Site icon Odisha.com

ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନାର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ସରକାରଙ୍କ ପକ୍ଷରୁ ଶୁକ୍ରବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ ଯୋଜନାର ଶୁଭାରମ୍ଭ କରାଯାଇଛି ।

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ ବାବଦରେ ୨୬ ଶହ ଟଙ୍କାର ଚେକ୍ ପ୍ରାଦାନ କରିଛନ୍ତି ।

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଆଇଏସ୍ଆଇ ମାର୍କ ସାଇକେଲ କିଣିବା ପାଇଁ ଏହି ଟଙ୍କା ଯୋଗାଇ ଦିଆଯିବ ।

ରାଜ୍ୟରେ ମହିଳା ସାକ୍ଷରତା ହାର ବଢାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । ଏହାଦ୍ୱାରା୧ ଲକ୍ଷ ୭୭ ହଜାର ଛାତ୍ରୀ ଉପକୃତ ହେବେ ।

ଅନୁସୂଚିତ ଅଞ୍ଚଳର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି/ଉପଜାତି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯିବ ।

ଛାତ୍ରଛାତ୍ରୀମାନେ ଏହି ସୁବିଧାର ସୁଯୋଗ ନେଇ ଶିକ୍ଷାପ୍ରତି ଅଧିକ ଆକୃଷ୍ଟ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଗତ ଜାନୁୟାରୀ ମାସରେ ଏହି ଯୋଜନା ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version