Site icon Odisha.com

“ମାଛ ମଞ୍ଜି କୋବତା କରି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମାଛ ମଞ୍ଜି-୨୫୦ ଗ୍ରାମ, ପିଆଜ-୨ଟା(ବଡ), ଟମାଟୋ-୧ଟା (ବଡ), ଅଦା ବଟା-୧ ଚାମଚ(ଛୋଟ), ରସୁଣ ବଟା-୧ଚାମଚ(ଛୋଟ), ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଧନିଆଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ଚାମଚ(ଛୋଟ), ରିଫାଇନ୍ ତେଲ-୧କପ, କଟା ଧନିଆପତ୍ର, ଅଳ୍ପ କିଛି ବେସନ-୪ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧ ଚମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟାପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ବେସନ ୪ ଚାମଚ ଗୋଳାଇ ଭଲ ଭାବରେ ଚକଟି ତେଲରେ କୋବତା ଆକରରେ ଛାଣି ରଖନ୍ତୁ ।

ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲା ଭାଜି ହୋଇ ତେଲ ଉପରକୁ ଉଠି ଆସିଲେ ୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋବତା ଗୁଡିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ ।

ମାଛ ମଞ୍ଜି କୋବତା ଗୁଡିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରେ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରିବେଷଣ କରନ୍ତୁ ମାଛ ମଞ୍ଜି କୋବତା କରି ।
ଓଡ଼ିଶା ଡ଼ଟ୍ କମ୍

Exit mobile version