Site icon Odisha.com

କନ୍ଧମାଳ: ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକ ସାମଗ୍ରୀକୁ ପୋଲିସ ଶନିବାର ଉଦ୍ଧାର କରିଛି ।

ଏସ୍ଓଜି ଯବାନମାନେ କମ୍ବିଂ ଅପରେଶନରେ ଯାଇଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳର ଗୋଦିବାଲି ଛକରୁ ଏଗୁଡ଼ିକୁ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏକ ଜଙ୍ଗଲ ରାସ୍ତାରେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ, ୧୫ ମିଟର ତାର, ଦଶ କିଗ୍ରା ଓଜନର ବିସ୍ଫୋରକ,
ଦୁଇଟି ଡ଼ିଟୋନେଟର ଏବଂ ବ୍ୟାଟେରୀ ଯବାନମାନେ ଉଦ୍ଧାର କରିଥିବା ସେ କହିଛନ୍ତି ।

ମାଓବାଦୀମାନେ ଅନ୍ୟ ସ୍ଥାନରେ ଲ୍ୟାଣ୍ଡମାଇନ କିମ୍ବା ବିସ୍ଫୋରକ ରଖିଥିବା ସନ୍ଦେହରେ ପୋଲିସ ପକ୍ଷରୁ
ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version