Site icon Odisha.com

ବନ୍ୟାଞ୍ଚଳ ଓ ମରୁଡ଼ି ଚାଷୀଙ୍କୁ ସୁଧ ରିହାତି

 

ଇଂରାଜୀ ଖବରକାଗଜ ‘ଇଣ୍ଡସ୍ ଭ୍ୟାଲି ଟାଇମସ୍’ରଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ‘ପ୍ରଗତିର ପଥ’ ଶୀର୍ଷକ ଆଲୋଚନା ଚକ୍ର
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୩(ଓଡ଼ିଶା ଡ଼ଟ୍ କମ୍) ଉଭୟ ବନ୍ୟା ଓ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱଳ୍ପମିଆଦୀ ଫସଲ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏହି ଋଣ ପରିଶୋଧ ପାଇଁ ସମୟସୀମା ତିନିବର୍ଷ ରଖାଯାଇଥିବା ବେଳେ ଋଣ ଉପରେ ସୁଧ ରିହାତି ବୋ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସାଧାରଣତଃ ମଧ୍ୟମ ମିଆଦୀ ଋଣରେ ୯ ପ୍ରତିଶତ ସୁଧ ଆଦାୟ କରାଯାଉଥିବା ବେଳେ ସ୍ୱଳ୍ପରୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ ହୋଇଥିବା ଋଣ ଉପରେ ସୁଧହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି ।

ଯେଉଁ ଚାଷୀମାନେ ଠିକ୍ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ଅଧିକ ଦୁଇ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବନ୍ୟା ଓ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଚଳିତ ବର୍ଷ ଋଣ ଆଦାୟ ନକରିବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରାଯାଇଛି ।

ଏହି ଫସଲ ଋଣ ସହାୟତା ପାଇଁ ରାଜ୍ୟ ସରକାରଦୁଇଶହ କୋଟି ଟଙ୍କା ସହାୟତା ଯୋଗାଇ ଦେବେ । ସେହିପରି ଡିସେମ୍ବର ଶେଷସୁଦ୍ଧା ଏକ ହଜାର ଉଠାଜଳସେଚନ ପଏଣ୍ଟର ପୁନରୁଦ୍ଧାର କରାଯାଇ ଏଥିପାଇଁ ୬୫କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଚାଷୀମାନଙ୍କୁ ରିହାତି ରରେ ୩୦ହଜାର ଡିଜେଲ ପମ୍ପସେଟ୍ ଦିଆଯିବ । ସବୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ଏକଲକ୍ଷ କ୍ୱିଣ୍ଟାଲ ଚିନାବ।ଦାମ, ମୁଗ, ବିରି, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ବିହନ ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version