Site icon Odisha.com

ଚିନ୍ତାମଣି ସାହୁ ଓଡିଶା ଡଟ୍ କମ୍ ଫେଲୋସିପ୍ ପାଇଁ ମନୋନୀତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୨ (ଓଡିଶା ଡଟ୍ କମ୍) ଓଡିଶା ଡଟ୍ କମ୍ର ଦ୍ୱିତୀୟ ଫେଲୋସିପ୍ “ଓଡିଶା ବନ୍ୟା ପାଇଁ କେତେ ପ୍ରସ୍ତୁତ’ ସମ୍ପର୍କରେ ଏକ ସନ୍ଦର୍ଭ ଲେଖିବା ଲାଗି ସାମ୍ବାଦିକ ଚିନ୍ତାମଣି ସାହୁଙ୍କୁ ଗୁରୁବାର ଦିନ ମନୋନୀତ କରାଯାଇଛି ।

ଏହି ଫେଲୋସିପର ଅର୍ଥ “ଜଳ ଜୀବନ ଅଭିଯାନ’, ଓଡ଼ିଶା ବହନ କରିବେ । ଏହି ଫେଲୋସିପ ପାଇଁ ତିରିଶ ଜଣ ଆବେଦନ କରିଥିଲେ ।

ସାହୁଙ୍କୁ ଫେଲୋସିପ୍ ବାବଦରେ ନଗଦ ତିନି ହଜାର ଟଙ୍କା ଦିଆଯିବ ଓ ତାଙ୍କ ସନ୍ଦର୍ଭ ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ ।

୧୯୫୭ ମସିହାରେ ଓଡିଶାର ଭଦ୍ରକ ଜିଲ୍ଲାର ଅଚକ ଗାଁରେ ଜନ୍ମ ଗ୍ରହଣ କରିଥିବା ସାହୁ ବିଗତ ୧୫ ବର୍ଷ ହେଲା ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ରହିଛନ୍ତି ।

ରାଜ୍ୟର ଅଗ୍ରଣୀ କ୍ଷୁଦ୍ର ଗଳ୍ପ ଓ ଫିଚର ଲେଖକମାନଙ୍କ ମଧ୍ୟରୁ ଅନ୍ୟତମ ସାହୁ ବର୍ତ୍ତମାନ ଓଡିଆ ଦୈନିକ “ସମୟ’ର ଭଦ୍ରକ ସମ୍ବାଦଦାତା, ସାପ୍ତାହିକ “ବିଶେଷ ଖବର’ର ସହଯୋଗୀ ସମ୍ପାଦକ ଓ ପାରିବାରିକ ପତ୍ରିକା “ସଚିତ୍ର ବିଜୟା’ର ଜିଲ୍ଲା ପ୍ରତିନିଧି ଦାୟିତ୍ୱ ତୁଲାଉଛନ୍ତି ।

ସୂଚନାଯୋଗ୍ୟ କି, ଏଥିପୂର୍ବରୁ ରାଜ୍ୟର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର “ବନ୍ୟ ଜନ୍ତୁ ସଂରକ୍ଷଣ’ ଉପରେ ସନ୍ଦର୍ଭ ଲେଖି ପ୍ରଥମ ଫେଲୋସିପ୍ର ନଗଦ ଅର୍ଥରାଶି ତିନି ହଜାର ଟଙ୍କା ପାଇ ସାରିଛନ୍ତି ।

(ଓଡିଶା ଡଟ୍ କମ୍)

Exit mobile version