ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ନିକଟସ୍ଥ ସମୁଦ୍ର ଦେଇ ଡ଼ଙ୍ଗା ସାହାଯ୍ୟରେ ଚୋରାରେ କିରୋସିନ ଚାଲାଣ କରୁଥିବା ବେଳେ ଶନିବାର ସାମୁଦ୍ରିକ ପୋଲିସ ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ୬୬୦୦ ଲିଟର କିରୋସିନ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରୁ ଏହି କିରୋସିନ ଓ ଏଥିରେ ବ୍ୟବହୃତ ଡ଼ଙ୍ଗା ଜବତ କରାଯାଇଥିବା ବେଳେ ପବିତ୍ର ପ୍ରଧାନ ଓ ଛବି ମହାନ୍ତି ନାମକ ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ପୋଲିସ ଗିରଫ କରିଥିବା କନିଷ୍ଟ ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି ।
ଏହି କିରୋସିନ କେଉଁଠାରୁ ଆସୁଛି ଏବଂ କେଉଁ ସ୍ଥାନକୁ ଯାଉଛି ସେ ସଂପର୍କରେ ପଚରାଉଚରା ଜାରି ରହିଥିବା ସେ କହିଛନ୍ତି ।
କେତେକ ମାଫିଆ, ମତ୍ସ୍ୟଜୀବୀଙ୍କ ଏକ ରାଜ୍ୟାକେଟ ପାରାଦୀପ, କେନ୍ଦ୍ରାପଡ଼ା, ଅସ୍ତରଙ୍ଗ ଅଞ୍ଚଳରୁ ଚୋରାରେ କିରୋସିନ ଏବଂ ଦୁଇ ଟଙ୍କିଆ ଚାଉଲ ଆଣି ବାଂଲାଦେଶ କୁ ଚାଲାଣ କରୁଛନ୍ତି ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply