Site icon Odisha.com

କନ୍ଧମାଳ ଦଙ୍ଗା: ଗୃହଦାହ ମାମଲାରେ ୪ ଜଣଙ୍କୁ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଦଙ୍ଗା ସମୟରେ ହୋଇଥିବା ଘରପୋଡ଼ି ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଶୁକ୍ରବାର ୪ ଜଣଙ୍କୁ ଚାରି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଜି ଉଦୟଗିରି ଥାନା ଅର୍ନ୍ତଗତ ଖାରିଆପଡ଼ା ଗ୍ରାମରେ ୨୭ .୮.୨୦୦୮ରେ ହୋଇଥିବା ଘରପୋଡ଼ି ମାଲାରେ ଫୁଲବାଣୀ ଫାଷ୍ଟଟ୍ରାକ୍ କୋର୍ଟ-୧ ବିଚାରପତି ଶୋଭନ ଦାସ ଚାରି ଜଣ ଅଭିଯୁକ୍ତଙ୍କୁ ଚାରି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଓ ୨୦୦୦ ଟଙ୍କା ଜରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନେ ହେଲେ ସୁନାମାଳି ପ୍ରଧାନ, ରବି ମଲ୍ଲିକ, ଟିକାଚନ୍ଦ୍ର ପ୍ରଧାନ ଓ ଲାଲାଜୀ ପ୍ରଧାନ । ୨୦୦୮ ଅଗଷ୍ଟ ୨୩ରେ ବିଶ୍ୱହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଥିଲା । ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version