Site icon Odisha.com

‘ଚଟ୍ପଟା ପନିର’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ପନିର-୨୫୦ ଗ୍ରାମ, ଗାଜର-୧୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ପିଆଜ-୨ଟା (ବଡ଼), ରସୁଣ କଟା (ଚୁନାଚୁନା) ୨ ଚାମଚ(ଛୋଟ), କଟା ଅଦା (ଚୁନାଚୁନା) ୨ ଚାମଚ(ଛୋଟ), ଭୃଷଙ୍ଗପତ୍ର- ଅଳ୍ପ କିଛି, ଶୁଖିଲା ଲଙ୍କା-୨/୩ଟା, ସୋୟା ସସ୍-୨ ଚାମଚ(ଛୋଟ), ଚିଲି ସସ୍-୨ ଚାମଚ(ଛୋଟ), ଟମାଟୋ ସସ୍- ୨ ଚାମଚ(ଛୋଟ), ରିଫାଇନ ତେଲ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପନିର, କ୍ୟାପ୍ସିକମ୍, ଗାଜର ଓ ପିଆଜକୁ ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । କଢାଇରେ ତେଲ ଦେଇ ପନିରକୁ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜି କାଢି ରଖନ୍ତୁ । କ୍ୟାପ୍ସିକମ୍ ଓ ଗାଜରକୁ ମଧ୍ୟ ଅଳ୍ପ ତେଲ ଦେଇ ଭାଜି କାଢି ରଖନ୍ତୁ ।

ବର୍ତ୍ତମାନ ଅବଶିଷ୍ଟ ତେଲ କଢାଇରେ ଦେଇ ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାନ୍ତୁ । ଲଙ୍କା ଲାଲ ହୋଇଗଲେ ଅଦା ଓ କଟା ରସୁଣ ପକାଇ ଅଳ୍ପ ସମୟ ଗୋଳାଇ କଟା ପିଆଜ ପକାନ୍ତୁ ।

ପିଆଜକୁ ବେଶି ଭାଜନ୍ତୁ ନାହିଁ । ପିଆଜ ଗୋଲାପି ରଙ୍ଗ ହୋଇ ଆସିଲେ ପୂର୍ବରୁ ଭାଜି ରଖିଥିବା କ୍ୟାପ୍ସିକମ୍, ଗାଜର ଓ ପନିରକୁ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସ୍କୁ ଏକାଠି ଗୋଳାଇ ପନିର ଉପରେ ଢାଳି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ପନିରରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଚୂଲିରୁ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ନାନ୍ ସହିତ ପରିବେଷଣ କରନ୍ତୁ ଚଟ୍ପଟା ପନିର ।

ଓଡ଼ିଶା ଡ଼ଟ୍ କମ୍

Exit mobile version