Site icon Odisha.com

“ପଣସ କଠା କୋପତା କରି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ :

ପଣସ କଠା-୨୫୦ ଗ୍ରାମ, ଆଳୁ-୨ଟା(ବଡ଼), ଅଦା ବଟା-୨ ଚାମଚ(ଛୋଟ), ରସୁଣ ବଟା-୨ଚାମଚ(ଛୋଟ), ଧନିଆଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ ଚାମଚ(ଛୋଟ), ଲଙ୍କାଗୁଣ୍ଡ- ୧ଚାମଚ(ଛୋଟ), ଗରମ ସମଲା ଗୁଣ୍ଡ-୧ ଚାମଚ(ଛୋଟ), ତେଜ ପତ୍ର-୨ଟା, ପିଆଜ-୧ଟା(ବଡ଼), ଟମାଟୋ-୧ଟା(ବଡ଼), ନଡ଼ିଆ କୋରା-୧ କପ୍, କଟା ଧନିଆପତ୍ର-ଅଳ୍ପ କିଛି, ବେସନ-୧/୨କପ୍, ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପଣସ କଠାକୁ କାଟି ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଆଳୁ ଓ ପଣସ କଠାକୁ ଏକାଠି ପକାଇ ୧/୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ ।

ଆଳୁରୁ ଚୋପା ଛଡ଼ାଇ ପଣସ କଠା ସହିତ ମିଶାଇ ଚକଟି ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ଟମାଟୋକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡ଼ାଇରେ ଅଳ୍ପ ତେଲ ଦେଇ ଅଦା, ରସୁଣ ବଟା, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲାରୁ ପାଣି ଶୁଖିଗଲେ ଚକଟି ରଖିଥିବା ପଣସ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ପ୍ଲେଟରେ କାଢି ଥଣ୍ଡା କରନ୍ତୁ ।

ଦୁଇ ଚାମଚ କର୍ଣ୍ଣଫ୍ଲୋର ପକାଇ ଭଲଭାବରେ ଗୋଳାଇ ଚପ୍ ଆକାରରେ ଗଢି ରଖନ୍ତୁ । ବେସନରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ । କଡ଼ାଇରେ ତେଲ ଗରମ କରି ଚପ୍ ଗୁଡ଼ିକୁ ବେସନ ଆଣରେ ବୁଡ଼ାଇ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ରଖନ୍ତୁ ।

ମସଲା ପ୍ରସ୍ତୁତି ପ୍ରଣାଳୀ:

ନଡ଼ିଆ କୋରାରେ ଏକ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ବାଟି ଛାଣି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ତେଜପତ୍ର ଓ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜିହୋଇ ଆସିଲେ କଟା ଟମାଟୋ ପକାଇ କିଛି ସମୟ ଭାଜନ୍ତୁ ।

ପିଆଜ ଲାଲ୍ ହୋଇଗଲେ ଅଦା, ରସୁଣ ବଟା, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଅଳ୍ପ ପାଣି ଦେଇ ମସଲାରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ ।

ବାଟି ରଖିଥିବା ନଡ଼ିଆ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଫୁଟି ଆସିଲେ ପୂର୍ବରୁ ଛାଣି ରଖିଥିବା କୋବତା ଗୁଡ଼ିକୁ ପକାଇ ଧିରେଧିରେ ଗୋଳାନ୍ତୁ । ପାଞ୍ଚ ମିନିଟ ପରେ ଚୁଲିରୁ ଓହ୍ଲାଇ କଟା ଧନିଆ ପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ପରିବେଷଣ କରନ୍ତୁ ପଣସ କୋବ୍ତା କରି ।

ଓଡ଼ିଶା ଡ଼ଟ୍ କମ୍

Exit mobile version