Site icon Odisha.com

ଦୁବାଇ ଗଣେଶ ପୂଜାରେ ଓଡ଼ିଆ ଡ଼ାଲମାର ମହକ

ୟୋଗେଶ ଭାୟାଣୀ

ଦୁବାଇ, ଅକ୍ଟୋବର ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ଦୁବାଇ ଠାରେ ଧୁମଧାମରେ ପାଳିତ ହୋଇଯାଇଥିବା ଗଣେଶ ପୂଜାରେ ଓଡ଼ିଆ ଡ଼ାଲମା ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲା ।

ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗତ ସେପ୍ଟେମ୍ବର ୧୧ରେ ଅଲାର ଆପାର୍ଟମେଣ୍ଟ ପାର୍ଟି ହଲରେ ଅନୁଷ୍ଠିତ ଏହି ପୂଜାରେ ଚନ୍ଦ୍ର ଶେଖର ଖୁଣ୍ଟିଆ କର୍ତ୍ତା ହୋଇଥିବା ବେଳେ ପଣ୍ଡିତ ବିଷ୍ଣୁପଣ୍ଡା ପୂଜା କାର୍ଯ୍ୟ କରିଥିଲେ ।

ଚଳିତ ବର୍ଷ ଦୁଇ ଶହରୁ ଉର୍ଦ୍ଧ୍ଵ ଓଡ଼ିଆ ଲୋକ ଏଥିରେ ଯୋଗ ଦେଇଥିଲେ ବୋଲି ସମାଜର ବରିଷ୍ଠ କର୍ମକର୍ତ୍ତା ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି । ଆଶା ଓ ଚେଷ୍ଟା ଅନୁଯାୟୀ ଏଥର ଏଠାରେ ରହୁଥିବା ଓଡ଼ିଆ ମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଥିଲା, ସମାଜର ସକ୍ରିୟ ସଦସ୍ୟ ୟୋଗେଶ ଭାୟାଣୀ କହିଛନ୍ତି ।

ଇପ୍ସୀତା ମିଶ୍ର ଓ ବିଶ୍ୱଜିତ ସାଜସଜ୍ଜାର ଦାୟୀତ୍ୱ ଖୁବ୍ ଭଲ ଭାବରେ ନିଭାଇଥିବା ବେଳେ ଦେବୀ ପ୍ରସାଦ ଦୋରା,ସୁନୀଲ ପାତ୍ର ଓ ଦେବୀ ପ୍ରସାଦ ପଣ୍ଡାଙ୍କ ଦ୍ଵାରା ପ୍ରସ୍ତୁତ ଚୁଡ଼ା ଘଷା ପ୍ରସାଦ ସମସ୍ତଙ୍କ ପ୍ରଶଂସା ପାଇଥିଲା ।

ପୂଜା ଶେଷରେ ଏହାର ସଦସ୍ୟ ସ୍ମୁତିରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଆ ଡ଼ାଲମା, ଭାତ, ପୋଟଳ କଷା, ଖଟା ଓ ଖିରୀ ଉପସ୍ଥିତ ଲୋକଙ୍କୁ ଦିଆଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version