ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ରଥଯାତ୍ରା ସମୟରେ ଅଘଟଣ ତଥା ବିଦ୍ୟୁତ ବିଭ୍ରାଟ ଘଟୁଥିବାରୁ ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମରକୁ ହଟାଇ ଭୂତଳ କେବୁଲ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ନିଯାଇଥିବା ନିଷ୍ପତ୍ତି ଅନୁଯାୟୀ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ୧୨ ଫୁଟ ତଳେ ସେହି କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ଦିଆଯିବ ।
ଏଥିପାଇଁ ୨୨ କିମି ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ଏବଂ ୧୨ କିମି ସ୍ୱଳ୍ପ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ବିଛାଯିବ ।
ସେଠାରେ ଥିବା ୧୯୨ଟି ଟ୍ରାନ୍ସଫର୍ମରକୁ ହଟାଇ ଦିଆଯାଇ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୭୪ଟି କମ୍ପାକ୍ଟ ଟ୍ରାନ୍ସଫର୍ମର ବସାଯିବ ।
ସାମୟିକ ଭାବେ ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିମଧ୍ୟରୁ ସେସୁ ୯ କୋଟି ଟଙ୍କା, ପର୍ଯ୍ୟଟନ ବିଭାଗ ତିନି କୋଟି ଟଙ୍କା ଓ ଶକ୍ତି ବିଭାଗ ବାକି ୬ କୋଟି ଟଙ୍କା ବହନ କରିବ ।
ଖୁବ୍ଶୀଘ୍ର ପ୍ରଥମେ ଗୁଣ୍ଡିଚା ମନ୍ଦିର ପାଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୧୨ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply