ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସଚିବାଳୟରୁ ଗାଏବ୍ ହୋଇଯାଇଥିବା ବହୁ ଚର୍ଚ୍ଚିତ ଖଣି ସଂପର୍କୀତ ଫାଇଲକୁ ଶନିବାର ଖଣି ବିଭାଗର ଜେରକ୍ସ ରୁମ୍ ର ଏକ ଆଲମାରୀ ଉପରୁ ଠାବ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏସ୍ଏନ୍ ଦାସ ମହାପାତ୍ରଙ୍କୁ ଦିଆଯାଇଥିବା ମାଙ୍ଗାନିଜ ଖଣି ଲିଜ୍ ଫାଇଲ ହଜି ଯାଇଥିବା ବିଭାଗୀୟ ଅନୁଶାସନ ସଚିବ ଚଳିତ ମାସ ଚାରି ତାରିଖରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।
ସଂପୃକ୍ତ ଫାଇଲ ମିଳିବା ପରେ ଖଣି ବିଭାଗ ପକ୍ଷରୁ ଥାନାକୁ ଜଣାଇ ଦିଆଯାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ ତିନି ମାସ ତଳେ କୁଆଡ଼େ ଉଭାନ ହୋଇଯାଇଥିଲା । ଏହାକୁ ନେଇ ଗତକାଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା ।
ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିଧାନସଭା ସରଗରମ ହୋଇଥିଲା ଓ ବିରୋଧି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ତରକୁ ଅଙ୍ଗୁଳି ନିଦେ୍ର୍ଧଶ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply