ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଦରମା ବୃଦ୍ଧି ଓ ଦୁର୍ନୀତି ବିରୋଧରେ ସିପିଆଇ ମାଓବାଦୀ ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡ଼ାକରା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ତେବେ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଖୋଲା ରହିଛି । ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବନ୍ଦ ଡ଼ାକରାର କୌଣସି ପ୍ରଭାବ ପଡ଼ିନାହିଁ ।
ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପେଟ୍ରୋଲିଂ କରାଯାଉଛି ।
ଓଡିଶା ଡଟ୍ କମ୍
Leave a Reply