ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ।
ରାସ୍ତା ଓ ସେତୁ କେବଳ ଯୋଗାଯୋଗ ବ୍ୟବସ୍ଥାର ଏକ ମାଧ୍ୟମ ନୁହେଁ, ବସ୍ତୁ ଓ ସେବାର ମାର୍କେଟିଂ ପାଇଁ ମଧ୍ୟ ଏହା ସହାୟକ ହୁଏ । ଯୋଗାଯୋଗ ବ୍ୟବସ୍ଥା ଦାର୍ରି୍ୟ ଦୂରୀକରଣରେ ସହାୟକ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗାଁ ଗୁଡ଼ିକୁ ସେତୁ ଦ୍ୱାରାସଂଯୋଗ କରାଯାଇ ପାରିଲେ ଚାଷୀ ଭାଇମାନେ ସେମାନଙ୍କ କୃଷି ଜାତଦ୍ରବ୍ୟ ପାଇଁ ଭଲ ବଜାର ପାଇପାରିବେ । ପିଲାମାନେ ଭଲ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ଏବଂ ସର୍ବୋପରି ସାଧାରଣ ଜନତା, ମହିଳାମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ତେଣୁ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।
ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଜୁବାବୁ ଯେଉଁ ସ୍ୱପ୍ନ ଖେୁଥିଲେ ଏହି ଯୋଜନା ତାକୁ ପୂରଣ କରିବା ଦିଗରେ ସହାୟକ ହେବ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply