Site icon Odisha.com

ସର୍ବଭାରତୀୟ ସ୍ତରରେ ସଫଳତା ପାଇଁ ଛାତ୍ରଙ୍କୁ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ୱୀପ , ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସ୍ତରରେ ପରୀକ୍ଷାରେ ସଫଳତା ହାସଲ କରିଥିବା
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ଜଣେ ସ୍କୁଲ ଛାତ୍ରଙ୍କୁ ପୁରସ୍କୃତ କରାଯାଇଛି ।

ପାରାଦ୍ୱୀପସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଅମ୍ଲାନ କୁମାର ସାହୁ ମ୍ୟାକ୍ସ ଆଇଜିନିଅସ ସ୍କୋଲାରସିପ ପରୀକ୍ଷାରେ ସର୍ବଭାରତୀ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ମ୍ୟାକ୍ସ ନିୟୁୟର୍କ ଲାଇଫ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏଭଳି ପୁରସ୍କାର ପାଇବାରେ ଅମ୍ଲାନ ଓଡ଼ିଶାର ପ୍ରଥମ ଛାତ୍ର । ୨୦୦୯ ନ୍ୟାସନାଲ ସାଇନ୍ସ ଅଲମ୍ପିଆଡ଼ ଓ ୨୦୦୮ରେ ନ୍ୟାସନାଲ ସାଇବର ଅଲମ୍ପିଆଡ଼ରେ ପ୍ରଥମ ସ୍ଥାନ ହାସଲ କରି ସେ ସ୍ୱର୍ଣ୍ଣ ପଦକ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version