Site icon Odisha.com

‘ଚିକେନ୍ ନିଳାଦ୍ରି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଲେଗ ପିସ୍ ଚିକେନ୍-୫୦୦ ଗ୍ରାମ, କଟା ଅଦା-୨ ଚାମଚ(ଛୋଟ), କଟା ରସୁଣ- ୨ ଚାମଚ(ଛୋଟ), କଟା କଞ୍ଚାଲଙ୍କା-୨ ଚାମଚ, ପିଆଜ ୨ଟା(ବଡ଼), ଟମାଟୋ ପ୍ୟୁରି-୪ ଚାମଚ(ବଡ଼), ଧନିଆ ପତ୍ର-୧ ବିଡ଼ା, ପୋଦିନା ପତ୍ର- ୧ବିଡ଼ା, ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ- ୧ ଚାମଚ, କଶୋରୀ ମେଥି- ୧ ଚାମଚ(ଛୋଟ), ହି-୨/୩ ଚାମଚ(ବଡ଼), କ୍ରିମ୍-୨ ଚାମଚ(ବଡ଼), ଗରମ ମସଲା ଗୁଣ୍ଡ-ଢେ ଚାମଚ(ଛୋଟ), ରିଫାଇନ ତେଲ-୪ ଚାମଚ, ସ୍ୱାଦ ଅନୁସାରେ ଲୁଣ, ଲେମ୍ବୁ ରସ- ୨ ଚାମଚ(ଛୋଟ) ।

ପ୍ରସ୍ତୁତ ପ୍ରଣାଳୀ:

ଲେଗ ପିସ୍ ଚିକେନକୁ ଭଲ ଭାବରେ ଧୋଇ ଲୁଣ ଓ ଲେମ୍ବୁ ରସ ଗୋଳାଇ ଅଧଘଣ୍ଟା ରଖନ୍ତୁ। ଚିକେନରେ ଦୁଇ ତିନି ଚାମଚ ମଇଦା ଗୋଳାଇ ତେଲରେ ଛାଣି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

ଧନିଆ ପତ୍ର ଓ ପୋଦିନା ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇ ଆସିଲେ କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ବର୍ତ୍ତମାନ ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

ବର୍ତ୍ତମାନ ବାଟି ରଖିଥିବା ପୋଦିନା ଓ ଧନିଆ ପତ୍ରର ବଟା ପକାନ୍ତୁ । ଅଳ୍ପ ସମୟ ଘାଣ୍ଟି ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ କଶୋରୀ ମେଥି ପକାଇ ଭଲ ଭାବରେ ଗୋଳାନ୍ତୁ ।

୫/୧୦ ମିନିଟ ପରେ ଦୁଇ ତିନି ଚାମଚ ହି ପକାଇ ଧିରେ ଧିରେ ଘାଣ୍ଟନ୍ତୁ । ପୂର୍ବରୁ ଛାଣି ରଖିଥିବା ଚିକେନ୍ ଖଣ୍ଡ ପକାନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଧିମି ଆଞ୍ଚରେ ପାଞ୍ଚ ମିନିଟ ରାନ୍ଧନ୍ତୁ । ଶେଷରେ କ୍ରିମ୍ ଓ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଇ ରୁଟି କିମ୍ବା ନାନ୍ ସହିତ ପରଷନ୍ତୁ ଚିକେନ୍ ନିଳାଦ୍ରି ।

ଓଡ଼ିଶା ଡ଼ଟ୍ କମ୍

Exit mobile version