ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୨୫(ଓଡ଼ିଶା ଡ଼ଟ୍ କମ୍) ଭିନ୍ନକ୍ଷମ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ମଙ୍ଗଳବାର ଭୀମଭୋଇ ସାମର୍ଥ୍ୟ ଅଭିଯାନର ଶୁଭାରମ୍ଭ କରାଯାଇଛି ।
ଅଭିଯାନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରତିବ୍ଲକରେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ ବୋଲି ଖୋର୍ଦ୍ଧା ଠାରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଦୁଇଟି ପର୍ଯ୍ୟାୟରେ ଏଭଳି ଶିବିରର ଆୟୋଜନ କରାଯିବ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ ଓ ପ୍ରମାଣପତ୍ର ଦିଆଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କର ଥଇଥାନ ସହାୟତା ଉପକରଣ ବଣ୍ଟନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ଏହିସବୁ ଶିବିରରେ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଜାଗାରେ ପ୍ରମାଣପତ୍ର, ପେନ୍ସନ୍ ପ୍ରାନ, ପାସ୍ପୋର୍ଟ, ଆୟ ପ୍ରମାଣପତ୍ର ପ୍ରଭୃତି ସୁବିଧା ଉପଲବ୍ଧ ହେବ ।
ଭିନ୍ନକ୍ଷମମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବା ସହ ପ୍ରତି ଜିଲ୍ଲାରେ ଅକ୍ଷମ ପୂନର୍ବାସ କେନ୍ଦ୍ର ଖୋଲାଯାଇ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି, ସେ କହିଛନ୍ତି ।
ମହିଳା ଭିନ୍ନକ୍ଷମ ମାନଙ୍କ ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ହଷ୍ଟେଲ୍ ଖୋଲାଯିବା ଦିଗରେ ପଦକ୍ଷେପ ନିଆଯାଇଛି । ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସ୍ୱତନ୍ତ୍ର ସ୍କଲାରସ୍ରି ବ୍ୟବସ୍ଥା ସହ ସ୍ୱତନ୍ତ୍ର ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ ପୋଷାକ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply