Site icon Odisha.com

ଦ୍ୱିତୀୟ ସହର ଭାବେ ଭଦ୍ରକ ଜିଲ୍ଲା ଧୂମମୁକ୍ତ ଘୋଷିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରଦ୍ୱିତୀୟ ସହର ଭାବେ ଉପକୂଳବର୍ତୀ ଭଦ୍ରକ ଜିଲ୍ଲାକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଛି ।

ଭାରତୀୟ ତମାଖୁ ନିରୋଧ ଆଇନ ଅନୁଯାୟୀ ଏହା ଘୋଷଣା କରାଯାଇଥିବା ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ଅକ୍ଷୟ କୁମାର ପାଣି କହିଛନ୍ତି । ବର୍ତମାନ ସହରରେ ସର୍ବସାଧାରଣ ସ୍ଥାନରେ ଯେକୌଣସି ବ୍ୟକ୍ତି ଧୂମପାନ କରିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପୂର୍ବରୁ କେବଳ ଭୁବନେଶ୍ୱରକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଥିଲା । ଗତ ୨୦୦୯ ନଭେମ୍ବର ୧୦ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସିଭିଲ ସୋସାଇଟି ସଂଗଠନ ସହାୟତାରେ ସିଗାରେଟ୍ ଏବଂ ଅନ୍ୟ ତମାଖୁ ସାମଗ୍ରୀ ଆଇନ ୨୦୦୩ ଲାଗୁ କରିବାକୁ ଘୋଷଣା କରିଥିଲା । ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ପାଇଁ ଏହି ଆଇନ କରାଯାଇଥିଲା ।

ଭୁବନେଶ୍ୱର ଏବଂ କଟକରେ ଏହି ଆଇନ ଲାଗୁ କରିବା ପାଇଁ କମିଶନରେଟ ପୋଲିକୁ ଦାୟିତ୍ୱ ଦିଆଯାଇଛି । ପୋଲିସ ୨୦୦୯-୧୦ରେ ଭୁବନେଶ୍ୱରୁ ୧୬ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ଯାହା ଦେଶର ସବୁଠାରୁ ଅଧିକ ।

ଗ୍ରାମାଂଚଳରେ ପାଖାପାଖି  ୭୭.୭ପ୍ରତିଶତ ଲୋକ ଧୂମପାନ କରୁଥିବା ବେଳେ ସହରରେ ଏହାର ମାତ୍ରା୫୨.୧ ପ୍ରତିଶତ । ମୋଟାମୋଟି ଭାବରେ ୩୧ ପ୍ରତିଶତ ମହିଳା, ୬୯ ପ୍ରତିଶତ ପୁରୁଷ ଏବଂ ୧୪.୨ପ୍ରତିଶତ ଯୁବକ ଧୂମପାନ କରିଥାନ୍ତି ।

ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ଲୋକ ଧୂମପାନ କରନ୍ତି । ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଧୂମମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version