ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱହିନ୍ଦୁ ପରିଷ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ତନ୍ତ ସଂପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତାଙ୍କ ଶିଷ୍ୟ ମାଧବ ଚୈତନ୍ୟଙ୍କ ଦ୍ୱାରା ରୁଜୁ କରାଯାଇଥିବା ଏକ ମାମଲାର ବିଚାର କରି କୋର୍ଟ ଆସନ୍ତା ମଇ ୪ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣେ ଆଇନଜୀବୀ କହିଛନ୍ତି ।
ଗତ ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲା ଜଲେଶପଟା ଆଶ୍ରମରେ କେତେକ ଦୃର୍ବୃତ୍ତ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ ।
ଏହି ଘଟଣାରେ ୨୦୦୯ରେ ପୋଲିସ ସ୍ଥାନୀୟ ଆଲତରେ ସାତ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଚୈତନ୍ୟ ହାଇକୋର୍ଟରେ ମାମଲା ଦାଏର କରିଥିଲେ ।
ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ସାଂପ୍ରାୟିକ ହିଂସାକାଣ୍ଡ ଦେଖା ଦେଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply