Site icon Odisha.com

ବିଶ୍ୱ ଦୃଷ୍ଟି ଦିବସ: ଅନ୍ଧତ୍ୱ ଦୂରୀକରଣ ଉପରେ ଗୁରୁତ୍ୱ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ସମାଜରୁ ଅନ୍ଧତ୍ୱ ଦୂରୀକରଣ ଉପରେ ଦ୍ୱାଶତମ ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଦ୍ୱାଶତମ ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ଜୟବେ ଭବନରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଦୃ ଷ୍ଟି ବା ଆଖି ହେଉଛି ଇଶ୍ୱରଙ୍କର ଏକ ଶ୍ରେଷ୍ଠ ଅବଦାନ ।

ଏହାର ଉପଯୁକ୍ତ ଯତ୍ନ ନେଇ ଦୃଷ୍ଟି ଶକ୍ତି ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ସାମାନ୍ୟ ଅସାବଧାନତା ପାଇଁ ହୁଏତ ଆମକୁ ଚିରଦିନ ପାଇଁ ଦୃ ଷ୍ଟି ଶକ୍ତି ହରାଇବାକୁ ପଡିପାରେ ।

ଏଣୁ ଆଖି ପାଇଁ ଆମକୁ ସବୁବେଳେ ସଚେତନ ଓ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆମ ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ ପାଇଁ ୧୯୭୬ ମସିହାରୁ ଜାତୀୟ ଅନ୍ଧତ୍ୱ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ।

ବର୍ତ୍ତମାନ ସମାଜର ପ୍ରାୟ ୧ ପ୍ରତିଶତରୁ ଅଧିକ ଲୋକଙ୍କ ବିଭିନ୍ନ ଆଖି ରୋଗରେ ଆକ୍ରାନ୍ତ ଥିବା ବେଳେ ତାକୁ ୦.୩ ପ୍ରତିଶତକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇ ବହୁ ବିଧ ପଦକ୍ଷେପ ଗ୍ରହଣ କରା ଯାଉଛି ବୋଲି ଆଚାର୍ଯ୍ୟ ପ୍ରକାଶ କରି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହେଯାଗ କାମନା କରି ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଆରୋପ କରି ଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ ତାଙ୍କ ଭାଷଣରେ ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ ପାଇଁ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ମାନଙ୍କରେ ସ୍ୱତ୍ୱନ୍ତ୍ର ବ୍ୟବସ୍ଥା ରହିଛି ବୋଲି କହିଥିଲେ ।

ଏଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ୨୦ , ଉପଖଣ୍ଡ ଚିକିତ୍ସାଳୟ ମାନଙ୍କରେ ୧୦ , ଏସ୍.ସି.ବିରେ ୯୧,ଭି.ଏସ୍.ଏସ୍ରେ ୯୦ ଏବଂ ଏମ୍.କେ.ସି.ଜିରେ ୧୦୦ ଶଯ୍ୟା ସହିତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ।

୭ଟି ଚକ୍ଷୁ ।ନ କେନ୍ଦ୍ର ମଧ୍ୟରୁ ୪ଟି ସରକାରୀ ଏବଂ ୩ଟି ବେସରକାରୀ କେନ୍ଦ୍ର ରହିଛି । ସେହିପରି ୩ ଟି ସରକାରୀ ଏବଂ ୩ଟି ବେସରକାରୀ ମୋଟ ୬ ଟି ଚକ୍ଷୁ ବ୍ୟାଙ୍କ ରହିଛି ।

ଗତ ୨୦୧୦-୧୧ ବର୍ଷରେ ୪,୫୦,୦୦୦ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ଥାଇ ୫୬,୪୨୨୫ ଜଣଙ୍କର ପରୀକ୍ଷା କରାଯାଇଛି । ୨୨ ହଜାରରୁ ଅଧିକ ପିଲାଙ୍କର ଦୃଷ୍ଟି ଶକ୍ତି ଖରାପ ଥିବା ଜଣା ପଡିଛି ଏବଂ ୧୧୬୨୪ ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି ।

ବିଭିନ୍ନ ବର୍ଗର ୧୫୦୦୦ ଜଣଙ୍କର ମୋତିଆ ବିନ୍ଦୁ ଅପରେସନ ଲକ୍ଷ୍ୟ ଧାର୍ଯ୍ୟ ଥାଇ ୧୨୦୮୫୨ ଜଣଙ୍କର ମୋତିଆ ବିନ୍ଦୁ ଅପରେସନ କରାଯାଇ ୮୧ ପ୍ରତିଶତ ସଫଳତା ହାସଲ କରାଯାଇ ପାରିଛିା ତେବେ ଚକ୍ଷୁ ଦ।ନ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଗତ ବର୍ଷ ୪୩୭ ଚକ୍ଷୁ ସଂଗ୍ରହ କରାଯାଇଥିବା ବେଳେ ୨୫୬ ଜଣଙ୍କ ଠାରେ ଚକ୍ଷୁ ରୋପଣ କରା ଯାଇ ପାରିଥିବା ସଚିବ ଶ୍ରୀମତୀ ଗାର୍ଗୀ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ଲୋକଙ୍କର ମୋତିଆ ବିନ୍ଦୁ ଅପରେସନ , ୪,୫୦,୦୦୦ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା , ବିଦ୍ୟାଳୟ ଶିକ୍ଷକମାନଙ୍କୁ ତାଲିମ୍ , ମାଗଣାରେ ୧୦ ହଜାର ଚଷମା ବଣ୍ଟନ , ୧୦୦୦ ଚକ୍ଷୁ ଦ।ନଆକାରରେ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି ।

ଏଥି ପାଇଁ ପ୍ରାୟ ୮ କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଦେବାର ହୋଇଥିବା ପ୍ରକାଶ ।

ଜୟଦେବ ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ “ଭୂମିକା”ର ମିଳିତ ସହେଯାଗରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାଃ ୟୁ.କେ.ସାହୁ , ଭୂମିକାର ଅଧ୍ୟକ୍ଷ ଭିଷ୍ମ ରଥ ପ୍ରମୁଖ ଉ୍ବୋଧନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍
ବିଶ୍ୱ ଦୃଷ୍ଟି ଦିବସ: ଅନ୍ଧତ୍ୱ ଦୂରୀକରଣ ଉପରେ ଗୁରୁତ୍ୱ

Exit mobile version