ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ବ୍ୟିାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି ।
ତେବେ ଅଙ୍ଗନୱାଡି ଗୁଡିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପୂର୍ବ ଭଳି ମହିଳା ଓ ଶିଶୁ ବିକାଶ ବିଭାଗ ହାତରେ ରହିବ ବୋଲି ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବୈଠକରେ ତିନୋଟି ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଦୁଇଟି ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ।
ପୂର୍ବରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ହାତରେ ଥିଲା ଏବଂ ଏହି କାର୍ଯ୍ୟକ୍ରମ ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଚାଲିଛି ।
ଏଥିରେ ପରିଚାଳନାଗତ ଅସୁବିଧା ହେବାରୁ ସରକାର ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି ।
ଜରୁରୀକାଳୀନ ଖାଦ୍ୟ ଯୋଜନା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ ଏବଂ ବ୍ୟିାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ବିଭାଗ ହେବ ।
୨୦୧୦-୧୧ ବର୍ଷର ବାର୍ଷିକ ପ୍ରଶାସନିକ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯାଇଥିବା ବେଳେ ଆଗାମୀ ବିଧାନସଭା ଅଧିବେଶନରେ ମଧ୍ୟ ଏହାକୁ ଉପସ୍ଥାପନ କରାଯିବ ।
ଚତୁର୍ଦ୍ଦଶ ବିଧାନସଭାର ସପ୍ତମ ଅଧିବେଶନ ଡାକିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋନ କରିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply