ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ମାଲକାନଗିରି, ମଇ ୧(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ରବିବାର ଏକ ବଣୁଆ ଭାଲୁ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆଠ ଜଣ ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।
ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି ୨ ଗ୍ରାମକୁ ଭାଲୁଟି ଆସି ଲୋକଙ୍କ ଘରକୁ ଯାଇ ଆକ୍ରମଣ କରିଥିଲା । ପରେ ଲୋକଙ୍କ ମାଡ଼ରେ ଭାଲୁର ମୃତ୍ୟୁ ହୋଇଛି ।
ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ବ୍ୟକ୍ତିଙ୍କ ନାଁ ଶିବଶଙ୍କର ମାଡ଼କାମି ଓ ସେ ଏସ୍ପିଓ ଭାବେ କାର୍ଯ୍ୟ କରୁଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply