Site icon Odisha.com

“ଗଜାମୁଗ ଚାଟ୍”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଗଜାମୁଗ- ୧୦୦ ଗ୍ରାମ, ପିଆଜ କଟା-୧ଟା(ବଡ), ମିଠାତେନ୍ତୁଳି ଚଟଣୀ-୨ଚାମଚ(ବଡ), ଚାଟ ମସଲା-୧ଚାମଚ (ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ବଡ), କଳାଲୁଣ-୨ ଚାମଚ(ଛୋଟ), କଟା ଧନିଆପତ୍ର-ଅଳ୍ପକିଛି, ଆମ୍ବ କଷିଆ ଅଦା କଟା-୨ ଚାମଚ(ଛୋଟ), ଲେମ୍ବୁ ରସ- ୨ଚାମଚ(ଛୋଟ), କଟା କଞ୍ଚାଲଙ୍କା-୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ଗିନା ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା ପର ଦିନ ସକାଳୁ ଏହା ଗଜା ହୋଇଯିବ ।

ଗୋଟିଏ ବଡ ପାତ୍ରରେ ଗଜାମୁଗ ନିଅନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ସାମଗ୍ରୀକୁ ଗଜା ମୁଗରେ ଭଲ ଭାବରେ ମିଶାନ୍ତୁ ।

ପରିବେଷଣ କରିବା ପୂର୍ବରୁ ଚାଟ୍ ମସଲା ଓ କଟା ଧନିଆପତ୍ର ଉପରେ ପକାଇ ପରିବେଷଣ କରୁନ୍ତୁ ଗଜାମୁଗ ଚାଟ୍।

ଓଡ଼ିଶା ଡ଼ଟ୍ କମ୍

Exit mobile version