Site icon Odisha.com

ଡ଼ିସେମ୍ବର ୧୨ରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗରେ ଆସନ୍ତା ଡ଼ିସେମ୍ବର ୧୨ରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଭୁବନେଶ୍ୱର ସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମରେ ୧୨ ଓ ୧୩ ତାରିଖ ଦୁଇଦିନ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଭିନ୍ନ ଜିଲ୍ଲାର ପ୍ରତିଯୋଗିମାନେ ରାଜ୍ୟସ୍ତରରେ ଶ୍ରେଷ୍ଠ ୨୦ଟି ସ୍ଥାନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା କରିବେ ।

ସମସ୍ତ ଜିଲ୍ଲାର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱ ପ୍ରତିଯୋଗିଙ୍କ ମଧ୍ୟରୁ ଜେନେରାଲ ସ୍ତରୀୟ ପ୍ରତିଯୋଗିତାରେ ଉର୍ତ୍ତୀଣ୍ଡ ୧୨୦ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଆମନ୍ତ୍ରଣ କରାଯାଇଛି ।

ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର , କେନ୍ଦୁଝର, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, କଟକ, ଅନୁଗୁଳ, ପୁରୀ, ଯାଜପୁର ଆଦି ଜିଲ୍ଲାର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ପ୍ରତିଯୋଗିତା ପାଇଁ “ମୋ କଳ୍ପନାର ମହାକାଶଯାନ” ବିଷୟବସ୍ତୁ ରଖାଯାଇଛି ।

ଅଷ୍ଟମରୁ ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛତ୍ରୀଙ୍କ ପାଇଁ ସାତୋଟି ଜୋନ୍ ରେ ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ଏକ ଟିମ୍ ପ୍ରତିଯୋଗି ମାନଙ୍କର ମଡ଼େଲ ଗୁଡ଼ିକର ମୁଲ୍ୟାୟନ କରିବେ ଏବଂ ପଠାଣି ସାମନ୍ତଙ୍କ ଜନ୍ମବାର୍ଷିକୀରେ ଶ୍ରେଷ୍ଠ ୨୦ ଜଣଙ୍କୁ ସମ୍ମାନୀତ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version