Site icon Odisha.com

ବକେୟା ଦରମା ଦାବିରେ ଶ୍ରମିକଙ୍କ ରାସ୍ତା ଅବରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା,ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଥିବା ଓରିଣ୍ଡ କାରଖାନା ଶ୍ରମିକମାନେ ବକେୟା ଦରମା ଦାବିରେ ଶନିବାର ରାସ୍ତା ଅବରୋଧ କରିଛନ୍ତି ।

ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ମହିଳା ପୁରୁଷ ଏବଂ ଶିଶୁମାନେ ଧନୁତୀର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଜାତୀୟ ରାଜପଥ ୨୩ର ଲାଠିକଟା ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଦୀର୍ଘ ୧୪ମାସ ଦରମା ଦେବାକୁ ସେମାନେ ଦାବି କରି ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇଛନ୍ତି । ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ମାସରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।

ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୁଣି ଆନ୍ଦୋଳନ କରିଥିବା ସେମାନେ କହିଛନ୍ତି । ତେବେ ବକେୟା ଦରମା ନମିଳିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ରାସ୍ତା ଅବରୋଧ ହଟାଯିବ ନାହିଁ ବୋଲି ସେମାନେ କହିଛନ୍ତି ।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version