Site icon Odisha.com

ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ପଞ୍ଚାୟତିରାଜ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି.କିଶୋରଚନ୍ଦ୍ର ଦେଓ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପଞ୍ଚାୟତ ଗୁଡ଼ିକରେ ନିଜସ୍ୱ ଗୃହ ନିର୍ମାଣ, କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବ୍ୟବସ୍ଥା ଏବଂ ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସଂପର୍କରେ ଆଲୋଚନା କରିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୁବିଧାରେ ଋଣ ପ୍ରଦାନ, ବିଭିନ୍ନ ବର୍ଗର ଆଦିବାସୀ ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ତଥା ଅଧିକ ଆଶ୍ରମ ସ୍କୁଲ ଖୋଲିବା ଉପରେ ସେ ଆଲୋଚନା କରିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ବିଇଡ଼ି ଓ ସିଟି ସ୍କୁଲ, ନର୍ସିଂ ଏବଂ ଏଏନ୍ଏମ୍ ତାଲିମ ସ୍କୁଲ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version