Site icon Odisha.com

“ନବରତ୍ନ ପଲାଉ”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବାସୁମତୀ ଅରୁଆ ଚାଉଳ, ଆଳୁ:୨୦ ଗ୍ରାମ୍, ଫୁଲକୋବି-୨୫ ଗ୍ରାମ୍, ଗାଜର:୨୦ ଗ୍ରାମ୍, ବିନ୍-୨୦ ଗ୍ରାମ୍, ମଟର ଦାନା-୨୦ ଗ୍ରାମ୍, ପନିର-୨୦ ଗ୍ରାମ୍, ପିଆଜ-୨ଟା(ବଡ) , ଅଦା-୧ଇଞ୍ଚ(ଏକ ଖଣ୍ଡ), ରସୁଣ-୫/୬ କୋଲା, କଞ୍ଚାଲଙ୍କା-୨/୩ଟା, ସାହାଜିରା-୧ଚାମଚ, ଡାଲଚିନି-୨ ଖଣ୍ଡ, ଗୁଜୁରାତି-୩/୪ଟା, ଅଳେଇଚ-୨ଟା, ତେଜପତ୍ର-୨ଟା ଗୋଟା ଗୋଲମରିଚ-୧ ଚାମଚ(ଛୋଟ), ହଳଦୀଗୁଣ୍ଡ-୧/୨ଚାମଚ(ଛୋଟ), ଘିଅ-୩ ଚାମଚ(ବଡ), ଚିନି-୧  ଚାମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

ପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବାଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।

ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।

ଭଲ ଭାବରେ ଗୋଳାଇ ଧୋଇ ରଖିଥିବା ଚାଉଳ ଓ ଗୋଟା ଗୋଲମରିଚ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ । ବର୍ତ୍ତମାନ ଭାଜି ରଖିଥିବା ପରିବା ଓ ପନିର ପକାଇ ଭଲଭାବରେ ଗୋଳାନ୍ତୁ ।

ଚାଉଳର ଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଓ ୧ ଚାମଚ ଚିନି ପକାଇ ଭଲ ଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ  ଧିମି ଆଞ୍ଚରେ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ପଲାଉ ହୋଇଗଲେ ଚୁଲିରୁ ଓହ୍ଲାଇ ଉପରେ ଏକ ଚାମଚ ଘିଅ ଓ ୨ ଚାମଚ  ଲେମ୍ବୁରସ ଦେଇ ପରଷନ୍ତୁ ନବରତ୍ନ ପଲାଉ ।
ଓଡ଼ିଶା ଡ଼ଟ୍ କମ୍

 

Exit mobile version