ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଆସିଥିବା ପ୍ରଫେସର ଜି.ହରଗୋପାଳ ଓ ପ୍ରଫେସର ଆର୍.ସୋମେଶ୍ୱର ରାଓଙ୍କ ସହ ରବିବାର ସରକାର ଆଲୋଚନା କରିଛନ୍ତି ।
“ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା ହୋଇଛି । ଆଲୋଚନା ଶେଷ ନହେବା ଯାଏଁ କୁମ୍ବିଂ ଅପରେଶନ ବନ୍ଦ ରହିବ ଓ ଏହି ସମୟ ମଧ୍ୟରେ ମାଓବାୀମାନେ ଅପହୃତ ଜିଲ୍ଲାପାଳ ଓ ଯନ୍ତ୍ରୀଙ୍କ କୌଣସି କ୍ଷତି ଘଟାଇବେ ନାହିଁ” ଗୃହ ସଚିବ ଉପେନ୍ଦ୍ର ନାଥ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେମାନେ କୌଣସି ଅଘଟଣ ଘଟାଇବେ ନାହିଁ ଏବଂ ରାସ୍ତା ଅବରୋଧ କରିବେ ନାହିଁ । ଆସନ୍ତାକାଲି ପୁଣି ଆଲୋଚନା ହେବ, ସେ କହିଛନ୍ତି ।
ପ୍ରଫେସର ହରଗୋପାଳ, ପ୍ରଫେସର ରାଓ ଓ ଦଣ୍ଡଣ୍ଡପାଣି ମହାନ୍ତିଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ଓ ସୂଚନା ଲୋକ ସଂପର୍କ ସଚିବ ସୁରେନ୍ଦ୍ରନାଥ ତ୍ରିପାଠୀ ରାଜ୍ୟ ଅତିଥି ଭବନରେ ସେମାନଙ୍କ ସହ ଆଲୋଚନା କରିଥିଲେ ।
ଗତ ବୁଧବାର ସଂଧ୍ୟାରେ ମାଲକାନଗିରି ଜିଲ୍ଲାପାଳ ଆର୍.ଭିନିଲ.କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ସେମାନେ ଅପହରଣ କରିଛନ୍ତି ।
ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ସର୍ତ୍ତ ରଖିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply