Site icon Odisha.com

ଗିରଫ ପ୍ରତିବାଦରେ ବ୍ଲକ ଘେରାଉ, ପୋଲିସର ଲାଠିମାଡ଼

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କନ୍ଧମାଳ, ମଇ ୪(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ପୋଲିସ ଅଟକ ରଖିଥିବା କେତେକ ଗ୍ରାମବାସୀଙ୍କୁ ଛାଡ଼ିବା ଦ।ବିରେ ବୁଧବାର ଶତାଧିକ ଲୋକ ବ୍ଲକ ଘେରାଉ କରିଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି ।

କଲେଙ୍ଗବାଡ଼ି ଜଙ୍ଗଲରେ ଗତ ସୋମବାର ରାତିରେ ପୋଲିସ ଓ ମାଓବାୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ଜଣେ ଯବାନ ନିହତ ହୋଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକଙ୍କୁ ପୋଲିସ ମାଓବାଦି ସଂହେରେ ଅଟକ ରଖିଥିଲା ।

ଏହାର ପ୍ରତିବାଦ କରି ଶତାଧିକ ପୁରୁଷ ଓ ମହିଳା ଦ।ରିଙ୍ଗବାଡ଼ି ବ୍ଲକ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦ।ବିପତ୍ର ପ୍ରଦାନ କରିଥିଲେ । ଗିରଫ ବ୍ୟକ୍ତିଙ୍କୁ ଛାଡି ଦେବାକୁ ଦାବି କରିଥିଲେ । ବିକ୍ଷୋଭକାରୀଙ୍କୁ ମନା କରିବା ପାଇଁ ପୋଲିସ ଲାଠି ମାଡ଼ କରିଥିଲା ଓ ଏଥିରେ ଦଶରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି ।

ତେବେ ମାଓବାୀ ସନ୍ଦେହରେ ଗିରଫ ହୋଇଥିବା ୨୭ ଜଣଙ୍କୁ ପୋଲିସ ଛାଡ଼ିେଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version