Site icon Odisha.com

ବିଶ୍ୱସ୍ତରୀୟ ରେଳଷ୍ଟେସନ ପାଇଁ ସରକାର ଦାବୀ କରିନାହାନ୍ତି: ରୁଦ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ନୂଆଦିଲ୍ଲୀ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର କୌଣସି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇ ନାହାନ୍ତି ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ କହିଥିବା ସାଂସଦ ରୁଦ୍ର ପାଣି କହିଛନ୍ତି ।

ଗତ ୧୯ ତାରିଖରେ ମନ୍ତ୍ରୀ ଅହମଦ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି । ସେ ପଚାରିଥିବା ଲିଖିତ ଉତ୍ତର ଦେଇ ଅହମଦ କହିଛନ୍ତି ଯେ ଭୁବନେଶ୍ୱର ଓ ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ବିକସିତ କରିବା ପାଇଁ ବଜେଟ୍ ରେ ଘୋଷିତ ହୋଇଥିଲା ।

ଏହି କାର୍ଯ୍ୟ ଘରୋଇ ସରକାରୀ ଭାଗିଦାରୀରେ କରିବା ପାଇଁ ସ୍ଥିର କରାଯାଇଛି । କେନ୍ଦ୍ର ଉପରେ ଅଯଥା ଦୋଷାରୋପ କରି ଶସ୍ତା ରାଜନୀତି କରୁଥିବା ନବୀନ ସରକାରଙ୍କ ପ୍ରକୃତ ସ୍ୱରୂପ ଏହାଦ୍ୱାରା ପଦାରେ ପଡ଼ିଯାଇଛି ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version