ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
କଟକ, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ରର ଆପତ୍ତିଜନକ ସଙ୍ଗୀତକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।
ଚଳଚ୍ଚିତ୍ର “ମୋଷ୍ଟ ୱାଣ୍ଟେଡ଼’ର “ବିଡ଼ି ଛାଡ଼୍ ସାଙ୍ଗ ଏବେ ସିଗାରେଟ୍ ଲଗା’ ଗୀତକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ଦାଏର କରିଛନ୍ତି ।
ଚଳଚ୍ଚିତ୍ରରୁ ଗୀତକୁ ବାଦ ଦେବା ପାଇଁ ସେ ଆବେଦନ କରିଛନ୍ତି । ଏହା ସହ ପ୍ରଯୋଜକ, ସଙ୍ଗୀତକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିବା ବେଳେ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ଅନୁଭବ ମହାନ୍ତି ଚଳଚ୍ଚିତ୍ରର ଅଭିନେତା ଭୂମିକାରେ ଅଛନ୍ତି ।
ଓଡିଶା ଡଟ୍ କମ୍
Leave a Reply