Site icon Odisha.com

ମାଓବାଦୀଙ୍କ ବିସ୍ଫୋରଣରେ ଆମ୍ବୁଲାନ୍ସ ଧ୍ୱଂସ, ପାଞ୍ଚ ମୃତ

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

କନ୍ଧମାଳ,ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ବିସ୍ଫୋରଣ କରି ଗୋଟିଏ ଆମ୍ବୁଲାନ୍ସ ଗାଡ଼ି ଉଡ଼ାଇ ଦେଇଥିବା ବେଳେ ଜଣେ ତିନି ବର୍ଷର ଝିଅ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ରବିବାର କହିଛି ।

ସେମାନେ ଜଣେ ଗର୍ଭବତୀ ମହିଳାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲରେ ଛାଡ଼ି ଫେରୁଥିବା ବେଳେ ବ୍ରାହ୍ମଣୀ ଗାଁ ଠାରୁ ପ୍ରାୟ ଦେଢ କିମି ଦୂରରେ ଥିବା କୁଇଗୁଡ଼ା ଘାଟି ପାଖରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ କହିଛି ।

ମୃତକ ମାନଙ୍କ ମଧ୍ୟରେ ଗାଡ଼ିର ଡ଼୍ରାଇଭର ସାଇମନ ମଲ୍ଲିକ, ଦୁଇ ଜଣ ମହିଳା ଓ ଜଣେ ତିନି ବର୍ଷର ଝିଅ ରହିଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ପ୍ରବୀଣ କୁମାର ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପ୍ରଥମ ଥର ପାଇଁ ମାଓବାଦୀମାନେ ଆମ୍ବୁଲାନ୍ସକୁ ବିସ୍ଫୋରଣ କରି ଉଡ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଗୁରୁବାର ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଉକ୍ତ ଅଞ୍ଚଳରେ ମଧ୍ୟ ହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version