Site icon Odisha.com

ଶ୍ରୀମନ୍ଦିରରୁ ପଥର ଖସି ଭକ୍ତ ଆହତ,ମୁଖ୍ୟମନ୍ତ୍ରୀଙ୍କ ଉ୍ବେଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମଦ୍ୱାରରେ ଥିବା ଗୁମୁଟରୁ ମଙ୍ଗଳବାର ପଥର ଖସି ଜଣେ ଭକ୍ତ ଆହତ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦେଗ ପ୍ରକାଶ କରିଛନ୍ତି ।

ପଥରର ଓଜନ ପ୍ରାୟ ଏକ ଟନ୍ ହେବ ବୋଲି ଜଣାପଡ଼ିଛି । ଘଟଣା ପରେ ପଶ୍ଚିମ ଦ୍ୱାରକୁ ବନ୍ଦ
କରିିଆଯାଇଛି ।

ପୂର୍ବରୁ ମଧ୍ୟ ଏଭଳି ମନ୍ଦିରରୁ ପଥର ଖସିଥିବା ବେଳେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦେଉନଥିବାରୁ ସାଧାରଣରେ ଉଦେଗ ପ୍ରକାଶ ପାଇଛି ।

ତେବେ ପଥର ପଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ବୋକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କୁମାରୀ ଶୈଳଜାଙ୍କୁ ପତ୍ର ଲେଖିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର କେବଳ ଓଡ଼ିଶାର ପ୍ରତୀକ ନୁହେଁ ଏହା ସମଗ୍ର ବିଶ୍ୱର ହିନ୍ଦୁ ଭକ୍ତି ଓ ଭାବନାର ପ୍ରତୀକ । ବର୍ତ୍ତମାନ କାର୍ତିକ ମାସ ଚାଲିଥିବା ବେଳେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହୁଛି । ଏଭଳି ସମୟରେ ପଥର ଖସିବା ଭକ୍ତ ମାନଙ୍କ ଭାବାବେଗକୁ ଆଘାତ କରିଛି ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ର୍ଶାଇଛନ୍ତି ।

୧୯୭୫ ମସିହାରୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା ଉପରେ ନ୍ୟସ୍ତ ଥିବାରୁ ଏହାର ଉପଯୁକ୍ତ ସଂରକ୍ଷଣ ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version