Site icon Odisha.com

ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଫେଲୋସିପ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ମଇ ୩୦(ଓଡିଶା ଡଟ୍ କମ୍):ବନ୍ୟ ଜନ୍ତୁ ସଂରକ୍ଷଣ ଉପରେ ଗବେଷଣା କରି ଉନ୍ନତ ମାନର ଲେଖା ଲେଖିବା ପାଇଁ ଆଗ୍ରହୀ ଥିବା ଜଣେ ବ୍ୟକ୍ତିଙ୍କୁ ତିନି ହଜାର ଟଙ୍କାର ଏକ ଫେଲୋସିପ ପ୍ରଦାନ କରାଯିବ ।

ସେ “ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି” ଅନ୍ୟ ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡିଶା ଡଟ୍ କମ୍ ରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।

ଏହି ବିଷୟ ବସ୍ତୁ ଉପରେ ପୂର୍ବରୁ ଲେଖାଲେଖି କରିଥିବା ଓଡ଼ିଶାର କୌଣସି ସାମ୍ବାଦିକ ଲେଖା ବା ରିପୋର୍ଟ ର ନମୂନା ସହ ଆବେଦନ କରିପାରିବେ । ଆବେଦନ ଗ୍ରହଣର ଶେଷ ତାରିଖ ଫେବୃୟାରୀ ସାତ ତାରିଖ ୨୦୦୫ ।

ଯୋଗାଯୋଗ: odisha@gmail.com

ଓଡିଶା ଡଟ୍ କମ୍

Exit mobile version