Site icon Odisha.com

ସରକାରୀ ଜମିରେ ପୋସ୍କୋ କାମ ଆରମ୍ଭ କରୁ: ସରକାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଅଧିଗ୍ରହଣ ହୋଇଥିବା ସରକାରୀ ଜମି ପୋସ୍କୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁ ବୋଲି ସରକାର କହିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ପାରାଦ୍ୱୀପ ନିକଟରେ ଅଧିଗ୍ରହଣ ହୋଇଥିବା ଦୁଇ ହଜାର ଏକର ଜମିରେ ପୋସ୍କୋର ପ୍ରସ୍ତାବିତ ମେଗା ପ୍ରକଳ୍ପ କରାଯାଇପାରିବ ବୋଲି ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଗୁରୁବାରଗଣମାଧ୍ୟମକୁ କହିଛନ୍ତି ।

ପୋସ୍କୋ-ଇଣ୍ଡିଆ ଅଧିଗ୍ରହଣ ହୋଇଥିବା ଜମି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ଯଥେଷ୍ଟ । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨୨୦୦ ଏକର ଜମିରେ ଟାଟା ଷ୍ଟିଲ୍ ତାର ପ୍ରକଳ୍ପ ତିଆରି କରିଥିବା ବେଳେ, ପୋସ୍କୋ ପ୍ରକଳ୍ପ ଆରମ୍ଭ ପାଇଁ୨୦୦୦ ଏକର ଜମି କାହିଁକି ଯଥେଷ୍ଟ ହେବନାହିଁ ବୋଲି ସେ କହିଛନ୍ତି ।

ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ପାରାଦ୍ୱୀପ ନିକଟରେ ଏକ ପ୍ରକଳ୍ପ ସ୍ଥାପନ ପାଇଁ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version