Site icon Odisha.com

କଟକ: ପୁଣି ଶିଶୁ କନ୍ୟା ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ରେଳ ଷ୍ଟେସନରୁ ଦୁଇଟି ନବଜାତ ଶିଶୁ କନ୍ୟା ଉଦ୍ଧାର ହେବାର ଦୁଇଦିନ ପରେ ବଡ଼ ଡ଼ାକ୍ତରଖାନା ନିକଟରୁ ପୁଣି ଏକ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି ।

କର୍କଟ ରୋଗକେନ୍ଦ୍ର ନିକଟରେ ଥିବା କ୍ୟାବିନ ନିକଟରେ ଗାମୁଛା ଗୋଡ଼ାଇ ହୋଇଥିବା ବେଳେ ସୋମବାର ସଂଧ୍ୟାରେ ଶିଶୁଟିକୁ ଉଦ୍ଧାର କରାଯାଇଥିବା ପୋଲିସ ମଙ୍ଗଳବାର କହିଛି ।

ଶିଶୁଟି କାନ୍ଦିବାରୁ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ପୋଲିସକୁ ଖବର ଦେଇଥିଲେ । ପରେ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ଶନିବାର କଟକ ରେଳଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଯମଜ ଶିଶୁ କନ୍ୟାକୁ କେହି ଏକ ପେଟିରେ
ଭର୍ତିକରି ଛାଡ଼ିଦେଇଥିଲା । ପରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ବର୍ତମାନ ଶିଶୁଦୁଇଟି ଡ଼ାକ୍ତରଖାନାରେ ଅଛନ୍ତି ।

ବାରମ୍ବାର ଏଭଳି ଘଟଣା ଘଟିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version