ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସ୍ଥାନୀୟ ଏକ ଅଦାଲତ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ଇ.ଭି.ରାଓ ପୂର୍ବତନ ବୌଦ୍ଧ ଜିଲ୍ଲାପାଳ ତଥା ପୂର୍ବତନ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ) ଉପାଧ୍ୟକ୍ଷ ସଂଜୀବ କୁମାର ରାୟଙ୍କୁ ଦଣ୍ଡ ଆଦେଶ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।
ରାୟଙ୍କ ବିରୋଧରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୨୦୦୧ରେ ଚଢାଉ କରାଯାଇଥିଲା ।
ଓଡିଶା ଡଟ୍ କମ୍
Leave a Reply