ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତଟ ରେଳବାଇ ପକ୍ଷରୁ ସଂପ୍ରସାରଣ କରାଯାଇଥିବା ତିନୋଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଭୁବନେଶ୍ୱର-କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସକୁ ଛତିଶଗଡ଼ର ଜଗଲପୁର, ପୁରୀ ଢେଙ୍କାନଳ ପାସେଞ୍ଜର ଟ୍ରେନକୁ ତାଳଚେର ଓ ପୁରୀ ପଲାସା ପାସେଞ୍ଜରକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି ।
୨୧୭ ପୁରୀ-ପଲାସା ପାସେଞ୍ଜର ଟ୍ରେନ୍ ପୁରୀରୁ ୭.୪୫ରେ ବାହାରି ୩.୨୫ରେ ପଲାସାରେ ପହଞ୍ଚିବ ଓ ପଲାସାରୁ ୪.୩୦ରେ ବାହାରି ୬.୪୫ରେ ପାରଳାଖେମୁଣ୍ଡିରେ ପହଞ୍ଚିବ ।
ସେହିପରି ୨୧୮ ପାରଳାଖେମୁଣ୍ଡି-ପୁରୀ ପାସେଞ୍ଜର ୭.୪୫ରେ ପାରଳାଖେମୁଣ୍ଡିରୁ ବାହାରି ୯.୦୫ରେ ପୁରୀରେ ପହଞ୍ଚିବ । ୨୧୦ ପୁରୀ-ଢେଙ୍କାନାଳ ପାସେଞ୍ଜର ଟ୍ରେନ୍ ୪.୩୫ରେ ପୁରୀରୁ ବାହାରି ୮.୫୩ରେ ଢେଙ୍କାନାଳରେ ପହଞ୍ଚିବ ଓ ସେଠାରୁ ୮.୫୫ରେ ବାହାରି ୧୧.୪୫ରେ ତାଳଚେରରେ ପହଞ୍ଚିବ ।
୨୦୯ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ୫.୧୫ରେ ତାଳଚେରରୁ ବାହାରି ୧୧.୪୫ରେ ପୁରୀରେ ପହଞ୍ଚିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply