Site icon Odisha.com

ବନ୍ୟା ପାଇଁ ଓଡ଼ିଶାର ପ୍ରସ୍ତୁତି ଉପରେ ଲେଖିବା ପାଇଁ ଫେଲୋସିପ

ଓଡ଼ିଶାରେ ବନ୍ୟା ପାଇଁ ହେଉଥିବା ପ୍ରସ୍ତୁତି ଉପରେ ଗବେଷଣା କରି ଉନ୍ନତ ମାନର ଲେଖା ଲେଖିବା ପାଇଁ ଆଗ୍ରହୀ ଥିବା ଜଣେ ସାମ୍ବାଦିକଙ୍କୁ ତିନି ହଜାର ଟଙ୍କାର ଏକ ଫେଲୋସିପ ପ୍ରଦାନ କରାଯିବ ।

ସେ “”ଓଡ଼ିଶା ବନ୍ୟା ପାଇଁ କେତେ ପ୍ରସ୍ତୁତ” ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ “ଜଳ ଜୀବନ ଅଭିଯାନ’, ଓଡ଼ିଶା ବହନ କରିବେ ।

ଏହି ବିଷୟ ବସ୍ତୁ ଉପରେ ପୂର୍ବରୁ ଲେଖାଲେଖି କରିଥିବା ଓଡ଼ିଶାର କୌଣସି ସାମ୍ବାଦିକ ଲେଖା ବା ରିପୋର୍ଟ ର ନମୂନା ସହ ଆବେଦନ କରିପାରିବେ । ଆବେଦନ ଗ୍ରହଣର ଶେଷ ତାରିଖ ଅଗଷ୍ଟ ସାତ ତାରିଖ ୨୦୦୫ ।

ଯୋଗାଯୋଗ: odisha@gmail.com

(ଓଡିଶା ଡଟ୍ କମ୍)

Exit mobile version