Site icon Odisha.com

ଯୁବ ଠିକାଦାରଙ୍କୁ ଗୁଳିକରି ହତ୍ୟା

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ବ୍ରାହ୍ମଣି ଗାଁରେ ଜଣେ ଯୁବ ଠିକାଦାରଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ପୋଲିସ ଶୁକ୍ରବାର କହିଛି ସଂପୃକ୍ତ ଠିକାଦାର ମନୋଜ ସାହୁଙ୍କୁ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ସେ କିଛି ଦିନ ଫୁଲବାଣୀ ଓ ପରେ ବ୍ରହ୍ମପୁରରେ ନିଜ ପରିବାର ସହ ରହୁଥିଲେ ।

ସାହୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସଦସ୍ୟ ଥିଲେ ଓ ପୂର୍ବରୁ ମାଓବାଦୀମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଗୁରୁବାର ଦାରିଙ୍ଗିବାଡ଼ି ଠାରେ ଏକ ଖ୍ରୀଷ୍ଟିୟ ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସ୍ଥାନୀୟ ସାଂସଦ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହାର ୧୨ ଘଣ୍ଟା ନପୁରୁଣୁ ଏଭଳି ହତ୍ୟାକାଣ୍ଡକୁ ଆର୍ଏସ୍ଏସ୍ ପକ୍ଷରୁ ନିନ୍ଦା କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ଦୁର୍ବୃତ୍ତମାନେ ଘଟାଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ପ୍ରବୀଣ କୁମାର କହିଛନ୍ତି । ସାହୁଙ୍କ ପ୍ରତି ମାଓବାଦୀଙ୍କ ଧମକ ଥିବା ଘଟଣାକୁ କୁମାର ସ୍ୱୀକାର କରିଥିଲେ ମଧ୍ୟ ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version