ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାରୁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ କରିବାକୁ ବଂଟନ କମ୍ପାନୀ ଗୁଡ଼ିକ ଘୋଷଣା କରିଛନ୍ତି ।
ତିନୋଟି ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ ବନ୍ଦ ହେବା ସହ ତାପଜ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ହୋଇଛି । ଫଳରେ ରାଜ୍ୟକୁ ୩୩୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକ ଥିବା ବେଳେ ୧୬୫୦ ମେଗାୱାଟ ଉପଲବ୍ଧହେଉଛି ।
ତେଣୁ ବିଦ୍ୟୁତ୍ ଶକ୍ତି ଅଭାବ ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଂଚଳରେ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ କାଟ କରିବାକୁ ମଙ୍ଗଳବାର ବଂଟନ କମ୍ପାନୀମାନେ ଘୋଷଣା କରିଛନ୍ତି ।
ରାଜ୍ୟରେ ଥିବା ଅପରକୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ଜଳବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି । ସେହିପରି ଇବ୍ ଥର୍ମାଲର ଗୋଟିଏ ୟୁନିଟ ଖରାପ ହୋଇଯାଇଥିବା ବେଳେ ଅନ୍ୟ ୟୁନିଟ୍ରୁ କୋଇଲା ଅଭାବରୁ ଅଧିକ ଉତ୍ପାଦନ ହୋଇପାରୁ ନାହିଁ । ତେଣୁ ୨୨୦ ମେଗାୱାଟ ପରିବର୍ତେ ୧୬୦ ମେଗାୱାଟ ଉତ୍ପାଦନ ହେଉଛି ।
ଏନ୍ଟିପିସିର କଣିହାଁ ତାପଜ ବିଦ୍ୟୁତ କେନ୍ଦ୍ରରୁ ୧୫୦ ମେଗାୱାଟ କମ୍ ମିଳୁଛି ଏବଂ ଷ୍ଟେର୍ଲାଇଟ୍ ୪୦୦ ମେଗାୱାଟ ପରିବର୍ତେ ୨୦୦ ମେଗାୱାଟ ଉତ୍ପାଦନ କରୁଛି । କମ୍ ବିଦ୍ୟୁତ୍ ଉତ୍ପାଦନ ଯୋଗୁଁ ରାଜ୍ୟରେ ବିଦ୍ୟୁତ ସଙ୍କଟ ଖୋେଇଥିବା ଜଣେ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍