ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କଟକରେ ଆୟୋଜିତ ୧୪ ତମ ମହ୍ଲାର ଫେଷ୍ଟରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଚଳିତ ବର୍ଷର ମର୍ଯ୍ୟ।ଦ।ଜନକ ‘ମହ୍ଲାର ସମ୍ମାନ’ ପ୍ରଦାନ କରାଯାଇଛି ।
ସ୍ୱଳ୍ପ ସମୟ ମଧ୍ୟରେ ସୁଦର୍ଶନ ବାଲୁକା କଳାକୁ ବିଶ୍ୱ ଦରବାରରେ ପହଂଚାଇବା ସହ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଶନିବାର ଏହି ଉତ୍ସବରେ ଯୋଗେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।
ଏହି ଉତ୍ସବରେ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ, ଅଭିନେତ୍ରୀ ଐଶ୍ୱଯ୍ୟା ପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟସ୍ତରୀୟ ମହ୍ଲାର ପ୍ରତିଭା ଅନ୍ୱେଷଣରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍