ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ମହେନ୍ଦ୍ରଗିରି ପର୍ବତମାଳାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପତ୍ର ଲେଖିଛନ୍ତି ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପର୍ବତମାଳାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୈବ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆନ୍ଧ୍ର ପ୍ରଦେଶ ସରକାର ଏହାକୁ ନିଜ ରାଜ୍ୟର ବୋଲି ୱେବ ସାଇଟ୍ରେ ଦର୍ଶାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଆନ୍ଧ୍ରପ୍ରଶେ ସରକାରଙ୍କ ପର୍ଯ୍ୟଟନ ନିଗମ ୱେବସାଇଟ୍ରେ ଏଭଳି ତଥ୍ୟ ପ୍ରକାଶ ପାଇଛି ଏବଂ ଏହାକୁ ଓଡ଼ିଶା ସରକାର ଦୃଢ ବିରୋଧ କରୁଛନ୍ତି ତେଣୁ ତୁରନ୍ତ ସଂଶୋଧନ କରିବାକୁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କିରଣ ରେଡ଼୍ଡ଼ୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍