ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରି ମାନବିକ ଅଧିକାର କାର୍ଯ୍ୟ କରିଥିବାରୁ ଅବସରପ୍ରାପ୍ତ ସେନା କର୍ମଚାରୀ କାହ୍ନୁ ଚରଣ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
ଶୁକ୍ରବାର ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ରାଜ୍ୟ ମାନବିକ ଅଧିକାର କମିଶନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ପୁରସ୍କାର ବାବଦରେ ତାଙ୍କୁ ଏକ ଉପଢୌକନ, ନଗଦ ଦଶ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି ।
ସୋନପୁର ଜିଲ୍ଲା ଲୁପୁରସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିବା ମିଶ୍ର ବର୍ତ୍ତମାନ ପରିବାର ସହ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜୀରେ ଅବସ୍ଥାନ କରୁଛନ୍ତି । ସେ ୧୯୮୨ ମସିହାରେ ଭାରତୀୟ ସେନା ବାହୀନୀରେ ଯୋଗ ଦେଇ ୧୯୯୭ ରେ ଅବସର ଗ୍ରହଣ କରିଥିଲେ ।
ପରେ ସେ କଣ୍ଟାବାଞ୍ଜୀରେ ଅବସ୍ଥାନ କରିବା ପରେ ଲାୟନ୍ସ କ୍ଲବ ପକ୍ଷରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା ସଂପୃକ୍ତ ଅଞ୍ଚଳରେ କୌଣସି ଦୁର୍ଘଟଣା ଘଟିଲେ ତାଙ୍କ ପାଖକୁ ଖବର ଆସିବା ମାତ୍ରେ ତୁରନ୍ତ ଆମ୍ବୁଲାନ୍ସ ନେଇ ସେ ଘଟଣାସ୍ଥଳକୁ ଯାଇ ଆହତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ଆଣିଥାନ୍ତି ।
ଗତ ତିନି ବର୍ଷ ହେଲା ସେ ଏହି କାର୍ଯ୍ୟ କରିଆସୁଛନ୍ତି । ଏହି କାର୍ଯ୍ୟ ଯୋଗୁଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply