ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ନିକଟରେ ଖଡ଼ଗପୁର-ଖୋର୍ଦ୍ଧାରୋଡ଼ ଯାତ୍ରୀବାହୀ ଟ୍ରେନ ଗୁରୁବାର ଲାଇନଚ୍ୟୁତ ହୋଇଥିବା ପୋଲିସ କହିଛି । ଲିଙ୍ଗରାଜ ଷ୍ଟେସନ ଓ ରେତଙ୍ଗ ମଧ୍ୟରେ ସରକାନ୍ତରା ଠାରେ ଏହା ଲାଇନଚ୍ୟୁତ ହୋଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି ।
ରେଳ ଧାରଣାର ଫିସପ୍ଲେଟ କାଢି ମରାମତି କାମ କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ମରାମତି କାର୍ଯ୍ୟ ଚାଲିଥିବା ସଂପର୍କରେ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବାରୁ ଦୂରରୁ ଏହା ଦେଖିପାରି ହଠାତ୍ ବ୍ରେକ ଦେବାରୁ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ଡ଼୍ରାଇଭର କହିଛନ୍ତି ।
ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳରେ ବିଳମ୍ବ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply