ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଆଉ ତିନୋଟି ଜିଲ୍ଲାକୁ ସମନ୍ୱିତ ଆକ୍ସନ ପ୍ଲାନ(ଆଇଏପି)ରେ ସାମିଲ କରିବା ପାଇଁ ଅନୁମୋଦନ କରାଯାଇଛି ।
ଯାଜପୁର, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ପି.ଚିାମ୍ବରମ୍ଙ୍କୁ ସାକ୍ଷାତ କରିବା ଅବସରରେ ଚିଦାମ୍ବରମ୍ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାଜ୍ୟର ୧୮ଟି ଜିଲ୍ଲା ଏଥିରେ ସାମିଲ ହୋଇଛି । ତେବେ
ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ପି.ଚିାମ୍ବରମ୍ଙ୍କୁ ସାକ୍ଷାତ କରୁଛନ୍ତି ।
ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରେ ଆଉ ଚାରୋଟି ଜିଲ୍ଲାକୁ ସାମିଲ କରାରଯାଇଛି ବୋଲି ଚିାମ୍ବରମ୍ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ।
ସାକ୍ଷାତ ସମୟରେ ନବୀନ ରାଜ୍ୟରେ ହୋଇଥିବା ବନ୍ୟା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଶୀଘ୍ର ଏକ ହଜାର କୋଟି ଟଙ୍କା ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଦ।ବି କରିଛନ୍ତି ।
ମାଓବାଦୀ ସମସ୍ୟା ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ଡ଼ିସେମ୍ବର
ସୁଦ୍ଧା ରାଜ୍ୟକୁ ଅତିରିକ୍ତ ଦୁଇ ବାଟାଲିଅନ ସିଆର୍ପିଏଫ୍ ଏବଂ ମାଓବାଦୀ ଉପ୍ରୁତ ଅଞ୍ଚଳ ପାଇଁଦୁଇଟି ହେଲିକ୍ୟାପ୍ଟର ମୁତୟନ ପାଇଁ ନବୀନ ଦ।ବି କରିଛନ୍ତି ।
ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ସିପି ଯୋଶୀଙ୍କୁ ସାକ୍ଷାତ କରି
ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାର ମରାମତି ପାଇଁ ୫୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ।
ଗତ ଗୁରୁବାର ସେ କୃଷିମନ୍ତ୍ରୀ ଶରତ ପୱାର ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କୁ ସାକ୍ଷାତ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍