ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ହୀରାକୁଦ ଡ଼୍ୟାମର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଉପରେ ଜବାବ୍ ଦ।ଖଲ କରିବାକୁ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଣ୍ଡିଆ ମିଡ଼ିଆ ସେଣ୍ଟର ପକ୍ଷରୁ ହୋଇଥିବା ଆବେଦନକୁ କମିଶନ ଗ୍ରହଣ କରି ଆସନ୍ତା ଚାରି ସପ୍ତାହ ମଧ୍ୟରେ ଜବାବ୍ ଦ।ଖଲ ପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଏହି ଘଟଣାରେ ରାଜ୍ୟ ଜଳସଂପଦ ବିଭାଗ, ବିଭାଗୀୟ ସଚିବ, ହୀରାକୁଦ ଡ଼୍ୟାମ ମୁଖ୍ୟ ଯନ୍ତ୍ରୀ ଏବଂ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
ହୀରାକୁଦର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିରୋଧି ଦଳ ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏ ନେଇ ବିରୋଧି ଦଳ ଗୁଡ଼ିକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।
ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ସରକାରଙ୍କୁ କହିଥିଲେ ।
ତେବେ ହୀରାକୁଦ ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପୂର୍ବରୁ କମିଟି ଗଠନ କରାଯାଇଥିବା ବେଳେ ଆଉ ଏକ କମିଟି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ଦର୍ଶାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply