ବିଶ୍ୱରଂଜନ ପଟ୍ଟନାୟକ
ମିସିସାଉଗା/କାନାଡ଼ା, ଅପ୍ରେଲ ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ମିସିସାଉଗା ଠାରେ ଆୟୋଜିତ “ଓଡ଼ିଶା ଦିବସ’ରେ ଆଳୁଚପ୍ ଓ ଘୁଗୁନିର ମହକ ସମସ୍ତଙ୍କ ମନ ମୋହିଛି ।
ଅପ୍ରେଲ ୨ରେ ଲାନ୍କାଷ୍ଟର ସ୍କୁଲ ଅଡ଼ିଟୋରିୟମରେ ଏହା ପାଳିତ ହୋଇଯାଇଛି । ରମେଶ ବରାଳ, ପ୍ମଶ୍ରୀ ବରାଳ, ସାଲିନା ବେହେରା, ଶାଶ୍ୱତୀ ସାହୁଙ୍କ ଦ୍ୱରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଅତିଥି ଭାବେ ଏଥିରେ ଯୋଗ ଦେଇ ଆସୁତୋଷ ଆଚାର୍ଯ୍ୟ ଏବଂ କାବରେୀ ମିଶ୍ର ଓଡ଼ିଶା ଦିବସର ପାଳନ ଓ ଗୁରୁତ୍ୱ ସଂପର୍କରେ ଅବଗତ କରାଇଥିଲେ ।
ଓଡ଼ିଶା ସୋସାଇଟି ଅଫ୍ କାନାଡ଼ାର ସଭାପତି ବିଶ୍ୱଜିତ ମିଶ୍ର ସ୍ୱାଗତ ଭାଷଣ ଦେଇ ପ୍ରବାସୀ ଓଡ଼ିଆମାନେ ବିଶେରେ କିପରି ଓଡ଼ିଆ ସଂସ୍କୃତି ଓ ପରମ୍ପରା ବଜାୟ ରଖିଛନ୍ତି ସେ ସଂପର୍କରେ ନିଜେ ରଚନା କରିଥିବା “ନୌକାରେ କେତେ କଣ ଲୋ ସରିଆ’ କବିତା ପାଠ କରିଥିଲେ ।
ସ୍ମିତା ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ “ପିଢାରେ ଗଡ଼ିଲା ଲାଉ’ ଲୋକନୃତ୍ୟ ଭାରତୀ ମିଶ୍ର ଓ ସାଲିନା ବେହେରା ପରିବେଷଣ କରିଥିଲେ । ଏହାପରେ ବିଦ୍ୟୁତ ପ୍ରଭା ବେହେରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଅସୁର ପ୍ରହଲ୍ଲାଙ୍କ ଉପରେ ପର୍ଯ୍ୟବେଷିତ ନାଟକ “ଅତି ଗର୍ବେ ହତା ଲଙ୍କା’ ପରିବେଷଣ କରାଯାଇଥିଲା ।
ଏଥିରେ ଅଙ୍କିତ, ଅନମୋଲ, ବେିତ୍ତ, ଜଗନ, କସ୍ତୁରୀ, କୁମାର, ପଙ୍କଜ, ପ୍ରତ୍ୟୁସ ଓ ସିମ୍ରନ୍ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।
ନିଜେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ଓଡ଼ିଆ ଭିଡ଼ିଓ ଚଳଚ୍ଚିତ୍ର” ସୀତା ଚୋରି’କୁ ପ୍ରକ୍ରୀତି ଦ।ସ ପରିବେଷଣ କରିଥିଲେ । ଏହି ଅବସରେ କାନାଡ଼ାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବ୍ରାଣ୍ଡି ଲିଆରି ଛଉ ନୃତ୍ୟ ପରିବେଷଣ କରିଥିଲେ ।
ଶେଷରେ କୁଇଜ ମାଷ୍ଟର ଦାସଙ୍କ ଦ୍ୱାରା ବାର୍ଷିକ ତର୍କବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟ ଓ ଶେଷ ପର୍ଯ୍ୟାୟରେ ପ୍ରାୟ ଏକ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା ।
ପ୍ରାଥମିକ ପର୍ଯ୍ୟାୟରେ ଛଅଟି ଦଳର ଦୁଇଜଣ ଲେଖାଏଁ ପ୍ରତିଯୋଗି ଅଡ଼ିଓ ଭିଜୁଆଲ ଲେଖନୀ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରକୁ ମନୋନୀତ ହୋଇଥିଲେ । ଶେଷ ପର୍ଯ୍ୟାୟରେ ଜୀବନ୍ତ କୁଇଜ୍ ପରିଚାଳନା କରିଥିଲେ ।
ପଲ୍ଲବୀ ଏବଂ ପ୍ରକୃତି ମା’ ଝିଅ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜୁ ଦାସ ଏବଂ ସତ୍ୟ ଦ।ସ ଦ୍ଵିତୀୟ ଓ ଜ୍ୟୋତି ମହାରଣା ଏବଂ ମାନସ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ବିଜୟୀ ଦଳ ଏବଂ ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଓଏସ୍ସିର ପୂର୍ବତନ ସଭାପତି ବିଭୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ୱେଚ୍ଛାସେବୀ ପୁରସ୍କାର ପାଇବାକୁ ସାଲିନା ବେହେରା ଓଣ୍ଟାରିଓବାସୀଙ୍କ ଦ୍ୱାରା ମନୋନୀତ ହୋଇଥିବା ସେ ଘୋଷଣା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥି ମାନଙ୍କୁ ଆଳୁଚପ୍, ଘୁଗୁନି ଓ କେକ୍ ଦିଆଯାଇଥିଲା ଓ ଶେଷରେ ଓଡ଼ିଶା ସୋସାଇଟି ଅଫ୍ କାନାଡ଼ାର ସଭ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବେଶଣ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply