Site icon Odisha.com

୨୦୧୭ ସୁଦ୍ଧା ସମସ୍ତ ଗରିବ ପରିବାରକୁ ଜୀବିକା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ଗରିବ ପରିବାରକୁ ୨୦୧୭ ସୁଦ୍ଧା ଜୀବିକା ଅର୍ଜନର ସୁଯୋଗ ଉପଲବଧ; ହେବ ବୋଲି ସୋମବାର ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହୋଇଥିବା ଜାତୀୟ ଗ୍ରାମିଣ ଜୀବିକା ମିଶନ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ୱ ବ୍ୟାଙ୍କ ସହାୟତାରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ଟି ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ ।

୨୦୧୭ ସୁଦ୍ଧା ସମସ୍ତ ଗରିବ ପରିବାରଙ୍କୁ ସଂଗଠିତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା ଗ୍ରାମୀଣ ଜୀବିକା ମିଶନର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଜାତୀୟ ଗ୍ରାମୀଣ ନିଲମ୍ବିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ପ୍ରମାଣ ମିଳିଲେ ଆମେ ଜେଲ୍ ଯିବାକୁ ପ୍ରସ୍ତୁତ ବୋଲି ସେ ଏହି ଅବସରରେ କହିଛନ୍ତି ।

ଓଡିଶା ଡଟ୍ କମ୍

 

Exit mobile version