ଆଇଆଇଟି ମୁମ୍ବାଇ ଗୋଆ, ପୁନା ଏବଂ ମୁମ୍ବାଇରେ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅହମ୍ମଦାବାଦରୁ ମଧ୍ୟ ଅନୁରୋଧ ପାଇଛି ।

ଆଇଆଇଟି ଚେନ୍ନାଇ ତିରୁଚିରାପଲ୍ଲୀରେ, ଆଇଆଇଟି ଖଡ଼ଗ୍ପୁର ରାଜରହାଟ୍, କୋଲକାତାରେ ସାଟେଲାଇଟ୍ କ୍ୟାମ୍ପସ୍ ଖୋଲିବାକୁ ଘୋଷଣା କରିଛନ୍ତି ।

ଭୁବନେଶ୍ୱରରେ ମଧ୍ୟ ସାଟେଲାଇଟ୍ କ୍ୟାମ୍ପସ୍ ଖୋଲାଯାଇପାରେ ବୋଲି ଖବର ପ୍ରକାଶ ପାଉଥିଲେ ମଧ୍ୟ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ନିଆଯାଇନଥିବା କୁହାଯାଉଛି ।

ଏହାର ଅର୍ଥ ବେଳ ଥାଉ ଥାଉ ଓଡ଼ିଶା ଉଦ୍ୟମ କଲେ ଭୁବନେଶ୍ୱରରେ ଆଇଆଇଟି ଖଡ଼ଗପୁରର ଏକ ଶାଖା ଖୋଲିପାରନ୍ତା । ଯଦି ଓଡ଼ିଶାର ଉଦ୍ୟମ ମନ୍ଥର ହେବ ତା ହେଲେ କିଏ କହିବ ଏହି ଶାଖା ଓଡ଼ିଶା ହାତରୁ ଚାଲିନଯିବ ବୋଲି ।

ଅବଶ୍ୟ ଆଇଆଇଟି ଖଡ଼ଗପୁର ଭୁବନେଶ୍ୱରରେ ସ୍ଥାପନ କରିଥିବା ତାର ପରିବର୍ଦ୍ଧିତ କାଉଣ୍ଟରରେ ଆଇଟିରେ ପିଜି ଡ଼ିପ୍ଲୋମା ପାଠ୍ୟକ୍ରମର ସୁବିଧା ଦେଉଛି । ଖୁବ୍ ଶୀଘ୍ର ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ଲ’ ପାଠ୍ୟକ୍ରମରେ ମଧ୍ୟ ଶିକ୍ଷାଦାନ ଦିଆଯିବ । ଆଇଆଇଟି ଖଡ଼ଗପୁର ଭୁବନେଶ୍ୱରରେ ତାର କ୍ୟାମ୍ପସ୍ ଖୋଲିବା ଦିଗରେ ମୁଖ୍ୟମନ୍ତ୍ରୀ ଶୀଘ୍ର ଉଦ୍ୟମ କରିବା ଆବଶ୍ୟକ ।

ଓଡ଼ିଶାର ରାଜ୍ୟ ସରକାର ଏବଂ ଅନେକ କମ୍ପାନୀ ଆଇଆଇଟି ଖଡ଼ଗପୁରର ଗବେଷଣା ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛନ୍ତି । ଏଭଳି ସ୍ଥିତିରେ ଯଦି ଓଡ଼ିଶା ଆଇଆଇଟି ଖଡ଼ଗପୁରର ତୃତୀୟ କ୍ୟାମ୍ପସ ଖୋଲିବାରେ ସଫଳ ନ ହୁଏ ତେବେ ଏହା ରାଜ୍ୟ ସରକାର, ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଭୁଲ୍ ବୋଲି କୁହାଯିବ ।

ପ୍ରିୟ ମୁଖ୍ୟମନ୍ତ୍ରୀ ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ । ଏମିତି ବି ଆମେ ବହୁତ ବିଳମ୍ବ କରି ଦେଇଛନ୍ତି, ନଚେତ୍ ଆଇଆଇଟି ଖଡ଼ଗପୁରର ଦ୍ୱିତୀୟ କ୍ୟାମ୍ପସ ଓଡ଼ିଶାରେ ହୋଇପାରିଥାନ୍ତା ।

ଦେଶର ଆଠଟି ସ୍ଥାନ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଗୁଆହାଟି, କାନପୁର, ଖଡ଼ଗପୁର ଏବଂ ରୁର୍କିରେ ଆଇଆଇଟି (ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ ଟେକ୍ନୋଲାଜି) ଅଛି । ଇଞ୍ଜିନିୟରିଂ ବିଷୟରେ ଗ୍ରାଜୁଏଟ୍ ଏବଂ ଅଣ୍ଡର ଗ୍ରାଜୁଏଟ୍ ସ୍ତରର ଶିକ୍ଷାଦାନ ଦିଆଯାଉଥିବା ଏହି ସଂସ୍ଥାନ ଗୁଡ଼ିକ ଜାତୀୟସ୍ତରର ।

ଏହି ସଂସ୍ଥା ଗୁଡ଼ିକ ଇଞ୍ଜିନିୟରିଂ ଏବଂ ଟେକନୋଲୋଜିରେ ଗବେଷଣାତ୍ମକ କାର୍ଯ୍ୟ କରିବା ସହ ଏବେ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ, ବାୟୋଲୋଜି ଏବଂ ବାୟୋଟେକନୋଲୋଜି କ୍ଷେତ୍ରରେ ମଧ୍ୟ ଆଗେଇଛନ୍ତି ।

ଆଇଆଇଟି ଖଡ଼ଗପୁର ଏବେ ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ଲ’ ନାମକ ନୂତନ ପାଠ୍ୟକ୍ରମରେ ଶିକ୍ଷାଦାନ ଦେବା ସହ ଏକ ମେଡ଼ିକାଲ କଲେଜ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି ।

ଆଇଆଇଟି ହାଇକେଟ୍ କମ୍ପାନୀ ଗୁଡ଼ିକର ମୂଳପିଣ୍ଡ କହିଲେ ଅତୁ୍ୟକ୍ତି ହେବନାହିଁ । ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଏମଆଇଟି ଭଳି ସଂସ୍ଥା ୟାହୁ, ଗୁଗଲି ଏବଂ ବୋଷ୍ ଇଲେକ୍ଟ୍ରୋନିକସ ଭଳି ନାମୀ କମ୍ପାନୀର ମୂଳପିଣ୍ଡ ।

ସେହିଭଳି ଷ୍ଟାନଫୋର୍ଡ଼ ଓ ଏମଆଇଟି ସହ ତୁଳନୀୟ ଆଇଆଇଟି ଯେଉଁ ସ୍ଥାନରେ ଥିବା ସେ ସ୍ଥାନକୁ ହାଇଟେକ୍ କମ୍ପାନୀ ଗୁଡ଼ିକ ପସନ୍ଦ କରିବେ ନିଶ୍ଚିତ ।

ସାରା ଭାରତରୁ ଛାତ୍ରଛାତ୍ରୀ ଗ୍ରହଣ କରୁଥିବା ଆଇଆଇଟି ଯଦି ଓଡ଼ିଶାରେ ଶାଖା ଖୋଲେ ତେବେ ରାଜ୍ୟର ଆଶାୟୀ ବିଦ୍ୟାର୍ଥୀଙ୍କ ପାଇଁ ଏହା ସୁଯୋଗ ଆଣିଦେବ । ଆଇଆଇଟି ଶିକ୍ଷାର୍ଥୀ ଏବଂ ଅଧ୍ୟାପନାରେ ଲିପ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଅନେକ ଆଶାୟୀ ଓଡ଼ିଆ ଛାତ୍ରଛାତ୍ରୀ ଏ ଦିଗରେ ଅଧିକ ଉତ୍ସାହିତ ହେବେ ।

ଓଡ଼ିଶାରେ ଆଇଆଇଟିର ଶାଖା ଥିଲେ ଅନେକ ବେସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟାପକମାନେ ପିଏଚଡ଼ି କିମ୍ବା ମାଷ୍ଟର୍ସ ଡ଼ିଗ୍ରୀ କରିବାର ସୁବିଧା ପାଇବେ ।

ବର୍ତ୍ତମାନ ସେମାନଙ୍କୁ ଏଥିପାଇଁ ଖଡ଼ଗପୁର ଯିବାକୁ ପଡ଼ୁଛି । ଏହିପରି ଆଇଆଇଟିର ଏକ ଶାଖା ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜରେ ଶିକ୍ଷାର ମାନ ବୃଦ୍ଧି କରିବାରେ ସହାୟକ ହେବ ।

ଏବେ ଓଡ଼ିଶାରେ ଔଦ୍ୟୋଗିକରଣର ସମୟ ଚାଲିଛି । ଆଇଟିଆଇ ମାଧ୍ୟମରେ ଅନେକ ଉତ୍ତମ ଟେକନିସିଆନ ସୃଷ୍ଟି ହେଉଛନ୍ତି । ଆବଶ୍ୟକ ଅଛି କେବଳ ଉତ୍ତମ ଇଞ୍ଜିନିୟର ଏବଂ ଇଞ୍ଜିନିୟର ଗବେଷକଙ୍କର ।

ଓଡ଼ିଶାର ଇସ୍ପାତ ଏବଂ ଆଲୁମିନିୟମ ଉଦ୍ୟୋଗ ପାଇଁ ମେଟାଲର୍ଜିକାଲ ଇଞ୍ଜିନିୟରିଂ, ମାଇନ୍ସ ପାଇଁ ମାଇନିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରି ପାଇଁ ଇଲେକ୍ଟ୍ରିକାଲ/ଇଣ୍ଡଷ୍ଟ୍ରିଆଲ୍ ଏବଂ ମେକାନିକାଲ ଇଞ୍ଜିନିୟରିଂ, ଗୃହ ଉଦ୍ୟୋଗ ପାଇଁ ସିଭିଲ ଇଞ୍ଜିନିୟରିଂ, ଆଇଟି ଇଣ୍ଡଷ୍ଟ୍ରି ପାଇଁ କମ୍ପୁ୍ୟଟର ସାଇନ୍ସ ଏବଂ କମ୍ପୁ୍ୟଟର ଇଞ୍ଜିନିୟରିଂ, ବାୟୋଟେକ୍ କମ୍ପାନୀ ପାଇଁ ବାୟୋଟେକ୍ନୋଲୋଜି, ଓଲଟପୁରର ନିରତାରକୁ ସହାୟତା ସକାଶେ ବାୟୋଇଞ୍ଜିନିୟରିଂ, ପାୱାର କମ୍ପାନୀ ଗୁଡ଼ିକ ପାଇଁ ଏନର୍ଜି ଇଞ୍ଜିନିୟରିଂ, କୃଷି ପାଇଁ ଏଗି୍ରକଲଚରାଲ୍ ଇଞ୍ଜିନିୟରିଂରେ ଆଇଆଇଟି କ୍ୟାମ୍ପସର ଆବଶ୍ୟକତା ଅଛି ।

ଅବଶ୍ୟ ଭୁବନେଶ୍ୱରରେ ଏନଆଇଏସ/ଆଇଆଇଏସଇଆର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିବା କେନ୍ଦ୍ର ଶ୍ରମମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ଥିବା ଆଇଆଇଟି ଖଡ଼ଗପୁରର ପରିବର୍ଦ୍ଧିତ କାଉଣ୍ଟରକୁ ତୁରନ୍ତ ଏକ ବ୍ରାଞ୍ଚ କ୍ୟାମ୍ପସ୍ରେ ପରିଣତ କରିବାକୁ ରାଜ୍ୟ ସରକାର ଯତ୍ପରୋନାସ୍ତି ଚେଷ୍ଟା କରିବା ଆବଶ୍ୟକ ।

ଏ ଦିଗରେ ଥିବା ସମସ୍ତ ବାଧାକୁ ଦୂର କରି କୋଲକାତାର ରାଜରହାଟ୍ କ୍ୟାମ୍ପସ୍ ଅପେକ୍ଷା ଦୃତ ଗତିରେ କାମ ଆଗେଇବା ଉଚିତ । ଉକ୍ତ ବ୍ରାଞ୍ଚକୁ ଯଥେଷ୍ଟା ଜମି ଦିଆଯିବା ଉଚିତ୍ ଯଦ୍ୱାରା ଆସନ୍ତା ୧୦ ବର୍ଷ ମଧ୍ୟରେ ଏହା ଏକ ସ୍ୱୟଂସମ୍ପୂର୍ଣ୍ଣ କ୍ୟାମ୍ପସ ଭାବେ ପରିଚିତ ହୋଇପାରିବ ।

କେବଳ ଭୁବନେଶ୍ୱରରେ ଆଇଆଇଟି ଶାଖା କ୍ୟାମ୍ପସ ପ୍ରତିଷ୍ଠା କରି ସରକାର ବସିଗଲେ ଚଳିବ ନାହିଁ । ଯେପରି ସବୁ ସମୟରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି ବୋଲି ଅଭିଯୋଗ କରାଯାଉଛି ସେହିପରି ରାଜ୍ୟ ମଧ୍ୟରେ ଅନ୍ୟାନ୍ୟ ସ୍ଥାନ ଭୁବନେଶ୍ୱର ଦ୍ୱାରା ଅବହେଳିତ ହେଉଛନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି ।

ତେଣୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଇଆଇଟିର ପରିବର୍ଦ୍ଧିତ କାଉଣ୍ଟର ଖୋଲାଯିବା ଉଚିତ୍ । ଅନେକ ରାଜ୍ୟ ଆଇଆଇଟିର ଏକାଧିକ ପରିବର୍ଦ୍ଧିତ କାଉଣ୍ଟର ଖୋଲିଥିବାରୁ ଆମେ ମଧ୍ୟ ଆମର ଲକ୍ଷ୍ୟକୁ ସୀମାବଦ୍ଧ ରଖିବା ଅନୁଚିତ୍ । ଭୁବନେଶ୍ୱରରେ ଆଇଆଇଟି ଖଡ଼ଗପୁରର ଶାଖା ପ୍ରତିଷ୍ଠା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପରିବର୍ଦ୍ଧିତ କାଉଣ୍ଟର ଖୋଲିବାକୁ ଉଦ୍ୟମ ଜାରି ରହିବା ଉଚିତ୍ ।

ଭୁବନେଶ୍ୱରରେ ଆଇଆଇଟି ଖଡ଼ଗପୁରର ଶାଖା ଜରୁରୀ ମନେକରି ରାଜ୍ୟ ସରକାର ତୁରନ୍ତ ନିମ୍ନଲିଖିତ ବିଷୟ ଗୁଡ଼ିକୁ ଧ୍ୟାନ ଦେବା ଆବଶ୍ୟକ:

ଉତ୍ତର ପଶ୍ଚିମ ଓଡ଼ିଶାର ରାଉରକେଲାରେ ଏକ କ୍ୟାମ୍ପସ ପାଇଁ ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ରୁର୍କିକୁ ଅନୁରୋଧ କରାଯାଇପାରେ । (ଉଭୟ ଦିଲ୍ଲୀ ଏବଂ ରୁର୍କିକୁ ରାଉରକେଲାରୁ ଦୈନିକ ଉକ୍ରଳ ଏକ୍ସପ୍ରେସ୍ରେ ଯାତାୟାତ ସମ୍ଭବ ହେଉଛି) ।

ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ଏକ କ୍ୟାମ୍ପସ ପାଇଁ ଆଇଆଇଟି ଚେନ୍ନାଇ ଏବଂ ଆଇଆଇଏସସି ବାଙ୍ଗାଲୋରକୁ ଅନୁରୋଧ କରାଯାଇପାରେ । (ଉଭୟ ଚେନ୍ନାଇ ଏବଂ ବାଙ୍ଗାଲୋର ବ୍ରହ୍ମପୁର ସହ ଉନ୍ନତ ରେଳ ଯୋଗାଯୋଗ ରହିଛି ।)

ସମ୍ବଲପୁରରେ ଏକ କ୍ୟାମ୍ପସ ସକାଶେ ଆଇଆଇଟି ଦିଲ୍ଲୀ ସହ କଥାବାର୍ତ୍ତା କରାଯାଇପାରେ । (ସମ୍ବଲପୁରରୁ ନୂଆଦିଲ୍ଲୀକୁ ସପ୍ତାହକୁ ତିନିଥର ହୀରାକୁଦ ଏକ୍ସପ୍ରେସରେ ଯାତାୟାତ ସମ୍ଭବ) ।

ବାଲେଶ୍ୱରରେ ଏକ କ୍ୟାମ୍ପସ ପାଇଁ ଆଇଆଇଟି କାନପୁରକୁ ଅନୁରୋଧ କରାଯାଇପାରେ । (ବାଲେଶ୍ୱରରୁ କାନପୁରକୁ ରାଜଧାନୀ, ପୁରୁଷୋତ୍ତମ, ନୀଳାଚଳ ଏବଂ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତାୟାତ ସମ୍ଭବ) ।

ପ୍ରିୟ ମୁଖ୍ୟମନ୍ତ୍ରୀ,

ଉପରୋକ୍ତ ଆଇଆଇଟି ଗୁଡ଼ିକ ସହ ଆଲୋଚନା କରି ସେମାନଙ୍କୁ ଗ୍ରହଣୀୟ ପ୍ରସ୍ତାବ (ମାଗଣା ଜମି) ଦେବାକୁ ଉଦ୍ୟମ କରାଯିବା ଆବଶ୍ୟକ ।

ମୋଟ ଉପରେ, ବିଭିନ୍ନ କାରଣରୁ ଯଥା: ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଦି ପ୍ରସଙ୍ଗ ଯୋଗୁଁ ଭାରତ ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ଚୀନ୍ ଏବଂ ଆମେରିକାଠାରୁ ପଛରେ ପଡ଼ିଥିବା ଧାରଣା ସୃଷ୍ଟି ହେଉଛି ।

ଦେଶର ବର୍ତ୍ତମାନର ଆର୍ଥିକ ସଫଳତାକୁ ପାଥେୟ କରି ଅନେକ ନୂତନ ସଂସ୍ଥା, ବିଶେଷ କରି ଆଇଆଇଟି ଗଢ଼ି ଉଠିବାର ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ଏହି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ୍, ଯଦ୍ୱାରା ଉପର ବର୍ଣ୍ଣିତ ସ୍ୱପ୍ନ ବାସ୍ତବ ହୋଇପାରିବ ।

ଚିତ୍ତ ବରାଳ
ପ୍ରଫେସର, ଆରିଜୋନା ଷ୍ଟେଟ୍ ୟୁନଭରସିଟି
ଟେମ୍ପେ, ଏଜେଡ଼୍ ୮୫୨୮୧
——————————————————-
ମନ୍ଦିର ନଗରୀର ପବିତ୍ର ପୁଷ୍କରିଣୀକୁ ସୁରକ୍ଷିତ ରଖାଯାଉ

ଆପଣ କେବେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଥିବା ପାହାଚଯୁକ୍ତ ପୁଷ୍କରିଣୀ ଦେଖିଛନ୍ତି କି? ରାଜ୍ୟର ଏହି ସୁସମୃଦ୍ଧ ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ଆବଶ୍ୟକ ନୁହେଁ କି?

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ଦେବୀ ପଦହାରା ଏବଂ ପାପନାଶିନୀ ପୁଷ୍କରିଣୀର ସଂରକ୍ଷଣ ଦାୟିତ୍ୱ ଏଏସଆଇ ନେଇଛି । ଏଏସଆଇ ହାତକୁ ନେଇଥିବା ଐତିହାସିକ କୀର୍ତ୍ତିରାଜିର ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ନିୟମ ଅଛି ।

କିନ୍ତୁ ଏକ ଐତିହାସିକ ସ୍ଥଳୀକୁ ନେଇ ନିଜକୁ ଗର୍ବିତ ଅନୁଭବ କରୁଥିବା ରାଜ୍ୟ ଓଡ଼ିଶାରେ ବୋଧହୁଏ ଏହି ନିୟମ ଲାଗୁ ହୋଇନଥାଏ । ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ ଉଲ୍ଳଂଘନ କରାଯାଉଛି । ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଅଧୀନରେ ଥିବା ପୁଷ୍କରିଣୀ ମଧ୍ୟରେ ବିଡ଼ିଏର ମାର୍କେଟ କମ୍ପ୍ଲେକ୍ସ ଛିଡ଼ା ହୋଇଛି ।

ଆମେ ବଡ଼ ବଡ଼ କୋଠା ଛିଡ଼ା କରିବା ପାଇଁ କେଉଁ ଆବହମାନ କାଳରୁ ଥିବା ଖାଲି ସ୍ଥାନ ଏବଂ ପୁଷ୍କରିଣୀକୁ ପୋତି ପକାଇବାକୁ ପଛାଉନାହିଁ । ସାମାନ୍ୟ ବର୍ଷାରେ ମୁମ୍ବାଇ, ସୁରଟ୍ ଏବଂ ବରୋଦାରେ ଏବେ ଅବସ୍ଥା କ’ଣ ହୋଇଥିଲା ତାହା ବୋଧହୁଏ ଆମେ ଭୁଲିଯାଉଛୁ ।

ନୂତନ କଂକ୍ରିଟ ନିର୍ମାଣ ଏବଂ ପୁଷ୍କରିଣୀ ଓ ଖାଲିସ୍ଥାନ ମଧ୍ୟରେ ସନ୍ତୁଳନତା ରକ୍ଷା କରାଯାଉନଥିବାରୁ ଏହଭିଳି ମନୁଷ୍ୟକୃତ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ଧୀରେଧୀରେ ସହରରେ ଥିବା ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ପୁଷ୍କରିଣୀ ସମୂହ ବିଲୁପ୍ତ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି । ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କର୍ତ୍ତୃପକ୍ଷ ଏହା କରୁଛନ୍ତି ।

ରାଜଧାନୀର ଏକାମ୍ର ହଲ୍ ଏବଂ ଇସ୍କନ୍ ମନ୍ଦିର ବିପରୀତ ପାଶ୍ୱର୍ ସମେତ ଅନେକ ସ୍ଥାନରେ ଏହିଭଳି ଉଦାହରଣ ଦୃଶ୍ୟମାନ ।

ପୂର୍ବକାଳର ପୁଷ୍କରିଣୀ ଗୁଡ଼ିକ ସହରର ହୃତପିଣ୍ଡ ସଦୃଶ ହୋଇଥିବାରୁ ଏଗୁୁଡ଼ିକ ବିଲପ୍ତ ହେବା ପୂର୍ବରୁ ସଭ୍ୟ ସମାଜ ଏବଂ ଗଣମାଧ୍ୟମ ଏ ଦିଗରେ ଜନସଚେତନତା ସୃଷ୍ଟି କରିବାର ସମୟ ଆସିଛି ।

ହରି ଓମ୍
(ପରିଚୟ ଦେଇନାହାନ୍ତି)
——————————————————-
ରାଜଧାନୀରେ ଜବରଦଖଲ ହଟାଯାଉ

ମହାଶୟ,

ଏବେ ଇସ୍ପାତ ଓ ଆଇଟିକୁ ଅଗ୍ରାଧିକାର ଦେଇ ଚାଲିଥିବା ଓଡ଼ିଶା ନିଜର କ୍ଷମତା ଏବଂ ଦୁର୍ବଳତା ବିଷୟରେ ଚିନ୍ତା କରିବା ଆବଶ୍ୟକ । ୫୦ ବର୍ଷ ତଳେ ଡ଼ଃ କୋଇଙ୍ଗସ୍ବର୍ଜର ରାଜଧାନୀ ଭୁବନେଶ୍ୱର ପାଇଁ କରିଥିବା ମାଷ୍ଟର ପ୍ଲାନ୍ କୌଣସି ପ୍ରକାରେ ଫଳବତୀ ହୋଇନାହିଁ ।

ଆମେ କେବଳ ପ୍ରକଳ୍ପ ପ୍ରସ୍ତୁତିରେ ବ୍ୟସ୍ତ, ପ୍ରଣୟନରେ ନୁହେଁ । ଉଦାହରଣ ସ୍ୱରୂପ ଭୁବନେଶ୍ୱରର ଭଗବାନ ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାଶ୍ୱର୍ ପରିବେଶକୁ ଲକ୍ଷ୍ୟ କରାଯାଇପାରେ ।

ବିନ୍ଦୁ ସାଗର ଚତୁଃପାଶ୍ୱର୍ରେ ଛତୁ ଫୁଟିବା ଭଳି ଗଢ଼ି ଉଠୁଥିବା ମାର୍କେଟ କପ୍ଲେକ୍ସ ଉପରେ ରୋକ ଲଗାଇବା ଦିଗରେ ଗଣମାଧ୍ୟମ ପଦକ୍ଷେପ ନନେଲେ ୨୦ ବର୍ଷ ପରେ ପରବର୍ତ୍ତୀ ପିଢ଼ି ନିଶ୍ଚିତ ଭାବେ ସେଥିପାଇଁ ଆମକୁ ଦାୟୀ କରିବ ।
ଏହାସହ ପଢନ୍ତୁ
ଚିଠି ପତ୍ର

ମନ୍ଦିର ମାଳିନୀ ଭୁବନେଶ୍ୱରରେ ବିନ୍ଦୁ ସାଗର କୂଳରେ ଆମେ ମାର୍କେଟ କମ୍ପ୍ଳେକ୍ସ ଚାହୁଁ ଅଥବା ତାହାକୁ ତୀର୍ଥ କ୍ଷେତ୍ର କରିବାକୁ ଚାହୁଁ ତାହା ଚିନ୍ତା କରିବା ଉଚିତ୍ ।

କୌଣସି ମାଷ୍ଟର ପ୍ଲାନ୍କୁ ଅପେକ୍ଷା ନକରି ବିନ୍ଦୁସାଗର କୂଳରେ ମାର୍କେଟ କମ୍ପ୍ଲେକ୍ସକୁ ବିଡ଼ିଏ ଓ ମୁ୍ୟନିସିପାଲିଟି ଅନୁମତି ଦେବା ଉଚିତ୍ ନୁହେଁ ।

ହଜାରେ ବର୍ଷ ତଳର ସଂସ୍କୃତି ପୁନରୁତ୍ଥାନ ନିମନ୍ତେ ବିନ୍ଦୁ ସାଗର କୂଳରେ ସରକାର ବ୍ୟାପକ ଅଞ୍ଚଳ ଦଖଲକୁ ନେଇ ସେଠାରେ ବିଭିନ୍ନ ଧାର୍ମିକ କାର୍ଯ୍ୟ କରାଯିବା ଉଚିତ୍ ।

ସଚେତନ ଗଣମାଧ୍ୟମ ଏ ଦିଗରେ ଜନମତ ସଂଗ୍ରହ କରିବା ଉଚିତ୍ । ଓଡ଼ିଶାର ବିଭିନ୍ନ ବିଷୟ ବସ୍ତୁ ଉପରେ ମୁଁ ଆପଣଙ୍କୁ ନିୟମିତ ମତାମତ ପଠାଇବି ।

ହରି ଓମ୍
(ପରିଚୟ ଦେଇନାହାନ୍ତି)
——————————————————–
ଆପଣଙ୍କ ଉଦ୍ୟମ ସଫଳତା ଆଣୁ

ଡ଼ଃ ମହାନ୍ତି,ଆପଣଙ୍କର ସାକ୍ଷାତକାର ମୁଁ ଓଡ଼ିଶା ଡ଼ଟ୍ କମ୍ର ୱେବ୍ ପେଜ୍ରେ ପଢ଼ିଲି । ଓଡ଼ିଶା ପାଇଁ ଆପଣ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଅନ୍ୟ ଓଡ଼ିଆମାନେ ଆପଣଙ୍କର ପଦାଙ୍କ ଅନୁସରଣ କରିବେ ବୋଲି ମୁଁ ଆଶା କରେ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ବହୁତ ପଛୁଆ ।

ମୁଁ ଭାବୁଛି ବେକାରୀ ଓଡ଼ିଶାର ବଡ଼ ରୋଗ । ଓଡ଼ିଶାର ଆବଶ୍ୟକତାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ନିଶ୍ଚିତ । ଓଡ଼ିଆମାନେ ସ୍ୱର ଉତ୍ତୋଳନ ନକଲେ କେହି ତାହା ଶୁଣିବେ ନାହିଁ ।

ଆପଣଙ୍କ ଉଦ୍ୟମ ବିଶେଷ ସଫଳତା ଆଣିବ ବୋଲି ଆଶା କରୁଛି ।

ମଞ୍ଜୁ ଚୌଧୁରୀ
ୟୁକେ
——————————————————-
ଡ଼ଃ ମହାନ୍ତିଙ୍କୁ ସାହାଯ୍ୟ କରିବାକୁ ଚାହେଁ

ଡ଼ଃ ମହାନ୍ତିଙ୍କୁ ତାଙ୍କ ନିଷ୍ପତ୍ତି ପାଇଁ ଅଶେଷ ଧନ୍ୟବାଦ । ସେ ଏଦିଗରେ ଓଡ଼ିଆଙ୍କ ପାଇଁ ପଥ ପ୍ରଦର୍ଶକ ହେବେ ନିଶ୍ଚିତ ।

ସଫଳତା ହାସଲ ଦିଗରେ ସେ ଆମ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ହେବେ । ମୁଁ ତାଙ୍କ ସାକ୍ଷାତକାର ପଢ଼ିଲି । ତାଙ୍କୁ ମୋର ସମସ୍ତ ସଦିଛା ।

ମୁଁ ତାଙ୍କୁ ସହାୟତା କରିବାକୁ ଚାହେଁ । ମୋତେ ତାଙ୍କ ଇ-ମେଲ ଠିକଣା ଦିଅନ୍ତୁ ।

ଡ଼ଃ କୁମାର ଦାସ
ହଂକଂ
————————————————————————
ସ୍ପେନ୍ରେ ରଥଯାତ୍ରା ଚିତ୍ର ଓ ରିପୋର୍ଟ ଦେଖିଲି

ମୁଁ ଏବେ ଏକ ପ୍ରତିଯୋଗିତା ଉପଲକ୍ଷେ ସ୍ପେନ୍ରେ ଥିବାରୁ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲି । ତେବେ ଓଡ଼ିଶା ଡ଼ଟ୍ କମ୍ରେ ରଥଯାତ୍ରାର ଫଟୋ ଏବଂ ସମ୍ବାଦ ମୋର ଏହି ଆବଶ୍ୟକତା ପୂରଣ କଲା ।

ଏହା କେବଳ ମୋତେ ନୁହେଁ ବରଂ ଓଡ଼ିଶା ବାହାରେ ରହୁଥିବା ବହୁ ଓଡ଼ିଆଙ୍କୁ ବହୁ ଆନନ୍ଦ ଆଣି ଦେଇଥିବ ।

ଧନ୍ୟବାଦର ସହ
ସୁଦର୍ଶନ ପଟ୍ଟନାୟକ
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ଯତୀଶ ମହାନ୍ତିଙ୍କୁ ଅଭିନନ୍ଦନ

ଡ଼ଃ ଯତୀଶ ଚନ୍ଦ୍ର ମହାନ୍ତିଙ୍କ ସାକ୍ଷାତକାର ପ୍ରକାଶ କରିଥିବାରୁ ଧନ୍ୟବାଦ । ଆଇଏଏସ୍ ଚାକିରି ଛାଡ଼ି ଓଡ଼ିଶାର ସେବା କରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ସ୍ୱାଗତ ଜଣାଉଛି ।

ଓଡ଼ିଶାକୁ ଭଲ ପାଉଥିବା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଯତୀଶଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ମୁଁ ଆଶା କରୁଛି ।

ଅନ୍ୟାନ୍ୟ କିଛି ଲୋକଙ୍କ ଭଳି ଯତୀଶଙ୍କର କୌଣସି ରାଜନୈତିକ ଅଭିପ୍ରାୟ ନଥିବ ବୋଲି ମୁଁ ଭାବୁଛି । ଓଡ଼ିଶାର ଉନ୍ନତି ପାଇଁ ସେ କାମ କଲେ ତାଙ୍କୁ ଅଶେଷ ସମର୍ଥନ ମିଳିବା ସହ ସେ ଓଡ଼ିଶାବାସୀଙ୍କ ହୃଦୟ ଜିଣି ପାରିବେ ବୋଲି ମୁଁ ଆଶା କରୁଛି ।

ପ୍ରଶାନ୍ତ ପଟ୍ଟନାୟକ
ସାମ୍ବାଦିକ
ଭୁବନେଶ୍ୱର
——————————————-
ଦୀପକଙ୍କୁ ସାହାଯ୍ୟ କରିବୁ, ଠିକଣା ଦିଅନ୍ତୁ

ପ୍ରିୟ ସଂପାଦକ,

ଦୀପକ ବିଷୟରେ ଓଡିଶା ଡଟ କମରେ ପ୍ରକାଶିତ ଲେଖା ମୁଁ ପଢିଲି । ତାଙ୍କ ପାଠ ପଢାରେ ସାହାଯ୍ୟ କରିବାକୁ ଚାହେଁ ।

ଆପଣ ତାଙ୍କ ଠିକଣା ମୋତେ ଦେଇ ପାରିବେକି ? ମେଡ଼ିକାଲ କଲେଜରେ ତାଙ୍କର ଆଡ଼ମିସନ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପଠାଇ ଦେବି । ତାଙ୍କ ପଢା ପାଇଁ ଏକବର୍ଷର ଖର୍ଚ୍ଚ ମଧ୍ୟ ମୁଁ ବହନ କରିବାକୁ ଚାହେଁ ।

ସମ୍ମାନର ସହ
ସୁଜାତା ମିଶ୍ର (ଠିକଣା ଦେଇନାହାନ୍ତି)

ବିଦ୍ର: ଯେଉଁ ସଂସ୍ଥା ଏବଂ ବ୍ୟକ୍ତିମାନେ ଓଡିଶା ଡଟ କମରେ ଦୀପକଙ୍କ ଉପରେ ପ୍ରକାଶିତ ରିପୋର୍ଟ ପଢି ତାଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କୁ ଆମର ଅଶେଷ ଧନ୍ୟବାଦ । ସେମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଆମେ ତାଙ୍କ ଠିକଣା ପ୍ରଦତ୍ତ କରୁଛୁ ।
—————————————————–
ଗୋପାଳଙ୍କୁ ସାହାଯ୍ୟ କରିବାକୁ ଚାହେଁ

ହାଏ,

ମୁଁ ସୁରେଶ ମହାପାତ୍ର ଏବେ ଡ଼କ୍ଟୋରେଟ କରୁଛି । ମୁଁ ଗୋପାଳ ବିଷୟରେ ଓଡିଶା ଡଟ କମରେ ପ୍ରକାଶିତ ଏକ ଲେଖା ଆଜି ପଢିଲି ଯିଏକି ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷାରେ ଫାଷ୍ଟ କ୍ଲାସ ପାଇଛନ୍ତି । ଏହି ପିଲାକୁ ସାହାଯ୍ୟ କରିବାକୁ ଚାହେଁ ଯଦି ସେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ।

ତାଙ୍କର ଠିକଣା ଦେବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି । ଠିକଣା ଦେଲେ ମୁଁ ତାଙ୍କୁ ତୁରନ୍ତ
ଯୋଗାଯୋଗ କରିପାରନ୍ତି ।

ସମ୍ମାନର ସହ
ସୁରେଶ ମହାପାତ୍ର
ବାଇଓକେମିକାଲ ଏଡ଼ପ୍ଟେସନ ଲାବ
ଡ଼ିପାର୍ଟମେଣ୍ଟ ଅଫ ଜୁଲୋଜି
ବନାରସ ହିନ୍ଦୁ ୟୁନିଭରସିଟି
ବନାରସ
୨୨୧୦୦୫
————————————————————-
ରିତେଶ ଓ ପ୍ରଭାସଙ୍କୁ ସାହାଯ୍ୟ କରିବାକୁ ଚାହୁଁ

ମହାଶୟ,

ଆପଣଙ୍କୁ ଉପରୋକ୍ତ ସମ୍ବାଦ ପାଇଁ ଧନ୍ୟବାଦ । ଆପଣ ଦୟାକରି ସେମାନଙ୍କ (ପ୍ରଭାସ ଓ
ରିତେଶ) ଠିକଣା ଦେଲେ ଆମେ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବୁ । ନଚେତ୍ ସେମାନଙ୍କ ଅଭିଭାବକଙ୍କୁ ଆମର ଠିକଣା ଦେଲେ ସେମାନେ ଆମ ସହ ଯୋଗାଯୋଗ କରିପାରିବେ ।

ଏହା ଏକ ଏଜୁକେସନାଲ୍ ଚାରିଟେବୁଲ୍ ଟ୍ରଷ୍ଟ ଯାହା ଓଡିଶାର ଗରିବ ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥାଏ । ଗତ ଶିକ୍ଷାବର୍ଷରେ ଏହା ଗ୍ରାମୀଣ ଗଣିତ ମେଧା ଅନ୍ୱେଷଣର ୩୦୦ କୃତିଛାତ୍ର ଓ ୩୩୨ କଲେଜ୍ ଛାତ୍ର(ଯୁକ୍ତ ଦୁଇ,ଡିପ୍ଲୋମା,ଡିଗ୍ରୀ ଇଂଜିନିୟରିଂ, (ଏମ୍.ବି.ବି.ଏସ୍) ମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଛି ।

ଆପଣ ଇଚ୍ଛା କଲେ ଆମେ ଓଡିଶା ଡଟ୍ କମ୍ରେ ଏହି ସ୍କଲାର୍ସିପ୍ ପ୍ରୋଗ୍ରାମ ପ୍ରକାଶ କରିବୁ ଯାହାଦ୍ୱାରା ଓଡିଶାର ଅନେକ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ।

ସମ୍ମାନସହ
ଏଲ୍.ଏନ୍. ଦାସ
ବିକାଶ ଏଜୁକେଶନାଲ ଟ୍ରଷ୍ଟ
ବିଶାଖାପାଟନାମ, ଆନ୍ଧ୍ରପ୍ରଦେଶ
—————————————————–
“ଆମ ରୋଷେଇ ଘରୁ’ପାଇଁ ଆମେ କୃତଜ୍ଞ

ହ୍ୟାଲୋ ବର୍ଣ୍ଣିକା ମ୍ୟାଡ଼ାମ୍

ମୁଁ ଯୁକ୍ତରାଷ୍ଟ୍ର ଆମେରିକାରୁ ତପସ୍ୱିନୀ ନନ୍ଦ । ଆମ ଓଡ଼ିଆ ପରିବାରମାନଙ୍କୁ ଆପଣ ଯେଉଁ ସାହାଯ୍ୟ କରୁଛନ୍ତି ସେଥିପାଇଁ ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ।

ମୁଁ ଏବଂ ମୋର ସାଙ୍ଗମାନେ “ଓଡ଼ିଶା ଡ଼ଟ୍ କମ୍’ର “ଆମ ରୋଷେଇଘରୁ’ ସ୍ତମ୍ଭର ନିୟମିତ ପାଠିକା । ଆମ ଭଳି ଓଡ଼ିଆ ଝିଅମାନେ ଯେଉଁମାନେ ସେମାନଙ୍କ ମାଆ ,ଶାଶୁ, ଏବଂ ଓଡ଼ିଆ ପରମ୍ପରା, ପର୍ବପର୍ବାଣୀ ଠାରୁ ବହୁତ ଦୂରରେ ରହୁଛୁ ସେମାନଙ୍କ ପାଇଁ ଆପଣଙ୍କ ଦ୍ୱାରା ଲିଖିତ ଓଡ଼ିଆ ପାକ ପ୍ରଣାଳୀ ବହୁତ ସହାୟକ ହେଉଛି ।
ଏହାସହ ପଢନ୍ତୁ
ଆମ ରୋଷେଇ ଘରୁ

ଏହାଦ୍ୱାରା ଆମେ ଆମର ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ତିଆରି କରିପାରୁଛୁ । ଯେତେବେଳେ ପରିବାରର ସମସ୍ତେ ମିଶି ତାହା ଭୋଜନ କରୁଛୁ ତାହା ଆମକୁ ବହୁତ ଆନନ୍ଦିତ କରୁଛି ।

ଆପଣଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିବା ପାକ ପ୍ରଣାଳୀ ଖୁବ୍ ସହଜ,ଏବଂ ଅଳ୍ପ ସମୟ ସାପେକ୍ଷ ।

ପ୍ରକୃତରେ ଆପଣଙ୍କ ସମୟ, ସାହାଯ୍ୟ ପାଇଁ ଆପଣଙ୍କୁ ମୁଁ , ମୋର ପରିବାରର ସଦସ୍ୟମାନେ ଏବଂ କାନାଡ଼ା ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ମୋର ସମସ୍ତ ଓଡ଼ିଆ ବନ୍ଧୁମାନଙ୍କ ତରଫରୁ ଆହୁରି ଥରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଆଶା ଆମେ ସବୁବେଳେ ଏମିତି ଆପଣଙ୍କ ଦ୍ୱାରା ଉପକୃତ ହେଉଥିବୁ । ଦୟାକରି ଏହାକୁ ବଜାୟ ରଖନ୍ତୁ ଓ ଆମକୁ ସାହାଯ୍ୟ କରନ୍ତୁ ।

ଧନ୍ୟବାଦ ଓ ସମ୍ମାନର ସହ
ତପସ୍ୱିନୀ ନନ୍ଦ
ଯୁକ୍ତରାଷ୍ଟ୍ର ଆମେରିକା
————————————————————
ଓଡ଼ିଶା ଡ଼ଟ୍ କମ୍ ପ୍ରତି ମୁ କୃତଜ୍ଞ

“”ଓଡ଼ିଶା ଡ଼ଟ୍ କମ୍ ପ୍ରଥମେ ଏକ ରିପୋର୍ଟ ପ୍ରକାଶ କରି ମୋର ମାର୍କ ସଂପର୍କିତ ଖବର ଲୋକଲୋଚନକୁ ତଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିବାରୁ ମୁଁ କୃତଜ୍ଞ” ଷଷ୍ଠ ଟପ୍ପର ଘୋଷିତ ହେବା ପରେ ପ୍ରଭାସ ଓଡ଼ିଶା ଡ଼ଟ୍ କମ୍ କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ।

“”ଆପଣଙ୍କର ଏ ସାହାଯ୍ୟ ପାଇନଥିଲେ ହୁଏତ ମୋତେ ଏହା ହାସଲ କରିବାରେ କଷ୍ଟ ହୋଇଥାନ୍ତା । ମୋର ଅନୁରୋଧ ସରକାର ମୁଁ ପଢୁଥିବା ଏହିଭଳି ସ୍ୱତନ୍ତ୍ର ସ୍କୁଲମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରୁ ” ପ୍ରଭାସ ଲେଖିଛନ୍ତି ।

“”ଏହାହେଲେ ଅନ୍ତତଃ ପକ୍ଷେ ମୋ ଭଳି ଛାତ୍ର ଏଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ”

ପ୍ରଭାସ
ଭୁବନେଶ୍ୱର
—————————————————–
ଓଡିଆ ସିନେମା ସଂକ୍ରାନ୍ତୀୟ ତାଜା ଖବର ଦିଅନ୍ତୁ

ପି୍ରୟ ମହାଶୟ,

ଓଡିଶା ଡଟ୍ କମ୍ ର ନୁଆ ରୂପ ଖୁବ୍ ଆକର୍ଷଣୀୟ । ମାତ୍ର ଓଡିଆ ସିନେମା ସଂକ୍ରାନ୍ତୀୟ ସ୍ତମ୍ଭ ଅଥବା ବିଭାଗ ମୁଁ ଖୋଜି ପାଇଲି ନାହିଁ । ଦୟାକରି ସିନେମା ସ୍ତମ୍ଭ ଯୁକ୍ତ କରି ନିୟମିତ ତାଜା ଖବର ଦିଅନ୍ତୁ ।

ଓଡିଶା ଡଟ୍ କମ୍ ଏକମାତ୍ର ସ୍ଥାନ ଯାହା ଜରିଆରେ ଆମେ ଆମ ରାଜ୍ୟର ସିନେମା ସମ୍ପର୍କିତ ଖବର ଅନ୍ତର ପାଉ ।

ସମ୍ମାନ ସହ

ମାନସ
ମିଚିଗାନ୍, ଫ୍ଲିଣ୍ଟ
ଆମେରିକା

—————————————————–
ବୁଦ୍ଧିଆଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦିଆଯାଉ

ପ୍ରିୟ ସଂପାଦକ

ନିକଟରେ ଓଡ଼ିଶା ସରକାର ଓଡ଼ିଶା ତଥା ବିଶ୍ୱର ବିସ୍ମୟ କୁନି ଧାବକ ବୁଦ୍ଧିଆଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି । ଯଦି ସରକାର ମନେ କରନ୍ତି ଯେ, ବୁଦ୍ଧିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ ସେଥିରେ କୈାଣସି ସମସ୍ୟା ନାହିଁ ।

ମାତ୍ର ପ୍ରଶ୍ନ ହେଉଛି ପୋଲିସ ପଠାଇ ବଳପୂର୍ବକ ତାଙ୍କୁ ଆଣିବା ।

ଯେଉଁ ବ୍ୟକ୍ତି ଓଡ଼ିଶା ଓ ଆମ ଦେଶ ପାଇଁ ଗୈାରବ ଆଣିଛି ତାଙ୍କୁ ଏଭଳି ବ୍ୟବହାର କରାଯିବା ଉଚିତ କି?

ଯଦି ବୁଦ୍ଧିଆର ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ଥିଲା ତାହାହେଲେ ସରକାର ପୂର୍ବ ସୂଚନା ଦେଇ ସରକାରୀ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିଙ୍କୁ ପଠାଇ ତାଙ୍କୁ ପରୀକ୍ଷା ପାଇଁ ଆଣି ପାରିଥାଆନ୍ତେ ।

ପୋଲିସ ଅପରାଧୀଙ୍କୁ ଧରିବା ବା ମୁକାବିଲା କରିବା ପାଇଁ ଉଦ୍ଧିଷ୍ଟ । ବୁଦ୍ଧିଆ ଯେ ,କି ସାରା ରାଜ୍ୟ ଏବଂ ଦେଶପାଇଁ ଗର୍ବ ଆଣିଛନ୍ତି ସେଭଳି ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ବ୍ୟବହାର କରାଯିବା ପାଇଁ ନୁହେଁ ।

ବୁଦ୍ଧିଆ ଓଡ଼ିଶାର ହୀରା ସେ ଯେଉଁଭଳି ସମ୍ମାନର ଅଧିକାରୀ ତାଙ୍କୁ ସେହିଭଳି ମର୍ଯ୍ୟାଦା ଦିଆଯିବା ଉଚିତ୍ । ।

ବିକାଶ ଦାସ
ହାଇଦ୍ରାବାଦ
—————————————————–
ବୁଦ୍ଧିଆ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ମଧ୍ୟ ଦୋଷୀ

ବୁଦ୍ଧିଆଙ୍କ ଉପରେ (ତୃତୀୟ ନୟନ) ଏକ ଶ୍ରେଷ୍ଠ ଲେଖା । ମୁଁ ତାକୁ ପଢି ଅତ୍ୟନ୍ତ ପ୍ରଭାବିତ ତଥା ଖୁସି ଅନୁଭବ କରୁଛି ।

ତେବେ କେତେକ ଗଣମାଧ୍ୟମ ଏବଂ ସରକାର ଯେଭଳିଭାବେ ଏବେ ବୁଦ୍ଧିଆଙ୍କ ପ୍ରତି ବ୍ୟବହାର କରୁଛନ୍ତି ତାହା ମତେ ଆଶ୍ଚର୍ଯ୍ୟ ଓ ମର୍ମାହତ କରିଛି ।

କ’ଣ ସେ ଓଡ଼ିଶାର ଶତ୍ରୁ? ସତରେ କଣ ବୁଦ୍ଧିଆ ସବୁଠାରୁ ବଡ଼ ଶିଶୁ ଶୋଷଣର ନମୂନା?

ଯଦି ବୁଦ୍ଧିଆଙ୍କୁ ଦୌଡ଼ିବା ପାଇଁ ଉତ୍ସାହିତ କରିବା ଏକ ଅପରାଧ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଦ୍ଧିଆଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ମଧ୍ୟ ଦୋଷୀ କୁହାଯିବା ଉଚିତ୍ ।

କେମିତି ସମସ୍ତେ ସୁବିଧାରେ ଭୁଲିଯାଇ ପାରିବେ ଯେ ନବୀନ ବୁଦ୍ଧିଆଙ୍କୁ ଦୁଇ ଦୁଇ ଥର ସମ୍ମାନୀତ
କରିଥିଲେ ।

ପ୍ରଥମଥର ବୁଦ୍ଧିଆ ୫୦ କିମି ଦୌଡ଼ ଅତିକ୍ରମ କରିଥିବାରୁ ୩୧ ଅକ୍ଟୋବର ୨୦୦୫ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନୀତ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବା ସମୟରେ ବୁଦ୍ଧିଆଙ୍କ ହାତରେ ଗୋଟେ ଟ୍ରଫି ଥିଲା । ସେଥିରେ ପଚାଶ କିମି ଅତିକ୍ରମ କରିଥିବା ଏହି ଶିଶୁର ଲକ୍ଷ୍ୟ ୧୦୦ କିମି ବୋଲି ଲେଖାଯାଇଥିଲା ।

ଏବଂ ଅନ୍ୟଥରେ ଗତ ନଭେମ୍ବରରେ ରେଳବାଇ ଦ୍ୱାରା ଆୟୋଜିତ କ୍ରିଡ଼ା ମିଟରେ ମଧ୍ୟ ପଟ୍ଟନାୟକ ତାଙ୍କୁ ସମ୍ମାନୀତ କରିଥିଲେ ।

ଯଦି ବିରଞ୍ଚି , ଦେବାଶିଷ , ସିଆରପିଏଫ୍ ଡ଼ିଆଇଜି ଆଦି ବୁଦ୍ଧିଆଙ୍କୁ ପ୍ରୋତ୍ସାହିତ କରି ଦୋଷୀ ଏକ ହଜାର ପ୍ରତିଶତ ଦୋଷମୁକ୍ତ କୁହାଯାଉଥିବା ମିଷ୍ଟଭାଷୀ ନବୀନ ପଟ୍ଟନାୟକ ମଧ୍ୟ ସମ ପରିମାଣରେ ଦୋଷୀ ।

ଜାତୀୟ ମାନବାଧିକାର କମିଶନକୁ ନିଜେ ପଟ୍ଟନାୟକ ଉତ୍ତର ଦେବା ଉଚିତ୍ । ସେ କହିବା ଉଚିତ୍ ସେ କେଉଁ କାରଣରୁ ପ୍ରଥମଥର ପୁରୀରୁ ୫୬ କିଲୋମିଟର ଦୌଡ଼ିବା ପରେ ବୁଦ୍ଧିଆକୁ ସମ୍ମାନୀତ କରିଥିଲେ ।

ସେତେବେଳେ କ’ଣ ଏହା ମହତ୍ କାର୍ଯ୍ୟ ଥିଲା ଏବେ ଶୋଷଣ ହୋଇଗଲା ।

ସମ୍ମାନର ସହ
ସମ୍ପଦ ମହାପାତ୍ର
ଏନ୍ଡ଼ି ଟିଭି
ଭୁବନେଶ୍ୱର
—————————————————-
ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହେଁ

ଭାରତ ବାହାରେ ଆମେରିକାରେ ରହୁଥିବା ଜଣେ ଓଡ଼ିଆ ଭାବରେ ଓଡ଼ିଶା ଡ଼ଟ୍ କମ୍ର ଲେଖା ଓ ଫଟୋ ଗୁଡ଼ିକ ନେଇ ମୁଁ ଗର୍ବ ଅନୁଭବ କରୁଛି ।

ଦୟାକରି ଆପଣଙ୍କର ଏହି ମହନୀୟ ଉଦ୍ୟମ ଜାରି ରଖନ୍ତୁ । ମୁଁ ଆପଣ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗ୍ରହୀ

ଉମେଶ ଚନ୍ଦ୍ର ନାୟକ
କନ୍ସଲଟିଂ ଇଂଜିନିୟର
କାନାଡ଼ା
—————————————————–
“ଉତ୍କଳ ଦିବସ’ ଅଭିନନ୍ଦନ

ପ୍ରିୟ ମହାଶୟ,

ବିଶ୍ୱବ୍ୟାପି ଓଡ଼ିଆଙ୍କୁ ମୋର “ଉତ୍କଳ ଦିବସ’ ଅଭିନନ୍ଦନ । ମୁଁ ଆପଣଙ୍କ ସାଇଟ୍ର ଜଣେ ନିୟମିତ ପାଠକ ।

ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆମାନଙ୍କୁ ଆପଣଙ୍କ ସାଇଟ୍ ନିଜ ରାଜ୍ୟରେ ଘଟୁଥିବା ଘଟଣାବଳୀ ସଂପର୍କରେ ତାଜା ସୂଚନା ଦେଇଥାଏ । ସାଇଟ୍ର କେତେକ ସ୍ତମ୍ଭ ମାଧ୍ୟମରେ ଲୋକମାନେ ନିଜର ମତାମତ ଉପସ୍ଥାପନ କରିବା ପାଇଁ ସୁଯୋଗ ପାଇପାରୁୁୁଛନ୍ତି ।

ଏଭଳି ଏକ ମହତ ଉଦ୍ୟମ ପାଇଁ ଆପଣଙ୍କ ଟିମ୍ ପ୍ରଶଂସନୀୟ ।

ଧନ୍ୟବାଦର ସହ,

ଯୋଗେଶ ଭୟାନୀ
ଦୁବାଇ
ୟୁଏଇ
—————————————————–
ଅନୁ ଚୌଧୁରୀଙ୍କର ବିବାହ ଫଟୋ ଦିଅନ୍ତୁ

ପ୍ରିୟ ମହାଶୟ,

ମୁଁ ଓଡ଼ିଶା ଡଟ୍ କମ୍ର ଜଣେ ନିୟମିତ ପାଠକ । କିଛି ଦିନ ତଳେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅନୁ ଚୌଧୁରୀଙ୍କର ବିବାହ ବିଷୟରେ ଆପଣଙ୍କ ସାଇଟରୁ ଜାଣିବାକୁ ପାଇଲି ।

ମୁଁ ତାଙ୍କର ଜଣେ ବଡ ପ୍ରଶଂସକ । ବର୍ତ୍ତମାନ ମୁଁ ଓଡ଼ିଶା ବାହାରେ ରହୁଛି । ତେଣୁ ତାଙ୍କ ବିବାହର କିଛି
ଫଟୋ ସାଇଟରେ ଦେବା ପାଇଁ ମୋର ଅନୁରୋଧ ।

ସମ୍ମାନର ସହ
ମାନସ
ଫ୍ଲିଣ୍ଟ, ମିଶିଗାନ
ଆମେରିକା

—————————————————–
“ନବୀନଙ୍କ ହନୁମାନ’ ଲେଖା ସମୟୋପଯୋଗୀ (ଚିଠି ପତ୍ର)

ପ୍ରିୟ ସଂପାଦକ,

ଆମ ଘର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ । ବର୍ତ୍ତମାନ କାନାଡାର ଭାନ୍କୋଭର ଜେନେରାଲ ହସପିଟାଲରେ ମୁଁ କାର୍ଯ୍ୟ କରୁଛି ।

ମୁଁ ଆପଣଙ୍କ ସାଇଟ୍ର ଜଣେ ନିୟମିତ ପାଠକ । କିଛି ଦିନ ତଳେ ତୃତୀୟ ନୟନ ସ୍ତମ୍ଭରେ ପ୍ରକାଶିତ “ନବୀନଙ୍କ ହନୁମାନ’ ଲେଖାଟି ପଢିଲି । ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ଚାଲିଥିବା ସମୟରେ ଏହି ଲେଖା ସମୟୋପଯୋଗୀ ହୋଇଛି ।
ଏହାସହ ପଢନ୍ତୁ
ନବୀନ ବାବୁଙ୍କ ହନୁମାନ
ତୃତୀୟ ନୟନ
ଚିଠି ପତ୍ର

ସମ୍ମାନର ସହ,

ପ୍ରବୋଧ ଦାସ
ଲିଉକୋମିଆ ଆଣ୍ଡ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟେସନ୍ ଡିଭିଜନ୍
ଭାନ୍କୋଭର ଜେନେରାଲ ହସପିଟାଲ
କାନାଡା
—————————————————–
ୟୁପିଏସି ପାଟର୍ନରେ ଓପିଏସି ପରୀକ୍ଷା କରାଯାଉ

ପ୍ରିୟ ସଂପାଦକ,

ମୁଁ ଓଡ଼ିଶା ଡଟ୍ କମ୍ର ଜଣେ ନିୟମିତ ପାଠକ । ଏଭଳି ଏକ ସୂଚନାପ୍ରଦ ୱେବ୍ସାଇଟ୍ ଆରମ୍ଭ କରିଥିବାରୁ ଆପଣଙ୍କୁ ମୋର ଅଭିନନ୍ଦନ ।

ମୁଁ ଆପଣଙ୍କର ଏହି ଲୋକପ୍ରିୟ ସାଇଟ ମାଧ୍ୟମରେ କେତେକ ବିଷୟ ପ୍ରତି ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ।

ରାଜ୍ୟ ସରକାର ୨୦୦୦ ମସିହାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ତା ପର ଠାରୁ ଏହି ପରୀକ୍ଷା ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ନ ପାଇବା ଫଳରେ ସେଥିପାଇଁ ପ୍ରସ୍ତୁତି ଚଳାଇଥିବା ଲକ୍ଷାଧିକ ମେଧାବୀ ଯୁବକ ଯୁବତୀ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରୁଛନ୍ତି ।

ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ।

ଏହା ବ୍ୟତୀତ ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ପୋଲିସ ସେବାରେ ଯୋଗଦାନ ସମୟରେ କର୍ମଚାରୀମାନଙ୍କୁ ପ୍ରଥମ ଶ୍ରେଣୀ ଅଫିସର ମାନ୍ୟତା ଦିଆଯିବା ସହ ଉଚିତ ।

ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ(ୟୁପିଏସ୍ସି) ପାଟର୍ନରେ ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ(ଓପିଏସ୍ସି) ପରୀକ୍ଷା କରାଯିବା ଆବଶ୍ୟକ ।

ସମ୍ମାନର ସହ
ମନୋଜ ମିଶ୍ର
ଓଡ଼ିଶା
—————————————————
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା କରାଯାଉ

ମହାଶୟ,

ମୁଁ ଆପଣଙ୍କ ସାଇଟର ଜଣେ ନିୟମିତ ପାଠକ । ଆପଣଙ୍କ ଜରିଆରେ ମୁଁ ନିମ୍ନୋକ୍ତ ବିଷୟ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ।

ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଗତ ୨୦୦୦ ମସିହାରେ ଓଡ଼ିଶା ସିଭିଲ ସର୍ଭିସେସ୍(ଓସିଏସ୍) ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ ।

ଓସିଏସ୍ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଏକ ପ୍ରମୁଖ କର୍ମନିଯୁକ୍ତି ସୁଯୋଗ ହୋଇଥିବାରୁ ଏଥିରେ ଯୋଗ ଦେବା ପାଇଁ ରାଜ୍ୟର ବହୁ ଶିକ୍ଷିତ ଯୁବକ ଯୁବତୀ ନିଜର ପ୍ରସ୍ତୁତି ଚଳାଇଛନ୍ତି ।

ତେବେ ଦୀର୍ଘ ଦିନ ଧରି ସରକାରଙ୍କ ଏହି ଅବହେଳା ସେମାନଙ୍କ ମାନସିକ ସ୍ଥିତିକୁ ଦୁର୍ବଳ କରୁଛି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୋର ଅନୁରୋଧ ।

ସଙ୍ଗୀତା ମିଶ୍ର
ଭୁବନେଶ୍ୱର

—————————————————
ଅଭିଯୋଗ ପୂର୍ବରୁ ତା ସପକ୍ଷରେ ଯୁକ୍ତି ଦର୍ଶାନ୍ତୁ

ପ୍ରିୟ ସଂପାଦକ,

ମୁଁ ଆପଣଙ୍କ ସାଇଟର ଜଣେ ନିୟମିତ ପାଠକ । ରବିବାର ପ୍ରକାଶିତ ବିକାଶ ଦାଶଙ୍କ ଚିଠିରେ
ତାଙ୍କର ପ୍ରତିକ୍ରିୟା ପଢିଲି ।

ତେବେ ମୁଁ ବୁଝିପାରୁ ନାହିଁ ଯେ, ଆପଣଙ୍କ ପାଠକମାନେ ପ୍ରଶାନ୍ତ ପଟ୍ଟନାୟକଙ୍କ “ତୃତୀୟ ନୟନ’
ସ୍ତମ୍ଭରେ କି ଦୋଷ ତ୍ରୁଟି ଲକ୍ଷ୍ୟ କରୁଛନ୍ତି ।

କୌଣସି ଅଭିଯୋଗ ଆଣିବା ପୂର୍ବରୁ ସେମାନେ ତା ସପକ୍ଷରେ ଯୁକ୍ତି ଦର୍ଶାଇବା ଉଚିତ ।
ମୋ ମତରେ “ତୃତୀୟ ନୟନ’ର କୌଣସି ଲେଖା ରାଜନୈତିକ ପକ୍ଷପାତିତାପୂର୍ଣ୍ଣ ନୁହେଁ ।

ପ୍ରଥମ ଲେଖାରେ ଲେଖକ ଲୋକମାନଙ୍କୁ ବିପଥଗାମୀ କରାଉଥିବା ରାଜନୈତିକ ନେତାମାନଙ୍କ
ବିଷୟରେ ଲେଖିଥିବାବେଳେ ଦ୍ୱିତୀୟ ଲେଖାରେ ସେ ରାଜ୍ୟବାସୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ।

ଏଭଳି କ୍ଷେତ୍ରରେ ପଟ୍ଟନାୟକଙ୍କ ଲେଖାକୁ ପାଠକମାନେ ରାଜନୈତିକ ଉଦ୍ଦେଶ୍ୟସମ୍ବଳିତ ବୋଲି କିପରି କହିପାରୁଛନ୍ତି?

ଲେଖକ କେଉଁ ସ୍ଥାନରେ ଏଭଳି ତ୍ରୁଟି କରିଛନ୍ତି ତାହା ଦର୍ଶାଇବା ପାଇଁ ଅଭିଯୋଗକାରୀ
ପାଠକମାନଙ୍କୁ ମୁଁ ଅନୁରୋଧ କରିବି ।

ଯୁବ ଓଡ଼ିଆ ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ଚିନ୍ତନଶୀଳ ଏବଂ
ସୂଚନାପ୍ରଦ ଲେଖାଗୁଡିକ ପ୍ରକାଶ କରିବାକୁ ମୋର ଆପଣଙ୍କୁ ଅନୁରୋଧ ।

ନରେଶ କୁମାର
ମେକାନିକାଲ ଇଂଜିନିୟରିଂ ବିଭାଗ
କଲେଜ ଅଫ ଇଂଜିନିୟରିଂ
ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଭୁବନେଶ୍ୱର
—————————————————
ଆପଣଙ୍କଠାରୁ ଆମେ ସ୍ୱାଧୀନ ଏବଂ ନିରପେକ୍ଷ ସମ୍ବାଦ ଆଶା କରୁ

ପ୍ରିୟ ସଂପାଦକ,

ଆପଣଙ୍କ ସାଇଟ ଆସିବା ଦିନଠାରୁ ମୁଁ ଏହାର ଜଣେ ନିୟମିତ ପାଠକ । ନିକଟରେ ଆପଣ ଆରମ୍ଭ କରିଥିବା “ମୋ ଓଡ଼ିଶା’ ସ୍ତମ୍ଭରେ ଓଡ଼ିଶାର ବିକାଶ ଦିଗରେ ସୁଶ୍ରୀ ସୁନିତା ହୋତାଙ୍କ ମତାମତ ପଢିଲି ।

ଏହି ସ୍ତମ୍ଭ ଜରିଆରେ ରାଜ୍ୟର ଯୁବପିଢୀ ସେମାନଙ୍କ ମତାମତ ପ୍ରକାଶ କରିବାର ସୁଯୋଗ ପାଇବା ସହ ଅନ୍ୟମାନେ ଯୁବଚିନ୍ତାଧାରା ବିଷୟରେ ଜାଣିପାରିବେ । ଦୈନିକ “ଦି ହିନ୍ଦୁ’ରେ ଏ ପ୍ରକାର ସ୍ତମ୍ଭ ବେଶ୍ ଲୋକପ୍ରିୟତା ହାସଲ କରିଛି ।

ଓଡ଼ିଶା ଡଟ୍ କମ୍ ମାଧ୍ୟମରେ ଯୁବ ସମାଜ ରାଜ୍ୟ ବିଷୟରେ କିଛି ଚିନ୍ତା କରିବାକୁ ଆରମ୍ଭ କରିବେ । ତେବେ ନିକଟରେ ଆରମ୍ଭ କରାଯାଇଥିବା ଅନ୍ୟ ଏକ ସ୍ତମ୍ଭ “ତୃତୀୟ ନୟନ’ ରାଜନୈତିକ ପକ୍ଷପାତିତାପୂର୍ଣ୍ଣ ଉଦ୍ଦେଶ୍ୟପ୍ରତିଫଳିତ କରୁଛି ।

ନବୀନ-ଜୁଏଲ ପ୍ରସଙ୍ଗକୁ ନେଇ ଅଧିକ ଖବର ପ୍ରକାଶ କଲେ ଅନ୍ୟ ଖବରକାଗଜ ଭଳି ଏହି ସାଇଟ ପ୍ରତି ବାହାରେ ରହୁଥିବା ଓଡ଼ିଆମାନଙ୍କର ବିରକ୍ତି ମନୋଭାବ ଆସିବ ବୋଲି ମୋର ଧାରଣା ।

ଆପଣଙ୍କଠାରୁ ଆମେ ସ୍ୱାଧୀନ ଏବଂ ନିରପେକ୍ଷ ସମ୍ବାଦ ଆଶା କରୁ । ଆପଣଙ୍କ ସାଇଟ କୌଣସି ରାଜନୈତିକ ଦଳର ମୁଖପତ୍ର ନ ହୋଇ ଯୁବ ଓଡ଼ିଆଙ୍କ ମତାମତକୁ ପ୍ରାଧାନ୍ୟ ଦେବା ଉଚିତ ।

ବିକାଶ ଦାଶ
ଇକ୍ଫାଇ ସ୍କୁଲ ଅଫ୍ ପବ୍ଲିକ୍ ପଲିସି
ହାଇଦ୍ରାବାଦ
—————————————————
ଉନ୍ନତ ଲେଖା ଗୁଡିକ ପାଇଁ ଧନ୍ୟବାଦ

ପ୍ରିୟ ସଂପାଦକ,

ମୁଁ ଆପଣଙ୍କ ସାଇଟ୍ର ଜଣେ ନିୟମିତ ପାଠିକା । ଏଥିରେ ପ୍ରକାଶିତ “ଆମ ରୋଷେଇ’ ଏବଂ ଅନ୍ୟାନ୍ୟ ଅଧିକାଂଶ ସମ୍ବାଦ ମୋତେ ଭଲ ଲାଗେ ।

ନୂଆଦିଲ୍ଲୀରୁ ଅଶୋକ ତ୍ରିପାଠୀ ଲେଖିଥିବା ଚିଠିଟି ଓଡ଼ିଶା ଡଟ୍ କମ୍ରେ ପଢିଲି ।

ମୁଁ ଭାବୁଛି ଆପଣଙ୍କ ସାଇଟରେ ଲେଖା ଗୁଡିକ ନେଇ, ବିଶେଷ କରି ପ୍ରଶାନ୍ତ ପଟ୍ଟନାୟକଙ୍କ ସ୍ତମ୍ଭ “ତୃତୀୟ ନୟନ’ ଉପରେ ଅଧିକାଂଶ ପାଠକ ତ୍ରିପାଠୀଙ୍କ ସହ ଏକମତ ହେବେ ନାହିଁ ।

ଶୀ୍ରଯୁକ୍ତ ପଟ୍ଟନାୟକ ରାଜ୍ୟର ଜଣେ ବରିଷ୍ଠ ଲେଖକ । ବିନା କୌଣସି ପକ୍ଷପାତିତାରେ ନିର୍ଭୀକ ଲେଖା ପାଇଁ ସେ ବେଶ୍ ଜଣାଶୁଣା ।

“ନବୀନବାବୁଙ୍କ ହନୁମାନ’ ଶୀର୍ଷକ ଲେଖାରେ ପ୍ରଶାନ୍ତ ପଟ୍ଟନାୟକଙ୍କ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୌଣସି ଶିଳ୍ପ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିବା ପୂର୍ବରୁ ତଥାକଥିତ ଆଇଏଏସ୍ ହନୁମାନମାନଙ୍କ ବଦଳରେ ଖଣି, ଇସ୍ପାତ, ପରିଚାଳନା, ବନ୍ଦର ଇତ୍ୟାଦି ବିଷୟରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ଆବଶ୍ୟକ ।

ଆପଣଙ୍କ ସାଇଟ୍ ଆଗକୁ ମଧ୍ୟ ନିରପେକ୍ଷଭାବେ ଓଡ଼ିଶାର ଘଟଣାବଳୀ ଗୁଡିକ ପ୍ରକାଶ କରୁ, ଏହା ମୋର ଏବଂ ମୋ ପରିବାରର ସମସ୍ତ ସଦସ୍ୟଙ୍କ କାମନା ।

ଶୁଭକାମନା ସହ

ଡେଜି ପଟ୍ଟନାୟକ
(ଠିକଣା ଲେଖି ନାହାନ୍ତି )
———————————————————-
ଉପସ୍ଥାପନା ଶୈଳୀରେ ଉନ୍ନତି ପରିଲକ୍ଷିତ ହୋଇଛି

ପ୍ରିୟ ସଂପାଦକ,

ମୁଁ ବହୁ ଦିନ ଧରି ଆପଣଙ୍କ ନିଉଜ୍ ପୋର୍ଟାଲ ପଢି ଆସୁଛି ।

ପ୍ରବାସୀ ଓଡ଼ିଆଙ୍କ ଉପରେ ଆପଣଙ୍କ ଲେଖାଗୁଡିକୁ ମୁଁ ଖୁବ୍ ପସନ୍ଦ କରେ । ଅନ୍ୟ କୌଣସି ଓଡ଼ିଆ ଗଣ ମାଧ୍ୟମ ଏପରି ଲେଖା ପ୍ରକାଶ କରୁ ନାହାନ୍ତି ।

କିଛି ଦିନ ଧରି ସାଇଟ୍ର ସମ୍ବାଦ ଏବଂ ଏହାର ଉପସ୍ଥାପନା ଶୈଳୀରେ ବେଶ୍ କିଛି ଉନ୍ନତି ପରିଲକ୍ଷିତ ହୋଇଛି । ଆପଣ ପ୍ରକାଶ କରୁଥିବା ସଫଳ ଓଡ଼ିଆ ମାନଙ୍କର ସାକ୍ଷାତକାର ଉଚ୍ଚମାନର ।

ଓଡ଼ିଆ ଖବର କାଗଜ ଗୁଡିକରେ ପ୍ରଶାନ୍ତ ପଟ୍ଟନାୟକଙ୍କ ଲେଖା ଏବଂ ବିଶେଷ କରି ତାଙ୍କର “ତୃତୀୟ ନୟନ’ ସ୍ତମ୍ଭର ମୁଁ ଜଣେ ନିୟମିତ ପାଠକ ଏବଂ ପ୍ରଶଂସକ । ଗତ କିଛି ବର୍ଷ ମୁଁ ଏହା ପଢିବାକୁ ପାଉ ନ ଥିଲି । ମୋ ଭଳି ପାଠକଙ୍କୁ ସେହି ସୁଯୋଗ ପୁଣିଥରେ ଯୋଗାଇ ଦେଇଥିବାରୁ ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ ।

ହୋଟେଲମାନଙ୍କ ଦ୍ୱାରା ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ହାନୀ ଏବଂ ଏଡ୍ସ ପୀଡିତ ଦୁଇ ଭଉଣୀଙ୍କ ଉପରେ ତାଙ୍କର ବିଶେଷ ରିପୋର୍ଟ ବେଶ୍ ହୃଦୟସ୍ପର୍ଶୀ । ସମ୍ଭବ ହେଲେ ମୁଁ ସେହି ଭଉଣୀ ଦୁଇଜଣଙ୍କୁ କିଛି ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବି ।

ଆଉ ଗୋଟିଏ କଥା ହେଲା ବରଗଡ ଧନୁଯାତ୍ରା ଏବଂ କଳିଙ୍ଗ ନଗର ଗୁଳିକାଣ୍ଡ ଉପରେ ସାଇଟରେ ବିଶେଷ ଫଟୋଚିତ୍ର ଉପସ୍ଥାପନା ପାଇଁ ଶାନ୍ତନୁ ବିଶ୍ୱାଳ ଏବଂ ଶିବାଜୀ ମୌଳିକଙ୍କୁ ମୋର ଧନ୍ୟବାଦ ।

ମୁଁ ନିଶ୍ଚିତ ଯେ, ଆପଣଙ୍କ ଏହି ନିଉଜ୍ ପୋର୍ଟାଲ ଓଡ଼ିଆ ଲୋକମାନଙ୍କ ଦ୍ୱାରା ଅଧିକ ଆଦୃତ ହେବ ।

ସମ୍ମାନର ସହ

ନରେଶ କୁମାର
———————————————————-
ରାଜନୈତିକ ପକ୍ଷପାତିତାପୂର୍ଣ୍ଣ ସମ୍ବାଦ ଦିଅନ୍ତୁ ନାହିଁ

ମହାଶୟ,

ଆଶା କରୁଛି ଏଭଳି ଏକ ଚିଠି ପାଇ ଆପଣ ହତୋସôାହିତ ହେବେ ନାହିଁ । ଆପଣଙ୍କ ସାଇଟ୍ ଓଡ଼ିଶା ଡଟ୍ କମ୍ ଉପରେ ମୋର କିଛି ମତ ରହିଛି ।

ଏହି ସାଇଟରେ କେତେକ ସମ୍ବାଦ ପଢିବା ନିଶ୍ଚିତଭାବେ ଏକ ଭଲ ଅନୁଭୂତି । ବିଶେଷ କରି ସାକ୍ଷାତକାର ସ୍ତମ୍ଭ ମୁଁ ବେଶ୍ ଉପଭୋଗ କରେ ।

କିନ୍ତୁ ଗତ କିଛି ମାସ ଧରି ସାକ୍ଷାତକାର ଗୁଡିକ ନିୟମିତ ପ୍ରକାଶିତ ହେଉନାହିଁ । ସେହିପରି ରାଜନୈତିକ ପକ୍ଷପାତିତା ସମ୍ବଳିତ ସମ୍ବାଦ ଗୁଡିକ ମଧ୍ୟ ଦେଖିବାକୁ ମିଳୁଛି ।

କିଛି ଦିନ ତଳେ ଆରମ୍ଭ ହୋଇଥିବା “ତୃତୀୟ ନୟନ’ ସ୍ତମ୍ଭ ମଧ୍ୟ ଉଚ୍ଚମାନର ନୁହେଁ । ଆପଣଙ୍କ ପାଠକମାନେ ଉଚ୍ଚଶିକ୍ଷିତ । ଭଲ ଏବଂ ଖରାପ ଲେଖାକୁ ବୁଝିବାର କ୍ଷମତା ସେମାନଙ୍କର ରହିଛି ।

ଆପଣଙ୍କ ଇ-ନିଉଜ୍ପେପରକୁ ଅନ୍ୟ ଓଡ଼ିଆ ଖବରକାଗଜ ଠାରୁ ଭିନ୍ନ ସ୍ୱାଦର କରିବାକୁ ହେବ । କିନ୍ତୁ ଏଭଳି ଲେଖା ପ୍ରକାଶିତ ହେଲେ ସାଇଟ୍ର ଭବିଷ୍ୟତ ପ୍ରଭାବିତ ହୋଇପାରେ ।

ନିୟମିତ ସାକ୍ଷାତକାର, ଲୋକମାନଙ୍କ ମତଗୁଡିକ ପ୍ରକାଶ କରି ଆଗଭଳି ସାଇଟ୍ର ମାନ ଉନ୍ନତ କରିବା ପାଇଁ ମୁଁ ଅନୁରୋଧ କରୁଛି । ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ସେସବୁ ପଢିବା ପାଇଁ ପସନ୍ଦ କରିବେ ।

ଅଶୋକ ତ୍ରିପାଠୀ
ନୂଆଦିଲ୍ଲୀ
——————————————————————–ସାଇଟରେ ଓଡ଼ିଆ କ୍ୟାଲେଣ୍ଡର ଏବଂ ପର୍ବପର୍ବାଣୀ ଦିଅନ୍ତୁ

ମହାଶୟ,

ମୁଁ ବିଦେଶରେ ରହୁଛି । ଆପଣଙ୍କର ସାଇଟ୍ ଅତି ସୁନ୍ଦର ହୋଇଛି । ତେବେ ଏଥିରେ ଓଡିÿଆ କ୍ୟାଲେଣ୍ଡର ଏବଂ ପର୍ବ ପର୍ବାଣୀ ସନ୍ନିବେଶ କରାଗଲେ ଆହୁରି ଭଲ ହୁଅନ୍ତା ।

ଧନ୍ୟବାଦ

ବିଜୟ କୁମାର ପୃଷ୍ଟି
———————————————————-ଡ଼ାଟା କ୍ୱେଷ୍ଟ ମାଗାଜିନରୁ ଓଡ଼ିଶା ଡ଼ଟ୍ କମ୍ ବିଷୟରେ ଜାଣିଲି

ମହାଶୟ,

ମୁଁ ଓଡ଼ିଶା ଡ଼ଟ୍ କମ୍ ବିଷୟରେ ଡ଼ାଟା କ୍ୱେଷ୍ଟ ମାଗାଜିନରୁ ଜାଣିବାକୁ ପାଇଲି ଏବଂ ମୁଁ ବହୁତ ଖୁସି ହୋଇଗଲି ଯେ ଆମ ଓଡ଼ିଶା ବିଷୟରେ ବହୁତ କିଛି ଏବେ ଜାଣିବାକୁ ମିଳିବ ।

ସୁଦୂର ବମ୍ବେରେ ଥାଇ ମୁଁ ଯଦି ଆପଣଙ୍କୁ କିଛି ସାହାଯ୍ୟ କରିପାରେ, ତାହା ମୋ ପାଇଁ ଆନନ୍ଦର ବିଷୟ ହେବ । ଆବଶ୍ୟକ ହେଲେ ନିଶ୍ଚୟ ଜଣାଇବେ ।

ବସନ୍ତ କୁମାର ପଢିଆରୀ

ନୂଆ ମୁମ୍ବାଇ
———————————————————-
କଳାକାରମାନଙ୍କ ସମସ୍ୟା ଲୋକଲୋଚନକୁ ଆଣିବା ପାଇଁ ଅନୁରୋଧ

ପ୍ରିୟ ମହାଶୟ,

ପ୍ରତିଦିନ ଓଡ଼ିଶା ଡଟ୍ କମ୍ ପଢ଼ିବା ଏକ ଆନନ୍ଦଦାୟକ ଅନୁଭୂତି । ଆମଭଳି ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କ ପାଖରେ ପ୍ରତିଦିନ ରାଜ୍ୟର ସଦ୍ୟ ଖବର ସବୁ ପହଞ୍ଚାଇବା ପାଇଁ ଆପଣଙ୍କ ଟିମ୍ର ଚେଷ୍ଟା ପ୍ରଶଂସନୀୟ ।

ଆପଣଙ୍କ ସାଇଟ୍ ବାସ୍ତବିକ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି । ତେବେ ଓଡ଼ିଶାର ମହାନ୍ କଳାକାରମାନଙ୍କ ଅବଦାନ ଏବଂ ସେମାନଙ୍କର ସମସ୍ୟାଗୁଡ଼ିକ ଲୋକଲୋଚନକୁ ଆଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆଶା କରୁଛି ଆପଣ ଏ ବିଷୟରେ ଧ୍ୟାନ ଦେବେ ।

ସମ୍ମାନର ସହ
ନରେଶ
କାନପୁର, ଉତ୍ତରପ୍ରଦେଶ
——————————————–
ଚଳଚ୍ଚିତ୍ର ଓ ଆଲବମ ଜଗତର ସମ୍ବାଦ ଦିଅନ୍ତୁ

ମହାଶୟ,

ଓଡ଼ିଆ ଲୋକଙ୍କ ପାଇଁ ଏହା ଏକ ଉନ୍ନତ ମାନର ସାଇଟ୍ । ଏହି ସାଇଟ୍ ପାଇଁ କାମ କରୁଥିବା ପ୍ରତିଟି ସଦସ୍ୟଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ।

ତେବେ ମୁଁ ସାଇଟ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କିଛି ପ୍ରସ୍ତାବ ଦେବାକୁ ଚାହେଁ ।

ସାଇଟରେ ମନୋରଞ୍ଜନ ବିଷୟରେ ଖୁବ୍ କମ୍ ଲେଖା ଥିବାର ମୁଁ ଦେଖିବାକୁ ପାଇଲି । ଆମ ରାଜ୍ୟର ଚଳଚ୍ଚିତ୍ର ଜଗତ”ଓଲିଉଡ଼’ ରେ ଅପେକ୍ଷାକୃତ କମ୍ ଖବର ଥାଏ । ତେଣୁ କିଛିଦିନ ବ୍ୟବଧାନରେ କେତେକ ଲେଖା ଦେଇ ସାଇଟ୍ର ଏହି ସ୍ତମ୍ଭ ଆଡ଼କୁ ଅଧିକ ପାଠକଙ୍କୁ ଆକୃଷ୍ଟ କରିହେବ ।

ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲ୍ବମ୍ ଜଗତରେ ଭଲ ଭଲ ଗୀତ ଆସୁଥିବାରୁ ସାଇଟରେ ସେ ସବୁ ଗୀତ କିମ୍ବା ସେ ସଂପର୍କୀୟ ସୂଚନା ମିଳୁଥିବା ୱେବ୍ ସାଇଟ୍କୁ ଲିଙ୍କ୍ ଦିଆଗଲେ ଓଡ଼ିଆ ସଂଗୀତ ପ୍ରେମୀମାନେ ଏଥିରୁ ଉପକୃତ ହୋଇପାରିବେ ।

ପ୍ରଚ୍ଛଦ ପୃଷ୍ଠାରେ ମଧ୍ୟ କିଛି ଚଳଚ୍ଚିତ୍ର ସମ୍ବନ୍ଧୀୟ ଖବର ରହିଲେ ଅଧିକ ଭଲ ହେବ ।

ଧନ୍ୟବାଦର ସହ,

ସରୋଜ

ଗୌହାଟୀ
———————————————————-
ଓଡ଼ିଶା ଡ଼ଟ୍ କମ୍ ଦ୍ୱାରା ବହୁ ଓଡ଼ିଆ ଉପକୃତ

ମହାଶୟ,

ମୁଁ ନିୟମିତ ଓଡ଼ିଶା ଡ଼ଟ୍ କମ୍ ଦେଖୁଛି । ଓଡ଼ିଶାର ଖବରକୁ ନେଇ ଏଭଳି ଏକ ୱେବ ସାଇଟ ଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ବହୁ
ସଂଖ୍ୟାରେ ଓଡ଼ିଆ ଏହା ଦ୍ୱାରା ଉପକୃତ ହେଉଛନ୍ତି । ମୁଁ ଏହି ସାଇଟ ଦେଖି ବିଶେଷ ଆନନ୍ଦିତ ।

ଧନ୍ୟବାଦ ସହ
ରମ୍ୟ ରଞ୍ଜନ ମିଶ୍ର
ହାଇଦ୍ରାବାଦ
———————————————————-
ଓଡ଼ିଶା ଡ଼ଟ୍ କମ୍ର ସମ୍ବାଦ ଉପସ୍ଥାପନ ଶୈଳୀରେ ପ୍ରଭାବିତ

ସୁପ୍ରଭାତ,

ଗତ ଦୁଇ ମାସ ହେଲା ମୁଁ ଓଡ଼ିଶା ଡ଼ଟ୍ କମ୍ ନିୟମିତ ପଢୁଛି । ସମ୍ବାଦ,ସମାଜ ଏବଂ ପ୍ରଗତିବାଦୀ ମଧ୍ୟ ପଢେ । ତେବେ ଆପଣଙ୍କ ସାଇଟର ଯାହା ମୋତେ ଅତ୍ୟନ୍ତ ପ୍ରଭାବିତ କରେ ତାହା ହେଲା ଏହାର ସମ୍ବାଦ ଉପସ୍ଥାପନ ଶୈଳୀ,ଚିତ୍ର । ଏହି ସାଇଟ ଓଡ଼ିଆ ଜୀବନର ନିଖୁଣ ଚିତ୍ର ସଠିକ ଭାବେ ଉପସ୍ଥାପିତ କରେ ।

ଦୟାକରି କୁହନ୍ତୁ ମୁଁ ଆପଣଙ୍କୁ କେଉଁ ଉପାୟରେ ସାହାଯ୍ୟ କରି ପାରିବି ।

ଦୀପକ କୁମାର ସାହୁ
ସଫ୍ଟୱେୟାର ପ୍ରଫେସନାଲ
ବାଙ୍ଗାଲୋର,କର୍ଣ୍ଣାଟକ
ଫୋନ-୯୮୪୫୯୩୨୫୦୦
————————————————————
ଓଡ଼ିଶା ଡଟ୍ କମ୍ ଏକ ଅତି ଚମତ୍କାର ସାଇଟ୍

ମହାଶୟ,

ମୁଁ ଆଜି ଆପଣଙ୍କର ଓଡ଼ିଶା ଡଟ୍ କମ୍ ଦେଖିବାର ସୁଯୋଗ ପାଇଲି । ଦେଖିବା ପରେ ଆପଣଙ୍କୁ ଏହି ଇ-ମେଲ ନ ପଠାଇ ମୁଁ ରହି
ପାରିଲି ନାହିଁ ।

ଏହି ସାଇଟ୍ ପାଇଁ ଗୋଟିଏ ଶବ୍ଦରେ କେବଳ ଏତିକି କହି ପାରେ ଯେ, ଏହା ଅତି ଚମତ୍କାରର ହୋଇଛି ।

ଓଡ଼ିଶା ଡଟ୍ କମ୍ ସାହାଯ୍ୟରେ ଓଡ଼ିଶା ବିଷୟରେ ଜଣେ ଯେ କୌଣସି ଖବର ପାଇପାରିବ ।

ଆପଣଙ୍କର ମହତ୍ କାମ ପାଇଁ ମୋର ଶୁଭେଚ୍ଛା ।

ସମ୍ମାନର ସହ

ସୂର୍ଯ୍ୟ ପି ମହାପାତ୍ର
ଟ୍ରେନିଂ ମ୍ୟାନେଜର
ହେଲେଟ୍ ପ୍ୟାକାର୍ଡ ଗ୍ଲୋବାଲ
ଇ ବିଜିନେସ୍ ଅପରେସନ ସେଣ୍ଟର
ବିଜିନେସ୍ ପ୍ରୋସେସ୍ ଡେଲିଭରି ଅର୍ଗାନାଇଜେସନ
ଏଚ୍ ପି ସର୍ଭିସେସ୍, ବାଙ୍ଗାଲୋର
————————————————————
ପ୍ରସ୍ତାବିତ ଜାତୀୟ ବିଜ୍ଞାନ ସଂସ୍ଥା ସ୍ଥାନାନ୍ତରର ମିଳିତ ବିରୋଧ ହେଉ

ପି୍ରୟ ସଂପାଦକ ମହୋଦୟ, ଓଡ଼ିଶା ଡ଼ଟ୍ କମ୍

ସଂପ୍ରତି, କେନ୍ଦ୍ର ସରକାର ଆମ ରାଜ୍ୟ ପ୍ରତି କରିଥିବା ଅନ୍ୟାୟ ଓ ଅବିଚାର ସଂପର୍କରେ, ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରୁଛି ।

ଏଇ ନିକଟରେ କେନ୍ଦ୍ର ସରକାର ଦୁଇଟି ଭାରତୀୟ ବିଜ୍ଞାନ ସଂସ୍ଥାନ (ଶିକ୍ଷା ଓ ଗବେଷଣା) ପୁନେ ଏବଂ କୋଲକାତାରେ ଖୋଲିବା ପାଇଁ ଘୋଷଣା କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଡ଼ିସେମ୍ବର ୨୦୦୩ରେ ତକ୍ରାଳିନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାରତୀୟ ବିଜ୍ଞାନ ସଂସ୍ଥାନ ଚାରୋଟି ସହର ଯଥା ପୁନେ ,ଭୁବନେଶ୍ୱର,ଆହ୍ଲାବାଦ ,ଓ ଚେନ୍ନାଇରେ ପ୍ରତିଷ୍ଟା କରିବା ପାଇଁ ଘୋଷଣା କରିଥିଲେ ।

ତେବେ ନିକଟରେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣା ଅନୁସାରେ ଭୁବନେଶ୍ୱର ର କୋ÷ଣସି ଚିହ୍ନବର୍ଣ୍ଣ ନାହିଁ,ପଢିଲେ ଜଣାଯାଏ ପୂର୍ବଭଳି ଓଡ଼ିଶା କେନ୍ଦ୍ରର ଅବହେଳାର ଶିକାର ହୋଇଛି ।

ଆଗରୁ ଆମେ ଜନଶୃତି ରୁ ଶୁଣୁଥିଲୁ କିଭଳି ଓଡ଼ିଶା ପାଇଁ ଉଦ୍ଧିଷ୍ଟ ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ଖଡ଼ଗପୁର ରେ ପ୍ରତିଷ୍ଠିିତ ହୋଇଛି । କିନ୍ତୁ ଏଥର ଆମ ପାଖରେ ପ୍ରମାଣ ଅଛି ।

ଏବେ ବି ଆପଣ ଇଣ୍ଟର ନେଟ୍ ମାଧ୍ୟମରେ ପଢିପାରିବେ । ୟୁଜିସିର ଘୋଷଣାନାମା ଓ ସରକାରଙ୍କ ପ୍ରେସ ବିବୃତ୍ତି ,ଯେଉଁଥିରେ ଭାରେତୀୟ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ରେ ପ୍ରତିଷ୍ଟା ପାଇଁ ପ୍ରସ୍ତାବ ରହିଥିବା ଉଲ୍ଲେଖ ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହାକୁ ସ୍ପଷ୍ଟଦିବାଲୋକରେ ରାଜପଥରେ ଡ଼କାୟତି ଭାବେ ଗଣନା କରାଯାଏ । ଏ ସଂପର୍କରେ ଅଧିକ ଜାଣିବା ପାଇ ଁଆପଣ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଭବକ୍ସବକ୍ଷ.ଙ୍କଗ୍ଦ/କ୍ଟକ୍ସସଗ୍ଦଗ୍ଦବ.ଷଗ୍ଧଜ୍ଞକ୍ଷ ପଢିପାରନ୍ତି ।

ଭାରତୀୟ ବିଜ୍ଞାନ ସଂସ୍ଥାନର ମହତ୍ତ୍ୱ ବୁଝିବାକୁ ହେଲେ,ବାଙ୍ଗାଲୋରର ଉଦାହରଣ ନିଆଯାଇପାରେ, ଏଠାରେ ଏହି ସଂସ୍ଥାନଟି ପ୍ରତିଷ୍ଠା ହୋଇଥିବାରୁ ଆଜି ବାଙ୍ଗାଲୋର ଭାରତର ଏକ ପ୍ରମୁଖ ସୂଚନା ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଭାବେ ଉଭା ହୋଇଛି ।

ଭାବନ୍ତୁ ତ ,ଯେଉଁ ଗୁଗୁଲ୍ ଓ ୟାହୁ ଭଳି ଆଇଟି ୱେବ ସାଇଟ୍ ଆଦି ନିୟୁତ ନିୟୁତ ଡ଼ଲାର ପୁଂଜି ବଜାର ଉପରେ ଠିଆ ହୋଇଛନ୍ତି ,ଷ୍ଟାନ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟ ର ଛାତ୍ରମାନଙ୍କ ଦ୍ୱାରା ତାହା ଉଦ୍ଭାବିତ ହୋଇଥିଲା ।

ଏହି କମ୍ପାନୀମାନେ ଆଜି ହଜାର ହଜାର ଲୋକଙ୍କୁ ଚାକିରୀ ଯୋଗାଉଛନ୍ତି , ସେହି ଷ୍ଟାନ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟର ଭୌଗଳିକ ସୀମା ସରହଦ ମଧ୍ୟରେ । ଏହି ଭଳି ଆପଣ ଅନେକ ଶିକ୍ଷା ଓ ଗବେଷଣା ସଂସ୍ଥାନ ମାନଙ୍କର ଉଦାହରଣ ପାଇପାରିବେ ପୃଥିବୀର ବିଭିନ୍ନ ଅଞ୍ଚଳରେ ।

ଏମିତି ଦେଖିଲେ, ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବର ଅନେକ ଉଦାହରଣ ସ୍ୱାଧିନତ୍ତୋର ଭାରତରେ ପାଇପାରିବେ ।

ଓଡ଼ିଶାରେ ଏବେ ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାହିଁ ,ଏପରିକି ଆଇ. ଆଇ. ଟି,ଆଇ.ଆଇ. ଏମ୍ କିମ୍ବା ଏକ ସ୍ୱୟଂଶାସିତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ନାହିଁ, ହଁ ଭାରତୀୟ ଭେଷଜ ବିଜ୍ଞାନ ସଂସ୍ଥା ବା ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ପ୍ରତିଷ୍ଟା ପାଇଁ ଏକ ଘୋଷଣା ହୋଇଥିଲା ଗତ ବର୍ଷ ,କାହିଁ ଏ ପର୍ଯ୍ୟନ୍ତ କୌଣସି ପ୍ରଗତି ହୋଇନି ।

ବାସ୍ତବରେ ଆଇଆଇଏମ୍ଏସ୍ ଏକ ଉଚ୍ଚସ୍ତରୀୟ ଶିକ୍ଷା ଓ ଗବେଷଣ ସଂସ୍ଥାନ ନୁହେଁ, ତେବେ ଏହି ପରିପ୍ରେକ୍ଷିରେ ଭୂବନେଶ୍ୱରରେ ଭାରତୀୟ ବିଜ୍ଞାନ ସଂସ୍ଥାନ ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଥିଲା , ଯାହାକି ପରବର୍ତ୍ତୀ ଅବସ୍ଥାରେ (ଜାତୀୟ ବିଜ୍ଞାନ ସଂସ୍ଥାନ ଭାବେ ନାମିତ ହୋଇଥାଆନ୍ତା)ା

ଅନ୍ୟ ପକ୍ଷରେ ଦେଖିଲେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ, ଯେଉଁଠି ବର୍ତ୍ତମାନ ଭାରତୀୟ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି, ସେହି ଦୁଇଟି ରାଜ୍ୟରେ ଭାରତୀୟ କାରିଗରୀ ବିଦ୍ୟା ସଂସ୍ଥାନ (ମୁମ୍ବାଇ ଓ ଖଡ଼ଗପୁର) ଭାରତୀୟ ପରିସଂଖ୍ୟାନ ସଂସ୍ଥା (କୋଲକାତା)ଭାରତୀୟ ମେନେଜ୍ମେଣ୍ଟ ସଂସ୍ଥାନ(କୋଲକାତା),ଏଫ୍ .ଏମ୍.ସି .(ପୁନେ),ଶାନ୍ତି ନିକେତନ ଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏହାଛଡ଼ା ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ତିନୋଟି ଲେଖାଏଁ ସ୍ୱୟଂଶାସିତ ବିଜ୍ଞାନ ଓ କାରିଗରୀ ବିଦ୍ୟା ସଂସ୍ଥାନ ରହିଛି ।

ଏହିଭଳି ପରିସ୍ଥିତିରେ ଆମେ ସାଧାରଣତଃ ରାଜ୍ୟ ସରକାରଙ୍କୁ ଦୋଷଦେବା, କିନ୍ତୁ ବର୍ତ୍ତମାନ ସେତିକି କରିଦେଲେ ହେବନି, ଓଡ଼ିଶା ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ସେ ସବୁ ଦଳ ସହ ସଂଶ୍ଲିଷ୍ଟ ବ୍ୟକ୍ତି ବିଶେଷ ଏକାଠି ଏହି ଅନ୍ୟାୟର ପ୍ରତିବାଦ କରିବା ଆବଶ୍ୟକ ।

କେନ୍ଦ୍ରରେ ଥିବା ୟୁପିଏ ସରକାରଙ୍କୁ ବାହାରୁ ସମର୍ଥନ କରୁଥିବା ସି.ପି.ଆଇ.(ଏମ୍) ନିଜ ନିଜ ଦଳୀୟ ସ୍ତରରେ ଏହାର କେନ୍ଦ୍ରୀୟ ନେତୃତ୍ୱର ଦୃଷ୍ଟିକୁ ଆଣିବା ଦରକାର । କେବଳ ମୁଖ୍ୟମନ୍ତ୍ରୀ ଗୋଟେ ଦୁଇଟି ଚିଠି ଲେଖିଦେଲେ ଯଥେଷ୍ଟ ନୁହେଁ,ରାଜ୍ୟର ସାଂସଦମାନେଏ ନେଇ ସଂସଦରେ ପ୍ରତିବାଦ କରିବା ଆବଶ୍ୟକା

ଏପର୍ଯ୍ୟନ୍ତକୈାଣସି ସାଂସଦ ଲୋକସଭା ବା ରାଜ୍ୟସଭାରେ ଏହାର ପ୍ରତିବାଦକରିଥିବା ଜଣାଯାଉନାହିଁ । ମୋର ମନେ ହେଉଛି,ଆମର ରାଜନୈତିକ ପ୍ରତିନିଧି ଏପରିକି ଖୋଦ ପ୍ରଧାନମନ୍ତ୍ରୀ ମିଳିତ ସରକାର ଓ ମେଣ୍ଟ ରାଜନୀତି ଦ୍ୱାରା କବଳିତ, ତେଣୁ ଆମେ ଏହି ଅବିଚାରର ଅହିଂସା ଓ ଶାନ୍ତିପୂର୍ଣ୍ଣ ରାସ୍ତା ଦ୍ୱାରା କିପରି ବିରୋଧ ହୋଇପାରେ ଦେଖାଇ ଦେଇପାରିବା ।

ଆସନ୍ତୁ ଆମେ ସମସ୍ତେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କଂଗ୍ରେସ ଦଳ ଅଧ୍ୟକ୍ଷାଙ୍କୁ ଏହି ବିଷୟ ଲେଖି ପ୍ରତିବାଦ କରିବା ।

ଏହା ସହ ସମସ୍ତ ଜାତୀୟ ସ୍ତରୀୟ ପତ୍ରପତି୍ରକା ମାନଙ୍କୁ ଚିଠି ଲେଖି ଆମ ରାଜ୍ୟ ପ୍ରତି ହେଉଥିବା ବିଭିନ୍ନ ଅନ୍ୟାୟ ଓ ଅବିଚାର ବିରୋଧରେ ସ୍ୱରଉତ୍ତୋଳନ କରିବା ।

ଆମ ଗଣତନ୍ତ୍ରର ଏକ ଦିଗ ହେଲା ଯେଉଁ ରାଜ୍ୟ ରାଜନୈତିକ ଭାବେ ଶକ୍ତିଶାଳୀ ତଥା ଶାସକ ଦଳର ଯେଉଁ ରାଜ୍ୟରୁ ଅଧିକ ସାଂସଦ ଥାନ୍ତି ସେମାନେ ଗରିବ ବା ଦୁର୍ବଳ ରାଜ୍ୟକୁ ସମସ୍ତ ପ୍ରକାର ଅବହେଳା କରନ୍ତି ।

ଯାହା ଫଳରେ ଗରିବ ରାଜ୍ୟ ଆହୁରି ଗରିବ ହେବା ସଂଗେସଂଗେ ଅନ୍ୟ ରାଜ୍ୟ ଗୁଡ଼ିକ ଶକ୍ତିଶାଳୀ ହୋଇ ଯୋଜନାର ସିଂହ ଭାଗ ନେଇଯାଆନ୍ତି ।

ଆମେ ଏଥି ପାଇଁ ଭିକ୍ଷା କରୁନାହୁଁ । ଏହା ଆମର ହକ ଅଧିକାର । ଆଗରୁ ଆମ ରାଜ୍ୟ ସରକାର ମାନଙ୍କ ଉଦ୍ୟମରେ(ଜାଭିୟର ଇନ୍ଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟ ଓ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି । କିନ୍ତୁ ଏଭଳି ସଂସ୍ଥାନ ଥାଇ ମଧ୍ୟ ଆମ ରାଜ୍ୟରେ ଆଇଆଇଟି, ଆଇଆଇଏମ୍,ଆଇଆଇଏସ୍ସି ଓ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରିଲା ନାହିଁ ।

ଏଥି ପାଇଁ ଆମ ଭଳି ଗରିବ ରାଜ୍ୟ ପ୍ରତି ଅନ୍ୟାୟ ଓ ଅବିଚାର କରାଯାଇଥିବା କୁହାଯାଏ । ପ୍ରଧାନମନ୍ତ୍ରୀଙ୍କ ସମେତ ଯେଉଁମାନେ ଏହି ନିଷ୍ପତ୍ତି ସହ ସଂପୃକ୍ତ ସେମାନେ ଏଥି ନେଇ ଲଜ୍ୟା ବୋଧ କରିବା ଆବଶ୍ୟକ । ଯଦି ସେମାନଙ୍କର ବିବେକ ଥାଏ ତେବେ ତୁରନ୍ତ ସେମାନେ ଏ ନିଷ୍ପତ୍ତିର ପୁର୍ନବିଚାର କରିବା ଆବଶ୍ୟକ ।

କୋଲକାତା ଓ ପୁନେରେ ଆଇଆଇଏସ୍ସି ପ୍ରତିଷ୍ଠା ହେଉ ଆମେ ସ୍ୱାଗତ କରୁଛୁ , କିନ୍ତୁ ଓଡ଼ିଶା ଭଳି ଗରିବ ଓ ପଛୁଆ ରାଜ୍ୟ ପ୍ରତି ଏ ଅବିଚାର କାହିଁକି ? ଆମକୁ ଆମର ବା‚ôତ ଆଇଆଇଏସ୍ସି ଦିଅନ୍ତୁ ଯାହା ପାଇଁ ଓଡ଼ିଶା ଯୋଗ୍ୟ ।

ଆମର ପୁଅ,ଝିଅ,ଭାଇ ଭଉଣୀଙ୍କୁ ଓଡ଼ିଶାରେ ରହିବାକୁ ସୁଯୋଗ ଦିଅନ୍ତୁ ଯେଉଁମାନେ ଅଧିକ ସୁଯୋଗ ଓ କାମଧନ୍ଦା ଆଶାରେ ବାଙ୍ଗାଲୋର,କୋଲକାତା, ତଥା ବିଦେଶ ଯାଉଛନ୍ତି ।

ଯେଉଁ ଦିନ ପର୍ଯ୍ୟନ୍ତ ନିଷ୍ପତ୍ତିର ପୁର୍ନବିଚାର ହୋଇନି, ସେ ଦିନ ପର୍ଯ୍ୟନ୍ତ ଆମେ ଶାନ୍ତିରେ ନିଶ୍ୱାସ ନେବୁ ନାହିଁ ।

ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆମର ଦୁର୍ବଳତା ନୁହେଁ ବରଂ ଦୃଢ ମନୋବଳ ଓ ଶକ୍ତିର ଉସô ହେବା ଆବଶ୍ୟକ । ଗାନ୍ଧୀଙ୍କ ଭଳି ଆମେ ଶାନ୍ତି ଓ ଦୃଢ ମନ ନେଇ ଏହାର ପ୍ରତିବାଦ କରିବା ଆବଶ୍ୟକ ।

ବରଂ ଚିଠି, ଫ୍ୟାକ୍ସ, ଇ-ମେଲର ସାହାଯ୍ୟ ନେଇ ଅଶୀ ଠାରୁ ମସୀ ବଡ଼ ଦେଖାଇବାକୁ ହେବ । ଶହ ଶହ ହଜାର ହଜାର ଚିଠିର ଅନେକ ପ୍ରଭାବ ପଡ଼ିବ । ତାହା ହିଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିବାରେ ବାଧ୍ୟ କରିବ ।

ଆମେ କେବେ ବି ଭାବିବା ଉଚିତ ନୁହେଁ ଯେ , ଏ କାର୍ଯ୍ୟ ଟି ଅନ୍ୟ କେହି କରିବ, ନିଜେନିଜେ ହିଁ ଏ ନେଇ ତପôରତା ପ୍ରକାଶ କରି ଆଗକୁ ଆସିବା ଦରକାର । ଯାହ ଫଳରେ ଆମ ଭବିଷ୍ୟତ ବଂଶଧରଙ୍କୁ ଆମେ ରାସ୍ତା ଦେଖାଇ ପାରିବା । ସେମାନେ କେଉଁ ପରିସ୍ଥିତିରେ ବି ଭାବିବା ଉଚିତ ନୁହେଁ ଯେ, ଆମେ ବୋକା ଓ ଅକର୍ମ ଥିଲେ ।

ଏହା ଭାବି ସେମାନେ ନିଜକୁ ଲଜ୍ୟାବୋଧ କରିବେ । ଆମେ ଅତ୍ୟନ୍ତ ଦୃଢ ଚିତ୍ତରେ, ଦୃଢ ମନରେ ନେଇ ଏ କାର୍ଯ୍ୟଟି କରି ଛାତି ଫୁଲେଇ କହି ପାରିବା । ହଁ ଓଡ଼ିଶାରେ ଜାତୀୟ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ରଖୁ , ପୁଣି ପ୍ରତ୍ୟାହାର କରିବାରୁ ଆମେ ଓଡ଼ିଆ ମାନେ ଏହାର ଦୃଢ ବିରୋଧ କଲୁ ଏବଂ ଓଡ଼ିଶାରେ ସଂସ୍ଥାନଟି ପ୍ରତିଷ୍ଠା ହେଲା, କେନ୍ଦ୍ର ସରକାର ନିଷ୍ପତ୍ତିର ପୁର୍ନବିଚାର କରି ମଥାନତ କଲେ ।

ତେଣୁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ଏକାଠି ହେଉ , ଏକା ସ୍ୱରରେ ଯିଏ ଯେଉଁଠି ଅଛି ନା କାହିଁକି ବିଭିନ୍ନ ସ୍ତରରେ ଦସ୍ତଖତ ସଂଗ୍ରହ କରି ସ୍ମାରକ ପତ୍ର ଓ ପ୍ରତିବାଦ ଚିଠି କେନ୍ଦ୍ର ସରକାର ଓ କର୍ତ୍ତୃପକ୍ଷଙ୍କୁ ପଠାଇବା ପାଇଁ ଆଗଭର ହୁଅନ୍ତୁ ।

ଗଣମାଧ୍ୟମର ଏ କ୍ଷେତ୍ରରେ ବିଶେଷ ଭୂମିକା ରହିଛି, ଯିଏ ଏ ଅନ୍ୟାୟ ସଂପର୍କରେ ଜନସଚେତନ ସୃଷ୍ଟି କରିପାରିବ ।

ସମ୍ମାନ ଓ ସଦିଚ୍ଛା ସହ
ଧୀରେନ୍ଦ୍ର କୁମାର କର
ଉପ-ସଭାପତି
ଓଡ଼ିଶା ସୋସାଇଟି ଅଫ ଆମେରିକା(ଓଏସ୍ଏ)
ଫୋନ(୭୮୧-୯୨୯-୬୬୫୮)
ଇ-ମେଲ-
୧୦୬
ଏନ୍ସି-୨୭୫୬୦, ୟୁଏସ୍ଏ
————————————————————
ଓଡ଼ିଶା ଡଟ୍ କମ୍ର ଉପସ୍ଥାପନାରେ ମୁଁ ପ୍ରଭାବିତ

ମହାଶୟ,

ମୋ ନାଁ ଦେବାଶିଷ ସାହୁ । ମୋର ଘର କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ସହରରେ । ମୁଁ ଅହମଦାବାଦରେ ଏକ ଇଣ୍ଟରନ୍ୟାସନାଲ ପର୍ଯଟନ କମ୍ପାନୀରେ ମ୍ୟାନେଜରଭାବେ କାର୍ଯ୍ୟ କରୁଛି । ଏକ ରେଫରେନ୍ସ ମେଲ୍ରୁ ମୁଁ ଓଡ଼ିଶା ଡଟ୍ କମ୍ ବିଷୟରେ ଜାଣିବାକୁ ପାଇଲି ।

ଓଡ଼ିଆ ଭାଷାରେ ଏହା ଏକ ସଂପୂର୍ଣ୍ଣ ଏବଂ ଉନ୍ନତମାନର ସାଇଟ୍ । ଏହା ଦ୍ୱାରା ପାଠକମାନଙ୍କର ମତର ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ବାସ୍ତବିକ ଓଡ଼ିଶା ଡଟ୍ କମ୍ର ଉପସ୍ଥାପନାରେ ମୁଁ ପ୍ରଭାବିତ ।

ଆପଣଙ୍କ ସାଇଟ୍ର ସାକ୍ଷାତକାର ବିଭାଗରେ ଦିଗାମ୍ବର ପାତ୍ରଙ୍କର ସାକ୍ଷାତକାର ରହିଛି । ସେ ମୋର ଜଣେ ସାଙ୍ଗ ଏବଂ ସହପାଠୀ । ସାଇଟରେ ଅନ୍ୟ ଏକ ସାକ୍ଷାତକାରରେ ଥିବା ଲକ୍ଷ୍ମଣ ମହାନ୍ତି, ଯିଏ କି ବର୍ତ୍ତମାନ ଅହମଦାବାଦରେ ରହୁଛନ୍ତି, ଦୟା କରି ତାଙ୍କ ସହ ଯୋଗାେଯାଗ ଠିକଣା ମୋତେ ଜଣାଇବେ ।

ଜଣେ ପର୍ଯ୍ୟଟନ ବୃତ୍ତିଜୀବିଭାବେ ମୁଁ ମୋର ଲେଖାଗୁଡ଼ିକ ଆପଣଙ୍କର ସାଇଟରେ ଦେବାକୁ ଚାହୁଁଛି । ସେଥିନେଇ ମୋତେ କ’ଣ କରିବାକୁ ହେବ, ଦୟା କରି ଜଣାଇବେ ।

ୟାହୁ ଭଳି ଏହା ସଫଳ ହେଉ ବୋଲି ମୋର କାମନା ।

ଶୁଭେଚ୍ଛା ସହ

ଦେବାଶିଷ ସାହୁ
ଅହମଦାବାଦ
————————————————————
ପ୍ରସ୍ତାବିତ ଜାତୀୟ ବିଜ୍ଞାନ ସଂସ୍ଥାର ସ୍ଥାନ ପରିବର୍ତ୍ତନ ଦୁର୍ଭାଗ୍ୟଜନକ

ପ୍ରସ୍ତାବିତ ଜାତୀୟ ବିଜ୍ଞାନ ସଂସ୍ଥାକୁ (ଏନ୍ ଆଇଏସ୍ସି)ଓଡ଼ିଶାରୁ କଲିକତାକୁ ଉଠାଇ ନେବା ସଂପର୍କରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ।

ଆମେ ନିଜକୁ ଓଡ଼ିଶାର ବନ୍ଧୁ ଭାବେ ପ୍ରମାଣିତ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହାକୁ ଆମେ ନିଜନିଜ ସ୍ତରରେ ବିରୋଧ କରିବା ଉଚିତ ।

ସମ୍ମାନର ସହ
ସୌମ୍ୟ
ଆଇ୍ଆଇ୍ଟି ଖଡ଼ଗପୁର
————————————————————
ପ୍ରିୟ ସଂପାଦକ,

ଯେତେଦିନ ପର୍ଯ୍ୟନ୍ତ ଆମେ ଓଡ଼ିଆ ସବୁ ରାଜ୍ୟର ଭବିଷ୍ୟତ ନେଇ ଏକ ସ୍ପଷ୍ଟ ଦୃଷ୍ଟିକୋଣ ନ ରଖିବା ସେ ପର୍ଯ୍ୟନ୍ତ ଆମେ ଉନ୍ନତି କରିପାରିବା ନାହିଁ ।

ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ପ୍ରତିଶ୍ରୁତି ଏକ ବିକାଶଶୀଳ ସମାଜ ପାଇଁ ଯେ, ଅପରିହାର୍ଯ୍ୟ ୟୁରୋପ, ଉତ୍ତର ଆମେରିକା ଏବଂ ପୂର୍ବ ଏସୀୟ ଦେଶଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ ।

ସମାଜର ଅଧିକାଂଶ ଲୋକ ନିକଟ ଏବଂ ଦୂର ଭବିଷ୍ୟତରେ ରାଜ୍ୟ ପାଇଁ କ’ଣ ଆବଶ୍ୟକ, ସେ ବିଷୟରେ ସଚେତନ ନ ଥିବାବେଳେ ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ନେତାମାନଙ୍କଠାରୁ ଏକ ମହାନ ଦୃଷ୍ଟିକୋଣ ଆଶା କରିବା ନିରାଶଜନକ ।

“”ଅନେକ ସମୟରେ ଓଡ଼ିଶା ଉପେକ୍ଷିତ ହେଉଛି” ଏକ ରାଜନୈତିକ ମନ୍ତବ୍ୟ ନୁହେଁ ବରଂ ଏହାର ସତ୍ୟାସତ୍ୟ ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ।

ଜାତିର କୌଣସି ପ୍ରଭାବଶାଳୀ ନିଷ୍ପତ୍ତିରେ ଓଡ଼ିଆ ନେତାଙ୍କର ଅବଦାନ ବିରଳ କିମ୍ବା ଆଦୌ ନାହିଁ ବୋଲି ସାଂପ୍ରତିକ ପରିସ୍ଥିତିରେ ଅସ୍ୱୀକାର କରାଯାଇପାରେନା ।

ସେ ଯାହା ହେଉନା କାହିଁକି ଓଡ଼ିଶା ପାଇଁ ପ୍ରକୃତ ଚ୍ୟାଲେଞ୍ଜ ପ୍ରଭାବଶାଳୀ ନିଷ୍ପତ୍ତି ନେବା ନୁହେଁ ବରଂ ନିଜେ ଓଡ଼ିଆ ଲୋକମାନେ ଯେଉଁମାନେ କିଛି ନ ବୁଝି ନ ବିଚାରି ପରିବେଶ, ଦୁର୍ନୀତି, ଆଦର୍ଶବାଦ ନାଁରେ (ନ୍ୟସ୍ତ ସ୍ୱାର୍ଥ ଥିବା) ବାହାର ଲୋକମାନଙ୍କ କଥାରେ ପ୍ରେରିତ ହୋଇଥାନ୍ତି ।

ପୂର୍ବତନ ଏନ୍ ଡ଼ି ଏ ସରକାର ଦ୍ୱାରା ଓଡ଼ିଶାର ଭୁବନେଶ୍ୱରଠାରେ ସ୍ଥାପିତ ହେବାକୁ ଥିବା “”ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ” କୁ ନିକଟରେ ୟୁପିଏ ସରକାର କଲିକତାକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

“”ଏଆଇଆଇଏମଏସର ଭୁବନେଶ୍ୱରର ଆଞ୍ଚଳିକ ଶାଖାର ଭଲଭାବରେ ପ୍ରଚାର କରାଯାଇଥିଲା । ତକôାଳୀନ ପ୍ରଧାନମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଅନାବଶ୍ୟକଭାବେ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ଅନ୍ୟପକ୍ଷରେ ଓଡ଼ିଶାର ସ୍ୱାର୍ଥ ହାନି କରୁଥିବା କେନ୍ଦ୍ରର କୌଣସି ନିଷ୍ପତ୍ତିକୁ ସମର୍ଥନ କରିବା ଦ୍ୱାରା ତାହା ଯେ କୌଣସି ଦଳର ବିରୋଧରେ ଜନମତ ସୃଷ୍ଟି କରିପାରେ କାରଣ ବର୍ତ୍ତମାନ ଭାରତ ବିକାଶ ଦିଗରେ ଗତି କରୁଛି ଏବଂ ସାଟେଲାଇଟ୍ ଟିଭି ଏବଂ ଇଣ୍ଟରନେଟ୍ ମଧ୍ୟ ବେଶୀ ସଜାଗ ଅଛନ୍ତି ।

ଏପରିକି ଯେଉଁ ନେତା ଓ ବୁଦ୍ଧିଜୀବିମାନେ ଓଡ଼ିଶାରେ ପୋସ୍କୋକୁ ବିରୋଧ କରୁଛନ୍ତି, ସେମାନେ କିମ୍ବା ସେମାନଙ୍କର ଯୁକ୍ତି “ଜାତୀୟ ବିଜ୍ଞାନ ସଂସ୍ଥା’ର ଭୁବନେଶ୍ୱରରୁ ସ୍ଥାନାନ୍ତରଣ ସମୟରେ ଦେଖାଯାଇ ନ ଥିଲା ।

ପୃଥିବୀର କୌଣସି ଦେଶ ଏହାର ଗଚ୍ଛିତ ପ୍ରାକୃତିକ ସଂପଦ ପାଇଁ ଧନୀ ନୁହେଁ । ଗତ ପାଞ୍ଚ ଶହ ବର୍ଷ ମଧ୍ୟରେ ବିଜ୍ଞାନ, ସ୍ଥାପତ୍ୟ, ଚିକିସôା ବିଜ୍ଞାନ ଏବଂ ଗବେଷଣାରେ ସମୃଦ୍ଧ ଦେଶମାନେ ହିଁ ଶକ୍ତିଶାଳୀ ଦେଶଭାବରେ ପରିଗଣିତ ହୋଇଛନ୍ତି ।

ଆମେ ସେହି ଦେଶ ଗୁଡ଼ିକଠାରୁ କିଛି ଶିଖି ଆମ ଖଣିଜ ସଂପଦକୁ ଏପରିଭାବରେ ବିନିଯୋଗ କରିବା ଆବଶ୍ୟକ ଯେ, ଆମର ଗଚ୍ଛିତ ଖଣିଜ ସଂପଦ ଧାତବ ପଦାର୍ଥ ଜନିତ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତଥା ବୈଦୁ୍ୟତିକ, ସୂଚନା ଏବଂ ପ୍ରଯୁକ୍ତି ବିଜ୍ଞାନ ସମ୍ବନ୍ଧୀୟ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ।

ଏହାର ପର୍ଯ୍ୟାପ୍ତ ଜଙ୍ଗଲ ଏବଂ ସାମୁଦ୍ରିକ ସମ୍ବଳ ଥିବାରୁ ଓଡ଼ିଶା ଜୈବ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହୋଇପାରିବ ।

ସର୍ବୋପରି ଗବେଷଣା ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଆସନ୍ତା ଶହେ ବର୍ଷ ମଧ୍ୟରେ ସଫଳତାର ଚାବିକାଠି ପ୍ରମାଣିତ ହୋଇପାରିବ ।

ତେଣୁ ନାଗରିକମାନେ “ପୋସ୍କୋ ଚୁକ୍ତି’ କୁ ବିରୋଧ କରିବା ବଦଳରେ, ଯେଉଁମାନେ ଜାତୀୟ ବିଜ୍ଞାନ ସଂସ୍ଥାକୁୁ କୋଲକାତାକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବିରୋଧ କରିବା ଆବଶ୍ୟକ ଏବଂ ପ୍ରସ୍ତାବିତ ଅନୁଷ୍ଠାନକୁ ଓଡ଼ିଶା କୁ ଫେରାଇ ଆଣିବା ଉଚିତ ।

ଆମେ ଜାଣିଛୁ ଯେ, ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋରରେ ଆଧୁନିକ ଶିଳ୍ପାନୁଷ୍ଠାନ ଗୁଡ଼ିକର ସଫଳତା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଭୁବନେଶ୍ୱରରେ ସ୍ଥାପନ କରିବା ପାଇଁ ଅନୁମତି ନ ଦେଇ ଥିବାରୁ ତାର ଯନ୍ତ୍ରଣା ଆମେ ୩୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଭୁଲି ପାରିନୁ ।

ପରେ ତାହା ଖଡ଼ଗ୍ ପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲା ।

“ପୋସ୍କୋ ଚୁକ୍ତି’ ପାଇଁ ନୁହେଁ ବରଂ “ଜାତୀୟ ବିଜ୍ଞାନ ସଂସ୍ଥା’ ପାଇଁ ଆମେ ଆସନ୍ତା ପଚାଶ ବର୍ଷ ଧରି ନିଜକୁ କ୍ଷମା କରିପାରିବାନି ।

ତେଣୁ ବୁଦ୍ଧି ଜୀବି, ରାଜନେତା, ଶୁଭେଚ୍ଛୁ, ଜ୍ଞାନୀ, କୃଷକ, ବୃତ୍ତିଜୀବି ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ବର୍ତ୍ତମାନ ନିର୍ଣ୍ଣୟ ନେବାର ସମୟ ଉପନୀତ ହୋଇଛି ।

ଧନ୍ୟବାଦ

ଶୁଭେଚ୍ଛା ସହ

ଦିଗାମ୍ବର ପାତ୍ର
ଜାପାନ
————————————————————ମୁଁ ଓଡ଼ିଶା ଡ଼ଟ୍ କମ୍ର ଜଣେ ନିୟମିତ ପାଠକ । ଏହାକୁ ନିର୍ମାଣ କରିବାରେ ଆପଣଙ୍କ ପ୍ରଚେଷ୍ଟା ପାଇଁ ଆପଣଙ୍କ ପ୍ରଶଂସା ନକରି ରହିପାରୁନାହିଁ । ଏହି ଉଦ୍ୟମ ପଛରେ ଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ପ୍ରତିଦିନ ମୋର ମାତୃଭୂମିର ଖବର ଏହି ସାଇଟରୁ ଦେଖିବାକୁ ବହୁତ ଭଲ ପାଏଁ । ତେବେ ମୁଁ ଭାବୁଛି, ଯଦି ଆପଣ ଗଂଜାମ ଜିଲ୍ଲାର କିଛି ଖବର ଦିଅନ୍ତେ ବହୁତ ଭଲ ହୁଅନ୍ତା । ଏହା ମୋର ଏକ ଅନୁରୋଧ କାରଣ ମୁଁ ନିଜ ଜିଲ୍ଲାର କିଛି ଖବର ଜାଣିବାକୁ ଚାହେଁ । ତେବେ ଏହା ଏକ ଅନୁରୋଧ ମାତ୍ର ।

ତ୍ରୀଲୋଚନ ପାତ୍ର, ଏପ୍ଲିକେସନ ଡ଼େଭଲପର
ଗ୍ଲୋବାଲ ଡ଼େଭଲପମେଣ୍ଟ ସେଣ୍ଟର,ଦୁବାଇ(ୟୁଏଇ)
+୯୭୧-୪-୩୬୭-୬୮-୬୧୬
———————————————————————ପ୍ରିୟ ବନ୍ଧୁ,

ଆପଣଙ୍କ ସାଇଟ ଦେଖି ବହୁତ ଆନନ୍ଦିତ । ଆମ ଘର ପୁରୀ । ରାଉରକେଲା ଇଂଜିନିୟରିଂ କଲେଜରୁ ୧୯୬୫ରେ ଡ଼ିଗ୍ରୀ ହାସଲ କଲାପରେ ମୁଁ ସେଠାରେ ଅଧ୍ୟାପନା କରୁଥିଲି । ୧୯୬୮ରେ ମୁଁ ଇଣ୍ଡିଆନ ରେଲୱେ ସର୍ଭିସ ଅଫ ଇଂଜିନିୟରସରେ ଯୋଗଦାନ କଲି ।

ବିଦେଶକୁ ଆସିବା ପୂର୍ବରୁ ଇରକନ ଇଣ୍ଟରନ୍ୟାସନାଲରେ ଜେନେରାଲ ମ୍ୟାନେଜର ଭାବେ କାମ କରିଛି ।

ମୁଁ ଭାରତ ବାହାରେ ପ୍ରାୟ ଗତ ଦଶ ବର୍ଷ ଧରି ରହିଛି । ମୁଁ ପ୍ରାୟ ଗଳ୍ଫରେ ଏବଂ ମାଲୟେସିଆରେ କାମ କରିଛି । ଏବେ ତାଇୱାନ ରେଳବାଇର ଜଣେ ପରାମର୍ଶଦାତା ଭାବେ ତାଇୱାନରେ କାମ କରୁଛି ।

ମୁଁ ଆପଣଙ୍କ ସଂସ୍ଥା ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା କରେ । କୁହନ୍ତୁ ଆପଣଙ୍କୁ କିଭଳି ଭାବେ ସାହାଯ୍ୟ କରିପାରିବି ।

ଧନ୍ୟବାଦ ସହ
ଅକ୍ଷୟ କୁମାର ଦାସ, ତାଇୱାନ
————————————————————
ଆପଣଙ୍କ ୱେବ ସାଇଟଟି ବାସ୍ତବରେ ଆକର୍ଷଣୀୟ । ଦୟାକରି ଆପଣ ମୋତେ ଓଡ଼ିଶାର ବନ୍ଧୁ ସ୍ତମ୍ଭରେ ପଞ୍ଜୀକୃତ କରନ୍ତୁ ।

ଗୋବିନ୍ଦ ଚନ୍ଦ୍ର ମିଶ୍ର, ଇଂଜିନିୟର
କୁଏତ ଅଏଲ କମ୍ପାନୀ, କୁଏତ
ଫୋନ-୦୦୯୬୫୩୭୨୦୮୯୧
————————————————————

ନମସ୍କାର

ଗୌରୀ ବାକ୍କାଙ୍କୁ ମଧ୍ୟ ନମସ୍କାର । ଜଣେ ମହିଳା ହୋଇ ସେ ଯେଉଁ କାର୍ଯ୍ୟ କରୁଛନ୍ତି ସେଥି ପାଇଁ ତାଙ୍କ ସାମନାରେ ମୋ ମଥାକୁ ନମିତ କରୁଛି । ମୁଁ ଆଶ୍ଚର୍ଯ୍ୟ ଯେ ତାଙ୍କ ଭଳି ବ୍ୟକ୍ତିତ୍ୱ ଥାଇ ସୁଦ୍ଧା ଓଡ଼ିଶାରେ ଏ ଅବସ୍ଥା କାହିଁକି ? ମୁଁ ଆଶା କରୁଛି ତାଙ୍କ ଉଦ୍ୟମ ନିଶ୍ଚିତ ଭଲଫଳ ଦେବେ ।

ବିଶ୍ୱଜିତ ମିଶ୍ର,ଏଡ଼୍ଭୋକେଟ,କେନିଆ
—————————————————————
ହାଏ,

ମୁଁ ଭୁବନେଶ୍ୱରର ବିକାଶ । ମୁଁ ଜଣେ ସଫ୍ଟୱେୟାର ଇଂଜିନିୟର ଅହମଦାବାଦରେ ଚାକିରୀ କରୁଛି । ମୁଁ ଆପଣଙ୍କ ସାଇଟ ଉପରେ ଅତ୍ୟନ୍ତ ପ୍ରଭାବିତ । ମୁଁ ବହୁତ ଭଲଭଲ ସାକ୍ଷାତକାର ଓ ଉତ୍ତମ ଖବର ପାଏଁ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ମୁଁ ଆପଣଙ୍କ ସାଇଟରେ ସୂଚନା ପ୍ରଯୁକ୍ତି ଉପରେ ଏକ ସ୍ତମ୍ଭ ଲେଖିବାକୁ ଚାହେଁ ।

ବିକାଶ

————————————————————————–

ହାଏ,

ମୋ ନାଁ ଏସ୍ ଗୋବିନ୍ଦା ଏବଂ ମୋର ଘର ନବରଙ୍ଗପୁରରେ । ମୁଁ ବାଙ୍ଗାଲୋରର ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଛି । ମୁଁ ଆପଣଙ୍କ ସାଇଟ ଆକସ୍ମିକ ଭାବେ ଦେଖିବା ଆରମ୍ଭ କରିଛି ଓ ଯେଉଁ ଦିନ ଦେଖିଛି ସେହି ଦିନ ଠାରୁ ନିୟମିତ ଭାବେ ଦେଖୁଛି ।

ଆପଣମାନେ ଏକ ମହତ୍ କର୍ମ କରୁଛନ୍ତି ଯାହାକୁ ମୁଁ ପ୍ରଶଂସା ନକରି ରହି ପାରୁ ନାହିଁ । ମୁଁ କେବେ ବି ଏଭଳି ଆଞ୍ଚଳିକ ତଥା ସୂଚନା ପ୍ରଦାନକାରୀ ସାଇଟ ଦେଖିନାହିଁ । ତେବେ ସାଇଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ େକତେକ ପଦକ୍ଷେପ ନେବା ପାଇଁ ଅନୁରୋଧ କରେ ।

ଯଥା ଆପଣ ଅଧିକ ଚାକିରୀ ସଂକ୍ରାନ୍ତୀୟ ବିଜ୍ଞାପନ,କ୍ରୀଡ଼ା ଏବଂ ଚଳଚ୍ଚିତ୍ର ସମୀକ୍ଷା ଦିଅନ୍ତେ ତେବେ ତାହା ଯୁବକ ଯୁବତୀ ମାନଙ୍କୁ ଅଧିକ ଆକର୍ଷିତ କରିପାରନ୍ତା । ଆଶା ଓଡ଼ିଶା ଡ଼ଟ୍ କମ୍ ଏଦିଗ ଗୁଡ଼ିକ ପ୍ରତି ଭବିଷ୍ୟତରେ ଧ୍ୟାନ ଦେବ ।

ସମ୍ମାନର ସହ
ଏସ୍ ଗୋବିନ୍ଦା
—————————————————————
ପ୍ରିୟ ମହାଶୟ,

ମୁଁ ପ୍ରଥମରୁ କହିରଖେ ଯେ ମୁଁ ଆପଣଙ୍କ ସାଇଟକୁ ବହୁତ ଭଲ ପାଏ । ମୁଖ୍ୟତଃ ରଥଯାତ୍ରା ୨୦୦୫ ଉପରେ ଆପଣ ପରିବେଶିତ କରିଥିବା ଫଟୋଗୁଡ଼ିକ ।

ମୁଁ ସେହିଭଳି ଫଟୋ ଗୁଡ଼ିକ ଦେଖିବା ପାଇଁ ଇଣ୍ଟରନେଟରେ ବହୁତ ଖୋଜିଛି ମାତ୍ର ମୋତେ ତାହା କେବଳ ଆପଣଙ୍କର ସାଇଟରୁ ମିଳିଛି । ଏହା ବ୍ୟତିତ ମୁଁ ଆପଣଙ୍କ ସାଇଟରେ ଆସୁଥିବା ଖବର ଗୁଡ଼ିକ ମଧ୍ୟ ଭଲ ପାଏଁ ଯାହା ମୋତେ ପ୍ରତିଦିନ ସାଇଟ ଦେଖିବାକୁ ପ୍ରେରିତ କରେ ।

ସମ୍ମାନର ସହ
ଶ୍ରୀମନ୍ତ,ଟାଟା କନ୍ସଲଟେନ୍ସୀ ସର୍ଭିସ ଲିମିଟେଡ଼
ଆଲାକାଆ,ଏଟିସି,ପିର୍ଟସବର୍ଗ (୭୨୪)୩୩୭୬୯୩୩
—————————————————————
ଶୁକ୍ରବାର, ୦୧ ଜୁଲାଇ ୨୦୦୫

ମହାଶୟ,

ଆପଣଙ୍କ ସାଇଟ୍ ପ୍ରତିଦିନ ଦେଖୁଛି । ଓଡିଆ ଭାଷାରେ ନିଶ୍ଚିତଭାବେ ଏହା ଏକ ଅଭିନବ ଏବଂ ସାଧୁ ଉଦ୍ୟମ । ମୁଁ ମଧ୍ୟ ଅନୁରୂପ ପେଶାରେ ସଂଶ୍ଲିଷ୍ଟ ଅଛି ଓ ନୂଆଦିଲ୍ଲୀର ଗୋଟିଏ ନିଉଜ୍ ସାଇଟ୍ ପାଇଁ କାମ କରୁଛି ।

ବୈଦ୍ୟନାଥ ସିଂହଙ୍କ ସହ ସାକ୍ଷାତକାର ପ୍ରତ୍ୟେକ ଓଡିଆଙ୍କ ଆଖି ଖୋଲିବାରେ ନିଶ୍ଚିତଭାବେ ସହାୟକ ହେବ ଏବଂ ଆପଣଙ୍କ ସାଇଟ୍ ଦ୍ୱାରା ହୋଇଥିବା ଏହି କାମଟି ଅନ୍ୟତମ ସର୍ବୋକୃଷ୍ଟ କାମ । ବିଭିନ୍ନ ସମୟରେ ଲୋକଲୋଚନକୁ ଆସିନଥିବା ନାନା ଖବର ଓ ସାକ୍ଷାତକାରମାନ ପ୍ରକାଶ କରୁଥିବାରୁ ଓଡିଶା ଡଟ୍ କମ୍ ପରିବାରକୁ ହୃଦକନ୍ଦରରୁ ଅନେକ ଅନେକ ଶୁଭେଚ୍ଛା ।

ତେବେ ଲେ-ଆଉଟ୍ ଏବଂ ଫଣ୍ଟରେ ସାମାନ୍ୟ ଉନ୍ନତିର ଆବଶ୍ୟକତା ଥିବାଭଳି ମନେ ହେଉଛି । ଓଡିଶାର ବିକାଶ ଲାଗି ଆପଣଙ୍କସହ ହାତ ମିଳାଇ ପାରିଲେ ଅଧିକ ଆନନ୍ଦିତ ହେବି ।

ସମ୍ମାନର ସହ
ସିତାଂଶୁଶେଖର
—————————————————————
ଗୁରୁବାର, ୨୩ ଜୁନ୍ ୨୦୦୫

ହାୟ,

ଆପଣଙ୍କ ୱେବ୍ସାଇଟ୍ ଆରମ୍ଭ ହେବା ଦିନଠାରୁ ମୁଁ ନିୟମିତ ଦେଖୁଛି । ସାଧାରଣତଃ ଠିକ୍ ସମୟରେ ସମ୍ବାଦ ଗୁଡିକ ପ୍ରକାଶିତ ହେଉଛି । ତେବେ ଗୋଟିଏ ଅଭାବ ପରିଲକ୍ଷିତ ହେଉଛି ଏବଂ ସେଇଟି ହେଲା, କେତେକ ଭଲ ଖବରର ପ୍ରଥମ ଦୁଇ ଚାରିଟି ଧାଡି ବାଦ ଦେଲେ ଅନ୍ୟତ୍ର ବିଶେଷ ତଥ୍ୟ ରହୁନାହିଁ ।

ଧନ୍ୟବାଦ ଓ ଏହି ଚିଠିର ବିଷୟବସ୍ତୁକୁ ଧରିବେ ନାହିଁ ।

ଧନଞ୍ଜୟ
ଦିଲ୍ଲୀ
—————————————————————
ମହାଶୟ,

ଆପଣଙ୍କ ଅଭିନବ ଉଦ୍ୟମ ସମ୍ପର୍କରେ ଜାଣିବାକୁ ପାଇଲି । ବାସ୍ତବିକ ଓଡିଶାରେ ପ୍ରଥମଥର ଲାଗି ଏହା ଏକ ଆଶ୍ଚର୍ଯ୍ୟଜନକ ଉଦ୍ୟମ କହିଲେ ଅତୁ୍ୟକ୍ତି ହେବ ନାହିଁ । ଆପଣଙ୍କ ସଂସ୍ଥାର ସଦସ୍ୟଭୁକ୍ତ ହେବାକୁ ଆଗ୍ରହୀ । ଔପଚାରିକା ସମ୍ପର୍କରେ ଜଣାଇଲେ ଖୁସି ହେବି ।

ଭକ୍ତିରସହ
ସିଦ୍ଧାର୍ଥ ପି. ପଣ୍ଡା
—————————————————————
ସୁ-ପ୍ରଭାତ

ଆପଣଙ୍କ ୱେବ୍ସାଇଟ୍ କାହିଁକି ଠିକ୍ଭାବେ ଦୃଶ୍ୟମାନ ହେଉ ନାହିଁ ଜଣାଇଲେ ଉପକୃତ ହେବି । ଓଡିଆ ଅକ୍ଷର ଗୁଡିକ କିମ୍ବୁତକିମାକାର ଦିଶୁଛି । ସମ୍ଭବତଃ ଆପଣଙ୍କର କାର୍ଯ୍ୟାଳୟରେ କିଛି ତୃଟିବିଚୁ୍ୟତି ଅଛି । ବିଗତ ତିନି ଚାରି ଦିନ ହେଲା ଏହି ସମସ୍ୟା ଦେଖାଦେଇଛି ।

ସମ୍ମାନର ସହ
ବିଶ୍ୱଜିତ୍, କେନିୟା
—————————————————————
ହାୟ,

ଚିନ୍ମୟୀଙ୍କ ସହ ସାକ୍ଷାତକାର ଓ ମାଟ୍ରିକ ପରୀକ୍ଷାଫଳ ପୃଷ୍ଠାଟି ବେଶ୍ ଭଲ ଲାଗିଲା । ଅନ୍ୟାନ୍ୟ ଖବରକାଗଜ ଭଳି ଆପଣଙ୍କ ସାଇଟରେ କାହିଁକି ଅଧିକ ଖବର ଆସୁନାହିଁ । କିଛି ଦିନ ତଳେ ମେଲ୍ ପଠାଇଥିଲି, ଅଦ୍ୟାବଧି ଉତ୍ତର ପାଇଲି ନାହିଁ ।

ଆଶୁତୋଷ ପଣ୍ଡା
—————————————————————
ମହାଶୟ,

ମୋ’ ନାଁ ଶାନ୍ତନୁ କୁମାର ପୁରୋହିତ ଏବଂ ବୁର୍ଲାର ବୀର ସୁରେନ୍ଦ୍ରସାଏ ଡାକ୍ତରଖାନାରେ କାଉନ୍ସେଲର ଭାବେ ବର୍ତ୍ତମାନ କାର୍ଯ୍ୟରତ । ଆପଣଙ୍କ ସାଇଟ୍ର ଜଣେ ସଦସ୍ୟ ହେବାକୁ ଚାହୁଁଛି । ନାମ କିଭଳି ପଞ୍ଜିକରଣ କରିବି ଜଣାଇବାକୁ ଅନୁରୋଧ ।

ଶାନ୍ତନୁ କୁମାର ପୁରୋହିତ,
ବୁର୍ଲା
—————————————————————
ପ୍ରିୟ ମହାଶୟ,

୨୦୦୫ ଜୁନ୍ ୨ ତାରିଖରେ ପ୍ରକାଶିତ ଏକ ଖବର ପଢିଲି । ସେଥିରେ ଲେଖାଥିଲା, ପରୀକ୍ଷାରେ ସଫଳତା ପାଇବା ଲାଗି ବ୍ୟକ୍ତିଗତ ଟୁ୍ୟସନ୍ର ଆବଶ୍ୟକତା ନାହିଁ । ଓଡିଶାର ଶିକ୍ଷା ପଦ୍ଧତି ସମ୍ପର୍କରେ ମୋର ଅନୁଧ୍ୟାନରୁ କେତୋଟି କଥା ଏଠାରେ ଉଲ୍ଲେଖ କରିବା ସମୀଚିନ ହେବ ବୋଲି ଭାବୁଛି ।

କିଛି ଦିନ ତଳେ ଓଡିଶା ଗସ୍ତରେ ଯାଇଥିଲି । ଏହି ସମୟରେ କେତେକ ଅନୁଦାନପ୍ରାପ୍ତ ସ୍କୁଲ ପରିଦର୍ଶନ କରିବାସହ ସେଠାର ଶିକ୍ଷକ ଓ ପ୍ରଧାନଶିକ୍ଷକମାନଙ୍କୁ ଭେଟିଥିଲି । ପାଠପଢା ପରିବେଶ ଏବଂ ଶିକ୍ଷାଦାନ ପଦ୍ଧତି ଦେଖିବାପରେ ମୋର ହୃଦ୍ବୋଧ ହୋଇଛି ଯେ, ଓଡିଆ ପିଲାମାନେ ବିନା ଟୁ୍ୟସନ୍ରେ ପରୀକ୍ଷାରେ ସଫଳତା ପାଇବା କାଠିକର ପାଠ ।

ବ୍ରିଟିଶରେ ତାଲିମପ୍ରାପ୍ତ ଶିକ୍ଷକ ତଥା ବି୍ରଟିଶ୍ ସ୍କୁଲରେ ଶିକ୍ଷାଦାନ କରୁଥିବାରୁ ଓଡିଶାର ସ୍କୁଲ୍ ଗୁଡିକ ବିବିଧ କ୍ଷେତ୍ରରୁ ବଂଚିତ ହେଉଥିବାର ଅନୁଭବ କରୁଛି ।

ସେଥିମଧ୍ୟରୁ କେତେକ ହେଲା, ଶ୍ରେଣୀ ଗୁଡିକ ଅପେକ୍ଷାକୃତ ବଡ ଏବଂ ପ୍ରତ୍ୟେକ ଶ୍ରେଣୀରେ ଅନୁ୍ୟନ ୬୦ରୁ ୮୦ ଜଣ ପିଲା ପାଠ ପଢୁଛନ୍ତି । ଶିକ୍ଷା ପାଇଁ ସମ୍ବଳର ଅଭାବ ରହିଛି । ଭଲ ପୁସ୍ତକ, ଶ୍ରେଣୀଗୃହ, ଆସବାବପତ୍ର ଓ ଶିକ୍ଷକମାନଙ୍କ ନିମନ୍ତେ ଶିକ୍ଷାଦାନର କୌଣସି ସାମଗ୍ରୀ ନାହିଁ ।

ପାରମ୍ପରିକ ଶିକ୍ଷକ କେନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି ସାଙ୍ଗକୁ ଚକଖଡିର ସାହାଯ୍ୟରେ ମୌଖିକ ପ୍ରଣାଳୀରେ ଏବେ ମଧ୍ୟ ଶିକ୍ଷାଦାନ ଚାଲିଛି । ଶିକ୍ଷା ଗ୍ରହଣରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କୁ ବାଟକୁ ଆଣିବା ଲାଗି କୌଣସି ସ୍ୱତନ୍ତ୍ର ପଦ୍ଧତି ଅନୁସରଣ କରାଯାଉନାହିଁ ।

ଏତିକି ନୁହେଁ ସ୍କୁଲ ଗୁଡିକରେ ବ୍ୟାପକ ପରିଚାଳନାଗତ ତୃଟି ଲାଗି ରହିଛି । ଭାରତରେ କମ୍ପୁ୍ୟଟରର ପ୍ରଭୁତ ବିକାଶ ସାଧିତ ହୋଇଥିବାବେଳେ ଶତକଡା ୯୫ ଭାଗରୁ ଅଧିକ ସ୍କୁଲରେ କମ୍ପୁ୍ୟଟର ଶିକ୍ଷାର ବ୍ୟବସ୍ଥା ନାହିଁ । ଶିକ୍ଷକମାନଙ୍କୁ କୌଣସି ସ୍ୱତନ୍ତ୍ର ସେବା ତାଲିମ ଦିଆଯାଉନାହିଁ ।

ସ୍କୁଲ ଗୁଡିକରେ କ୍ୟାରିୟର ଏବଂ କାଉନସେଲିଂ ବ୍ୟବସ୍ଥା ଦୂରେଥାଉ, ଅଭିଭାବକ ଏବଂ ସ୍କୁଲ ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷାର ବ୍ୟବସ୍ଥା ନାହିଁ । ଏହାଛଡା ଆବଶ୍ୟକ ପାଣ୍ଠି ନାହିଁ । ଏମିତି ଅନେକ ସମସ୍ୟା ଲାଗି ରହିଛି ।

ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରୁଥିବା ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଉଚ୍ଚ ଆୟକାରୀ ବର୍ଗର ଓ ସେମାନେ ସହରାଂଚଳରେ ବିଭିନ୍ନ ସ୍କୁଲରେ ଅଧ୍ୟୟନ କରନ୍ତି । ମୁଁ ଆଉ ଗୋଟିଏ କଥା ଲକ୍ଷ୍ୟ କରିଛି, ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ନତୁବା ଟୁ୍ୟସନ୍ ସେଣ୍ଟରକୁ ଯାଇଥାନ୍ତି ।

ଏଭଳି ପରିସ୍ଥିତିରେ ଅନ୍ୟ ଅଭିଭାବକମାନେ କିଭଳି ବୁଝିବାକୁ ସକ୍ଷମ ହେବେ ଯେ, ଟୁ୍ୟସନ୍ର ସାହାଯ୍ୟ ନନେଇ ସେମାନଙ୍କର ପିଲାମାନେ ପରୀକ୍ଷାରେ ସଫଳତା ହାସଲ କରିପାରିବେ ।

ମଂଜୁ ଚୌଧୁରୀ,
ୟୁକେ
—————————————————————
ମହାଶୟ,

ଓଡିଶା ଡଟ୍ କମ୍ ପ୍ରତିଦିନ ବ୍ରାଉଜ୍ କରୁଛି ଏବଂ ଏଥିରୁ ଅନେକ ଆନନ୍ଦ ମଧ୍ୟ ପାଉଛି ।
ବିଶେଷକରି ସମସ୍ୟାଭିତ୍ତିକ ସାକ୍ଷାତକାର ଗୁଡିକ ପଢିବାକୁ ବହୁତ ଭଲ ଲାଗୁଛି । ତେବେ ଦୁର୍ଭାଗ୍ୟବଶତଃ ଅନେକ ସାକ୍ଷାତକାରରେ ସମ୍ପୃକ୍ତ ସାମ୍ବାଦିକଙ୍କ ନାଁ ରହୁନାହିଁ । ନାଁ ରହିଲେ ଆବଶ୍ୟକସ୍ଥଳେ ସେମାନଙ୍କସହ ଯୋଗାଯୋଗ କରିବା ସମ୍ଭବ ହୋଇପାରନ୍ତା ।
ଭବିଷ୍ୟତରେ ସାମ୍ବାଦିକମାନଙ୍କ ଠିକଣା ପ୍ରକାଶ କରିବାକୁ ଅନୁରୋଧ ରହିଲା । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆପଣଙ୍କ ସାଇଟ୍ର “ଓଡିଶାର ବନ୍ଧୁ ବିଭାଗ’ । ପ୍ରଥମେ ଆପଣ ମତେ କୁହନ୍ତୁ, ନିଜ ରାଜ୍ୟରେ କିଏ କାହିଁକି ଅତିଥିର ପରିଚୟ ପାଇବାକୁ ଚାହିଁବ? ତେଣୁ ସେହି ବିଭାଗର ନାମ ପରିବର୍ତ୍ତନ କରିପାରିଲେ, ନିଶ୍ଚିତଭାବେ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବାରେ ଆପଣ ସକ୍ଷମ ହେବେ । ଅନ୍ୟଥା ଆପଣଙ୍କ ଉଦ୍ୟମ ଶତକଡା ଶହେ ଭାଗ ସଫଳ ହେବ ବୋଲି ଭାବୁ ନାହିଁ ।

ଉନ୍ନୟନମୂଳକ ସମ୍ବାଦ ସହ ଚଳନ୍ତି ଘଟଣାବଳୀର ସମିଶ୍ରଣ ହିଁ ଆପଣଙ୍କ ସାଇଟ୍ର ବିଶେଷତ୍ୱ । ନଚେତ ବର୍ତ୍ତମାନ ଅନେକ ସୂତ୍ରରୁ ଏହାଠାରୁ ଆହୁରି ତାଜା ସମ୍ବାଦ ମିଳୁଛି ।

ଉତ୍ତର ପ୍ରତୀକ୍ଷାରେ

ବିମଳ ମହାନ୍ତି,
ସିରେମ୍ବାନ୍ ନେଗେରୀ ସେମ୍ବିଲାନ୍,
ମାଲେସିୟା
————————————————————
ରବିବାର, ଜୁନ୍ ୧୯, ୨୦୦୫

ହ୍ୟାଲୋ,

ଆପଣଙ୍କ ୱେବ ସାଇଟେ ସମ୍ବାଦ ଦେବାଲାଗି ଇଚ୍ଛୁକ ଏବଂ ଏହାକୁ ମୁଁ କେମିତି ପଠାଇବି? ଇଂରାଜୀରେ ପ୍ରେରଣ କରିବି ନା ଓଡିଫୋନ୍ଭଳି କୌଣସି ଓଡିଆ ଫଣ୍ଟ ବ୍ୟବହାର କରିବାକୁ ପଡିବ?

ଶ୍ରଦ୍ଧା ଓ ସମ୍ମାନରସହ

ବିରେନ୍ଦ୍ର ଜେନା, ନର୍ଥ କାନଟନ୍, ଓହିଓ, ଆମେରିକା
————————————————————
ଜୁନ୍ ୮,୨୦୦୫,ବୁଧବାର
ଆପଣଙ୍କ ଲୋକପ୍ରିୟ ସାଇଟରେ ଗୋହିଆପାଲ ଗାଁର ନାଁ ଦେଖି ଉଲ୍ଲସିତ

ମହାଶୟ,

“ଦୁନିଆଟା ଗୋଲ୍’ ବୋଲି ସାଧାରଣରେ ଏକ ଉକ୍ତି ପ୍ରଚଳିତ ଅଛି । ଏହା କେତେଦୂର ସତ ମଧ୍ୟ । କାରଣ ମୁଁ ଶୁଣିଛି ଗୋହିଆପାଲ୍ ଗାଁରେ ଅଥର୍ବ ବେଦ (ତାଳପୋଥି) ସଂରକ୍ଷିତ ହୋଇ ରହିଛି । ସୌଭାଗ୍ୟର ବିଷୟ ସେହି ଗାଁରେ ମୋ’ ଧର୍ମପତ୍ନୀଙ୍କ ଘର । ଉପାଧ୍ୟାୟ ପରିବାରସହ ତାଙ୍କର ଘନିଷ୍ଠତା ରହିଛି । ସିଂଘଭୂମୀ ଜିଲ୍ଲାରେ ପୂର୍ବରୁ ଏହି ସ୍ଥାନଟି ରହିଥିଲା ।

ବର୍ତ୍ତମାନ ଏହା ଝାଡଖଣ୍ଡ ରାଜ୍ୟର ସୀମା ପରିସରଭୁକ୍ତ ହୋଇଛି ଏବଂ ଏଠାରେ ମୁଖ୍ୟତଃ ଓଡିଆ ଭାଷାଭାଷୀ ଲୋକମାନେ ରହୁଛନ୍ତି । ପ୍ରକୃତ ବିଷୟ ହେଲା, ମୋ’ ଧର୍ମପତ୍ନୀଙ୍କ ପରିବାରକୁ ଜାଣିଥିବା ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବେ ଭୁବନେଶ୍ୱରରେ ଆମ ଘରକୁ ଆସିଥିଲେ ।

“ତପିନୀ’ ନାମକ ବିଷୟବସ୍ତୁ ଖୋଜି ଦେବା ନିମନ୍ତେ ଶ୍ୱଶୁରଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଦେବା ଲାଗି ଧର୍ମପତ୍ନୀଙ୍କୁ ଅନୁରୋଧ ଜଣାଇଥିଲେ । କେବଳ ତାଙ୍କରି ଗାଁରେ ହିଁ ଏ ବିଷୟରେ ତଥ୍ୟ ମିଳୁଥିବା ସେ ଜଣାଇଥିଲେ ।

ପରେ ଶ୍ୱଶୁରଙ୍କ ନିକଟରୁ ଜାଣିବାକୁ ପାଇଥିଲି, ତନ୍ତ୍ର ବିଷୟ ସହ ଉପରୋକ୍ତ ବିଷୟର ଓତଃପ୍ରୋତଃ ସମ୍ପର୍କ ରହିଛି ।

ଏବେ ଆପଣଙ୍କ ଲୋକପ୍ରିୟ ସାଇଟରେ ପୁନଶ୍ଚ ସେହି ଗାଁର ନାଁ ଦେଖି ଅତ୍ୟନ୍ତ ଉଲ୍ଲସିତ ଅନୁଭବ କଲି ।

ସମ୍ମାନର ସହ

ବିଶ୍ୱଜିତ୍

ଲୋଚକ ଗ୍ରୁପ୍ ଅଫ୍ କମ୍ପାନୀ, କେନିଆ ।

————————————————————————
ମଇ ୧୧, ଗୁୁରୁବାର

ହାଇସ୍କୁଲ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ, ବିଶେଷକରି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା କୃତି ଶିକ୍ଷାର୍ଥୀମାନଙ୍କୁ ମୋ’ ହୃଦ୍କନ୍ଦରରୁ ଅଭିନନ୍ଦନ । ତା’ଛଡା ସେମାନଙ୍କ ଭବିଷ୍ୟତ ପାଇଁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି ।

ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀଗଣ ହତୋତ୍ସାହିତ ନହେବା ଉଚିତ । ସଫଳତାର ପ୍ରଥମ ପାହାଚ ହେଉଛି ବିଫଳତା । ବାସ୍ତବରେ ବିଫଳତା ବୋଲି କିଛି ନାହିଁ । କଠୋର ଶ୍ରମ କଲେ ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ନିଶ୍ଚିତ ଭାବେ ସଫଳତା ପାଇ ପାରିବେ ।

ଶୁଭମନାସୀ ରହୁଛି
ମଞ୍ଜୁ ଚୌଧୁରୀ,
ଲଣ୍ଡନ
————————————————
ମଇ ୬, ଶୁକ୍ରବାର

ଆପଣଙ୍କ ୱେବ ସାଇଟେ ମାଲେସିୟାରେ ଓଡିଆ ଚିତ୍ରକରଙ୍କ ସମ୍ପର୍କରେ ପ୍ରକାଶିତ ଖବରର କୌଣସି ଗୁରୁତ୍ୱ କିମ୍ବା ଯଥାର୍ଥତା ଥିବାଭଳି ହୃଦବୋଧ ହେଉନାହିଁ । ଏହାଛଡା ଚିତ୍ରକର ପାଠୀ, ବର୍ତ୍ତମାନ ରାଜ୍ୟ ସଂଗ୍ରହଳାୟର କୁ୍ୟରେଟର୍ ପଦବୀରେ ନାହାନ୍ତି ।

ବ୍ୟକ୍ତିଗତଭାବେ ଭାବୁଛି, କଳା ଓ ସଂସ୍କୃତି ସମ୍ପର୍କିତ ଖବର ପ୍ରକାଶ କରିବାବେଳେ ଭବିଷ୍ୟତରେ ଅଧିକରୁ ଅଧିକ ସଜାଗ ରହିବେ । ଉତ୍ସାହରେ ଅଯଥା ଏବଂ ମୂଲ୍ୟହୀନ ଖବରକୁ ସାଇଟରେ ସ୍ଥାନିତ ନକଲେ ଖୁବ୍ ଉତ୍ତମ ହୁଅନ୍ତା । ଆପଣଙ୍କ ସାଇଟର ଉଷସୀ (ଚଳଚ୍ଚିତ୍ର ଅଭିନେତ୍ରୀ)ଙ୍କ ସମ୍ପର୍କରେ ପ୍ରକାଶିତ ଖବରଟି ମଧ୍ୟ ଏହି ଶ୍ରେଣୀର ।

ଆଗାମୀ ଦିନରେ ଭଲ ଖବର ଆଶାରେ ରହୁଛି ।

ବିଭୂତି ମିଶ୍ର, ସାମ୍ବାଦିକ,
ଭୁବନେଶ୍ୱର
——————————-

ମଇ୬, ଶୁକ୍ରବାର
ମହିଶୂର ଓଡିଶା ଆସୋସିଏସନ୍ ହାତକୁ ନେଇଥିବା ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଓଡିଶା ଡଟ୍ କମ୍ରେ ପ୍ରକାଶିତ ଖବର ଲାଗି ଅନେକ ଅନେକ ଧନ୍ୟବାଦ ।

ଭୁବନେଶ୍ୱରରୁ ଆପଣଙ୍କ ଟେଲିଫୋନ୍ ପାଇବା ଏକ ସୁଖଦ ଅନୁଭୂତି ଥିଲା । ଆପଣଙ୍କ ସୁଖସମୃଦ୍ଧି ଏବଂ ସାମୂହିକ ଉନ୍ନତି ନିମିତ୍ତ ସର୍ବ ଶକ୍ତିମାନ ଠାକୁରଙ୍କ ନିକଟରେ ଆମର ଆନ୍ତରିକ ପ୍ରାର୍ଥନା ।

ହଁ, ଆପଣ ମହିଶୂରର ଅନ୍ୟତମ ଲୋକପ୍ରିୟ ଦୈନିକ “ଦି ଷ୍ଟାର୍ ଅଫ୍ ମହିଶୂର’ରୁ ଦେଖିଥିବେ, କାବେରୀ ନଦୀ କୂଳରେ ପ୍ରାକୃତିକ ଦୃଶ୍ୟରାଜିରେ ପରିପୂର୍ଣ୍ଣ ସ୍ଥାନରେ ରହିଥିବା ଚାରି ଶହ ବର୍ଷ ତଳର ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିରର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ନିମିତ୍ତ ମହିଶୂର ଓଡିଆ ଆସୋସିଏସନ୍ ନିଷ୍ପତ୍ତି ନେଇଥିବା ଆପଣ ପଢିଥିବେ ।

ଏଠାରେ ଥିବା ଆମ ଆସୋସିଏସନ୍ ଏକ ରେଜିଷ୍ଟ୍ରିଭୁକ୍ତ ଅନୁଷ୍ଠାନ । ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାଲାଗି କର୍ଣ୍ଣାଟକ ସରକାରଙ୍କ ଠାରୁ ଆମ୍ଭେମାନେ ଅନୁମତି ହାସଲ କରିଛୁ । ମନ୍ଦିର ହେଉଛି ଦେବୋତ୍ତର ସମ୍ପତ୍ତି ଏବଂ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଭବିଷ୍ୟତରେ ଆମେ ସେଠାରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସ୍ଥାପନ କରିବା ବିଷୟରେ ଗୁରୁତର ସହ ଚିନ୍ତା କରୁଛୁ ।

ପ୍ରକଳ୍ପର ସନ୍ତୋଷଜନକ କାର୍ଯ୍ୟ ସଂପୂର୍ଣ୍ଣ ଏବଂ ଏହାର ନିୟମିତ ରକ୍ଷଣାବେକ୍ଷଣ ଓ ପୂଜାଲାଗି ବିଦେଶ ତଥା ଓଡିଶାର ଧାର୍ମିକ ମନୋବୃତ୍ତିର ଓଡିଆମାନଙ୍କ ସାହାଯ୍ୟ ଓ ସହାୟତା ଲୋଡୁଛୁ । ସୁତରାଂ ଆମର ଏହି ସମ୍ବାଦ କିଭିଳ ଅଧିକରୁ ଅଧିକ ପ୍ରସାରିତ ହେବ ସେଥିଲାଗି ସବୁମନ୍ତେ ଓଡିଶା ଡଟ୍ କମ୍ର ସାହାଯ୍ୟ ନିବେଦନ କରୁଛୁ ।

ଶୁଭକାମନା ଓ ଆର୍ଶୀବାଦ ସହ
ଦିଲ୍ଲୀପ କୁମାର ମିଶ୍ର,
ମହିଶୂର
——————————–
ପ୍ରିୟ ସମ୍ପାଦକ, ମଇ ୫, ଗୁରୁବାର
ଆପଣଙ୍କ ୱେବ ସାଇଟେ ପ୍ରକାଶ ପାଉଥିବା ସମୟୋପଯୋଗୀ ଲେଖା ଗୁଡିକ ପାଇଁ ଅଶେଷ ଧନ୍ୟବାଦ । ଉନ୍ନୟନମୂଳକ ବିଷୟବସ୍ତୁକୁ ନେଇ ଏଭଳି ଲେଖା (ଦେଶ ଏବଂ ବିଦେଶରେ ଉନ୍ନୟନ କାର୍ଯ୍ୟରେ ସଂଶ୍ଲିଷ୍ଟ ଅଧିକରୁ ଅଧିକ ଓଡିଆ) ପ୍ରକାଶନ ଦ୍ୱାରା ଆପଣଙ୍କ ୱେବ୍ସାଇଟ୍ ନିଶ୍ଚିତଭାବେ ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ ବିଶ୍ୱସ୍ତନୀୟତା ହାସଲ କରିବ ।

ସମ୍ମାନର ସହ
ବିକାଶ ଦାସ, ନୂଆଦିଲ୍ଲୀ
——————————-
ପ୍ରିୟ ମହାଶୟ, ମଇ ୨, ସୋମବାର

ଆପଣଙ୍କ ୱେବ ସାଇଟେ ପ୍ରଦାନ କରାଯାଉଥିବା ବିଭିନ୍ନ ତଥ୍ୟ ନିମନ୍ତେ ଅଜସ୍ର ଧନ୍ୟବାଦ । ସାଇଟ୍ଟି ସମସ୍ତ ଆନ୍ତର୍ଜାତିକ ଦର୍ଶକଙ୍କ ନିକଟରେ ପହଂଚି ପାରୁଥିବାରୁ ଏବଂ ହୃଦୟକୁ ସ୍ପର୍ଷ କରିପାରୁଥିବାରୁ ଏହା ମୋ’ ପସନ୍ଦ ତାଲିକାର ଅଗ୍ରରେ ରହିଛି । ତେବେ ସାଇଟ୍ର ବିକାଶ ଲାଗି କେତେକ ପରାମର୍ଶ ଦେଉଛି ।

ପ୍ରଥମତଃ ୱେବ ସାଇଟ ହୋମପେଜଟି ନିଶ୍ଚିତଭାବେ ରଙ୍ଗୀନ ଓ ଦୃଷ୍ଟି ଆକର୍ଷଣୀୟ ହେବା ଜରୁରୀ । ବିଶେଷକରି “ଫଣ୍ଟ’ର ସାଇଜ୍ ସାମାନ୍ୟ ବୃଦ୍ଧି ହେଲେ ପଢିବାକୁ ଭଲ ଲାଗିବ । ଏହାଛଡା ଅଧିକ ଆଇକନ୍ସ ବ୍ୟବହୃତ କରିବା ସ୍ୱାଗତଯୋଗ୍ୟ ହେବ ।

ଦ୍ୱିତୀୟତଃ ସମସ୍ତ ଓଡିଆ ବନ୍ଧୁମାନଙ୍କ ନାମ ଓ ଠିକଣା ଦୟାକରି ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରନ୍ତୁ । ତେବେ ସେମାନଙ୍କସହ ଭାବ ବିନିମୟ ହୋଇପାରିବ ।

ସାଇଟ୍ର ଉନ୍ନତି ପାଇଁ ମୋ’ ଦ୍ୱାରା ଯଦି କିଛି ହୋଇପାରିବ ତାହାହେଲେ ସେହି ( ଓଡିଆ ବନ୍ଧୁମାନଙ୍କ ମଧ୍ୟରେ ଭାବବିନିମୟ, ଚିଠିପତ୍ର ବଣ୍ଟନ, ମେଲ୍ ପ୍ରେରଣ, ସ୍ଥାନୀୟ ବୈଠକ ପ୍ରଭୃତିର ଆୟୋଜନ) ଆଦି କାର୍ଯ୍ୟ କରିବାକୁ ମଧ୍ୟ ମୁଁ ଆଗ୍ରହୀ ଅଛି । ଯଦି କିଛି କରିପାରିବି, ବିନା ଦ୍ୱିଧାରେ ଜଣାଇବେ ।

ଧନ୍ୟବାଦର ସହ
ଆପଣଙ୍କର ବିଶ୍ୱସ୍ତ
ଅରବିନ୍ଦ ମିଶ୍ର,
ସ୍କୁଲ୍ ଇଣ୍ଡଷ୍ଟ୍ରି ଡେଭେଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ,
ଏସ୍ଆଇଡିବିଆଇ ଟାୱାର୍,
୧୫-ଅଶୋକ ମାର୍ଗ, ଲକ୍ଷ୍ମୌ-୨୨୬୦୦୧ (ଉତ୍ତର ପ୍ରଦେଶ)

———————————————————–

୩୦ ଏପ୍ରିଲ୍, ଶନିବାର

ପ୍ରିୟ ମହାଶୟ,

ସପ୍ରେମ ନମସ୍କାର । ଓଡିଶା ଡଟ୍ କମ୍ ସାଇଟ୍ଟି ବେଶ୍ ଭଲ ହେଉଛି । ତେବେ ଏହାର ଉନ୍ନତି ନିମନ୍ତେ ଅନେକ କିଛି କରିବାର ଅଛି । ସାଇଟରେ ଓଡିଆ କ୍ୟାଲେଣ୍ଡର, ସାପ୍ତାହିକ ରାଶିଫଳ ଆଦି ଦେଲେ ଖୁବ୍ ଭଲ ହୁଅନ୍ତା । ତାଛଡା ଓଡିଆ ଖବର କାଗଜର ମୁଖ୍ୟାଂଶ ବି ଆପଣ ନେଇପାରିବେ ।

ଚିଠିପତ୍ର ସ୍ତମ୍ଭରେ ଚିଠି ପାଖରେ ତାରିଖ ବି ଉଲ୍ଲେଖ କରନ୍ତୁ । “ଓଡିଶାର ବନ୍ଧୁ’ ସ୍ତମ୍ଭକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିବାର ଆବଶ୍ୟକତା ଅନୁଭବ କରୁଛି । ଅନ୍ୟପକ୍ଷରେ ସଂଯୋଜକମାନଙ୍କ ଭୂମିକା କଣ ହେବ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରାଯିବା ବିଧେୟ ।

ଓଡିଶା ଡଟ୍ କମ୍ର ଉଜ୍ୱଳ ଭବିଷ୍ୟତ କାମନା କରୁଛି । ଆଶା ଏହି ସାଇଟ୍ ଓଡିଶାକୁ ଓଡିଶା ବାହାରେ ପ୍ରତିନିଧିତ୍ୱ କରିବାରେ ସକ୍ଷମ ହେବ ।

ଇତି
ଆପଣଙ୍କର
ସୌମ୍ୟ,
ପଦାର୍ଥ ବିଜ୍ଞାନ ବିଭାଗ,
ଆଇଆଇଟି, ଖଡଗପୁର-୭୨୧୩୦୨

ଜଣେ ଓଡିଆ ମହିଳା, ନିଜର ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟର ବିକି୍ରବଟା କରି ପରିବାର ଚଳାଇବା ସମ୍ପର୍କରେ ପ୍ରକାଶିତ ରୋଚକ ଖବର ପଢିଲି ।

ମହିଳା ଜଣକର ଏଭଳି ସଫଳ ଉଦ୍ୟମରେ ମୁଁ ଯେ କେବଳ ପ୍ରଭାବିତ ହେଲି, ତାହା ନୁହେଁ ବରଂ ପ୍ରତିଦିନର ରୁଟି ଯୋଗାଡ କରିବା ଲାଗି ଏ ସଂସାରରେ ଅସଂଖ୍ୟ ରାସ୍ତା ରହିଛି, ଜାଣିବାପରେ ନିଜର ବିଶ୍ୱାସ ପ୍ରତି ଅଧିକ ପ୍ରୋତ୍ସାହନ ମିଳିଛି ।

ଖାଦ୍ୟ, ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ବୋଧହୁଏ ଅତୁ୍ୟକ୍ତି ହେବ ନାହିଁ । ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରି ଜାଣିଥିବା ଜଣେ ଲୋକ ସର୍ବସାଧାରଣରେ ପ୍ରିୟପାତ୍ର ହୋଇଥାଏ ।

ସମଗ୍ର ବିଶ୍ୱରେ ଦକ୍ଷିଣ ଭାରତୀୟ ଜଳଖିଆ ଓ ଉତ୍ତର ଭାରତର ଭୋଜନ, କେତେ ଲୋକପ୍ରିୟ ଆମ ନିକଟରେ ଅଛପା ନାହିଁ । ଆମର ବହୁ ପାରମ୍ପରିକ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତିକରି ରାଜ୍ୟ ବାହାରର ଲୋକମାନଙ୍କୁ ନିଜର ଉପସ୍ଥିତି ସମ୍ପର୍କରେ ଅବଗତ କରାଇ ପାରିବା ।

ଏପରିକି ଭାରତ ବାହାରେ ଥିବାବେଳେ ମୁଁ ଏବଂ ମୋର ପରିବାର ସର୍ବଦା ଅନ୍ୟର ନିକଟବର୍ତ୍ତୀ ହେବାପାଇଁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତିର ସହାୟତା ନେଇଥାଉ ।

ନିଜର ପରିବାର ପାଇଁ ଯାହା କରିଛନ୍ତି ସେଥିଲାଗି ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଏହାଛଡା ଦୁର୍ଦ୍ଧିନ ସମୟରେ ମା’ଙ୍କ ପଛରେ ଠିଆ ହୋଇଥିବା ସେହି ପରିବାରର ପିଲାମାନଙ୍କୁ ମଧ୍ୟ ପ୍ରଶଂସା ନକରି ରହିପାରୁନାହିଁ ।

ଆମ ଜୀବନର ଏଭଲି ଏକ ନିଚ୍ଛକ ଛବି ଲୋକଲୋଚନକୁ ଆଣିପାରିଥିବାରୁ ଆପଣ ଏବଂ ଓଡିଶା ଡଟକମର ସହଯୋଗୀମାନଙ୍କୁ ମଧ୍ୟ ସାଧୁବାଦ ଜଣାଉଛି ।

ବିଶ୍ୱଜିତ୍ ମିଶ୍ର
କେନିଆ

————————————————–
ଓଡିଶା ଡଟ୍ କମ୍ ୱେବ୍ସାଇଟ୍ର ମୁଁ ଜଣେ ନିୟମିତ ପାଠିକା । ଓଡିଶା ସମ୍ପର୍କରେ ବିଭିନ୍ନ ସୂଚନା ଓ ଖବର ଜାଣିବା ଲାଗି ପ୍ରବାସୀ ଓଡିଆଙ୍କ ନିମନ୍ତେ ଏହା ଏକ ଅଦ୍ୱିତୀୟ ସାଇଟ୍ । ସାଇଟ୍ର ଏଭଳି ନିଷ୍ଠାପର ଓ ସାଧୁ ଉଦ୍ୟମ ସକାଶେ ଅଶେଷ ଧନ୍ୟବାଦ ।

ତେବେ ଗୋଟିଏ କଥା ବୁଝିପାରୁନାହିଁ ସମାଜର ବିଭିନ୍ନ କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ହେବା ପାଇଁ ଆମ ଓଡିଆ ମହିଳାମାନେ କାହିଁକି ଅମଙ୍ଗ । ଏହାର ଅର୍ଥ ନୁହେଁ ଏଥିପାଇଁ ସେମାନଙ୍କର ଜ୍ଞାନ, ଦକ୍ଷତା ଓ କୌଶଳର ଅଭାବ ରହିଛି ।

ଗତଥର ମୋ’ର ଓଡିଶା ଗସ୍ତ ସମୟରେ ସେଠାକାର ମହିଳାମାନେ ବୈଷୟିକ ଜ୍ଞାନକୌଶଳରେ ଉଚ୍ଚ ଶିକ୍ଷିତ ରହିଥିବା ଏବଂ ଚାକିରି ଓ ଉଚ୍ଚ ଶିକ୍ଷା ପାଇବାପାଇଁ ବିଭିନ୍ନ ପାଶ୍ଚାତ ରାଷ୍ଟ୍ର ଗୁଡିକୁ ଯିବାର ଦେଖିଥିଲି ।

ଓଡିଆ ଲୋକଙ୍କ ପାଇଁ କାମ ଓ ସ୍ୱର ଉତ୍ତୋଳନ କରିବା ନିମନ୍ତେ ସେମାନଙ୍କୁ ଘରୁ ବାହାରକୁ ଆସିବା ପାଇଁ “ଓଡିଶା ଡଟ୍ କମ୍’ ପକ୍ଷରୁ କୌଣସି ଉଦ୍ୟମ ହେଲେ ଉତ୍ତମ ହୁଅନ୍ତା ।

ବର୍ତ୍ତମାନର ଓଡିଆ ମହିଳା ସମାଜ କୌଣସି ସାମାଜିକ କଟକଣାର ଚାପରେ ରହିଛନ୍ତି କି? ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ଅଛି କି?

ଏହା ସତ୍ୟ ଯେ, ମହିଳାମାନେ ପରିବାରର ଯତ୍ନ ଏବଂ ବିଭିନ୍ନ ଘର କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏହାସତ୍ୱେ ମୋ’ର ହୃଦବୋଧ ହେଉଛି, ଓଡିଶାର ବିକାଶ ସାଧନ ଲାଗି ସାମୂହିକଭାବେ ଉଦ୍ୟମ କରିବା ସକାଶେ ସେମାନଙ୍କୁ ପ୍ରବର୍ତ୍ତା ଯାଇପାରିବ ।

ଏଥିରେ କୌଣସି ଦ୍ୱିଧା ନାହିଁ ଯେ, କୌଣସି କାମ କିମ୍ବା ଅର୍ଥ ଉପାର୍ଜନ କରୁନଥିବା ମହିଳାମାନଙ୍କୁ ସାମାଜିକ ସ୍ୱୀକୃତି ମିଳିନଥାଏ । ସେମାନେ ଘରେ କରୁଥିବା କାମକୁ ସମାଜ ଉପଯୁକ୍ତ ମୂଲ୍ୟାୟନ କରିନଥାଏ ।

ସମ୍ଭବତଃ ଏହା ହେଉଛି ପ୍ରଧାନକାରଣ, ଯେଉଁଥିପାଇଁ ସମାଜ କାର୍ଯ୍ୟରେ ପୁରୁଷମାନଙ୍କ ଭଳି ମହିଳାମାନେ ସାମିଲ ହୋଇପାରୁନାହାନ୍ତି । ପୁରୁଷମାନଙ୍କ ଭଳି ସେମାନଙ୍କୁ ସମ୍ମାନ ଦିଆଯାଉନାହିଁ ।

୨୫ ବର୍ଷ ପୂର୍ବେ ମୁଁ ଯେତେବେଳେ ଇଂଲଣ୍ଡ ଆସିଥିଲି, ଜଣେ ଇଂରେଜ ମହିଳାଙ୍କୁ ଡାକ୍ତରଖାନା ପରିସରରେ ଭେଟିଥିଲି । ସିଏ ମୋତେ ପଚାରିଥିଲେ, “ତୁମେ କଣ କରୁଛ’? ମୁଁ ଉତ୍ତର ଦେଇଥିଲି, “ମୁଁ କେବଳ ଜଣେ ଗୃହିଣୀ’ ।

ସିଏ କହିଥିଲେ, “ଗୃହିଣୀ’ ଦାୟିତ୍ୱ ସମ୍ଭାଳିବା ଖାଲି କାମ ନୁହେଁ, ବରଂ ଏହାଠାରୁ କଠିନ ଓ ବ୍ୟୟବହୁଳ କାମ ଆଉ କିଛି ନାହିଁ । ଯେତେବେଳେ ମୁଁ କାନଡାରେ ଥିଲି, ଲାଇବ୍ରେରୀରେ ବସି ନିଜ ସମ୍ପର୍କରେ କିଛି ଲେଖିବା ଲାଗି ଗୋଟିଏ “ରିଜୁ୍ୟମ୍ ପୁସ୍ତକ’ର ଅନ୍ୱେଷଣ କରୁଥିଲି । ଶେଷରେ ଦିନେ ତାହାକୁ ପାଇଗଲି ।

ବହିଟି ଓଲଟାଇବା ସମୟରେ ଜଣେ ମହିଳା ନିଜର କୌଣସି ପରିଚାଳନାଗତ ଶିକ୍ଷା ଯୋଗ୍ୟତା ନଥାଇ ମଧ୍ୟ ନିଜର ଗୃହ ପରିଚାଳନା କୌଶଳକୁ ପାଥେୟକରି ଏକ ଛୋଟ ସୁପର୍ ମାର୍କେଟ୍ର ପରିଚାଳନା ପଦବୀ ପାଇଁ ଆବେଦନପତ୍ର ପଠାଇଥିଲେ । ବର୍ତ୍ତମାନ ପାଶ୍ଚାତ ଦେଶରେ ଚାକିରି ଆବେଦନପତ୍ର ପଠାଇଲାବେଳେ ନିଜର “ଚାଇଲ୍ଡ କେୟାର୍’ ଅଭିଜ୍ଞତା ବର୍ଣ୍ଣନା କରିବାଲାଗି ସେମାନଙ୍କୁ କୁହାଯାଉଛି ।

ମୁଁ ଜାଣେ ଗୃହିଣୀ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ଏକ ବିରାଟ କାର୍ଯ୍ୟ ଏବଂ ମହିଳାମାନଙ୍କୁ ଏଥିପାଇଁ ଅନେକ କୌଶଳ ଓ ଅଭିଜ୍ଞତାର ଆଶ୍ରୟ ନେବାକୁ ହୋଇଥାଏ । ଆମ ସମାଜ ଜାଣିବା ଉଚିତ, ଗୃହିଣୀର କାର୍ଯ୍ୟ (ଶିଶୁ ଯତ୍ନ, ରନ୍ଧାବଢା ଓ ଅନ୍ୟାନ୍ୟ ନିୟମିତ ଘର କାମ) ବେଶ୍ କଷ୍ଟସାଧ୍ୟ ଓ ସମୟସାପେକ୍ଷ ।

ପାଶ୍ଚାତ ଦେଶରେ ଜଣେ ଶିଶୁର ଯତ୍ନ ନେବା ଲାଗି ୫ଶହରୁ ୭ଶହ ପାଉଣ୍ଡ ମୂଲ୍ୟ ଦେବାକୁ ପଡିଥାଏ । ଏପରିକି ଏମିତି ଅନେକ ଉଚ୍ଚ ଶିକ୍ଷିତ ମହିଳା ଅଛନ୍ତି, ଯେଉଁମାନେ ନିଜର ଘରକାମ ଲାଗି ଚାକିରି କରୁନାହାନ୍ତି । ଏହାର ଅର୍ଥ ନୁହେଁ ଯେ, ସେମାନେ ମୂଲ୍ୟହୀନ ଏବଂ ସେମାନଙ୍କ ନିକଟରେ କୌଣସି ଦକ୍ଷତା କିମ୍ବା ଅଭିଜ୍ଞତା ନାହିଁ ।

ମୋ’ର ମନ କହୁଛି, ଘରକାମ ବ୍ୟତୀତ ନିଜର ଅବସରବେଳେ ସେମାନେ ସମାଜର ହିତସାଧନ ଲାଗି ବହୁତ କିଛି କରିପାରିବେ । ସେଭଳି ଆମ ସମାଜକୁ ନିବେଦନ ଯେ, ଗୃହିଣୀମାନଙ୍କ କାମର ଯଥାର୍ଥ ମୂଲ୍ୟାୟନ କରାଯାଉ ।

ଏହାଛଡା ପୁରୁଷମାନଙ୍କ ଭଳି ସେମାନେ ସମାଜର ବିଭିନ୍ନ କାର୍ଯ୍ୟରେ କିଭଳି ସାମିଲ ହୋଇପାରିବେ ସେଥିନିମିତ୍ତ ପ୍ରୋତ୍ସାହନ ମଧ୍ୟ ଦିଆଯାଉ । ମୋଟାମୋଟି କହିବାକୁ ଗଲେ ଆମ ସମାଜର ସମୃଦ୍ଧି ସକାଶେ ପୁରୁଷ ଓ ମହିଳା ସମଭାବରେ ଦାୟୀ ।

ଧନ୍ୟବାଦ,

ସମ୍ମାନରସହ,

ମଂଜୁ ଚୌଧୁରୀ,

ଲଣ୍ଡନ

————————————————–

ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇ ଭଉଣୀମାନଙ୍କୁ ହୃଦ କନ୍ଦରର ଅଭିନନ୍ଦନ ଏବଂ ଓଡିଶା ମାଟିର ସାମୂହିକ ଉନ୍ନତି ସାଧନ ଲାଗି ସେମାନେ ହାତରେ ହାତ ମିଳାଇବା ପାଇଁ ଆହ୍ୱାନ ଜଣାଉଛି ।

ଓଡିଆ ଭାଷା, ସଂସ୍କୃତି, ଆତିଥ୍ୟ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ପରିବହନ, ଭିତ୍ତିଭୂମୀ, ଉପକୂଳ ବିପର୍ଯ୍ୟୟ ଜରୁରୀ ସୂଚନା, ସ୍ୱୟଂ ସହାୟକ ଭାବନା, ସଂଖ୍ୟା ଲଘୁ ନିୟନ୍ତ୍ରଣ ପଦ୍ଧତି, କୃଷକ, ଶ୍ରମିକ ମହିଳାମାନଙ୍କ ସୁରକ୍ଷା ଏବଂ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ସ୍ୱଚ୍ଛ ତଥ୍ୟ ଲୋକଲୋଚନକୁ ଆସିବା ଜରୁରୀ ।

ରାଜ୍ୟ ବାହାରେ ରହୁଥିବା ପ୍ରବାସୀମାନେ ନିଜର ସ୍ୱ ସ୍ୱ କର୍ମକ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଚାଲିଥିବାବେଳେ ଓଡିଶା ଭିତରେ ରହୁଥିବା ଲୋକମାନେ ନିଜର ଅଜ୍ଞତା ତଥା ନିସ୍ୱାର୍ଥପର ନେତୃତ୍ୱର ଅଭାବ ଯୋଗୁ ଦାରିଦ୍ର୍ୟତା ଆଜି ସେମାନଙ୍କର ପିଛା ଛାଡୁନାହିଁ ।

ତେବେ ସଭିଁଏ ମିଳିତଭାବେ ରାଜ୍ୟର ଉନ୍ନତି ନିମନ୍ତେ ହାତ ମିଳାଇଲେ ଆମ ସମସ୍ତଙ୍କ ସ୍ଥିତି ସୁଦୃଢ ହେବ ଏବଂ ନିରାପତ୍ତା ବଜାୟ ରହିବ ।

ବନେ୍ଦ ଉକ୍ରଳ ଜନନୀ
ଆପଣଙ୍କର ଗୁଣମୁଗ୍ଧ
ଶ୍ରୀକାନ୍ତ ନାୟକ,
୧୧୧୦୦ ପ୍ରସ୍ପେକ୍ଟ ହିଲ୍ ରୋଡ,
ଗ୍ଲିନ୍ ଡାଲେ, ଏମ୍ଡି-୨୦୭୬୯
ଯୁକ୍ତରାଷ୍ଟ୍ର ଆମେରିକା

——————————————————-

ହାଏ !
ମୁଁ ଏବେ କୁଏଟରେ ଥିବା ଯୁକ୍ତରାଷ୍ଟ୍ରର ସେନାବାହିନୀରେ କାମ କରୁଛି । ଆପଣଙ୍କ ଉଦ୍ୟମ ସଫଳ ହେଉ । ବିଭିନ୍ନ ଦେଶରେ ଥିବା ଓଡ଼ିଆ
ଲୋକଙ୍କୁ ଓଡ଼ିଶା ସହିତ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ନିଶ୍ଚିତ ଭାବରେ ଏକ ମହାନ ପ୍ରଚେଷ୍ଟା । ଆଶା ଆପଣ ଏହାକୁ ଜାରୀ ରଖିବେ ।

ସ୍ୱରୂପ ଦାସ
କୁଏଟ
——————————————-
ମୁଁ ଆପଣଙ୍କ ଓଡ଼ିଶା.କମ ସାଇଟକୁ ଚେକ କରୁଛି । ଏହା ସତରେ ପ୍ରଭାବଶାଳୀ ହୋଇପାରିଛି ।

ଡ଼ା. ବିଜ୍ଞାନୀ ଦାସ
ଆଡ଼ଭାନ୍ସଡ଼ ସଫ୍ଟଓୟାର ଟେକନୋଲୋଜି ଗ୍ରୁପ
ନାସା
——————————————
ମୋତେ ଓଡ଼ିଶା ବିଷୟରେ କିଛି କହିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ମୁଁ ଆପଣଙ୍କ ୱେବସାଇଟକୁ ନିୟମିତ ପଢୁଛି । ଓଡ଼ିଆ ଅନୁବାଦ
ଚମକ୍ରାର ହେଉଛି । ଆପଣଙ୍କ ପ୍ରଚେଷ୍ଟା ଉତ୍ତରୋତ୍ତର ଉନ୍ନତି କରିଚାଲୁ, ଏହାହିଁ ମୋର କାମନା ।

ମାର୍କଣ୍ଡେଶ୍ୱର ପଣ୍ଡା
ସାନ ଆଣ୍ଟୋନିଓ, ଟେକ୍ସାସ
—————————————-
ଡ଼ିଜିଟାଲ ପେଜ ମାଧ୍ୟମରେ ଆପଣ ଓଡ଼ିଆ ଲୋକଙ୍କ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିପାଇଁ ମୁଁ ଆପଣଙ୍କୁ ତଥା ଓଡ଼ିଶା ଡ଼ଟ କମ ସହ ସମ୍ପୃକ୍ତ
ସମସ୍ତଙ୍କୁ ପ୍ରଶଂସା ନକରି ରହିପାରୁନାହିଁ ।

ସେତିକି ନୁହେଁ, କୌଣସି ଏକ କାରଣ ପାଇଁ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ କରି ଏହାର ବାର୍ତ୍ତା ପ୍ରଚାର କରିବା ମଧ୍ୟ ଏକ ପ୍ରଶଂସାଜନକ କାର୍ଯ୍ୟ । ମୋ’ ମତରେ ଆପଣଙ୍କର ଇ-ସାଇଟଟି ସୂଚନା ଆଦାନ-ପ୍ରଦାନର ଏକ ପ୍ରଭାବଶାଳୀ ସ୍ରୋତ ହୋଇପାରିଛି ।

କାନାଡ଼ା ଏବଂ ଏଠାରେ ଥିବା ଓଡିଆଙ୍କ ବିଷୟରେ ମୁଁ’ ଆପଣଙ୍କୁ ସମୟ ସମୟରେ ନିଶ୍ଚିତ ସୂଚନା ଦେବି ।
ଜୀବନଜିତ ତ୍ରିପାଠୀ
ଏପିଟି-୭୦୪, ୩୧୨୨-ହୁରୋନଟାରିଓ ଷ୍ଟ୍ରିଟ,
ମିସିସାଉଜା, ଓଏନ. ଜିପ:ଏଲ୫ବି ୧ଏନ୍ ୮. କାନାଡ଼ା ।
————————————–
ମୁଁ ଜଣେ ନାଇଜେରିଆନ । ମୁଁ ଭାରତ ଯାଇଛି ଓ କିଛି ମାସ ପୂର୍ବରୁ ଓଡ଼ିଶା ମଧ୍ୟ ଯାଇଥିଲିି । ଏହାର ଭାଷା ଓ ସଂସ୍ଖୃତି ମୋତେ ମୋହାଚ୍ଛନ୍ନ
କରିଦେଇଥିଲା । ମୋତେ ଓଡ଼ିଶା ଡ଼ଟ କମ ସାଇଟ ଓ ଏଥିରେ ଆସୁଥିବା ଛବିଗୁଡ଼ିକ ବେଶ ଭଲ ଲାଗିଛି । ଭାରତରୁ ଫେରିବା ପରେ ମୁଁ ଏହି
ସାଇଟକୁ ପ୍ରାୟ ସବୁଦିନେ ଦେଖେ ।

କିନ୍ତୁ ମୋ ଭଳି ଲେଖକ ଏହାକୁ ପଢ଼ି ପାରୁନାହାନ୍ତି ଯେହେତୁ ଏହା ଏକ ହିନ୍ଦୁ ଭାଷାରେ ଲେଖାଯାଇଛି । ଆପଣ ମୋ’ ପାଖକୁ ଓଡ଼ିଆ ଶିଖିବାର କିଛି
କୌଶଳ ପଠାଇ ପାରିବେ କି ଯାହା ଫଳରେ ମୁଁ ଏହାକୁ ପଢ଼ି ପାରିବି । ଆପଣ ସେଠାରେ ଏକ ମହତ କାର୍ଯ୍ୟ କରୁଛନ୍ତି । ଏହାକୁ ଜାରୀ ରଖନ୍ତୁ ।
ଇଦେୟୁ ଆଦେୟୁମି
ନାଇଜେରିଆ
—————————————–
ଆପଣଙ୍କ ଓଡ଼ିଶା ଡ଼ଟ କମ କେଉଁ ଫଣ୍ଟରେ ଖୋଲୁଛି ? ମୁଁ ଏହାକୁ ପଢ଼ି ପାରୁନାହିଁ ।
ସମ୍ବିତ
—————————————-
ଆପଣଙ୍କ ୱେବସାଇଟ ପାଇଁ ଧନ୍ୟବାଦ । ଏହା ବେଶ ଭଲ ଦେଖାଯାଉଛି ।
ରାୟପୁର
ଛତିଶଗଡ଼
——————————————–
ବେଶ ଭଲ ଉଦ୍ୟମଟିଏ । ଜାରୀ ରଖନ୍ତୁ ।

ଶୁଭେନ୍ଦୁ ଓ ନନ୍ଦିତା

ସାଇବର ମେଡ଼ିଆ
ଦିଲ୍ଲୀ ।
——————————————
ଅତି ବଢ଼ିଆ ହୋଇଛି । ଏହାକୁ ଯେଉଁ ପ୍ରକାରରେ ସଜା ଯାଇଛି ତାହା ମୋର ଖୁବ ପସନ୍ଦ ହୋଇଛି । ଭାରୀ ପ୍ରଭାବଶାଳୀ ତଥା ଅତି ବଢିଆ କାମଟିଏ । ମୁଁ ଆପଣଙ୍କ ୱେବସାଇଟର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

ହିରଣ୍ମୟ ଦାସ
ସିଙ୍ଗାପୁର
—————– ———————
ଭାରି ବଢିଆ ଲାଗୁଛି ।

ଲିଣ୍ଡା ଲିମ୍,
ସିଙ୍ଗାପୁର
—————————————
ସର୍ବ ପ୍ରଥମେ ଆପଣଙ୍କ ଉଦ୍ୟମ ଲାଗି ସାଧୁବାଦ ଜଣାଉଛି । ଓଡିଶା ବାହାରେ ବସବାସ କରୁଥିବା ସଂଖ୍ୟା ବହୁଳ ଲୋକଙ୍କୁ ଗୋଟିଏ ଶକ୍ତ ରଜ୍ଜୁରେ ବାନ୍ଧି ରଖିବା ଲାଗି ଓଡିଶା ଡଟ୍ କମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଶୁଭେଚ୍ଛା ଓ ସମ୍ମାନର ସହ
ଦେବିପ୍ରସାଦ ମିଶ୍ର,
ପ୍ରଫେସର,
ଗ୍ରାମ୍ୟ ପରିଚାଳନା ପ୍ରତିଷ୍ଠାନ,
ପି.ଓ.ବକ୍ସ-୬୦, ଆନନ୍ଦ-୩୮୮୦୦୧
ଗୁଜୁରାଟ, ଭାରତ
—————– ————————–
ଆପଣଙ୍କ ସାଇଟଟି ବାସ୍ତବିକ ଭାରି ଚମକ୍ରାର । ଅପେକ୍ଷାକୃତ ଛୋଟ ଛୋଟ ଅକ୍ଷର ଗୁଡିକ ପଢିବାରେ ସମସ୍ୟା ସୃଷ୍ଟି କରୁଛି । ବିଷୟବସ୍ତୁରେ ବହୁ
ଉପାଦେୟ ତଥ୍ୟ ରହୁଛି । ଏହାର ଚଲାପଥ କଣ୍ଟକବିହୀନ ହେଉ ଏବଂ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହୁଅନ୍ତୁ ।

ଡା.ଏନ୍.କେ.ସାହୁ,
ନିଦେ୍ର୍ଧଶକ,
ଗ୍ରାମ୍ୟ ଉନ୍ନୟନ ବିଭାଗ
——————————————
ବାସ୍ତବିକ ଉଦ୍ୟମ ପ୍ରଶଂସନୀୟ । ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ମୋ’ ପତ୍ନୀଙ୍କ ଘର ଏବଂ ତାଙ୍କ ମାତୃଭାଷା ଓଡିଆ । ନିଜର ଭିଟାମାଟି ସହ ସମ୍ପର୍କ
ସ୍ଥାପନ କରିବା ଲାଗି ଆପଣଙ୍କ ସାଇଟ୍ ତାଙ୍କ ନିମନ୍ତେ ଅବ୍ୟର୍ଥ ସଂଯୋଗ ସ୍ଥାପନକାରୀ ଗଣମାଧ୍ୟମ ଭାବେ କାର୍ଯ୍ୟ କରୁଛି ।

ସମ୍ମାନର ସହ
ଅରୁଣ,
ରାଂଚି,
ଝାଡ଼ଖଣ୍ଡ
—————————————–
ଜାତୀୟ ଗଣମାଧ୍ୟମରେ ବିଭିନ୍ନ ପରିବର୍ତ୍ତନ ହେଲେ ମଧ୍ୟ ଆଂଚଳିକ ଗଣମାଧ୍ୟମ ଗୁଡିକ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବେ ଏହା ନିଃସନେ୍ଦହ ।
ମୋ’ର ଦୃଢ ବିଶ୍ୱାସ ଓଡିଶା ଏବଂ ରାଜ୍ୟ ବାହାରର ସଂଖ୍ୟାଧିକ ଲୋକ ଏଭଳି ନବ ଉଦ୍ୟମ ଏବଂ ନୂତନ କାରିଗରୀ କୌଶଳର ଫାଇଦା ହାସଲ
କରିବାକୁ ନିଶ୍ଚିତଭାବେ ଉଦ୍ୟମ କରିବେ ।

ଆପଣଙ୍କ ପଥ ପୁଷ୍ପିତ ହେଉ
ଶିବ କୁମାର ଆୟର୍ ,
ମୁମ୍ବାଇ
—————————————–
ଆପଣଙ୍କ ୱେବ୍ ସାଇଟ୍ର ମୁଁ ଜଣେ ନିୟମିତ ଦର୍ଶକ । ବଢିଆ ଲାଗୁଛି । ଆଉ ଟିକିଏ ସରଳ, ସାବଲୀଳ ହେଲେ ବେଶ୍ ଭଲ ହୁଅନ୍ତା ।

ନେଲ୍ସନ୍ ଜୋହନି,
ମୁମ୍ବାଇ
——————————————–
ଆପଣଙ୍କ ସାଇଟ୍ରେ ବ୍ୟବହୃତ “ଫଣ୍ଟ’ ଗୁଡିକ ଅପେକ୍ଷାକୃତ କ୍ଷୁଦ୍ରକାୟ । ଯେହେତୁ ଆପଣ ମୁଦ୍ରଣ କାର୍ଯ୍ୟରେ ସଂଶ୍ଳିଷ୍ଟ ନାହାନ୍ତି, ତେଣୁ ଏହି “ଫଣ୍ଟ’
ଗୁଡିକର ଆକୃତି ସାମାନ୍ୟ ବୃଦ୍ଧି କଲେ ବେଶ୍ ଭଲ ହୁଅନ୍ତା ।

ଧନ୍ୟବାଦ ସହ
ଦେବସ୍ମିତା ମିଶ୍ର
————————————–
ଆପଣଙ୍କ ୱେବ୍ ପେଜ୍ ପଢିବା ଲାଗି କେଉଁ “ଫଣ୍ଟ’ ଆବଶ୍ୟକ ଦୟାକରି ମେଲ୍ ଯୋଗେ ଜଣାଇବାକୁ ନିବେଦନ କରି ରହୁଛି ।
ନାରାୟଣ
——————————————-
ଆପଣଙ୍କ ଦ୍ୱାରା ପ୍ରଦତ୍ତ ଚଟାପଟ ଉତ୍ତର ପାଇ ନିଜକୁ ଧନ୍ୟ ମଣିଲି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ଭିତରେ ରହିଥିବା ଉକ୍ରଣ୍ଠାକୁ ପ୍ରଶଂସା
ନକରି ରହି ପାରୁନାହିଁ । ଏଭଳି ଉତ୍ସାହ ଆପଣଙ୍କ ୱେବ୍ ସାଇଟକୁ ବହୁ ଉଚ୍ଚକୁ ଟାଣି ନେବ ଏଥିରେ ଦ୍ୱିଧାମତ ନାହିଁ ।

ଧନ୍ୟବାଦ ସହ
ବିଷ୍ଣୁ ମିଶ୍ର
——————————————
ଜାଣିନଥିଲି ଏମିତି ଏକ ସୁନ୍ଦର ୱେବ୍ ସାଇଟ୍ ଅଛି ବୋଲି । ଗତବର୍ଷ ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁଜୀଙ୍କ ଏକ ଫଟୋ ମୁଁ’ ପଠାଉଛି ।
ଏହାଛଡା ଅନ୍ୟ ଏକ ଲେଖା ମଧ୍ୟ ପଠାଉଛି । ଏହି ଲେଖାଟି “ନିର୍ମାଲ୍ୟ’ ପତ୍ରିକା ପାଇଁ ଲେଖାଯାଇଛି । ଅନ୍ତତଃ ଆପଣଙ୍କ ଓଡିଶା ଡଟକମରେ
“ନିର୍ମାଲ୍ୟ’ର ପ୍ରଚ୍ଛଦ ପୃଷ୍ଠା ସ୍ଥାନିତ କରି ପାରିଲେ ବେଶ୍ ଉପକୃତ ହେବି ।

ଧନ୍ୟବାଦ, ନମସ୍କାର ଏବଂ ସମ୍ମାନର ସହ
ଏନ୍.ପି.ମହାପାତ୍ର,
ସାଂସ୍କୃତିକ ସମ୍ପାଦକ, ଲକ୍ଷ୍ମୌ ଓଡିଆ ସମାଜ,
ଲକ୍ଷ୍ମୌ
—————————————-
ବିଶ୍ୱର ବିଭିନ୍ନ ଅଂଚଳରେ ରହୁଥିବା ଓଡିଆମାନଙ୍କ ସମ୍ପର୍କରେ ଅତ୍ୟନ୍ତ ଉପାଦେୟ ସାକ୍ଷାତକାରମାନ ଆପଣ ପ୍ରକାଶ କରୁଥିବା ଶୁଣିବାକୁ ପାଇଲି ।
ମୁଁ’ ନିୟମିତ ଆପଣଙ୍କ ସାଇଟ୍ ଦେଖୁଛି ।

ଆପଣଙ୍କ ଉଦ୍ୟମକୁ ଅଧିକ ସଫଳ କରିବା ଲାଗି ପରାମର୍ଶ ଦେବାକୁ ଉଚିତ ମଣୁଛି । ବ୍ୟବସାୟିକ ସଫଳତା ହାସଲ ନିମନ୍ତେ ଆପଣଙ୍କ ସାଇଟ୍ ବେଶ୍ ଯତ୍ନବାନ ଥିବାଭଳି ହୃଦବୋଧ ହେଉଛି । ତଥାପି ଆପଣଙ୍କ ଭଳି ପ୍ରଗତିଶୀଳ ମନୋଭାବର ବ୍ୟକ୍ତି ବିଶେଷ ଏଭଳି ଏକ ଅନୁଷ୍ଠାନସହ ସଂଶ୍ଲିଷ୍ଟ ରହିଥିବାରୁ ମୋ’ର ସଂପୂର୍ଣ୍ଣ ସମର୍ଥନ ସଂସ୍ଥା ପଛରେ ରହିଛି ।

ବିଷୟବସ୍ତୁ ଦୃଷ୍ଟିକୋଣରୁ ବିଚାର କଲେ, ସାଇଟ୍ରେ ସମ୍ୟକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଦିନକରେ କୌଣସି ବ୍ୟକ୍ତି ଗୋଟିଏ ନତୁୁବା ତିନୋଟି ସମ୍ବାଦ କିମ୍ବା ସପ୍ତାହରେ ଗୋଟିଏ ସାକ୍ଷାତକାର ପଢିବା ପାଇଁ ସାଇଟ୍ ଖୋଲିବାକୁ ନାପସନ୍ଦ କରିବ ।

ପ୍ରତିଦିନର ସାଇଟ୍ ଲାଗି ଲୋକମାନେ ଯେଭଳି ଆକୃଷ୍ଟ ହେବେ ସେଥିପାଇଁ ଅଧିକରୁ ଅଧିକ ଖବର ଏବଂ ଅନ୍ୟାନ୍ୟ ଫିଚର୍ ଆଦି ସ୍ଥାନିତ କରିବାକୁ ଅଗ୍ରାଧିକାର ଭିତ୍ତିରେ ଯୋଜନା ପ୍ରସ୍ତୁତ କରନ୍ତୁ ।

ଆପଣଙ୍କର ଚଲାପଥ କଣ୍ଟକ ବିହୀନ ହେଉ
ଶିବବ୍ରତ,
ମେନୁଥ୍,
କୋ-କିଲ୍ଡେର୍,
ରେଲାନ୍
—————————————-
ଓଡିଶା ଡଟ୍ କମ୍ ସମ୍ପର୍କରେ ମୋର ଜଣେ ବନ୍ଧୁ ପଠାଇଥିବା କେତେକ ମେଲ୍ ମୋର ହସ୍ତଗତ ହୋଇଛି । ନବଜାତ ସାଇଟଟି ସମ୍ପର୍କରେ ଦୁଇ ପଦ
କହିବାକୁ ମନସ୍ଥ କରିଛି । ଆପଣଙ୍କ ଅଭିନବ ଉଦ୍ୟମ ଲାଗି ବହୁତ ବହୁତ ଧନ୍ୟବାଦ । ମୁଁ’ ନିଶ୍ଚିତ ଯେ, ନିଜର ମାତୃଭୂମୀସହ ସିଧାସଳଖ
ସଂଯୋଗ ସ୍ଥାପନ ଲାଗି ଇଣ୍ଟରନେଟ୍ ବ୍ୟବହାର କରୁଥିବା ଓଡିଆମାନେ ଉପକୃତ ହେବେ ।

ଆପଣଙ୍କର ସାକ୍ଷାତକାର ବିଭାଗ ଅତ୍ୟନ୍ତ ଉନ୍ନତମାନର । ମୋଟାମୋଟି କହିବାକୁ ଗଲେ ସମ୍ବାଦ ବିଭାଗ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ ।
ତଥାପି କେତେକ କ୍ଷେତ୍ରରେ ଆପଣ ରାଜ୍ୟର ନିର୍ଦ୍ଧିଷ୍ଟ ଅଂଚଳକୁ ଅଧିକ ପ୍ରାଧାନ୍ୟ ଦେବାଭଳି ମନେ ହେଉଛି ।

ଏହାଛଡା ସାଇଟ୍ରେ ସ୍ଥାନିତ ଅଧିକାଂଶ ସମ୍ବାଦର କୌଣସି ଗୁରୁତ୍ୱ ଥିବା ଭଳି ଲାଗୁ ନାହିଁ । ସାଇଟରେ ଉଲ୍ଲେଖିତ “ଓଡିଶାର ବନ୍ଧୁ’ ଭଳି କେତେକ ବିଭାଗ ବିନା ତଥ୍ୟରେ ଆସୁଥିବାରୁ ଦର୍ଶକମାନଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ହୋଇଛି । ଦୟାକରି ଏହାକୁ ପ୍ରତ୍ୟାହାର କରି ନିଅନ୍ତୁ ।

ଶେଷରେ ଗୋଟିଏ କଥା କହିବାକୁ ଚାହେଁ ଯେ, ସାଇଟ୍ରେ ରହୁଥିବା ଅକ୍ଷର ଗୁଡିକର ଆକୃତି ଆବଶ୍ୟକତା ଠାରୁ ଅଧିକ କ୍ଷୁଦ୍ରକାୟ ହୋଇଯାଉଥିବାରୁ ସଠିକ୍ ଭାବେ ପଢି ହେଉନାହିଁ । ଅବଶ୍ୟ ଆପଣଙ୍କ ସାଇଟ୍ ଏକ ନବଜାତ ଶିଶୁ ସଦୃଶ । ତେଣୁ ବିଶ୍ୱାସ ମୋ’ର ଦୁଇ ପଦ ପରାମର୍ଶ ଆଗାମୀ ଦିନରେ ଓଡିଶା ଡଟ କମକୁଅଧିକ ପରିପକ୍ୱ କରିବ ।

ଧନ୍ୟବାଦର ସହ
ପ୍ରଦୀପ ସାହୁ,
ଦୁବାଇ ନେଟ୍ ସିଟି,
ଦୁବାଇ,
ୟୁଏଇ

ଚିଠି ପତ୍ର

ସାଇଟ୍ରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି । ସେଥିରେ ଅଧିକ ସଂଖ୍ୟକ ଫଟୋ ଚିତ୍ର ସହିତ କାହାଣୀ ସଂଯୋଗ କରିବା ଲାଗି ମୋର ପରାମର୍ଶ । ଏଥିନେଇ ଅନ୍ୟ ସମୟରେ ସବିଶେଷ କଥାବାର୍ତ୍ତା ହେବା ।

ପ୍ରଫୁଲ୍ଲ ଦାସ, ସାମ୍ବାଦିକ, ଦି ହିନ୍ଦୁ

ଭୁବନେଶ୍ୱର ।

—————————————-

ସୁନ୍ଦର ଉଦ୍ୟମ । ଏ ସମ୍ପର୍କରେ ଏଠାରେ ବସବାସ କରୁଥିବା ଓଡିଆମାନଙ୍କ ଭିତରେ ବାର୍ତ୍ତା ପ୍ରଚାର କରିବି ଏବଂ ଓଡିଶା ଡଟ୍-କମ୍ ବିଷୟରେ ସେମାନଙ୍କ ପର୍ଯ୍ୟାପ୍ତ ପରିମାଣର ମତାମତ ଖୁବ୍ଶୀଘ୍ର ପାଇବେ ।

ଆପଣ ଯଦି ଟାଇମ୍ସ ଅଫ୍ ଇଣ୍ଡିଆ କିମ୍ବା ରେଡିଫ୍ ମେଲ୍ ଦେଖିବେ, ତହିଁରୁ ଆପଣଙ୍କ ସାଇଟ୍ରେ ଆଉ କଣ କରାଯିବା ଦରକାର ତାର ଫିଡ୍ବ୍ୟାକ୍ ପାଇ ପାରିବେ ।

ଉତ୍ତମ ଉଦ୍ୟମ, ଏହାକୁ ବଜାୟ ରଖନ୍ତୁ ।

ଧନ୍ୟବାଦ ଓ ସମ୍ମାନର ସହ

ସଞ୍ଜୟ ପଣ୍ଡା, ମାଲେସିଆ ।

—————————————————-

ଆପଣଙ୍କ ସ୍ୱପ୍ନର ପ୍ରକଳ୍ପ ପାଇଁ ଅଭିନନ୍ଦନ । ଆପଣଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଧନ୍ୟବାଦ । ଆପଣଙ୍କର ଜୁଏଲ୍ ।

ଜୁଏଲ୍ ଓରାମ୍, ସାଂସଦ

——————————————————

ଅନୁଗ୍ରହ କରି ମୋର ହାର୍ଦ୍ଧିକ ନମସ୍କାର ଗ୍ରହଣ କରନ୍ତୁ । ଏକ ସଂପୂର୍ଣ୍ଣ ଓଡିଆ ନୁ୍ୟଜ୍ ସାଇଟ୍ ଦେଖି ଆନନ୍ଦିତ ହେଲି । ଏହା ଉଚ୍ଚତର ସୋପାନରେ ପହଞ୍ଚô ପାରିବ ବୋଲି ଆଶା କରୁଛି । ମୋର ଓଡିଆ ଭଲ ନହେଲେ ସୁଦ୍ଧା ମୁଁ ଏହି ବିରଳ ଉଦ୍ୟମ ଓଡିଶା ଡଟ୍ କମ୍କୁ ସହଯୋଗ କରିବି ।

ଉସ୍ମ ସମ୍ମାନର ସହ ପ୍ରକାଶ ଚନ୍ଦ୍ର ବେହେରା,

ସହକାରୀ ସମ୍ପାଦକ, ଏଗ୍ରିୱାଚ୍, ନୂଆଦିଲ୍ଲୀ ।

——————————————————

ଏହା ଏକ ସାଧୁ ଉଦ୍ୟମ, ଯାହାକି ଆପଣ ଆରମ୍ଭ କରିଛନ୍ତି । ଆପଣ ପ୍ରଥମରୁ ଏଥିରେ ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ତହିଁରେ କିଛି ସଂଯୋଗ କରିବା ଲାଗି ମୁଁ ପ୍ରସ୍ତାବ ଦେଉଛି ।

ମୋର ପ୍ରସ୍ତାବ ଗୁଡିକ ହେଉଛି, ପରୀକ୍ଷା ଫଳ, ଉପଯୁକ୍ତ ନିଯୁକ୍ତି ସୁଯୋଗ, ପର୍ଯ୍ୟଟନ ସହାୟତା, କ୍ରାଏ ଭଳି ସମାଜସେବା ଅନୁଷ୍ଠାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଯାହାକି ଲୋକମାନେ ନିହାତି ଆବଶ୍ୟକ କରନ୍ତି ।

ସମଭାବାପନ୍ନ ଲୋକଙ୍କୁ ସାମିଲ କରିବା । ଏହା ଅନ୍ୟ ଏକ ମୂଲ୍ୟହୀନ ବା ଅବା‚ôତ ମୁଦ୍ରିତ ଖବରକାଗଜ ହେବାଭଳି ଇ-ନୁ୍ୟଜ୍ ପେପର ନହେଉ ।

ଆପଣ ସମାଜ ପାଇଁ କିଛି ଉତ୍ତମ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ଭବିଷ୍ୟତରେ ବିଶେଷ ଭାବରେ ପୁରସ୍କୃତ ହେବେ । ତେବେ କେତେକ କୌତୁକିଆ ୱେବ୍ ସାଇଟ୍ ସୃଷ୍ଟି କରିବା ଭଳି ଖିଆଲି ମନୋଭାବ ପୋଷଣ କରି ଏହାକୁ ଚଳାଇବେ ନାହିଁ ।

ଆପଣ କୌଣସି ଜିନିଷ ତିଆରି କରିବା ବେଳେ ତାହା ସମାଜ ତଥା ଅନ୍ୟକୁ କିିପରି ସାହାଯ୍ୟ କରି ପାରିବ ସେଥିପ୍ରତି ଦୃଷ୍ଟି ଦେବେ । ତଦ୍ୱାରା ଆପଣଙ୍କ ପଥ ପରିଷ୍କାର ହେବ । ଆପଣଙ୍କ ସାଧୁ ଉଦ୍ୟମରେ ଆଗେଇ ଚାଲନ୍ତୁ ।

ଅନ୍ୟକୁ ବୁଝିବା ପାଇଁ ଓ ସାହାଯ୍ୟ କରିବା ଲାଗି ମନୋଭାବ ରଖନ୍ତୁ । ସେମାନେ ଆପଣଙ୍କୁ ରାଜା ରୂପେ ଗଢି ତୋଳିବେ । ଆପଣଙ୍କର ସର୍ବ କୁଶଳ ।

ହିଂମାଶୁ ଭୂଷଣ ଜଗତି, ପାନାଜି, ଗୋଆ

——————————————————

ଓଡିଆ ଇ-ନୁ୍ୟଜ୍ ପେପର ଉଦ୍ୟମ ପାଇଁ ଅଭିନନ୍ଦନ ।

ମୋର କିଛି ମତାମତ ଅଛି । ଏହି ଇ-ନୁ୍ୟଜ୍ ପେପରକୁ ଓଡିଶା ଡଟ୍ କମ୍ ସମ୍ବୋଧିତ କରିବା ପରିବର୍ତ୍ତେ ତା’ର ଏକ ନାମକରଣ କରନ୍ତୁ । ଅନୁଗ୍ରହ କରି ଶୀର୍ଷ ସ୍ଥାନରେ ଓଡ଼ିଆରେ ଲେଖା ଯାଇଥିବା “ଡଟ୍ କମ୍’କୁ ବାଦ ଦିଅନ୍ତୁ ।

କାରଣ ଏହା ଏକ ଓଡ଼ିଆ ଶଦ୍ଧ ନୁହେଁ କିମ୍ବା ସାଇବର୍ ଠିକଣା ବ୍ୟତୀତ ଖବରକାଗଜ ପାଇଁ ତାର କୌଣସି ଗୁରୁତ୍ୱ ନାହିଁ । ପାଠକମାନଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଖବର ଭିତରେ କିଛି ଶଦ୍ଧ ଉପରେ ଗୁରୁତ୍ୱ ଆରୋପ କରିବା ଲାଗି ସେଗୁଡିକୁ ଉଜ୍ୱଳ (ଏମ୍ବୋଲ୍ଡ଼େନ୍) କରନ୍ତୁ । କିଛି ସମ୍ପାଦକୀୟ ଚିନ୍ତନ ପ୍ରତିଦିନ ସ୍ଥାନିତ କରନ୍ତୁ । ଏହି ଇ-ନୁ୍ୟଜ୍ ପେପରର ସଫଳତା ପାଇଁ ଶୁଭକାମନା କରୁଛି ।

ଶୁଭେଚ୍ଛା ସହ

ଦେବସ୍ମିତା ମିଶ୍ର,

ୟୁ.କେ

——————————————————

“ସତ୍ୟପ୍ରକାଶ’ଭଳି ନାମକୁ ଆପଣ ବିଚାର କରିବେ କି? ଏହା କେବଳ ମୋର ପ୍ରସ୍ତାବ । ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ଉପରେ ଚର୍ଚ୍ଚା ଲାଗି ଏକ ଅନାଶକ୍ତ ଏବଂ ନିର୍ଭିକ ନୁ୍ୟଜ୍-ଲେଟର୍ ପ୍ରକାଶ କରିବା ଲାଗି ମୁଁ ଚିନ୍ତା କରୁଥିଲି ।

ତାର ନାମ “ସତ୍ୟପ୍ରକାଶ’ ରଖିବାକୁ ଯୋଜନା କରିଥିଲି । କିନ୍ତୁ ମୁଁ ଯେଉଁ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କଲି ସେମାନଙ୍କ ନିକଟରେ ବିଶେଷ ଆଗ୍ରହ ଦେଖି ପାରିନଥିଲି । ଓଡ଼ିଶାରେ ପ୍ରକୃତ ସାମ୍ବାଦିକତାର ଘୋର ଅଭାବ ରହିଛି । ପ୍ରାୟ ସମସ୍ତ ଖବରକାଗଜ ଭୀଷଣ ଭାବରେ ଆସକ୍ତ ବା ପ୍ରଭାବିତ ।

ଯଦି ଆପଣଙ୍କ ଖବରକାଗଜ ନିର୍ଭିକ, ବିତର୍କର ବୋଝ ବହନ କରିବା ପାଇଁ ଆଗ୍ରହୀ, ଏପରିକି କେତେକ ସମୟରେ ସରକାରୀ ନୀତି ବିରୁଦ୍ଧରେ, ତେବେ ମୁଁ ଏବଂ ଅଳ୍ପ କେତେଜଣ ସେଥିରେ ସକ୍ରିୟ ସହଯୋଗ କରିବୁ ।

ସମ୍ମାନର ସହ

ଦେବସ୍ମିତା

—————————————————

ଆପଣଙ୍କ ସାଇଟ୍ ଦେଖିଲି ଏବଂ ତାହା ବେଶ୍ ଭଲ ହୋଇଛି । ମୋର ଏକମାତ୍ର ପ୍ରସ୍ତାବ ହେଉଛି, “ଓଡ଼ିଶା ଡ଼ଟ୍ କମ୍’ରେ ଅଧିକ ମତ ବିନିମୟ ବ୍ୟବସ୍ଥା ରଖନ୍ତୁ । ତଦ୍ୱାରା ଆପଣ ପାଠକମାନଙ୍କ ମତାମତ ଶୁଣିବା ସହିତ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ପାରିବେ ।

ଆପଣ “ଓଡ଼ିଶା ଡଟ୍ କମ୍’ ସମ୍ପର୍କରେ ସବିଶେଷ ତଥ୍ୟ ମୋ ପାଖକୁ ପଠାଇ ପାରିବେ କି?… ମୁଁ ତା’ ଉପରେ ଅନୁଶୀଳନ କରିପାରିବି ।

ସମ୍ମାନର ସହ

ଏଲିଶା ପଟ୍ଟନାୟକ,

ସାମ୍ବାଦିକା, ଭୁବନେଶ୍ୱର ।

——————————————————

ଏହା ଏକ ଅତ୍ୟନ୍ତ ଉତ୍ତମ ଉଦ୍ୟମ । ଆବଶ୍ୟକ ସଂଖ୍ୟକ ପାଠକଙ୍କ ଅଭାବ ଯୋଗୁଁ ଅନେକ ଓଡ଼ିଆ ପତ୍ରିକା ନିଶ୍ଚିହ୍ନ ହୋଇଯାଇଛି । ଅବଶ୍ୟ ସେଥିପାଇଁ ସ୍ୱାର୍ଥ କେନ୍ଦ୍ରିକ ଖବର, ଖବରର ଅଭାବ, ପ୍ରତ୍ୟହ ନୂଆ ଖବର ପରିବେଷଣ କରାନଯିବା ପ୍ରଭୃତି କାରଣ ଗୁଡିକ ମଧ୍ୟ ଦାୟୀ ।

ଏହି ସବୁ ପ୍ରତିବନ୍ଧକକୁ ଆପଣଙ୍କ ଉଦ୍ୟମ ଅତିକ୍ରମ କରିବ ବୋଲି ଆଶା କରେ । ତେବେ “ଡଟ୍ କମ୍’ କିମ୍ବା “ଡଟ୍ ଅର୍ଗାନାଇଜେସନ୍’ ଭଳି ଶଦ୍ଧକୁ ଶିରୋନାମାରୁ ବାଦ ଦେବା ସମୀଚିନ ନୁହେଁ ।

ଶୁଭେଚ୍ଛା ସହ

ସହଦେବ ସାହୁ,

—————————————————–
-ମୁଁ ନେଟସ୍କେପ ୭.୦ ବ୍ରାଉଜର୍ ବ୍ୟବହାରକରି “ଓଡ଼ିଶା ଡଟ୍ କମ୍’ ପଢିବା ଲାଗି ସକ୍ଷମ ହେଉନାହିଁ । ଆପଣ ମୋର ଏହି ପସନ୍ଦଯୋଗ୍ୟ ବ୍ରାଉଜରର ଉପଯୋଗ କରି ଆପଣଙ୍କ ପତ୍ରିକାକୁ ଯଦି ପଠନଯୋଗ୍ୟ କରନ୍ତି, ତେବେ ମୁଁ ବିଶେଷ ଖୁସି ହେବି । ଧନ୍ୟବାଦ ।

ବିଶ୍ୱରଂଜନ ପଟ୍ଟନାୟକ,

ଉଣ୍ଟାରିଓ, କାନାଡ଼ା ।

—————————————————

ପ୍ରିୟ ମହୋଦୟ,

ମୁଁ ରଶ୍ମିରଞ୍ଜନ ପଣ୍ଡା, ଦିଲ୍ଲୀରେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛି । ଆପଣଙ୍କ ଉଦ୍ୟମ ଓଡ଼ିଶା ପାଇଁ କାମ କରିବା ଲାଗି ସ୍ୱପ୍ନ ଦେଖୁଥିବା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ନିଶ୍ଚିତଭାବେ ସର୍ବୋକୃଷ୍ଟ ମଞ୍ଚ ଯୋଗାଇ ଦେବ ।

ମୁଁ “ଓଡ଼ିଶା ଡଟ୍ କମ୍’ରେ ଲେଖିବା ପାଇଁ ଚାହୁଁଛି ଏବଂ ଓଡ଼ିଶାକୁ ଏକ ଉତ୍ତମ, ସର୍ବୋକୃଷ୍ଟ ରାଜ୍ୟରେ ଗଢି ତୋଳିବା ହେଉଛି ମୋର ମୁଖ୍ୟ ଉଦେ୍ଧଶ୍ୟ । ମୋର ବୟସ ୨୬ ବର୍ଷ ଏବଂ ଆସନ୍ତା ଦୁଇ ତିନି ବର୍ଷ ପରେ ମୁଁ ଓଡ଼ିଶା ମାଟିକୁ ଫେରିବି । ସେଠାରେ ମୋର ମାତୃଭୂମୀ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିବି ।

ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ମୁଁ ମଧ୍ୟ ପ୍ରତି ମାସରେ ଯୁବ ଓଡ଼ିଆ ସାମ୍ବାଦିକମାନଙ୍କ ବୈଠକ ଆୟୋଜନ କରିଥାଏ । ମୋତେ “ଓଡ଼ିଶା ଡଟ୍ କମ୍’ କାର୍ଯ୍ୟକ୍ରମରେ ନିରନ୍ତର ଭାବେ ସାମିଲ୍ ହେବାର ସୁଯୋଗ ଦିଅନ୍ତୁ ।

ରଶ୍ମିରଞ୍ଜନ ପଣ୍ଡା, ଦିଲ୍ଲୀ ।

——————————————————

ମୋ’ ତରଫରୁ କହୁଛି । ଦୟାକରି ନିମ୍ନ ଲିଖିତ ବିଷୟ ଗୁଡିକ ରଖନ୍ତୁ ।

ଓଡ଼ିଆ ସିନେମା, ସଂସ୍କୃତି, ଭାଷା, ସାହିତ୍ୟ, ଯାତ୍ରା । ଶିଳ୍ପ….ଋଣ ଭିତରେ ବୁଡ଼ି ରହିଛନ୍ତି ନା ଦେବାଳିଆ ଅବସ୍ଥାରେ ରହିଛନ୍ତି, ତାହାର କାରଣ, ପରିଚାଳନାଗତ ସମସ୍ୟା, ଆଭିମୁଖ୍ୟ ଲକ୍ଷ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଖାଣ୍ଟି ଭାରତୀୟ ମନୋଭାବ- ଯେପରି ଋଣ ନେଇ ବିନା ଯୋଜନାରେ ଖର୍ଚ୍ଚ କରିବା ଏବଂ ମନ୍ଦ (ରାଜନୈତିକ) ନୀତି କିମ୍ବା ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କିତ ପ୍ରସଙ୍ଗାବଳୀ ।

ଶିକ୍ଷା ବ୍ୟବସ୍ଥା ଓ ତତ୍ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ।ସାଧାରଣ, ଜନ ସମସ୍ୟା : ରାସ୍ତା, ପ୍ରାକୃତିକ ବିପର୍ଯ୍ୟୟ ଓ ତା’ର ସମାଧାନ ।ରାଜନୀତି, ନିର୍ବାଚନ, ବିଧାୟକ ଓ ମନ୍ତ୍ରୀ ଏବଂ ରାଜ୍ୟକୁ ନେତୃତ୍ୱ ଦେବାରେ ସେମାନଙ୍କ ସାମର୍ଥ୍ୟ ।

ନିଯୁକ୍ତି ଓ ସେଥିପାଇଁ ଥିବା ବିଭିନ୍ନ ସୁଯୋଗ, ଏ ସମ୍ପର୍କୀୟ ବିଭିନ୍ନ ପ୍ରସଙ୍ଗ । କ୍ରୀଡା ଓ ତାର ବିକାଶ ପାଇଁ ଆମର ଯୋଜନା ।

ବିବାହ ଓ ଘର ବିକ୍ରି ବା ଭଡା ସମ୍ପର୍କୀୟ ଖବର । ଆନ୍ତର୍ଜାତିକ ସଂସ୍କରଣ ଏବଂ ସେଥିପ୍ରତି ବିଦେଶରେ ଥିବା ଓଡ଼ିଆ ଲୋକଙ୍କ ସମର୍ଥନ ।

ଓଡ଼ିଆ ଗଳ୍ପ ଓ ଗୀତ, ଓଡିଆ ରୋଷେଇ, ପାଞ୍ଜି ଓ ଜ୍ୟୋତିଷ ବିଦ୍ୟା । ସମାଜରେ ଘଟୁଥିବା ନିତିଦିନିଆ ଘଟଣାବଳୀ ଯଥା ଡକାୟତି, ଧର୍ଷଣ, ଦୁର୍ନୀତି, ଧର୍ମଘଟ ଓ ବ୍ୟଭିଚାର ଆଦି ସମ୍ପର୍କରେ ସଦ୍ୟତମ ତଥ୍ୟ । ଓଡ଼ିଶାର ମହାନୁଭବ ବ୍ୟକ୍ତିବିଶେଷ ଓ ସେମାନଙ୍କ କୃତି । ଅନ୍ୟ ରାଜ୍ୟ ପରିପ୍ରେକ୍ଷୀରେ ଉପରୋକ୍ତ କ୍ଷେତ୍ର ଗୁଡିକରେ ଓଡିଶାର ତୁଳନା । ଦାରିଦ୍ର୍ୟ ଓ ତା’ର ସମାଧାନ ।

ଟାଇମ୍ସ ଅଫ୍ ଇଣ୍ଡିଆର ଦୃଷ୍ଟିଭଙ୍ଗୀ ଅନୁକରଣ କରନ୍ତୁ । ତା’ହେଲେ ଇଣ୍ଟରନେଟ୍ ଦେଖୁଥିବା ପ୍ରତ୍ୟେକ ଓଡ଼ିଆ ଲୋକର ହୃଦୟ ଜୟ କରିପାରିବ । କିନ୍ତୁ କଥା ହେଉଛି, ପ୍ରତ୍ୟେକ ଓଡ଼ିଆଙ୍କ ନିକଟରେ ପହଞ୍ଚôବା ଲାଗି ଆପଣଙ୍କର ଯୋଜନା ଅଛି ତ?

ସମ୍ମାନର ସହ
ସୟ ।

ଓଡ଼ିଆ ୱେବ୍ ସାଇଟ୍ ଉପରେ ଆଖି ପକାଇଲି, ଓଡ଼ିଆ ଜାଣିଥିବା ଲୋକମାନଙ୍କ ପାଇଁ ପ୍ରକୃତରେ ଏହା ଏକ ଅଗ୍ରଣୀ ଉଦ୍ୟମ । ଆଗାମୀ ଦିନରେ ଏହାର ପ୍ରକାଶନ ଅବ୍ୟାହତ ରହୁ ବୋଲି ମୁଁ ଚାହୁଁଛି ।

ମୁଁ ଜାଣିବାକୁ ଚାହୁଁଛି, ଏହି ୱେବ୍ ପତ୍ରିକାରେ ପ୍ରକାଶନ ଲାଗି ଆମେ ସମ୍ବାଦ/ ମତାମତ ପଠାଇବୁ କି? ଯଦି ପଠାଇବୁ ବିଷୟବସ୍ତୁ ସ୍କାନିଂ କଲାପରେ ଓଡ଼ିଆରେ ପଠାଇବୁ ନା ଇଂଲିଶରେ ପଠାଇଲେ ଆପଣ ଏହାକୁ ଓଡ଼ିଆରେ ଅନୁଦିତ/ସମ୍ପାଦିତ କରିପାରିବେ?

ଆପଣ ପ୍ରକୃତରେ ଟକ୍କର ମାରିବା ଭଳି ଏକ କାମ ହାତକୁ ନେଇଛନ୍ତି । ଓଡ଼ିଶା ଏବଂ ଓଡ଼ିଆମାନଙ୍କର ମଙ୍ଗଳ ପାଇଁ ଆପଣ ଏହାକୁ ଚଳାଇ ରଖନ୍ତୁ ।
ସମ୍ମାନର ସହ
ଚିତ୍ତ ବେହେରା ।

———————————————–
ମୁଁ ଭାବୁଛି ଓଡ଼ିଆରେ “ଦୂରଦୃଷ୍ଟି’ ନାମକ ଏକ ଇଣ୍ଟରନେଟ୍ ପତ୍ରିକା ରହିଛି । ଏକ ନୂଆ ପ୍ରତିକା ଆରମ୍ଭ କରିବା ପରିବର୍ତ୍ତେ ଏହାକୁ ଯଥାସମ୍ଭବ ଫଳପ୍ରଦ କରିବା ଦିଗରେ ଆପଣ ଉଦ୍ୟମ କଲେ ନାହିଁ କାହିଁକି ?

କଣ “ଦୂରଦୃଷ୍ଟି’ର କର୍ତ୍ତାମାନେ ଆପଣଙ୍କ ଦୃଷ୍ଟିଭଙ୍ଗୀକୁ ଗ୍ରହଣ କଲେ ନାହିଁ । (ଆପଣ ଚାହିଁଲେ ତାଙ୍କ ସହ ଯୋଗାଯୋଗ କରି ପାରନ୍ତି । ସିଏ ଜଣେ ମହାନ୍ ବ୍ୟକ୍ତି । ଏବଂ ତାଙ୍କ ପ୍ରତିଷ୍ଠାନ ଜରିଆରେ ଅନେକ ଭଲ କାମ କରୁଛନ୍ତି)

ଶ୍ରଦ୍ଧାର ସହ

ସୁଭାଷ, ୟୁ.ଏସ୍

———————————————–
ଆପଣ ପ୍ରତି ପାଞ୍ଚ ମିନିଟରେ ଥରେ ବଦଳାନ୍ତୁ ନାହିଁ । କାରଣ ସାଧାରଣତଃ ଦିନରେ ମାତ୍ର ଥରେ ସେଗୁଡିକ ଆସେ ।
ବିଶ୍ୱରଂଜନ ପଟ୍ଟନାୟକ ।

———————————————-
ନମସ୍କାର । ବଢିଆ ସାଇଟ୍ । ଏହାପଛରେ କିଏ ଅଛି? ସେ ଯାହାବି ହେଉ, ବଢିଆ ।

ବିଭୁ, ଜେଏନ୍ୟୁ ।

———————————————–
ଆପଣଙ୍କ ଇ-ପେପ୍ର ଦେଖୁଥିଲି । ସମ୍ବାଦ ଗୁଡିକୁ ସଜାଇ ରଖିଲେ କେମିତି ହୁଅନ୍ତା? ସେଗୁଡିକୁ ହାର୍ଡ ନୁ୍ୟଜ୍, ଅଫ୍ ବିଟ୍, କଳା ଓ ଅନ୍ୟ ବିଭାଗ ଆକାରରେ ସଜା ଯାଇପାରିବ ।

ହାଛଡା ରାଜ୍ୟର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମସ୍ୟା ନେଇ ପ୍ରତି ରବିବାରେ ଆପଣଙ୍କର ଏକ ସ୍ତମ୍ଭ ଆବଶ୍ୟକ ବୋଲି ମୁଁ ଭାବୁଛି । ଆପଣ ଜଣେ ବା ଏକାଧିକ ସ୍ତମ୍ଭକାରଙ୍କୁ ଏଥିପାଇଁ ନେଇପାରନ୍ତି ।
ସେ ଯାହାହେଉ, ଆପଣଙ୍କ ସୌଭାଗ୍ୟ କାମନା କରୁଛି ।

ବିଭୁତି

———————————————-

ସାଇଟ୍ ଦେଖି ପାରୁଛି । ଖୁବ୍ ଭଲ ଲାଗୁଛି । ଭବିଷ୍ୟତରେ ଆହୁରି ଚମତ୍କାରସାଇଟ୍ ହେବ ବୋଲି ଜଣାପଡୁଛି । ଦୟାକରି ଆହୁରି ରସାଳ ତଥ୍ୟ ଦିଅନ୍ତୁ ।

ଅସିତ୍ ତ୍ରିପାଠୀ,
ଆଇଏଏସ
ଆଇସିପିଇ / ଅର୍ଥନୀତି ବିଭାଗ, ୟୁନିଭରସିଟି ଅଫ୍ ଲୁ୍ୟବ୍ଜାନା/ ସ୍ମୋଭେନିଆ
ରୁମ୍ ନମ୍ବର ୬୦୧
ଟ୍ରିଙ୍ଗ ଟ୍ରିଙ୍ଗ: ୦୦୩୮୬-୫୧-୨୪୫-୨୨୭
ଠିକଣା: ୧୦୪, ଦୁ୍ୟନାଜ୍ସ୍କା, ପୋଷ୍ଟ ବକ୍ସ ନଂ: ୨୫୯୨
୧୦୦୧-ଲୁ୍ୟବ୍ଜାନା
ସ୍ମୋଭେନିଆ ।
———————————————–
ଅଭିନନ୍ଦନ ଜଣାଉଛି, କିନ୍ତୁ ମୋ କମ୍ପୁ୍ୟଟରରେ ମୁଁ ଏହା ଖୋଲି ପାରିଲି ନାହିଁ । ଆଶା କରୁଛି, ଦିନେ ଦୁଇ ଦିନ ମଧ୍ୟରେ ଏହା ଆହୁରି ଉନ୍ନତମାନର ହେବ ।

ସୁଭେଚ୍ଛା ସହ
ସୌଦାମିନୀ ଦାସ ।

———————————————–
ପୂର୍ବରୁ ଦୁଇ ତିନି ଥର ଏହି ସାଇଟ୍ ଖୋଲିବାକୁ ଉଦ୍ୟମ କରିଛି । ତେବେ ଏହା ଖୋଲୁ ନଥିଲା । ଏବେ ମୁଁ ପୁରା ସାଇଟ୍ ଦେଖିଲି । ଆଶା କରୁଛି ଜିଲ୍ଲା କେନ୍ଦ୍ର ଗୁଡିକରୁ ଆଗାମୀ ଦିନରେ ଅଧିକ ସ୍ପଟ୍ ନୁ୍ୟଜ୍ ସାଇଟ୍କୁ ମଜାଦାର କରିବ ।
ମୁଁ ଯଦି କୌଣସି ପ୍ରକାରେ ଆପଣଙ୍କ ସେବାରେ ଲାଗି ପାରିବି ଜଣାଇବେ ।
ସମ୍ମାନର ସହ

ପୁଲକ ।

———————————————–
ନବ ବର୍ଷ ଉପଲକ୍ଷେ ମୁଁ ମୋର ଶୁଭେଚ୍ଛା ସଂଲଗ୍ନ ପତ୍ର ଜରିଆରେ ଞ୍ଜାପନ କରୁଛି ।ଏହି ଅବସରରେ ଓଡ଼ିଶା ଡଟ୍ କମ୍ର ଜନ୍ମଲାଭ ରାଜ୍ୟର ଅସଚେତନ ଜନ ସମାଜକୁ ଜାଗ୍ରତ କରିବା ଦିଗରେ ଏକ ଉଜ୍ଜଳ ସମ୍ଭାବନା ସୃଷ୍ଟି କରିଛି ।

ଆପଣଙ୍କର ପ୍ରଚେଷ୍ଟାର ମହାନ ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଆମ ରାଜ୍ୟ ସାମ୍ନା କରୁଥିବା ସମସ୍ୟା ଉପରେ ମୁଁ ମୋର କେତେକ ଦୃଷ୍ଟିଭଙ୍ଗୀ ଓଡ଼ିଶା ଡଟ୍ କମ୍ ମାଧ୍ୟମରେ ପ୍ରସାର କରି ତ ହେବି ।

ହାଇଦ୍ରାବାଦ୍ସ୍ଥିତ ସେଣ୍ଟ୍ରାଲ୍ ୟୁନିଭର୍ସିଟୀର ଇଂରାଜୀ ପ୍ରପେସର୍ ସଚ୍ଛିଦାନନ୍ଦ ମହାନ୍ତିଙ୍କୁ ସାମିଲ୍ କରିବା ଲାଗି ମୁଁ ପୁଣି ଥରେ ପ୍ରସ୍ତାବ ଦେଉଛି । ଓଡ଼ିଶାର ସମସ୍ୟାଗୁଡ଼ିକର ସମାଧାନ ପ୍ରତି ଶ୍ରୀ ମହାନ୍ତିଙ୍କର ଆନ୍ତରିକତା ରହିଛି ।

ଶୁଭେଚ୍ଛାର ସହିତ ବିନାୟକ ରଥ

———————————————–
ନବ ବର୍ଷର ଶୁଭେଚ୍ଛା

ମାତ୍ର, ଯୁବ ସ୍ତମ୍ଭ ।ଇଁ ଯୁବ ଲେଖକଙ୍କୁ ନିଅନ୍ତୁ(ଯୁବ, ଅର୍ଥାତ୍ ଯୁବସୁଲଭ ଘଟଣାବଳୀ । ଏହା ଅର୍ଥ ନୁହେଁ ଯେ ।ରମ୍ପରିକ କର୍ମୀ ଯେଉଁମାନେ ଚିରାଚରିତ ଲେଖାରେ ବିଶ୍ୱାସୀ ଏବଂ ଆପଣଙ୍କୁ ଆଉ ଏକ ସମ୍ବାଦ କିମ୍ବା ଧରିତ୍ରୀ ଖବରକାଗଜରେ ପରିଣତ କରିଦେବେ ।

ଆମମାନଙ୍କର ମନରେ ଥିବା ସବିଶେଷ ଧାରଣାକୁ ଆଧାର କରି ଏକ ମାନଚିତ୍ର ପ୍ରସ୍ତୁତ ହେବା ଦରକାର ।

ଆମେ କିଭଳି ଭୂମିକା ଗ୍ରହଣ କରିବା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଶୃଜନଶୀଳ ନେତା ଦରକାର କରୁ । ମୋର ପରବର୍ତ୍ତୀ ଉତ୍ତରରେ ମୁଁ ସବିଶେଷ ବର୍ଣ୍ଣନା କରିବି । ହୋଇପାରେ ମୁଁ ବେକାରୀ ସମସ୍ୟା ଉପରେ ଗୁରୁତ୍ୱାରୋପ କରୁଥାଇପାରେ ।

ଆଶୁ

ଟିଓଆଇ, ହାଇଦ୍ରବାଦ୍

———————————————-
ବିଷୟବସ୍ତୁ: ୱାଶିଂଟନ୍ ଡିସି, ୟୁଏସଏରୁ ଶୁଭେଚ୍ଛା ଏବଂ ସମ୍ମାନ ।

ନୂଆ ବର୍ଷ ଶୁଭେଚ୍ଛା ଓ ଅଭିନନ୍ଦନ

ଆମେ ଆପଣଙ୍କର ୱେବ୍ ପେଜ୍ ଦେଖିବାକୁ ଆଗ୍ରହୀ ଏବଂ ଆମେ ଆପଣଙ୍କର ସୂଚନା ତଥା ଦୃଷ୍ଟିଭଙ୍ଗୀଗୁଡ଼ିକ ଉପରେ ଦୃଷ୍ଟିଆରୋପ କରିବୁ ।

ଅନେକ ଶୁଭେଚ୍ଛା ସହିତ

ଶ୍ରୀକାନ୍ତ ନାୟକ

ସଭାପତି, ନ୍ୟାସନାଲ୍ କାଉନସିଲ୍ ଅଫ୍ ଏସିଆନ୍ ଇଣ୍ଡିଆନ୍ ଆସୋସିଏସନ, ୱାଶିଂଟନ୍ ଡିସି, ୟୁଏସଏ

ଆବାହକ, ପ୍ରଗତୀ ଓଡ଼ିଶା ପରିଶଦ ।

———————————————-
-ପ୍ରିୟ ମହାଶୟ, ପ୍ରଥମ ଥର ।ଇଁ ଆଣଙ୍କର ୱେବ୍ ସାଇଟ୍ ୮/୧/୦୫ରେ ଦେଖିଲି । ଯାହା ଓଡ଼ିଶା ବାହାରେ କାର୍ଯ୍ୟରତ । ବାସ୍ତବରେ ଏହା ବିଭିନ୍ନ ଦିଗରୁ ଗୁରୁତ୍ୱୂର୍ଣ୍ଣ । ଆପଣଙ୍କର

ଜେ.କେ.ମୁନି

୬୪୯ କ, ଭେଲ୍ ଟାଉନସୀପ୍,ଅମ୍ସି ପୁରମ୍, ହାଇଦ୍ରବାଦ୍- ୩୨

———————————————
-ଅଭିନବ ତଥା ଦୁଃସାହାସିକ ପଦକ୍ଷେପ ପାଇଁ ଆପଣଙ୍କୁ ଅନେକ ଶୁଭେଚ୍ଛା

ସୌଭାଗ୍ୟ
ପିଆଇବି

ଦିଲ୍ଲୀ

———————————————-
-ମହାଶୟ

କୌଣସି ବ୍ୟକ୍ତି୍ଙ୍କ ଦ୍ୱାରା ବହୁ ଲୋକଙ୍କୁ ପ୍ରେରିତ ଏକ ଇମେଲ ରୁ ସୂଚନା ପାଇ ଗତ ଦୁଇଦିନ ଧରି ମୁ ଓଡ଼ିଶା ଡ଼ଟ୍ କମ୍ ଦେଖି ଆସୁଅଛି । ଏହା ଅସାଧାରଣ ।

ବିଶେଷ କରି ଆପଣ ଆଣୁଥିବା ସାକ୍ଷାତ୍କାରଗୁଡ଼ିକ ଉପରେ ମୁ ପ୍ରଭାବିତ ।

ଅନ୍ୟ କୌଣସି ମଞ୍ଚଗୁଡ଼ିକ ତଥା ସମ୍ବାଦ ସଂସ୍ଥା ଏହିଭଳି ପଦକ୍ଷେପ ଗ୍ରହଣ କରିଥିବା ମୁଁ ଦେଖିବାକୁ ପାଇନାହିଁ ।

ନୂଆ ନୂଆ ପ୍ରତିଭାଙ୍କୁ ନିୟୋଜିତ କରିବା ଲାଗି ଆପଣ ଉଦ୍ୟମ ଜାରି ରହିବା ଉଚିତ୍ । ତେବେ ଏହି ୱେବ ସାଇଟ୍ ଓ ଏଭଳି ଉଦ୍ୟମ କାହା ଦ୍ୱାରା ଚାଲିଛି ମୁଁ ଜାଣି ପାରୁ ନାହିଁ ।

ଦୟାକରି ସବୁ ସୂଚନା ଯୋଗାଇଦିଅନ୍ତୁ ନହେଲେ ଏହି ମଞ୍ଚର ବିକାଶ ଦିଗରେ ସମସ୍ୟା ଦେଖାଦେବ । ।

ଆଗାମୀ ଦିନରେ ଏହି ଓଡିଶା ଡଟକମକୁ ଅଧିକ ବିଶ୍ୱାସଭାଜନ କରିବା ପାଇଁ ଏଥିରେ କାମକରୁଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା, ଠିକଣା, ଫୋନ୍ ନଂ ଦିଅନ୍ତୁ ।

ଏହି ଅଭିନବ ପଦକ୍ଷେପ ପଛରେ ଯାହାଙ୍କର ଭୂମିକା ରହୁଛି ତାହା ଯଦି ଓ ମୁଁ ଜାଣେ ନାହିଁ ତେବେବି ଏହି ପଦକ୍ଷେପ ପାଇଁ ସାଧୁବାଦ୍ ଜଣାଉଛି ।

ରଞ୍ଜିତା

ଜର୍ମାନୀ

This website uses cookies.